settings icon
share icon
ପ୍ରଶ୍ନ

ଡାଇନୋସର ବିଷୟରେ ବାଇବଲ କ’ଣ କୁହେ? ବାଇବଲରେ ଡାଇନୋସର ବିଷୟରେ ଲେଖାଯାଇଛିକି?

ଉତ୍ତର


ବାଇବଲରେ ଡାଇନୋସର ବିଷୟ ବସ୍ତୁ ଖ୍ରୀଷ୍ଟିୟାନ ସମାଜରେ ଚାଲି ଆସୁଥିବା ବିସ୍ତ୍ରୁତ ତର୍କବିତର୍କର ଏକ ଅଂଶ, ପୃଥିବୀର ବୟସ, ଆଦିପୁସ୍ତକର ସଠିକ୍‍ ବ୍ୟାଖ୍ୟା ଏବଂ ଆମେ ଆମ ଚତୁର୍ଦ୍ଦିଗରେ ଦେଖୁଥିବା ଯେଉଁ ବସ୍ତୁଗତ ପ୍ରମାଣ ଆମେ ଦେଖୁ ସେ ସବୁକୁ କିପରି ବ୍ୟାଖ୍ୟା କରିପାରିବା । ଯେଉଁମାନେ ପୃଥିର ପୁରାତନ ବୟସକୁ ବିଶ୍ୱାସ କରନ୍ତି ସେମାନେ ବାଇବଲରେ ଡାଇନୋସର ବିଷୟରେ ଲେଖା ଯାଇନି ବୋଲି ମତ ଦିଅନ୍ତି, କାରଣ ସେମାନଙ୍କ ଅନୁସାରେ, ପୃଥିବୀରେ ପ୍ରଥମ ମନୁଷ୍ୟ ସୃଷ୍ଟି ହେବା ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଡାଇନୋସରସ ଗୁଡ଼ିକର ମୃତ୍ୟୁ ହୋଇସାରିଥିଲା । ଯେଉଁମାନେ ବାଇବଲ ଲେଖିଥିଲେ ସେମାନେ ଜୀବନ୍ତ ଡାଇନୋସରକୁ ଦେଖିନଥିବେ ।

ଯେଉଁମାନେ ପୃଥିବୀକୁ ଅଳ୍ପ କେତେ ହଜାର ବର୍ଷର ପୁରୁଣା ବୋଲି ବିଶ୍ୱାସ କରନ୍ତି ସେମାନେ ବାଇବଲରେ ଡାଇନୋସର ବିଷୟରେ ଲେଖାଥିବା ବିଷୟରେ ଏକମତ ହୋଇଥାନ୍ତି ଯଦିଓ କେବେ “ଡାଇନୋସର” ଶବ୍ଦ ବ୍ୟବହାର କରାଯାଇ ନାହିଁ । ବରଂ ଏହା ହିବ୍ରୁ ଶବ୍ଦ ଟେନିୟାନ ବ୍ୟବହାର ହୋଇଛି ଯାହା ଇଂରାଜୀ ବାଇବଲରେ କେତେକ ଭିନ୍ନ ଭିନ୍ନ ଭାବରେ ଅନୁବାଦ କରାଯାଇଛି । କେତେବେଳେ ଏକ “ସମୁଦ୍ରର ପ୍ରକାଣ୍ଡ ଜୀବ” ଏବଂ କେତେବେଳେ ଏହା “ସର୍ପ” ଅଟେ । ଏହାକୁ ଅତି ସାଧାରଣ ଭାବରେ “ଡ୍ରାଗନ୍‍” ଅନୁବାଦ କରାଯାଇଛି । ଟେନିୟାନ ଏକ ବୃହତ୍‍ ସରୀସୃପ ପରି ଜଣାପଡ଼େ । ପୁରାତନ ନିୟମରେ ଏହି ଜୀବ ବିଷୟରେ ପ୍ରାୟ ତିରିଶି ଥର ଉଲ୍ଲେଖ କରାଯାଇଛି ଏବଂ ଉଭୟ ସ୍ଥଳ ଓ ଜଳରେ ଦେଖାଯାଇଥାଏ ।

ଏହି ବିଶାଳକାୟ ସରୀସୃପ ବିଷୟରେ ଉଲ୍ଲେଖ କରିବା ସହିତ ବାଇବଲରେ ଆହୁରି କେତେକ ଜୀବ ବିଷୟରେ ଏପରି ଭାବରେ ବର୍ଣ୍ଣନା କରେ ଯାହାକୁ ବାଇବଲବିତ୍ତ ବିଶ୍ୱାସ କରନ୍ତି ଯେ ଏହା ଡାଇନୋସର ବିଷୟରେ ହିଁ ବର୍ଣ୍ଣନା କରାଯାଇଛି । ଈଶ୍ଵରଙ୍କ ସୃଷ୍ଟି ମଧ୍ୟରେ ବେହୋମତ ସବୁଠାରୁ ଅତି ଶକ୍ତିଶାଳୀ ବୋଲି କୁହାଯାଇଛି ଯାହାର ଲାଞ୍ଜ କେଦାର ବୃକ୍ଷ ପରି ଥିବାର କୁହାଯାଇଛି (ଆୟୁବ ୪୦:୧୫) । କେତେକ ବିଦ୍ଵାନ ବେହୋମତକୁ ଏକ ହାତୀ କିମ୍ବା ଜଳହସ୍ତୀ ବୋଲି ଚିହ୍ନିତ କରିବାକୁ ଚେଷ୍ଟା କରିଛନ୍ତି । ଅନେକ କୁହନ୍ତି ଯେ ହାତୀ ଓ ଜଳହସ୍ତୀର ଲାଞ୍ଜ ସରୁ ଅଟେ ତେଣୁ ଏହା କେଦାର ବୃକ୍ଷ ସହ ତୁଳନୀୟ ନୁହେଁ । ଅନ୍ୟ ପକ୍ଷରେ, ଡାଇନୋସର ପରି ବ୍ରାକିଓସରସ୍‍ ଓ ଡିପ୍ଲୋଡୋକୋସ୍‍ ର ବିଶାଳ ଲାଞ୍ଜ ରହିଥିଲା ଯାହା କେଦାର ବୃକ୍ଷସହ ତୁଳନା କରାଯାଇପାରେ ।

ପ୍ରାୟ ପ୍ରତ୍ୟେକ ପ୍ରାଚୀନ ସଭ୍ୟତାର କାଳରେ ବୃହତ୍ତ ସରୀସୃପ ଗୁଡ଼ିକର ଚିତ୍ର ଆଙ୍କିବା ଦେଖାଯାଏ । ପେଟ୍ରୋଗ୍ଲିଫ୍‍, ଦେହାବଶେଷ ଏପରିକି ଉତ୍ତର ଆମେରିକାରେ ମିଳିଥିବା ମାଟିପାତ୍ର ଏପରିକି ମୃତ୍ତିକା ନିର୍ମାଣ ଡାଇନୋସରର ଛୋଟ ଛୋଟ ଆକାର ଗୁଡ଼ିକ ଆଜିର ଆଧୁନିକ ଚିତ୍ରଣ ସହ ସମାନ ଅଛି । ଦକ୍ଷିଣ ଆମେରିକାରେ ହୋଇଥିବା ପ୍ରସ୍ତର ଖୋଦିତ ଚିତ୍ରରେ ପୁରୁଷମାନେ ଡିପ୍ଲୋଡୋକୋସ୍‍ ପରି ଦେଖାଯାଉଥିବା ଜୀବ ଉପରେ ଆରୋହଣ କରିଥିବା ଚିତ୍ରିତ କରାଯାଇଛି ଏବଂ ଆଶ୍ଚର୍ଯ୍ୟଜ ରୂପେ ସେଗୁଡ଼ିକ ଟ୍ରିଶେରାଟପ୍‍ସ୍‍, ଟେରୋଡେକ୍ଟାଇଲ୍‍ ଓ ଟାଇରାନୋସୋରସ୍‍ ରେକ୍ସ ସହିତ ସୁପରିଚିତ । ରୋମୀୟ ମୋସାଇକ୍‍, ମାୟା ସଭ୍ୟତାର ମାଟିପାତ୍ର ଓ ବାବିଲୋନୀୟ ନଗର ପ୍ରାଚୀରଗୁଡ଼ିକରେ ଏହି ସମସ୍ତ ଜୀବ ଗୁଡ଼ିକ ସହ ଲୋକମାନଙ୍କର ବହୁ ସାଂସ୍କୃତିକ, ଭୌଗୋଳିକ ସୀମାହୀନ ଆକର୍ଷଣ ରହିଛି । ମାର୍କୋ ପୋଲୋଙ୍କ Il ମିଲୋନେ ପରି ଗମ୍ଭୀର ବିବରଣୀଗୁଡ଼ିକ ଧନସମ୍ପଦ ରଖିଥିବା ପଶୁଗୁଡ଼ିକର ଅବିଶ୍ଵସନୀୟ କାହାଣୀ ସହ ମିଶିଯାଏ । ମନୁଷ୍ୟ ଓ ଡାଇନୋସର ଏକ ସମୟରେ ବାସ କରୁଥିବାର ପ୍ରତକ୍ଷ ପ୍ରମାଣ ଭାବରେ ଉତ୍ତର ଆମେରିକା ଓ ପଶ୍ଚିମ-କେନ୍ଦ୍ରୀୟ ଏସିଆରେ ଡାଇନୋସୋର ଓ ମନୁଷ୍ୟର ପ୍ରସ୍ତରୀଭୂତ ପାଦଚିହ୍ନ ଏକା ସାଙ୍ଗରେ ଦେଖିବାକୁ ମିଳେ ।

ତେବେ, କଅଣ ବାଇବଲରେ ଡାଇନୋସର ବିଷୟରେ ଲେଖାଯାଇଛି କି? ଏହି ସତ୍ୟତା ପ୍ରତିଷ୍ଠିତ ହେବା କଷ୍ଟକର । ଏହା ନିର୍ଭର କରେ ଯେ ଆମ ପାଖରେ ଥିବା ପ୍ରମାଣ ଏବଂ ଆମ ଚତୁର୍ଦ୍ଦିସ୍ତ ବିଶ୍ଵକୁ ଆପଣ କେଉଁ ଦୃଷ୍ଟିକୋଣରେ ଦେଖନ୍ତି । ଯଦି ବାଇବଲକୁ ଆକ୍ଷରିକ ଭାବେ ବ୍ୟାଖ୍ୟା କରାଯାଏ, ତେବେ ଏହାର ପରିଣାମ ଅଳ୍ପ ସମୟ ହୋଇଥିବା ଏକ ପୃଥିବୀ ବୋଲି ଜଣା ପଡିବ, ଏବଂ ଡାଇନୋସର ଓ ମନୁଷ୍ୟ ଯେ ଏକ ସମୟରେ ବାସ କରୁଥିଲେ ତାହା ଗ୍ରହଣଯୋଗ୍ୟ ହେବ । ଯଦି ଡାଇନୋସର ଓ ମନୁଷ୍ୟ ଏକ ସମୟରେ ବାସ କରୁଥିଲେ, ତେବେ ଡାଇନୋସର ପ୍ରତି କ’ଣ ଘଟିଲା? ଯଦିଓ ବାଇବଲ ଏହି ବିଷୟକୁ ଆଲୋଚନା କରେନାହିଁ, ତଥାପି ଜଳବାୟୁ ପରିବର୍ତ୍ତନ କାରଣରୁ ଓ ଜଳପ୍ଲାବନର କିଛି ସମୟ ପରେ ସେଗୁଡ଼ିକର ମୃତ୍ୟୁ ହୋଇଥିବା ଜଣାପଡ଼େ ପୁଣି ମନୁଷ୍ୟ ଦ୍ଵାରା ଅବାଧ ଶିକାର କାରଣରୁ ଏହା ଲୁପ୍ତ ହୋଇଛି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଡାଇନୋସର ବିଷୟରେ ବାଇବଲ କ’ଣ କୁହେ? ବାଇବଲରେ ଡାଇନୋସର ବିଷୟରେ ଲେଖାଯାଇଛିକି?
© Copyright Got Questions Ministries