settings icon
share icon
ପ୍ରଶ୍ନ

ମୃତ୍ୟୁ ପରେ କଅଣ ଜୀବନ ଅଛି?

ଉତ୍ତର


ମୃତ୍ୟୁ ପରେ ଜୀବନ ଅଛି ନା ନାହିଁ, ଏହା ଏକ ସାର୍ବଜନୀନ ପ୍ରଶ୍ନ ଅଟେ |ଆୟୁବ ଏହା ବ୍ୟକ୍ତ କରିବା ଦ୍ଵାରା ଆମ ସମସ୍ତଙ୍କ ପକ୍ଷରୁ କୁହନ୍ତି, “ ସ୍ତ୍ରୀ ଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ । ସେ ପୁଷ୍ପ ତୁଲ୍ୟ ପ୍ରସ୍ଫୁଟିତ ହୋଇ କାଟ ଯାଏ ମଧ୍ୟ ସେ ଛାୟା ତୁଲ୍ୟ ବହିଯାଇ ସ୍ଥିର ନ ଥାଏ... ଯଦି ମନୁଷ୍ୟ ମୃତ୍ୟୁବରଣ କରେ ସେ ପୁଣି ଠାରେ ଜୀବିତ ହେବ (ଆୟୁବ 14:1-2) । ଆୟୁବଙ୍କ ଭଳି, ଆମେ ସମସ୍ତେ ଏହି ପ୍ରଶ୍ନ ଦ୍ଵାରା ଆହ୍ଵାନିତ ହୋଇ ଅଛୁ । ପ୍ରକୃତରେ ଆମେ ମୃତ୍ୟୁବରଣ କଲା ଉତ୍ତାରେ ଆମ ପ୍ରତି କଅଣ ହୁଏ? କଅଣ ଆମ ଅସ୍ତିତ୍ୟର ଅବସାନ ଘଟିଥାଏ ? ବ୍ୟକ୍ତିଗତ ମହାନତାକୁ ପ୍ରାପ୍ତ କରିବା ପାଇଁ ଜୀବନ କଅଣ ପ୍ରସ୍ଥାନ କରିବା ଓ ଜଗତକୁ ଫେରିବାର ଏକ ଘୁରି ବୁଲୁଥିବା ଦ୍ଵାରା? କଅଣ ସମସ୍ତେ ସମାନ ସ୍ଥାନକୁ ଯାଆନ୍ତି ନା, ଆମେ ଏକ ଭିନ୍ନ ସ୍ଥାନକୁ ଯାଇଥାଉ? ବାସ୍ତବରେ କଅଣ ସ୍ଵର୍ଗ ଓ ନର୍କ ଅଛି?

ବାଇବଲ ଯେ ନ କେବଳ ଆମକୁ ଶିକ୍ଷା ଦିଏ ଯେ, ମୃତ୍ୟୁ ଉତ୍ତାରେ କେବଳ ଜୀବନ ଅଛି, କିନ୍ତୁ ଅନନ୍ତ ଜୀବନ ରହିଅଛି ଯାହାକି ଅତ୍ୟନ୍ତ ଗୌରବମୟ, “ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟ ହୃଦୟରେ ଯାହା ଜାତ ହୋଇନାହିଁ, ଯେସମସ୍ତ ବିଷୟ ଇଶ୍ଵର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି” (୧ କରିନ୍ଥୀୟ ୨: ୯) | ଯୀଶୁ ଖ୍ରୀଷ୍ଟ ଯେ କି ଦେହବନ୍ତ-ଇଶ୍ଵର, ସେ ଅନନ୍ତ ଜୀବନର ଉପହାର ଦେବା ନିମନ୍ତେ ଏହି ଜଗତକୁ ଆସିଥିଲେ | “କିନ୍ତୁ ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ” (ଯିଶାୟ ୫୩:୫) | ଆମର ପାପର ଦଣ୍ଡକୁ ଯୀଶୁ ବୋହିଲେ ଏବଂ ପାପର ମୂଲ୍ୟ ପରିଶୋଧ ପାଇଁ ସେ ନିଜ ଜୀବନ ବଳିଦାନ କଲେ | ତିନିଦିନ ଉତ୍ତାରେ, କବରରୁ ଉତଥିତ ହୋଇ ମୃତ୍ୟୁ ଉପରେ ବିଜୟ ହାସଲ କରିବାର ସେ ପ୍ରମାଣ ଦେଲେ | ପୃଥିବୀରେ ୪୦ ଦିନ ରହିଲେ ଏବଂ ସ୍ଵର୍ଗାରୋହଣ ପୂର୍ବରୁ ହଜାର ହଜାର ଲୋକଙ୍କୁ ସେ ଦର୍ଶନ ଦେଲେ | ରୋମୀୟ ୪:୨୫ କହେ ଯେ, “ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତଥାପିତ ହେଲେ” |

ଖ୍ରୀଷ୍ଟଙ୍କର ପୁନରୁଥାନ ହେଉଛି ଏକ ପ୍ରମାଣସିଦ୍ଧ ଘଟଣା | ପ୍ରେରିତ ପାଉଲ, ଏହାର ବିଧିମାନ୍ୟତା ପାଇଁ ତ୍ୟକ୍ଷଦର୍ଶିଙ୍କୁ ପ୍ରଶ୍ନ କରିବାକୁ ଲୋକମାନଙ୍କୁ ଆହ୍ଵାନ କରୁଥିଲେ । କିନ୍ତୁ କେହି ସୁଦ୍ଧା ଏହାର ସତ୍ୟତା ସହିତ ପ୍ରତିଯୋଗୀତା କରି ପାରିଲେ ନାହିଁ | ପୁନରୁତଥାନ ହେଉଛି ଖ୍ରୀଷ୍ଟିଆନ ଜୀବନର ପ୍ରସ୍ତରଭୂମି | କାରଣ ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତଥିତ ହୋଇଥବା ହେତୁ, ଆମେ ବିଶ୍ଵାସ କରୁ ଯେ, ଆମେମାନେ ମଧ୍ୟ ପୁନରୁତଥିତ ହେବା | ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତଥାନ ହେଉଛି ମୃତ୍ୟୁ ଉତ୍ତାରେ ଜୀବନର ଏକ ମୌଳିକ ପ୍ରମାଣ | ଖ୍ରୀଷ୍ଟ ହେଉଛନ୍ତି ମହାନ ଶସ୍ୟ ସଂଗ୍ରହର ପ୍ରଥମ ଫଳ, ଅର୍ଥାତ୍ ମୃତ ମାନଙ୍କ ମଧ୍ୟରୁ ପ୍ରଥମ ଜାତ | ଶାରୀରିକ ମୃତ୍ୟୁ ଏକ ମନୁଷ୍ୟ ଆଦମଙ୍କ ଦ୍ଵାରା ଏହି ଜଗତକୁ ଆସିଲା ଯାହାଙ୍କ ସହିତ ଆମେ ସମସ୍ତଙ୍କ ସମ୍ପର୍କ ଅଛି । କିନ୍ତୁ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରି ପରମେଶ୍ଵରଙ୍କ ପରିବାର ଭୁକ୍ତ ହୋଇଅଛନ୍ତି, ସେମାନେ ନୂତନ ଜୀବନ ପ୍ରାପ୍ତ ହେବେ (୧ କରିନ୍ଥୀୟ ୧୫:୨୦-୨୨) | ଯେପରି କି ପରମେଶ୍ବର, ଯୀଶୁଙ୍କର ଶରୀରକୁ ଉତଥିତ କଲେ, ସେହିପରି ଯୀଶୁଙ୍କ ଆଗମନରେ ଆମ ଶରୀର ପୁନରୁଥିତ ହେବ (୧ କରନ୍ଥୀୟ ୬:୧୪) |

ଯଦିଓ, ଆମେ ସମସ୍ତେ ଶେଷ ସମୟରେ ପୁନରୁଥିତ ହେବୁ, ସମସ୍ତେ ସ୍ଵର୍ଗକୁ ଯିବେ ନାହିଁ | ନିଜ ଜୀବନରେ ପ୍ରତ୍ୟେକ ବ୍ୟକ୍ତିକୁ ଏକ ନିଷ୍ପତି ନେବାକୁ ହେବ, ଏବଂ ଏହି ନିଷ୍ପତି ସେହି ବ୍ୟକ୍ତିର ଅନନ୍ତ ଲକ୍ଷ୍ୟସ୍ଥଳ ନିର୍ଦ୍ଧାରଣ କରିବ | ବାଇବଲ୍ କହେ ଯେ, “ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ, ଆଉ ତାପରେ ବିଚାର ନିରୂପିତ ଅଛି” (ଏବ୍ରୀ ୯:୨୭) | ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ରଖି ଧାର୍ମିକ ଗଣିତ ହୋଇଅଛନ୍ତି, ସେମାନେ ସ୍ଵର୍ଗରେ ଅନନ୍ତ ଜୀବନରେ ପ୍ରବେଶ କରିବେ, କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତାରୁପେ ଗ୍ରହଣ କରନ୍ତି ନାହିଁ , ସେମାନେ ନର୍କରେ ଅନନ୍ତକାଳୀନ ଦଣ୍ଡ ଭୋଗ କରିବେ (ମାଥିଉ ୨୫:୪୬) | ସ୍ଵର୍ଗ ଭଳି ନର୍କ ଏକ ରହିବାର ସ୍ଥିତି ନୁହେଁ, କିନ୍ତୁ ଏହା ଏକ ବାସ୍ତବ ସ୍ଥାନ ଅଟେ | ଏହା ଏପରି ଏକ ସ୍ଥାନ ଯେଉଁଠାରେ ଦୁଷ୍ଟ ଲୋକେ, ଈଶ୍ଵରଙ୍କ ଅନନ୍ତ କ୍ରୋଧର ଚିରକାଳ ଭୋଗ କରିବ | ନର୍କକୁ ପାତଳ କୁଣ୍ଡ (ଲୂକ ୮:୩୧; ପ୍ରକାଶିତ ୯:୧), ଅଗ୍ନି ଓ ଗନ୍ଧକମୟ ହ୍ରଦ ଭାବରେ ବର୍ଣ୍ଣନା କରାଯାଇଛି, ଯେଉଁଠାରେ କି ଦୁଷ୍ଟମାନେ ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ (ପ୍ରକାଶିତ ୨୦:୧୦) | ନର୍କରେ, ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ, ଏହା ଗଭୀର ଦୁଃଖ, ଶୋକ ଓ କ୍ରୋଧକୁ ବର୍ଣ୍ଣନା କରେ (ମାଥିଉ ୧୩:୪୨) |

ସଦାପ୍ରଭୁ କହନ୍ତି, ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚଇ, ଏଥିରେ ହିଁ ଆମର ସନ୍ତୋଷ ଅଛି (ଯିହିଜିକଲ ୩୩:୧୧) | କିନ୍ତୁ ସେ ଆମକୁ ତାହାଙ୍କ ବଶୀଭୂତ ହେବାକୁ ବାଧ୍ୟ କରିବେ ନାହିଁ; ଯଦି ଆମେ ତାହାଙ୍କୁ ଅଗ୍ରାହ୍ୟ କରିବାକୁ ନିଷ୍ପତିକୁ ନେଉ, ତେବେ ତାହାଙ୍କଠାରୁ ଅନନ୍ତକାଳ ପୃଥକ ରହିବା ଆମ ନିଷ୍ପତିକୁ ସେ ଗ୍ରହଣ କରନ୍ତି । ପୃଥିବୀରେ ଆମ ଜୀବନ ହେଉଛି ଏକ ପରୀକ୍ଷା, ଓ ଆଗାମୀ ବିଷୟର ସମ୍ମୁଖୀନ ହେବା ପାଇଁ ଏକ ପ୍ରସ୍ତୁତି | ବିଶ୍ଵାସୀଙ୍କ ପାଇଁ ମୃତ୍ୟୁ ପର ଜୀବନ ହେଉଛି ସ୍ଵର୍ଗରେ ଈଶ୍ଵରଙ୍କ ସହ ଅନନ୍ତ ଜୀବନ | ଅବିଶ୍ଵାସୀଙ୍କ ପାଇଁ, ମୃତ୍ୟୁ ପର ଜୀବନ ହେଉଛି ଅନନ୍ତକାଳୀନ ଅଗ୍ନିମୟ ହ୍ରଦ | ମୃତ୍ୟୁ ଉତ୍ତାରେ ଆମେ କିପରି ଅନନ୍ତ ଜୀବନ ପାଇପାରିବା ଓ ଅନନ୍ତକାଳୀନ ଅଗ୍ନିମୟ ହ୍ରଦରୁ କିପରି ରକ୍ଷା ପାଇପାରିବା? ଏହାର କେବଳ ଏକମାତ୍ର ରାସ୍ତା ହେଉଛି, ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଓ ଭରସା ରଖିବା | ଯୀଶୁ କହିଲେ, “ମୁଁ ପୁନରୁତଥାନ ଓ ଜୀବନ; ଯେ ମୋ’ଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବା; ପୁଣି ଯେକେହି ବଞ୍ଚେ ଓ ମୋ’ଠାରେ ବିଶ୍ଵାସ କରେ, ସେ କଦାପି କେବେ ହେଁ ମରିବ ନାହିଁ” (ଯୋହନ ୧୧:୨୫,୨୬) |

ବିନାମୂଲ୍ୟର ଉପହାର- ଅନନ୍ତଜୀବନ ସମସ୍ତଙ୍କ ପାଇଁ ଉପଲବଧ ଅଛି | “ଯେ ପୁତ୍ରଙ୍କଠାରେ ବିଶ୍ଵାସ କରେ, ସେ ଅନନ୍ତଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ,କିନ୍ତୁ ସେ ଈଶ୍ଵରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ” (ଯୋହନ ୩:୩୬) | ମୃତ୍ୟୁ ଉତ୍ତାରେ ଈଶ୍ଵରଙ୍କ ପରିତ୍ରାଣର ଉପହାର ଗ୍ରହଣ କରିବାକୁ ଆମକୁ ଆଉ ସୁଯୋଗ ଦିଆଯିବ ନାହିଁ | ଆମ ଅନନ୍ତକାଳୀନ ଭବିଷ୍ୟତ୍, ଏହି ଜଗତରେ ଆମେ ଜୀବିତ ଥିବା ସମୟରେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ ଅବା ଅଗ୍ରାହ୍ୟ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ | “ଦେଖ, ଏବେ ମହା ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ” (୨ କରିନ୍ଥୀୟ ୬:୨) | ଯଦି ଆମେ ବିଶ୍ଵାସ କରୁ ଯେ, ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ, ଈଶ୍ଵରଙ୍କ ବିରୋଧରେ ଆମ ପାପର ସମ୍ପୂର୍ଣ୍ଣ ମୂଲ୍ୟ ପରିଶୋଧ ହୋଇଉଛି ତେବେ, ଆମକୁ କେବଳ ଏହି ପୃଥିବୀରେ ଏକ ଅର୍ଥପୂର୍ଣ୍ଣ ଜୀବନ ପ୍ରଦତ୍ତ ହେବ ତାହା ନୁହେଁ, କିନ୍ତୁ ମୃତ୍ୟୁ ଉତ୍ତାରେ ଖ୍ରୀଷ୍ଟଙ୍କ ଗୌରବମୟ ଉପସ୍ଥିତିରେ ଆମେ ଅନନ୍ତ ଜୀବନ ପାଇବା | ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୃତ୍ୟୁ ପରେ କଅଣ ଜୀବନ ଅଛି?
© Copyright Got Questions Ministries