settings icon
share icon
ପ୍ରଶ୍ନ

ଈଶ୍ବରଙ୍କଠାରେ ବିଶ୍ବାସ ଏବଂ ବିଜ୍ଞାନ ପରସ୍ପର ବିରୋଧାଭାସ ଅଟେ କି?

ଉତ୍ତର


ବିଜ୍ଞାନକୁ "ପର୍ଯ୍ୟବେକ୍ଷଣ, ଚିହ୍ନଟକରଣ, ବର୍ଣ୍ଣନ, ପରୀକ୍ଷାଲବ୍ଧ ଅନୁସନ୍ଧାନ, ଏବଂ ପ୍ରତ୍ୟକ୍ଷ୍ୟ ଭାବେ ପରିଦୃଷ୍ଟ ସତ୍ୟର ତାତ୍ତ୍ବିକ ବ୍ୟାଖ୍ୟା" ଭାବେ ବର୍ଣ୍ଣନା କରାଯାଇଛି । ବିଜ୍ଞାନ ହେଉଛି ଏକ ପଦ୍ଧତି ଯାହା ପ୍ରାକୃତିକ ବିଶ୍ବବ୍ରହ୍ମାଣ୍ଡର ଅଧିକତର ବୋଧଜ୍ଞାନପ୍ରାପ୍ତ ହେବା ନିମନ୍ତେ ମନୁଷ୍ୟଜାତି ବ୍ୟବହାର କରିପାରେ । ଏହା ପର୍ଯ୍ୟବେକ୍ଷଣ ଦ୍ବାରା ଜ୍ଞାନର ସନ୍ଧାନ । ବିଜ୍ଞାନର ଅଗ୍ରଗତି ମାନବ ତର୍କ ଭାବନାର ପ୍ରସାରଣକୁ ପ୍ରଦର୍ଶନ କରେ । ଅଥଚ, ବିଜ୍ଞାନରେ ଏକ ଖ୍ରୀଷ୍ଟିୟ ବିଶ୍ବାସ ଈଶ୍ବରଙ୍କଠାରେ ଆମ ବିଶ୍ବାସ ପରି ନୁହେଁ । ଜଣେ ଖ୍ରୀଷ୍ଟିୟାନ ଈଶ୍ବରଙ୍କଠାରେ ବିଶ୍ବାସ ରଖି ମଧ୍ୟ ବିଜ୍ଞାନକୁ ସମ୍ମାନ ଦେଇପାରିବ, ଯେପର୍ଯ୍ୟନ୍ତ ଆମେ ସ୍ମରଣ କରିନାହୁଁ ଯେ କେଉଁ ବିଷୟଟି ସିଦ୍ଧ ଏବଂ କେଉଁ ବିଷୟ ସିଦ୍ଧ ନୁହେଁ ।

ଈଶ୍ବରଙ୍କଠାରେ ଆମର ବିଶ୍ବାସ ହେଉଛି ବିଶ୍ବାସର ଏକ ହୃତବୋଧ । ପରିତ୍ରାଣ ନିମନ୍ତେ ଆମେ ତାଙ୍କ ପୁତ୍ରଙ୍କଠାରେ ବିଶ୍ବାସ ସ୍ଥାପନ କରୁ, ନିର୍ଦ୍ଦେଶ ଦେବା ନିମନ୍ତେ ତାଙ୍କ ବାକ୍ୟରେ ବିଶ୍ବାସ କରୁ, ଏବଂ ପଥ ପ୍ରଦର୍ଶନ କରିବା ନିମନ୍ତେ ପବିତ୍ରଆତ୍ମାଙ୍କଠାରେ ବିଶ୍ବାସ କରୁ । ଈଶ୍ବରଙ୍କଠାରେ ଆମର ବିଶ୍ବାସ ସ୍ବତଃସିଦ୍ଧ ହେବା ଉଚିତ୍ ଯେହେତୁ ଆମେ ଯେତେବେଳେ ଈଶ୍ବରଙ୍କଠାରେ ବିଶ୍ବାସ ସ୍ଥାପନ କରୁ, ଆମେ ଏକ ସିଦ୍ଧ, ସର୍ବଶକ୍ତିମାନ୍, ସର୍ବଜ୍ଞ ସୃଷ୍ଟିକର୍ତ୍ତାଙ୍କଠାରେ ଭରସା ରଖୁ । ବିଜ୍ଞାନରେ ଆମର ବିଶ୍ବାସ ବୌଦ୍ଧିକ ଶକ୍ତି ସମ୍ପନ୍ନରୁ ଆଉ କିଛି ଅଧିକ ହେବା ଉଚିତ୍ ନୁହେଁ । ଅନେକ ମହାନ୍ ବିଷୟ କରିବା ନିମନ୍ତେ ଆମେ ବିଜ୍ଞାନଠାରୁ ଆଶା କରିବା, କିନ୍ତୁ ବିଜ୍ଞାନ ତ୍ରୁଟି କରିବା ନିମନ୍ତେ ମଧ୍ୟ ଆମେ ଆଶା କରିବା । ଯଦି ଆମେ ବିଜ୍ଞାନରେ ବିଶ୍ବାସ ସ୍ଥାପନ କରିବା, ଆମେ ଅସିଦ୍ଧ, ପାପପୂର୍ଣ୍ଣ, ସସୀମ ଓ ମରଣଶୀଳ ମନୁଷ୍ୟମାନଙ୍କଠାରେ ନିର୍ଭର କରୁ । ସାରା ଇତିହାସରେ ଅନେକ ବିଷୟରେ ବିଜ୍ଞାନ ଭୁଲ୍ ପ୍ରମାଣିତ ହୋଇଛି, ଯେପରିକି ପୃଥିବୀର ଆକାର, ଶକ୍ତି ଯୋଗାଇଦିଆଯାଇଥିବା ଉଡାଣ, ଇଞ୍ଜେକସନ୍ ବା ମୁଖ ଦେଇ ଦିଆଯିବା ଟୀକା, ରକ୍ତ ଅନ୍ତର୍କ୍ଷେପଣ ବା ଅନ୍ତର୍ଭରଣ, ଏବଂ ଏପରିକି ପୁନଃସନ୍ତାନ ଜାତ । ଈଶ୍ବର କେବେ ତ୍ରୁଟି କରନ୍ତି ନାହିଁ ।

ସତ୍ୟତା ହେଉଛି କୌଣସି ବିଷୟକୁ ଭୟ ନ କରିବା, ତେଣୁ ଏକ ଉତ୍ତମ ବିଜ୍ଞାନକୁ ଜଣେ ଖ୍ରୀଷ୍ଟିୟାନ ଭୟ କରିବାର କୌଣସି କାରଣ ନାହିଁ । ଈଶ୍ବର ଆମ ବିଶ୍ବବ୍ରହ୍ମାଣ୍ଡକୁ ତିଆରି କରିବାର ଉପାୟ ବିଷୟରେ ଅଧିକ ଶିଖିବା ସମସ୍ତ ମନୁଷ୍ୟଜାତିକୁ ସୃଷ୍ଟିର ବୈଚିତ୍ରତାକୁ ପ୍ରଶଂସା କରିବାରେ ସାହାଯ୍ୟ କରେ । ଆମ୍ଭମାନଙ୍କର ଜ୍ଞାନକୁ ପ୍ରସାରଣ କଲେ ଏହା ରୋଗ, ଅଜ୍ଞାତା ଏବଂ ଭୁଲ୍ ବୁଝାମଣା ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କରେ । ଅଥଚ, ବୈଜ୍ଞାନିକମାନେ ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତଙ୍କଠାରେ ବିଶ୍ବାସ ଅପେକ୍ଷା ମାନବ ତର୍କରେ ସେମାନଙ୍କ ବିଶ୍ବାସ ରଖିଲେ ବିପଦ ରହିଛି । ଏହି ଲୋକମାନେ ଏକ ଧର୍ମାସକ୍ତି କୌଣସି ବ୍ୟକ୍ତିଙ୍କଠାରୁ ଭିନ୍ନ ନୁହଁନ୍ତି; ସେମାନେ ମନୁଷ୍ୟଠାରେ ବିଶ୍ବାସ କରିବାକୁ ମନୋନୀତ କରିଅଛନ୍ତି ଏବଂ ସେହି ବିଶ୍ବାସ ରକ୍ଷା କରିବା ନିମନ୍ତେ ଘଟନାଗୁଡିକୁ ଅନୁସନ୍ଧାନ କରିବେ ।

ତଥାପି, ସବୁଠାରୁ ଅଧିକ ବିଚାରବୁଦ୍ଧି ସମ୍ପନ୍ନ ବୈଜ୍ଞାନିକମାନେ, ଏପରିକି ଈଶ୍ବରଙ୍କଠାରେ ବିଶ୍ବାସ କରିବାକୁ ନିଷେଧ କରୁଥିବା ବୈଜ୍ଞାନିକମାନେ ବିଶ୍ବବ୍ରହ୍ମାଣ୍ଡ ବିଷୟରେ ଆମ ବୋଧଜ୍ଞାନର ସମ୍ପୂର୍ଣ୍ଣତାର ଅଭାବକୁ ସ୍ବୀକାର କରନ୍ତି । ସେମାନେ ସ୍ବୀକାର କରିବେ ଯେ, ଈଶ୍ବର କିମ୍ବା ବାଇବଲ ବିଜ୍ଞାନ ଦ୍ବାରା ପ୍ରମାଣ କରାଯାଇପାରିବନାହିଁ କିମ୍ବା ପ୍ରମାଣହୀନ ବି କରାଯାଇପାରିବନାହିଁ, ଠିକ୍ ଯେପରି ସେମାନଙ୍କ ପ୍ରିୟ ତତ୍ତ୍ବଗୁଡିକ ମଧ୍ୟରୁ ଅନେକ ପରିଶେଷରେ ପ୍ରମାଣିତ ହୋଇନାହିଁ କିମ୍ବା ପ୍ରମାଣହୀନ ହୋଇନାହିଁ । ବିଜ୍ଞାନ ବାସ୍ତବରେ କେବଳ ସତ୍ୟତାକୁ ଖୋଜି ଏକ କାର୍ଯ୍ୟ ତାଲିକାର ଅଧିକତର ବିଷୟ ଅନ୍ବେଷଣ ନ କରୁଥିବ ଏକ ନିରପେକ୍ଷ ଶୃଙ୍ଖଳା ହେବାର ବୁଝାଯାଇଛି ।

ବିଜ୍ଞାନ ମଧ୍ୟରୁ ଅଧିକାଂଶ ଈଶ୍ବରଙ୍କ ସତ୍ତା ଏବଂ କାର୍ଯ୍ୟକୁ ସମର୍ଥନ କରେ । ଗୀତସଂହିତା ୧୯:୧ କୁହେ, "ଆକାଶ ମଣ୍ଡଳ ପରମେଶ୍ବରଙ୍କ ଗୌରବ ବର୍ଣ୍ଣନା କରେ, ଶୂନ୍ୟ ମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ" । ଯେହେତୁ ଆଧୁନିକ ବିଜ୍ଞାନ ବିଶ୍ବବ୍ରହ୍ମାଣ୍ଡ ବିଷୟରେ ଅଧିକ ବିଷୟ ଆବିଷ୍କାର କରେ, ସେଇଥିଯୋଗୁଁ ଆମେ ସୃଷ୍ଟି ବିଷୟରେ ଅଧିକ ପ୍ରମାଣ ପାଉଛି । ଡି.ଏନ୍.ଏ. ର ଆଶ୍ଚର୍ଯ୍ୟଜନକ ଜଟିଳତା ଏବଂ ନକଲ ପ୍ରସ୍ତୁତ କରିବାର ପ୍ରକ୍ରିୟା, ଅତି ଜଟିଳ ଏବଂ ପରସ୍ପର ଗୁନ୍ଥାହୋଇଥିବା ଚିକିତ୍ସା ବିଦ୍ୟା (ଫିଜିକସ୍)ର ନିୟମସକଳ, ଏବଂ ଏହି ପୃଥିବୀରେ ଥିବା ରସାୟନଶାସ୍ତ୍ର (କେମିଷ୍ଟ୍ରି)ର ସଙ୍ଗତତା ଏବଂ ସ୍ଥିତିଗୁଡିକ ଏହି ସମସ୍ତ ବିଷୟ ବାଇବଲର ବାର୍ତ୍ତାକୁ ସମର୍ଥନ କରିବାର କାର୍ଯ୍ୟ କରେ । ଜଣେ ଖ୍ରୀଷ୍ଟିୟାନ ସତ୍ୟତା ଅନ୍ବେଷଣ କରୁଥିବା ବିଜ୍ଞାନକୁ ଆପଣେଇବା ଉଚିତ୍, କିନ୍ତୁ ଈଶ୍ବରଙ୍କ ଊର୍ଦ୍ଧ୍ବରେ ମାନବ ଜ୍ଞାନ ରଖୁଥିବା "ବିଜ୍ଞାନର ଯାଜକମାନଙ୍କୁ" ପ୍ରତ୍ୟାଖ୍ୟାନ କରିବା ଉଚିତ୍ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ବରଙ୍କଠାରେ ବିଶ୍ବାସ ଏବଂ ବିଜ୍ଞାନ ପରସ୍ପର ବିରୋଧାଭାସ ଅଟେ କି?
© Copyright Got Questions Ministries