settings icon
share icon
ପ୍ରଶ୍ନ

ମୁଁ ମୋ ବନ୍ଧୁଗଣ ଓ ପରିବାରକୁ ଅପମାନିତ ନ କରି କିମ୍ବା ସେମାନଙ୍କୁ ନ ଏଡାଇ କିପରି ସେମାନଙ୍କୁ ସୁସମାଚାର ପ୍ରଦାନ କରିପାରିବି?

ଉତ୍ତର


କିଛି ମାତ୍ରାରେ, ପ୍ରତ୍ୟେକ ଖ୍ରୀଷ୍ଟିୟାନର ଏକ ପରିବାର ସଦସ୍ୟ, ଏକ ବନ୍ଧୁ, ସହକର୍ମୀ କିମ୍ବା ଖ୍ରୀଷ୍ଟିୟାନ ହୋଇନଥିବା ଏକ ଚିହ୍ନା ପରିଚୟ ରହିଥାନ୍ତି । ଅନ୍ୟମାନଙ୍କ ସହ ମିଶି ସୁସମାଚାର ବିତରଣ କରିବା କଷ୍ଟକର ହୋଇପାରେ, ଏବଂ ଏହା ଏପରିକି ଅଧିକ କଷ୍ଟକର ହେବ ଯଦି ଆପଣ ଘନିଷ୍ଠ ଭାବପ୍ରବଣ ବନ୍ଧନରେ ବନ୍ଧା କୌଣସି ବ୍ୟକ୍ତିଙ୍କ ସହ ଏହା କରନ୍ତି । ବାଇବଲ ଆମ୍ଭମାନଙ୍କୁ କୁହେ ଯେ, କିଛି ଲୋକ ସୁସମାଚାର ଦ୍ବାରା ବିଘ୍ନ ପାଇବେ (ଲୂକ ୧୨:୫୧-୫୩) । ଅଥଚ, ସୁସମାଚାର କରିବା ନିମନ୍ତେ ଆମ୍ଭମାନଙ୍କୁ ଆଦେଶ ଦିଆଯାଇଛି, ଏବଂ ଏହା ନ କରିବାର କୌଣସି କୈଫୟତ୍ ନାହିଁ (ମାଥିଉ ୨୮:୧୯-୨୦; ପ୍ରେରିତ ୧:୮; ୧ପିତର ୩:୧୫) ।

ତେବେ, ଆମେ କିପରି ଆମେ ଆମର ପରିବାର ସଦସ୍ୟ, ବନ୍ଧୁ, ସହକର୍ମୀ ଏବଂ ଚିହ୍ନା ପରିଚୟ ବ୍ୟକ୍ତିମାନଙ୍କୁ ସୁସମାଚାର ପ୍ରଦାନ କରିପାରିବା? ଆମେ କରିପାରିବା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଆମେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା । ପ୍ରାର୍ଥନା କରନ୍ତୁ ଯେପରି ଈଶ୍ବର ସେମାନଙ୍କ ହୃଦୟକୁ ପରିବର୍ତ୍ତନ କରନ୍ତି ଏବଂ ସୁସମାଚାର ପ୍ରତି ସେମାନଙ୍କ ଚକ୍ଷୁ ଖୋଲି ଦିଅନ୍ତି (୨କରିନ୍ଥୀୟ ୪:୪) । ପ୍ରାର୍ଥନା କରନ୍ତୁ ଯେ, ସେମାନଙ୍କ ପ୍ରତି ଥିବା ଈଶ୍ବରଙ୍କ ପ୍ରେମ ବିଷୟରେ ଏବଂ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ସେମାନଙ୍କର ପରିତ୍ରାଣର ଆବଶ୍ୟକତା ବିଷୟରେ ହୃତବୋଧ ହୋଇପାରିବେ (ଯୋହନ ୩:୧୬) । ଆପଣ ସେମାନଙ୍କ ମଧ୍ୟରେ କିପରି ସେବାକାର୍ଯ୍ୟ କରିପାରିବେ ସେ ବିଷୟରେ ବୁଦ୍ଧି ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ (ଯାକୁବ ୧:୫) । ପ୍ରାର୍ଥନା କରିବା ସହ, ଆମେ ସେମାନଙ୍କ ସମ୍ମୁଖରେ ଈଶ୍ବର ପରାୟଣ ଖ୍ରୀଷ୍ଟିୟାନ ଭାବରେ ନିହାତି ଜୀବନଯାପନ କରିବାକୁ ପଡିବ, ଯେପରିକି ଈଶ୍ବର ଆମ ନିଜ ଜୀବନରେ କରିଥିବା ପରିବର୍ତ୍ତନକୁ ଦେଖିପାରିବେ (୧ପିତର ୩:୧-୨) । ଯେପରି ଆସିସୀର ସାଧୁ ଫ୍ରାନସିସ୍ ଥରେ କହିଥିଲେ, "ସବୁ ସମୟରେ ସୁସମାଚାର ପ୍ରଚାର କରନ୍ତୁ ଏବଂ ଯେତେବେଳେ ଆବଶ୍ୟକ ପଡେ ବାକ୍ୟ ବ୍ୟବହାର କରନ୍ତୁ ।"

ପରିଶେଷରେ, ଆମେ ସୁସମାଚାର ପ୍ରଚାର କରିବାର ବାସ୍ତବ ବିତରଣରେ ସାହସୀ ହେବାକୁ ଇଛା କରିବାକୁ ପଡିବ । ଆପଣଙ୍କ ବନ୍ଧୁ ଓ ପରିଜନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ପରିତ୍ରାଣର ବାର୍ତ୍ତା ଘୋଷଣା କରନ୍ତୁ (ରୋମୀୟ ୧୦:୯-୧୦) । ସର୍ବଦା ଆପଣଙ୍କର ବିଶ୍ବାସ ବିଷୟରେ କହିବା ନିମନ୍ତେ ପ୍ରସ୍ତୁତ ହୋଇରୁହନ୍ତୁ (୧ପିତର ୩:୧୫), ଏହା ଭଦ୍ରତା ଏବଂ ସମ୍ମାନ ସହକାରେ କରନ୍ତୁ । ପରିଶେଷରେ, ଆମେ ଆମ ପରିଜନଙ୍କ ପରିତ୍ରାଣକୁ ଇଶ୍ବରଙ୍କଠାରେ ସମର୍ପଣ କରିବାକୁ ପଡିବ । ଈଶ୍ବରଙ୍କ ଶକ୍ତି ଏବଂ ଅନୁଗ୍ରହ ହିଁ ଲୋକମାନଙ୍କୁ ଉଦ୍ଧାର କରିଥାଏ, ଆମ୍ଭମାନଙ୍କର ପ୍ରଚେଷ୍ଟା ଲୋକମାନଙ୍କୁ ଉଦ୍ଧାର କରିନଥାଏ । ଆମେ ସବୁଠାରୁ ଅଧିକ ଉତ୍ତମ ବିଷୟ ଏବଂ ଅଧିକ ବିଷୟ ଯଦି କରିପାରିବା, ତାହା ହେଉଛି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା, ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା, ଏବଂ ସେମାନଙ୍କ ସମ୍ମୁଖରେ ଖ୍ରୀଷ୍ଟିୟ ଜୀବନଯାପନ କରିବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୁଁ ମୋ ବନ୍ଧୁଗଣ ଓ ପରିବାରକୁ ଅପମାନିତ ନ କରି କିମ୍ବା ସେମାନଙ୍କୁ ନ ଏଡାଇ କିପରି ସେମାନଙ୍କୁ ସୁସମାଚାର ପ୍ରଦାନ କରିପାରିବି?
© Copyright Got Questions Ministries