settings icon
share icon
ପ୍ରଶ୍ନ

ଆଦି ପୁସ୍ତକରେ ଥିବା ଲୋକେ କାହିଁକି ଏତେ ଦୀର୍ଘଜୀବି ହେଉଥିଲେ?

ଉତ୍ତର


ଆଦିପୁସ୍ତକ ପ୍ରଥମ କେତୋଟି ଅଧ୍ୟାୟରେ ଥିବା ଲୋକେ କାହିଁକି ଏତେ ଦୀର୍ଘଜୀବି ହେଉଥିଲେ ଏହା କିଛି ମାତ୍ରାରେ ଏକ ରହସ୍ୟ ଅଟେ । ଏ ବିଷୟରେ ବାଇବଲ ପଣ୍ଡିତମାନଙ୍କ ଦ୍ବାରା ଅନେକ ତତ୍ତ୍ବ ରହିଛି । ଆଦି ପୁସ୍ତକ ୫ ଅଧ୍ୟାୟରେ ଥିବା ବଂଶାବଳୀ ଆଦମଙ୍କ ବଂଶଧରମାନଙ୍କ ମଧ୍ୟରେ ଥିବା ଈଶ୍ବରୀୟ ଲୋକମାନଙ୍କ ବିଷୟରେ ଲିପିବଦ୍ଧ କରେ ଯେଉଁମାନେ ପରିଶେଷରେ ମଶୀହଙ୍କୁ ଜନ୍ମ ଦେଇଥିଲେ । ଈଶ୍ବର ସମ୍ଭବତଃ ଏହି ବଂଶରେ ଥିବା ଲୋକମାନଙ୍କର ଈଶ୍ବରପରାୟଣତା ଏବଂ ବାଧ୍ୟତାର ଫଳସ୍ବରୂପ ସେମାନଙ୍କୁ ଦୀର୍ଘଜୀବି କରି ଆଶୀର୍ବାଦ କରିଥିଲେ । ଯଦିଓ ଏହା ଏକ ସାମ୍ଭାବ୍ୟ ବ୍ୟାଖ୍ୟା ଅଟେ, ଆଦି ପୁସ୍ତକ ୫ ଅଧ୍ୟାୟରେ ଉଲ୍ଲିଖିତ ବ୍ୟକ୍ତିମାନଙ୍କର ଦୀର୍ଘ ଜୀବନକାଳକୁ ସଂକୁଚିତ କରିଥିବାର ନିର୍ଦ୍ଧିଷ୍ଟ ଭାବେ ବାଇବଲରେ କୌଣସି ସ୍ଥାନରେ ଲେଖାଯାଇନାହିଁ । ଆହୁରି, ହନୋକଙ୍କ ଛଡା ଆଦି ୫ ଅଧ୍ୟାୟରେ ଆଉ କାହାକୁ ଈଶ୍ବର ପରାୟଣତା ଭାବରେ ଚିହ୍ନିତ କରେନାହିଁ । ସମ୍ଭବତଃ, ସେହି ସମୟରେ ପ୍ରତ୍ୟେକ ମନୁଷ୍ୟ ଅନେକ ଶହ ବର୍ଷ ବଞ୍ଚୁଥିଲେ । ଏଥିନିମନ୍ତେ ଅନେକ କାରକକୁ ଦାୟୀ କରାଯାଇପାରେ ।

ଆଦି ୧:୬-୭ ପୃଥିବୀକୁ ଚାନ୍ଦୁଆ ପରି ଘେରି ରହିଥିବା ଜଳ ଊର୍ଦ୍ଧ୍ବରେ ଥିବାର ଉଲ୍ଲିଖିତ କରେ । ଏପରି ଏକ ଜଳ ଘେରା ଏକ ସବୁଜଘର ପ୍ରଭାବ ସୃଷ୍ଟି କରିଥିବ ଯାହା ସୂର୍ଯ୍ୟର ବିକିରଣ ରଶ୍ମିର ପ୍ରଭାବରୁ ମୁକ୍ତ କରିଥିବ ଯେଉଁ ବିକିରଣ ରଶ୍ମି ବର୍ତ୍ତମାନ ପୃଥିବୀକୁ ଆଘାତ କରେ । ଏହାର ଫଳସ୍ବରୂପ ଏକ ଆଦର୍ଶ ଜୀବନ ଧାରଣ ସ୍ଥିତି ଉପୁଜିଥିବ । ଆଦି ୭:୧୧ ଦର୍ଶାଏ ଯେ, ଜଳପ୍ଳାବନ ସମୟରେ ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେବା ବିଷୟରେ ଲେଖାଯାଏ, ଯାହା ସେହି ଆଦର୍ଶ ଜୀବନଧାରଣ ସ୍ଥିତିର ଅନ୍ତ ଘଟାଇଲା । ଜଳ ପ୍ଳାବନ ପୂର୍ବରେ ଥିବା ଜୀବନକାଳ (ଆଦି ୫:୧-୩୨) ସହ ଜଳ ପ୍ଳାବନ ପରର ଜୀବନକାଳ (ଆଦି ୧୧:୧୦-୩୨)କୁ ତୁଳନା କରନ୍ତୁ । ଜଳ ପ୍ଳାବନ ପରେ ପରେ ଆଶ୍ଚର୍ଯ୍ୟଜନକ ଭାବେ ମନୁଷ୍ୟ ବୟସରେ ହ୍ରାସ ଘଟିଲା ।

ଏ ବିଷୟରେ ଆଉ ଏକ ବିଚାର ହେଉଛି ଯେ, ସୃଷ୍ଟିର ପ୍ରଥମ ଅଳ୍ପ ପୀଢିରେ ମାନବ ଜିନ୍ ଗତ ଢାଞ୍ଚାରେ ଅଳ୍ପକିଛି ତ୍ରୁଟି ସଂଗଠିତ ହେଲା । ଆଦମ ଓ ହବା ସିଦ୍ଧ ଭାବେ ନିର୍ମିତ ହୋଇଥିଲେ । ସେମାନେ ନିଶ୍ଚିତଭାବେ ରୋଗ ଏବଂ ଅସୁସ୍ଥତାକୁ ଅତି ଅଧିକ ପ୍ରତିବାଧା କରୁଥିଲେ । ସେମାନଙ୍କ ବଂଶଧରମାନେ ଏହି ସୁବିଧାକୁ ଲାଭ କରିଥାଇପାରନ୍ତି, ଯଦିଓ ଏହାର ମାତ୍ରା ଅପେକ୍ଷାକୃତ କମ୍ । ପାପର ଫଳ ସ୍ବରୂପ, ସମୟାନୁକ୍ରମେ ମାନବ ଜିନଗତ ଢାଞ୍ଚା ଅବିଶ୍ବନୀୟ ଭାବେ ଦ୍ରୁତଗତିରେ ସଂକ୍ରମିତ ହେଲା, ଏବଂ ମନୁଷ୍ୟମାନେ ଅଧିକରୁ ଅଧିକ ମୃତ୍ୟୁ ଓ ରୋଗ ଦ୍ବାରା ସହଜରେ ପ୍ରଭାବିତ ହେଲେ । ଏହା ମଧ୍ୟ କଠୋର ଭାବରେ ଜୀବନକାଳକୁ ହ୍ରାସ କରିଦେଇଥିବ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆଦି ପୁସ୍ତକରେ ଥିବା ଲୋକେ କାହିଁକି ଏତେ ଦୀର୍ଘଜୀବି ହେଉଥିଲେ?
© Copyright Got Questions Ministries