settings icon
share icon
ପ୍ରଶ୍ନ

ଆଇନଗତ ପଦକ୍ଷେପ ନେବା / ମୋକଦ୍ଦମା କରିବା ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ପ୍ରେରିତ ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କୁ ପରସ୍ପର ବିରୁଦ୍ଧରେ ନ୍ୟାୟାଳୟର ଦ୍ବାରସ୍ଥ ନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ (୧କରିନ୍ଥୀୟ ୬:୧-୮) । ଖ୍ରୀଷ୍ଟିୟାନମାନେ ପରସ୍ପରକୁ କ୍ଷମା ନ ଦେବା ଓ ସେମାନଙ୍କର ଭିନ୍ନତାକୁ ଭୁଲି ପୁନଃମିଳିତ ନ ହେବା ଆତ୍ମିକ ପରାଜୟକୁ ପ୍ରଦର୍ଶନ କରେ । ଜଣେ କାହିଁକି ଖ୍ରୀଷ୍ଟିୟାନ ହେବ ଯଦି ଖ୍ରୀଷ୍ଟିୟାନମାନଙ୍କର ଯେତେ ସମାସ୍ୟା ଅଛି ସେହି ସମାସ୍ୟାଗୁଡିକୁ ସମାଧାନ କରିବା ନିମନ୍ତେ ସେତେ ଅକ୍ଷମତା ରହିଛି? ଅଥଚ, କିଛି ଘଟନାରେ ଆଇନଗତ ପଦକ୍ଷେପ କାର୍ଯ୍ୟର ସଠିକ୍ ଗତିପଥ ହୋଇପାରେ । ପୁନଃମିଳନ ନିମନ୍ତେ ଥିବା ବାଇବଲର ନମୁନାକୁ ଯଦି ଅନୁକରଣ କରାଯାଏ (ମାଥିଉ ୧୮:୧୫-୧୭) ଏବଂ ସେତେବେଳ ପର୍ଯ୍ୟନ୍ତ ମଧ୍ୟ ଯଦି ଦାଗୀ ପକ୍ଷ ଭୁଲ୍ ରୁ ବାହାରି ଆସିନଥାଏ, ତେବେ ସେପରି କ୍ଷେତ୍ରରେ ଆଇନଗତ ପଦକ୍ଷେପ ନେବା ଯୁକ୍ତିସଙ୍ଗତ ଅଟେ । ଏହା ବୁଦ୍ଧି ନିମନ୍ତେ ଅଧିକ ପ୍ରାର୍ଥନ କରାଗଲା ପରେ (ଯାକୁବ ୧:୫) ଏବଂ ଆତ୍ମିକ ନେତାଗଣଙ୍କ ସହ ପରାମର୍ଶ କଲାପରେ ହିଁ କରାଯିବା ଉଚିତ୍ ।

୧କରିନ୍ଥୀୟ ୬:୧-୬ର ପ୍ରସଙ୍ଗ ମଣ୍ଡଳୀରେ ଥିବା ଦ୍ବନ୍ଦ ସହିତ ସଂଶ୍ଲିଷ୍ଟ ଅଟେ, କିନ୍ତୁ ପାଉଲ ବିଚାରାଳୟ ବ୍ୟବସ୍ଥା ବିଷୟକୁ ଉଲ୍ଲେଖ କରନ୍ତି ଯେତେବେଳେ କି ଏହି ଜୀବନ ବିଷୟରେ ସଂଶ୍ଲିଷ୍ଟ ଥିବାଅ ବିଚାର ବିଷୟରେ କୁହନ୍ତି । ପାଉଲ କହିବାକୁ ଚାହିଁଥିଲେ ଯେ, ନ୍ୟାୟାଳୟ ବ୍ୟବସ୍ଥା ଏହି ଜୀବନର ବିଷୟଗୁଡିକ ନିମନ୍ତେ ଅଛି, ଯାହାକି ମଣ୍ଡଳୀର ବହିର୍ଭୁତ ଅଟେ । ମଣ୍ଡଳୀ ସମାସ୍ୟାଗୁଡିକୁ ନ୍ୟାୟାଳୟ ବ୍ୟବସ୍ଥା ମଧ୍ୟକୁ ନେବା ଉଚିତ୍ ନୁହେଁ, କିନ୍ତୁ ଏହା ମଣ୍ଡଳୀ ମଧ୍ୟରେ ହିଁ ବିଚାର କରାଯିବା ଉଚିତ୍ ।

ପ୍ରେରିତ ୨୧-୨୨ ଅଧ୍ୟାୟ ପାଉଲ କରିନଥିବା ଅପରାଧ ସକାଶେ ଗିରଫ ହୋଇ ଭୁଲ୍ ଭାବେ ଦୋଷୀ ସାବ୍ୟସ୍ତ ହେଲେ । ରୋମୀୟମାନେ ତାଙ୍କୁ ଗିରଫ କଲେ ଏବଂ "ସହସ୍ରସେନାପତି ତାଙ୍କୁ ଗଡ ଭିତରକୁ ଘେନିଯିବା ପାଇଁ ଆଜ୍ଞା ଦେଲେ, ପୁଣି, ଲୋକେ କାହିଁକି ତାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡା ପ୍ରହାର ଦ୍ବାରା ତାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ । ସେମାନେ ତାଙ୍କୁ କଶା ମାରିବା ପାଇଁ ବାନ୍ଧିଲା ଉତ୍ତାରେ ସେ ନିକଟରେ ଠିଆ ହୋଇଥିବା ଶସେନାପତିଙ୍କି କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାକୁ କୋରଡା ମରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?" ପାଉଲ ନିଜକୁ ରକ୍ଷା କରିବା ନିମନ୍ତେ ରୋମୀୟ ନିୟମ ଏବଂ ତାଙ୍କ ନାଗରିକତ୍ବକୁ ବ୍ୟବହାର କଲେ । ଯେପର୍ଯ୍ୟନ୍ତ ଏକ ଠିକ୍ ଉଦ୍ଦେଶ୍ୟ ଓ ଶୁଦ୍ଧ ହୃଦୟ ସହ ନ୍ୟାୟାଳୟ ବ୍ୟବସ୍ଥାକୁ ବ୍ୟବହାର କରାଯାଏ, ସେ ପର୍ଯ୍ୟନ୍ତ ନ୍ୟାୟାଳୟ ବ୍ୟବସ୍ଥା ବ୍ୟବହାର କରିବାରେ କିଛି ଭୁଲ୍ ନାହିଁ ।

ପାଉଲ ପୁନଶ୍ଚ ଘୋଷଣା କଲେ, "ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ । ବରଂ କାହିଁକି ଅନ୍ୟାୟ ସହୁନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁନାହଁ?" (୧କରିନ୍ଥୀୟ ୬:୭) । ପାଉଲ ଏଠାରେ ଚିନ୍ତିତ ହୋଇଥିବା ବିଷୟ ହେଉଛି ବିଶ୍ବାସୀଙ୍କ ସାକ୍ଷ୍ୟ । ଜଣେ ବ୍ୟକ୍ତିଙ୍କୁ ବିଚାରାଳୟକୁ ଟାଣି ନେବା ଦ୍ବାରା ତାଙ୍କୁ ଖ୍ରୀଷ୍ଟଙ୍କଠାରୁ ଆଉ ଅଧିକ ଦୂରକୁ ନେଇଯିବା ଅପେକ୍ଷା ବରଂ ସେହି ବ୍ୟକ୍ତି ଆପଣଙ୍କର ସରଳତାର ସୁଯୋଗ ନେବା ନିମନ୍ତେ ଅନୁମତି ଦେବା କିମ୍ବା ଏପରିକି ତାଙ୍କ ଦ୍ବାରା ଦୁର୍ବ୍ୟବହାରର ଶିକାର ହେବା ଅଧିକ ଉତ୍ତମ । କେଉଁ ବିଷୟ ଅଧିକ ଗୁରୁତ୍ବପୂର୍ଣ୍ଣ? - ଏକ ଆଇନଗତ ଯୁଦ୍ଧ କିମ୍ବା ଜଣେ ବ୍ୟକ୍ତିର ଅନନ୍ତ ପ୍ରାଣ ରକ୍ଷା କରିବା ନିମନ୍ତେ ଯୁଦ୍ଧ?

ସାରାଂଶରେ କହିବାକୁ ଗଲେ, ମଣ୍ଡଳୀ ବିଷୟ ନେଇ ଖ୍ରୀଷ୍ଟିୟାନମାନେ କ'ଣ ପରସ୍ପରକୁ ବିଚାରାଳୟକୁ ଟାଣି ନେବା ଉଚିତ୍? ନିଶ୍ଚିତ ଭାବେ ନୁହଁ! ଖ୍ରୀଷ୍ଟିୟାନମାନେ ସାଧାରଣ ଲୋକ ସଂକ୍ରାନ୍ତୀୟ ବିଷୟରେ ପରସ୍ପରକୁ ବିଚାରାଳୟକୁ ଟାଣି ନେବା ଉଚିତ୍ କି? ଯଦି ଅନ୍ୟ ଯେକୌଣସି ଉପାୟରେ ବିଚାରାଳୟକୁ ଯିବା ରୋକାଯାଇପାରିବ, ତେବେ ଏହା ନା । ଖ୍ରୀଷ୍ଟିୟାନମାନେ ଅଣ-ଖ୍ରୀଷ୍ଟିୟାନମାନଙ୍କୁ ସାଧାରଣ ଲୋକ ସଂକ୍ରାନ୍ତୀୟ ବିଷୟରେ କ'ଣ ବିଚାରାଳୟକୁ ଟାଣି ନେବା ଉଚିତ୍? ପୁନଶ୍ଚ, ଯଦି ଏହାକୁ ଅନ୍ୟ ଉପାୟରେ ଏଡାଯାଇପାରିବ, ତେବେ ନା । ଅଥଚ, କିଛି ଘଟନାରେ, ଯେପରିକି ଆମ ନିଜ ଅଧିକାରର ସୁରକ୍ଷା ବିଷୟରେ (ଯେପରିକି ପ୍ରେରିତ ପାଉଲଙ୍କ କ୍ଷେତ୍ରରେ ଘଟିଥିଲା), ଏକ ଆଇନଗତ ସମାଧାନ କରିବାର ଆଶ୍ରୟ ନେବା ଯୁକ୍ତିଯୁକ୍ତି ହୋଇପାରେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆଇନଗତ ପଦକ୍ଷେପ ନେବା / ମୋକଦ୍ଦମା କରିବା ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries