settings icon
share icon
ପ୍ରଶ୍ନ

ଛାଡପତ୍ର ଓ ପୁନଃବିବାହ ବିଷୟରେ ବାଇବଲ ଆମ୍ଭମାନଙ୍କୁ କ’ଣ କୁହେ?

ଉତ୍ତର


ପ୍ରଥମତଃ, ଛାଡ଼ପତ୍ର ବିଷୟରେ ଜଣେ ବ୍ୟକ୍ତିର ଚିନ୍ତାଧାରା ଯାହା ଥାଉନା କାହିଁକି, ମଲାଖୀ ୨:୧୬ କୁ ସ୍ମରଣରେ ରଖିବା ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ: “କାରଣ ଆମ୍ଭେ ସ୍ତ୍ରୀ-ତ୍ୟାଗ ଘୃଣା କରୁ, ଏହା ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ଵର କହନ୍ତି ।” ବାଇବଲ ଅନୁଯାୟୀ, ବିବାହ ହେଉଛି ଜୀବନକାଳ ପ୍ରତିଶୃତିବଦ୍ଧ ସମ୍ବନ୍ଧ । “ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । ଅତଏବ, ଈଶ୍ଵର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ” (ମାଥିଉ ୧୯:୬) । ଯଦିଓ ଈଶ୍ଵର ଜାଣନ୍ତି ଯେ ବିବାହରେ ଦୁଇଟି ପାପପୂର୍ଣ୍ଣ ମନୁଷ୍ୟ ସମ୍ପୃକ୍ତ ଅଛନ୍ତି, ସେଥିଯୋଗୁଁ ଛାଡ଼ପତ୍ର ଘଟିଥାଏ । ପୁରାତନ ନିୟମରେ, ସେ ଛାଡ଼ପତ୍ର ପାଇଥିବା ବ୍ୟକ୍ତିର, ବିଶେଷତଃ ସ୍ତ୍ରୀମାନଙ୍କର ଅଧିକାରକୁ ସୁରକ୍ଷା ଦେବା ପାଇଁ କେତେକ ବ୍ୟବସ୍ଥା ଦେଇଥିଲେ (ଦ୍ଵିତୀୟ ବିବରଣ ୨୧:୧-୪ ) । କହିଲେ ଯେ ଏହି ବ୍ୟବସ୍ଥା ସବୁ ଈଶ୍ଵରଙ୍କ ଇଛା ଯୋଗୁଁ ନୁହେଁ, କିନ୍ତୁ ଲୋକମାନଙ୍କର ହୃଦୟର କଠିନତା ଯୋଗୁଁ ଦିଆଯାଇଥିଲା (ମାଥିଉ ୧୯:୮) ।

ଛାଡ଼ପତ୍ର ଓ ପୁନଃବିବାହ ବାଇବଲ ଅନୁଯାୟୀ ଅନୁମୋଦିତ ନା ନାହିଁ ସେ ତାହା ମୁଖ୍ୟତଃ ମାଥିଉ ୫:୩୨ ଓ ୧୯:୯ ରେ ଥିବା ଯୀଶୁଙ୍କ ବାକ୍ୟ ଚତୁର୍ପାର୍ଶରେ ପରିକ୍ରମଣ କରେ । “ବିବାହ ଅନ୍ତର୍ଭୁକ୍ତ ଅବିଶ୍ଵସ୍ତତା ବ୍ୟତୀତ” ବାକ୍ୟାଂଶ ହେଉଛି ଶାସ୍ତ୍ରରେ ଏକମାତ୍ର ବିଷୟ ଯେଉଁଥିରେ ସମ୍ଭବତଃ ଛାଡ଼ପତ୍ର ଓ ପୁନଃବିବାହ ନିମନ୍ତେ ଈଶ୍ଵରଙ୍କ ଅନୁମତି ଅଛି । ଅନେକ ଅନୁବାଦକ ଏହି “ବ୍ୟତିକ୍ରମ ଅଂଶ”କୁ “ବାଗ୍‍‍ଦାନ” ସମୟରେ “ବୈବାହିକ ଅବିଶ୍ଵସ୍ତତା” ଭାବରେ ଦର୍ଶାନ୍ତି । ଯିହୂଦୀମାନଙ୍କ ରୀତି ଅନୁସାରେ, ଜଣେ ପୁରୁଷ ଓ ଜଣେ ସ୍ତ୍ରୀ “ବାଗ୍‍‍ଦାନ” ହୋଇଥିଲେ ମଧ୍ୟ ସେମାନଙ୍କୁ ବିବାହିତ ଭାବରେ ବିଚାର କରାଯାଏ । ଏହି ମତ ଅନୁସାରେ, “ବାଗ୍‍‍ଦାନ” ହୋଇଥିବା ସମୟରେ ବ୍ୟଭିଚାର ଛାଡ଼ପତ୍ରର ଏକମାତ୍ର ଠିକ୍‍ କାରଣ ଭାବରେ ବିଚାର କରାଯିବ ।

ସେ ଯାହା ବି ହେଉ, “ବୈବାହିକ ଅବିଶ୍ଵସ୍ତତା” ନିମନ୍ତେ ବ୍ୟବହୃତ ଗ୍ରୀକ୍‍ ଶବ୍ଦର ଅର୍ଥ ଯେକୌଣସି ପ୍ରକାର ଯୌନଗତ ଅନୈତିକତା ହୋଇପାରେ । ଏହା ଲମ୍ପଟତା, ବେଶ୍ୟାଗମନ, ବ୍ୟଭିଚାର ଇତ୍ୟାଦି ହୋଇପାରେ । ଯୀଶୁ ସମ୍ଭବତଃ କହୁଅଛନ୍ତି ଯେ ଯଦି ଯୌନଗତ ଅନୈତିକତା ହୁଏ, ତେବେ ଛାଡ଼ପତ୍ର ପାଇଁ ଅନୁମତି ରହିଛି । ବୈବାହିକ ବନ୍ଧନରେ ଯୌନ ସମ୍ପର୍କ ଏକ ଅବିଚ୍ଛେଦ୍ୟ ଅଂଶ: “ସେହି ଦୁଇଜଣ ଏକ ହେବେ” (ଆଦି ୨:୨୪; ମାଥିଉ ୧୯:୫; ଏଫିସୀୟ ୫:୩୧) । ଅତଏବ, ବିବାହ ସମ୍ବନ୍ଧ ବାହାରେ ହେବା ଯେକୌଣସି ଯୌନଗତ ସମ୍ପର୍କ ଛାଡ଼ପତ୍ର ନିମନ୍ତେ ଅନୁମତିର ଏକ କାରଣ ହେବ । ଯଦି ସେପରି ହୁଏ, ଏହି ଶାସ୍ତ୍ରାଂଶରେ ଯୀଶୁଙ୍କ ମନରେ ପୁନଃବିବାହର ବିଷୟ ରହିଛି । “ଅନ୍ୟକୁ ବିବାହ କରେ” (ମାଥିଉ ୧୯:୯) ବାକ୍ୟାଂଶଟି ଦର୍ଶାଏ ଯେ ଯାହା ବି ଅନୁବାଦ କରାଯାଉନା କାହିଁ କେତେକ ଏହିପରି ବିଶେଷ କ୍ଷେତ୍ରରେ ଛାଡ଼ପତ୍ର ଓ ପୁନଃବିବାହ ଅନୁମୋଦିତ କରାଯାଇଛି । ଏହା ଜାଣିବା ଗୁରୁତ୍ଵପୂର୍ଣ୍ଣ କେବଳ ନିର୍ଦ୍ଦୋଷ ଥିବା ପକ୍ଷ ହିଁ ପୁନଃବିବାହ କରିବା ନିମନ୍ତେ ଅନୁମୋଦିତ ଅଟନ୍ତି । ଯଦିଓ ଏହି ଶାସ୍ତ୍ରାଂଶରେ ଉଲ୍ଲେଖ କରାଯାଇନାହିଁ, ତଥାପି ପୁନଃବିବାହ କରିବାର ଅନୁମତି ସେହି ବ୍ୟକ୍ତି ପାଇଛନ୍ତି ଯାହା ବିରୁଦ୍ଧରେ ପାପ କରାଯାଇଛି, କିନ୍ତୁ ଏହା ପାପ କରିଥିବା ଅର୍ଥାତ୍‍ ଛାଡ଼ପତ୍ର ଦେଇଥିବା ବ୍ୟକ୍ତି ନିମନ୍ତେ ନୁହେଁ । କିଛି ଘଟଣା ଥାଇପାରେ, ଯେଉଁଠି ଦୋଷ କରିଥିବା ବ୍ୟକ୍ତି ପୁନଃ ବିବାହ କରିବାର ଅନୁମତି ପାଇଥାଏ, କିନ୍ତୁ ଏହା ଶାସ୍ତ୍ରରେ ଶିକ୍ଷା ଦିଆଯାଇ ନାହିଁ ।

କିଛି ବ୍ୟକ୍ତି ୧କରିନ୍ଥୀୟ ୭:୧୫କୁ ଏକ “ବ୍ୟତିକ୍ରମ” ଭାବେ ବୁଝନ୍ତି ଯେଉଁଥିରେ ଜଣେ ଅବିଶ୍ଵାସୀ ଜଣେ ବିଶ୍ଵାସୀକୁ ଛାଡ଼ପତ୍ର ଦେଲେ ପୁନଃବିବାହ କରିବାର ଅନୁମତି ରହିଛି ବୋଲି । ଯାହା ହେଉ, ପ୍ରସଙ୍ଗ ପୁନଃବିବାହ ବିଷୟରେ ଉଲ୍ଲେଖ କରେନାହିଁ, କେବଳ ଏତିକି କୁହେ ଯେ ଯଦି ଜଣେ ଅବିଶ୍ଵାସୀ ପରିତ୍ୟାଗ କରିବାକୁ ଚାହେଁ ତେବେ ଜଣେ ବିଶ୍ଵାସୀ ବିବାହକୁ ବଳବତ୍ତର କରି ରଖିବା ଜରୁରୀ ନୁହେଁ । ଅନ୍ୟମାନେ ଦାବୀ କରନ୍ତି ଯେ ଯଦିଓ ବାଇବଲରେ ପ୍ରକାଶ କରାଯାଇ ନାହିଁ (ଜୀବନସାଥି ବା ପିଲା)କୁ ଅପବ୍ୟବହାର କଲେ ଛାଡ଼ପତ୍ର ଦେବା ଏକ ଯଥାର୍ଥ କାରଣ ହେବ । ଯଦିଓ ଏହା ଠିକ ଦେଖାଯାଏ , ତଥାପି ଏହା ଈଶ୍ଵରଙ୍କ ବାକ୍ୟରେ ଲେଖାଯାଇଛି ବୋଲି କଳନା କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ।

ବେଳେବେଳେ ବ୍ୟତିକ୍ରମ ଅଂଶ ଉପରେ ଯୁକ୍ତିତର୍କରେ ହଜିଯିବା ହେଉଛି “ବୈବାହିକ ଅବିଶ୍ଵସ୍ତତା”ର ଅର୍ଥ ଯାହା ହେଉନା ପଛକେ, ଏହା ଛାଡ଼ପତ୍ରର ଅନୁମତି କିନ୍ତୁ ଆବଶ୍ୟକତା ନୁହେଁ । ଏପରିକି ଯଦି ବ୍ୟଭିଚାର କରାଯାଏ, ଦମ୍ପତ୍ତି ଈଶ୍ଵରଙ୍କ ଅନୁଗ୍ରହ ଦ୍ଵାରା କ୍ଷମା ଦେବାର ଶିଖି ସେମାନଙ୍କର ବିବାହକୁ ପୁନଃଗଠନ କରିପାରିବେ । ଈଶ୍ଵର ଆମ୍ଭମାନଙ୍କୁ ଅଧିକ ଭାବରେ କ୍ଷମା ଦେଇଅଛନ୍ତି । ନିଶ୍ଚିତ ରୂପେ ଆମ୍ଭେମାନେ ତାହାଙ୍କ ଉଦାହରଣକୁ ଅନୁକରଣ କରି ବ୍ୟଭିଚାର ପାପକୁ କ୍ଷମା ଦେଇପାରିବା (ଏଫିସୀୟ ୪:୩୨) ।

ଯାହା ହେଉ, ଅନେକ ସମୟରେ, ଜଣେ ଜୀବନସାଥି ଅନୁତପ୍ତବିହୀନ ହୋଇଥାଏ ଓ ଯୌନଗତ ପାପରେ ଲିପ୍ତ ରହିଥାଏ । ସେଥିପାଇଁ ମାଥିଉ ୧୯:୯କୁ ସମ୍ଭବତଃ ପ୍ରୟୋଗ କରାଯାଇପାରେ । ଅନେକେ, ଛାଡ଼ପତ୍ର ପରେ ସାଙ୍ଗେ ସାଙ୍ଗେ ପୁନଃବିବାହ କରିବାକୁ ଇଚ୍ଛା କରିଥାନ୍ତି ସେମାନେ ଯେବେ ଇଶ୍ଵର ସେମାନେ ଏକାକୀ ରହୁ ବୋଲି ଇଛା କରନ୍ତି । ଆନେକ ସମୟରେ ଈଶ୍ଵର ଲୋକମାନଙ୍କୁ ଏକାକୀ ରହିବାକୁ ଆହ୍ଵାନ କରନ୍ତି ଯେପରିକି ସେମାନେ ଏକ ଚିତ ହୋଇ ରହିବେ (୧କରିନ୍ଥୀୟ ୭:୩୨-୩୫) । ଛାଡ଼ପତ୍ର ପରେ ପୁନଃବିବାହ କରିବା କିଛି କ୍ଷେତ୍ରରେ ଏକ ବିକଳ୍ପ ହୋଇପାରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହା କେବଳ ଏକମାତ୍ର ବିକଳ୍ପ ଅଟେ ।

ଏକ ଅନୁଶୋଚନାର ବିଷୟ ଯେ ନିଜକୁ ଖ୍ରୀଷ୍ଟିୟାନ କହୁଥିବା ଲୋକମାନଙ୍କ ମଧ୍ୟରେ ଛାଡ଼ପତ୍ର ଅବିଶ୍ଵାସୀଙ୍କଠାରେ ଦେଖାଯାଉଥିବା ଛାଡ଼ପତ୍ରର ହାର ସହ ପାଖାପାଖି ସମାନ । ବାଇବଲ ଅତି ସ୍ପଷ୍ଟ ଭାବେ ଦର୍ଶାଇଏ ଯେ ଈଶ୍ଵର ଛାଡ଼ପତ୍ର ଘୃଣା କରନ୍ତି (ମଲାଖୀ ୨: ୧୬) ଏବଂ ପୁନଃମିଳନ ଓ କ୍ଷମାଶୀଳତା ଜଣେ ବିଶ୍ଵାସୀଙ୍କ ଜୀବନର ଚିହ୍ନ ହେବା ଉଚିତ (ଲୂକ ୧୧:୪; ଏଫିସୀୟ ୪:୩୨) । ଅଥଚ, ଈଶ୍ଵର ଜାଣନ୍ତି ଯେ ଏପରିକି ତାଙ୍କ ନିଜ ସନ୍ତାନମାନଙ୍କ ମଧ୍ୟରେ ମଧ୍ୟ ଛାଡ଼ପତ୍ର ଘଟିବ । ଜଣେ ଛାଡ଼ପତ୍ର ପାଇଥିବା ଏବଂ/କିମ୍ବା ପୁନଃବିବାହ କରିଥିବା ବିଶ୍ଵାସୀ ଅନୁଭବ କରିବା କଥା ନୁହେଁ ଯେ ଈଶ୍ଵର ତାଙ୍କୁ କମ୍‍ ପ୍ରେମ କରନ୍ତି ଯଦିଓ ଛାଡ଼ପତ୍ର କିମ୍ବା/ଏବଂ ପୁନଃବିବାହ ମାଥିଉ ୧୯:୯ର ସାମ୍ଭାବ୍ୟ ବ୍ୟତିକ୍ରମ ଅଂଶରେ ଆସେନାହିଁ । ଈଶ୍ଵର ଅନେକ ସମୟରେ ଖ୍ରୀଷ୍ଟିୟାନମାନଙ୍କର ପାପପୂର୍ଣ୍ଣ ଅଣା ଜ୍ଞାବହତାକୁ ମହାନ୍‍ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହାର କରିଥାନ୍ତି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଛାଡପତ୍ର ଓ ପୁନଃବିବାହ ବିଷୟରେ ବାଇବଲ ଆମ୍ଭମାନଙ୍କୁ କ’ଣ କୁହେ?
© Copyright Got Questions Ministries