settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିୟ ସ୍ବପ୍ନ ବ୍ୟାଖ୍ୟା? ଆମ୍ଭମାନଙ୍କର ସ୍ବପ୍ନ ଈଶ୍ବରଙ୍କଠାରୁ ଆସିଥାଏ କି?

ଉତ୍ତର


GotQuestions.org ଏକ ଖ୍ରୀଷ୍ଟିୟ ସ୍ବପ୍ନ ବ୍ୟାଖ୍ୟା ସେବାକାର୍ଯ୍ୟ ନୁହେଁ । ଆମେ ସ୍ବପ୍ନଗୁଡିକୁ ବ୍ୟାଖ୍ୟା କରୁନାହୁଁ । ଆମେ ଦୃଢ ଭାବରେ ବିଶ୍ବାସ କରୁ ଯେ, ଜଣେ ବ୍ୟକ୍ତିଙ୍କ ସ୍ବପ୍ନ ଏବଂ ଏହି ସମସ୍ତ ସ୍ବପ୍ନର ଅର୍ଥ ତାଙ୍କ ଓ ଈଶ୍ବରଙ୍କ ମଧ୍ୟରେ ହିଁ ସୀମିତ ଅଟେ । ଈଶ୍ବର ଆଜି ସୁଦ୍ଧା ସ୍ବପ୍ନ ମାଧ୍ୟମରେ କଥା କହୁଅଛନ୍ତି କି? ଈଶ୍ବର ଶାସ୍ତ୍ର ସାରା ଅନେକ ସମୟରେ ସ୍ବପ୍ନ ମାଧ୍ୟମରେ ଲୋକମାନଙ୍କୁ କଥା କହିଅଛନ୍ତି । ଉଦାହରଣଗୁଡିକ ହେଉଛନ୍ତି ଯାକୁବଙ୍କ ପୁତ୍ର ଯୋଷେଫ (ଆଦି ୩୭:୫-୧୦), ମରିୟମଙ୍କ ସ୍ବାମୀ ଯୋଷେଫ (ମାଥିଉ ୨:୧୨-୨୨); ଶଲୋମନ (୧ରାଜା ୩:୫-୧୫) ଏବଂ ଅନେକ ଅନ୍ୟମାନେ (ଦାନିୟେଲ ୨:୧; ୭:୧; ମାଥିଉ ୨୭:୧୯) । ଯୋୟେଲ ଭାବବାଦୀଙ୍କ ଏକ ଭାବବାଣୀ ମଧ୍ୟ ପ୍ରେରିତ ୨:୧୭ରେ ପ୍ରେରିତ ପିତରଙ୍କ ଦ୍ବାରା ଉଦ୍ଧୃତ ହୋଇଛି, ଯାହା ଉଲ୍ଲେଖ କରେ ଯେ ଈଶ୍ବର ସ୍ବପ୍ନଗୁଡିକ ବ୍ୟବହାର କରୁଅଛନ୍ତି । ତେଣୁ, ସରଳ ଉତ୍ତର ହେଉଛି, ହଁ, ଈଶ୍ବର ସ୍ବପ୍ନ ମାଧ୍ୟମରେ କଥା କହିପାରନ୍ତି ଏବଂ ସେ କଥା କହୁଅଛନ୍ତି ।

ଅଥଚ, ସେହି ସତ୍ୟତାକୁ ଆମେ ଆଜି କିପରି ପ୍ରୟୋଗ କରୁ ତହିଁରେ ଏକ ଭିନ୍ନତା ଅଛି । ଆମେ ସ୍ମରଣରେ ରଖିବା ଉଚିତ୍ ଯେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଆମ୍ଭେମାନେ ଯାହାସବୁ ଜାଣିବା ଉଚିତ୍ ସେହି ସମସ୍ତ ବିଷୟ ବାଇବଲରେ ପ୍ରକାଶିତ ହୋଇ ତାହା ସମ୍ପୂର୍ଣ୍ଣ ହୋଇଛି । ଏହା କହିବାର ଅର୍ଥ ନୁହେଁ ଯେ ଈଶ୍ବର ଆଜି ଆଶ୍ଚର୍ଯ୍ୟକର୍ମ କରନ୍ତି ନାହିଁ କିମ୍ବା ସ୍ବପ୍ନ ମାଧ୍ୟମରେ କଥା କୁହନ୍ତି ନାହିଁ, କିନ୍ତୁ ସ୍ବପ୍ନ ହେଉ ବା ଦର୍ଶନ ହେଉ, ବା ଭାବନା ହେଉ, କିମ୍ବା "ଏକ ଶାନ୍ତ ରବ" ରେ ଈଶ୍ବର ଯେଉଁ ସମସ୍ତ ବିଷୟ୍ କୁହନ୍ତି ତାହା ବାଇବଲରେ ଈଶ୍ବର ଯାହା ପ୍ରକାଶ କରିଅଛନ୍ତି ସେଥି ସହିତ ସମ୍ପୂର୍ଣ୍ଣ ଏକମତ ହେବ । ସ୍ବପ୍ନଗୁଡିଅ ଶାସ୍ତ୍ର ଉପରେ ଅଧିକାର ସାବ୍ୟସ୍ତ କରିବା ସ୍ଥାନରେ ରହିବା ଉଚିତ୍ ନୁହେଁ ।

ଯଦି ଆପଣ ଏକ ସ୍ବପ୍ନ ଦେଖିଲେ ଏବଂ ଆପଣ ଅନୁଭବ କଲେ ଯେ ତାହା ଆପଣଙ୍କୁ ଈଶ୍ବର ଦେଇଅଛନ୍ତି, ପ୍ରାର୍ଥନାର ସହିତ ପରୀକ୍ଷା କରି ଦେଖନ୍ତୁ ଯେ, ସେହି ସ୍ବପ୍ନ ଶାସ୍ତ୍ର ସହିତ ସମ୍ମତ ଅଟେ କି ନା । ଯଦି ସେପରି, ତେବେ ଆପଣଙ୍କ ସ୍ବପ୍ନ ଅନୁଯାୟୀ ଆପଣ କ'ଣ କରିବା ଉଚିତ୍ ବୋଲି ଈଶ୍ବର ଚାହାନ୍ତି ସେ ବିଷୟରେ ବିବେଚନା କରନ୍ତୁ (ଯାକୁବ ୧:୫) । ଶାସ୍ତ୍ରରେ, ଯେତେବେଳେ କେହିଜଣେ ଈଶ୍ବରଙ୍କଠାରୁ ଏକ ସ୍ବପ୍ନ ଦେଖନ୍ତି, ସେତେବେଳେ ଈଶ୍ବର ସେହି ବ୍ୟକ୍ତିଙ୍କୁ ସିଧାସଳଖ କିମ୍ବା ଜଣେ ଦୂତଙ୍କ ଦ୍ବାରା କିମ୍ବା ଜଣେ ବାର୍ତ୍ତାବହଙ୍କ ଦ୍ବାରା ସେହି ସ୍ବପ୍ନର ଅର୍ଥକୁ ସ୍ବଷ୍ଟ କରନ୍ତି (ଆଦି ୪୦:୫-୧୧; ଦାନିୟେଲ ୨:୪୫; ୪:୧୯) । ଈଶ୍ବର ଯେତେବେଳେ ଆମ୍ଭମାନଙ୍କୁ କୁହନ୍ତି, ସେ ନିଶ୍ଚିତ ହୁଅନ୍ତି ଯେ, ତାହାଙ୍କ ବାର୍ତ୍ତାକୁ ଠିକ୍ ଭାବେ ବୁଝାଯାଇଛି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିୟ ସ୍ବପ୍ନ ବ୍ୟାଖ୍ୟା? ଆମ୍ଭମାନଙ୍କର ସ୍ବପ୍ନ ଈଶ୍ବରଙ୍କଠାରୁ ଆସିଥାଏ କି?
© Copyright Got Questions Ministries