ପ୍ରଶ୍ନ
ଜଣେ ଖ୍ରୀଷ୍ଟିୟାନ ସାମରିକ କାର୍ଯ୍ୟ କରିବା ବିଷୟରେ ବାଇବଲ କ'ଣ କୁହେ?
ଉତ୍ତର
ସାମରିକ ବିଭାଗରେ କାର୍ଯ୍ୟ କରୁଥିବା ତଥ୍ୟ ଉପରେ ବାଇବଲ ଅନେକ ତଥ୍ୟ ଧାରଣ କରିଛି । ଯେତେବେଳେ ବାଇବଲରେ ଥିବା ସାମରିକ ସମ୍ବନ୍ଧ ଉଲ୍ଲେଖ କେବଳ ରୂପକ ହୋଇଥିବା ସ୍ଥଳେ, ଅନେକ ପଦ କିନ୍ତୁ ଏହି ପ୍ରଶ୍ନ ସହ ସିଧାସଳଖ ସମ୍ବନ୍ଧିତ କରେ । ଜଣେ ସାମରିକ କାର୍ଯ୍ୟ କରିବା ଉଚିତ୍ ନା ନାହିଁ ସେ ବିଷୟରେ ବାଇବଲ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଏ ନାହିଁ । ସେହି ସମୟରେ, ଖ୍ରୀଷ୍ଟିୟାନମାନେ ନିଶ୍ଚିନ୍ତରେ ରହିପାରିବେ ଯେ, ଏକ ସୈନ୍ୟ ହେବା ବିଷୟକୁ ସମଗ୍ର ଶାସ୍ତ୍ରରେ ଉଚ୍ଚ ସମ୍ମାନାସ୍ପଦ ଅଟେ ଏବଂ ଏହା ବାଇବଲ ସମ୍ମତ ବିଶ୍ବ ଦୃଷ୍ଟିକୋଣ ସହିତ ସଙ୍ଗତ ଅଟେ ବୋଲି ଜାଣନ୍ତି ।
ସାମରିକ କାର୍ଯ୍ୟର ପ୍ରଥମ ଉଦାହରଣ ପୁରାତନ ନିୟମରେ (ଆଦି ୧୪) ଦେଖିବାକୁ ମିଳେ, ଯେତେବେଳେ ଅବ୍ରହାମଙ୍କ ପୁତୁରା ଲୋଟ ଏଲମର ରାଜା କଦର୍ଲାୟୋମର ଓ ତାଙ୍କ ସହଭାଗୀଗଣଙ୍କ ଦ୍ବାରା ଅପହୃତ ହୋଇଥିଲେ । ଅବ୍ରହାମ ତାଙ୍କ ଗୃହଜାତ ୩୧୮ ଜଣ ତାଲିମପ୍ରାପ୍ତ ଲୋକଙ୍କୁ ସଂଗ୍ରହ କରି ଲୋଟଙ୍କୁ ଉଦ୍ଧାର କରିବା ନିମନ୍ତେ ସେମାନଙ୍କ ପଛରେ ଗୋଡାଇ ଏଲମୀୟମାନଙ୍କୁ ପରାସ୍ତ କଲେ । ଏଠାରେ ଆମେ ଦେଖୁ ଯେ, ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଲୋକମାନେ ଏକ ମହାନ୍ କାର୍ଯ୍ୟ ନିମନ୍ତେ ନିୟୋଜିତ ହେଉଛନ୍ତି, ଓ ସେହି କାର୍ଯ୍ୟ ହେଉଛି ନିର୍ଦ୍ଦୋଷମାନଙ୍କୁ ଉଦ୍ଧାର କରି ସୁରକ୍ଷା ଦେବା ।
ଇଶ୍ରାୟେଲର ପରବର୍ତ୍ତୀ ଇଶ୍ରାୟେଲ ଇତିହାସରେ ଇଶ୍ରାୟେଲ ଜାତି ଏକ ପଦାଚାରୀ ସୈନ୍ୟବାହିନୀର ବିକାଶ କରିଥିଲେ । ଈଶ୍ବର ଯେ ସ୍ବର୍ଗୀୟ ଯୋଦ୍ଧା ଏବଂ ତାଙ୍କ ଲୋକମାନଙ୍କ ସୈନ୍ୟ ସଂଖ୍ୟା ଯେତେ ହେଉନା କାହିଁକି ସେମାନଙ୍କୁ ରକ୍ଷା କରିବେ ବୋଲି ଥିବା ଭାବ ବୋଧହୁଏ ଏକ କାରଣ ହୋଇପାରେ ଯେଉଁଥିଯୋଗୁଁ ଇଶ୍ରାୟେଲ ଏକ ସୈନ୍ୟଶ୍ରେଣୀ ବିକାଶ କରିବାରେ ଧୀର ଥିଲା । ଇଶ୍ରାୟେଲରେ ଏକ ନିୟମିତ ଖ୍ୟାତି ସମ୍ପନ୍ନ ସୈନ୍ୟଶ୍ରେଣୀର ବିକାଶ ଶାଉଲ, ଦାଉଦ ଏବଂ ଶଲୋମନଙ୍କ ଦ୍ବାରା ଏକ ଦୃଢ, କେନ୍ଦ୍ରୀଭୂତ ରାଜନୈତିକ ବ୍ୟବସ୍ଥା ହେବା ପରେ ହିଁ ହୋଇଥିଲା । ଶାଉଲ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଏକ ସ୍ଥାୟୀ ସୈନ୍ୟ ଶ୍ରେଣୀ ଗଠନ କରିଥିଲେ (୧ଶାମୁୟେଲ ୧୩:୨; ୨୪:୨; ୨୬:୨) ।
ଶାଉଲ ଯାହା ଆରମ୍ଭ କରିଥିଲେ, ତାହାକୁ ଦାଉଦ ଜାରି ରଖିଥିଲେ । ସେ ସୈନ୍ୟ ସଂଖ୍ୟା ବୃଦ୍ଧି କରିଥିଲେ, ଅନ୍ୟ ଅଞ୍ଚଳରୁ ଭଡା ସୂତ୍ରରେ ସୈନ୍ୟ ଆଣିବା ପ୍ରବର୍ତ୍ତନ କରିଥିଲେ ଯେଉଁମାନେ କି କେବଳ ତାଙ୍କ ପ୍ରତି ବିଶ୍ବସ୍ତ ଥିଲେ (୨ଶାମୁୟେଲ ୧୫:୧୯-୨୨), ଏବଂ ତାଙ୍କ ସୈନ୍ୟସକଳର ସିଧାସଳଖ ନେତୃତ୍ବକୁ ପରିବର୍ତ୍ତନ କରି ଯୋୟାବ୍ ନାମକ ଜଣେ ସେନାଧ୍ୟକ୍ଷ୍ୟଙ୍କ ନେତୃତ୍ବରେ ଛାଡିଦେଲେ । ଦାଉଦଙ୍କ ଶାସନ କାଳରେ, ଇଶ୍ରାୟେଲ ଏହାର ଆକ୍ରମଣାତ୍ମକ ସାମରିକ ନୀତିରେ ଅଧିକ ଆକ୍ରମଣଶୀଳ ଥିଲା, ଓ ଏହା ଅମ୍ମୋନ ପରି ପଡୋଶୀ ରାଜ୍ୟ ଗୁଡିକୁ ଶୋଷଣ କରିଥିଲା (୧ଶାମୁୟେଲ ୧୧:୧; ୧ବଂଶାବଳୀ ୨୦:୧-୩) । ଦାଉଦ ବର୍ଷକୁ ଏକ ମାସ କାର୍ଯ୍ୟ କରୁଥିବା ୨୪,୦୦୦ ଲୋକମାନଙ୍କର ବାରଗୋଟି ଦଳରେ ସୈନ୍ୟଦଳକୁ ପରିବର୍ତ୍ତନ କରିବାର ଏକ ବ୍ୟବସ୍ଥା ପ୍ରତିଷ୍ଠା କରିଥିଲେ (୧ବଂଶାବଳୀ ୨୭) । ଯଦିଓ ଶଲୋମନଙ୍କ ଶାସନକାଳ ଶାନ୍ତିପୂର୍ଣ୍ଣ ଥିଲା, ସେ ସୈନ୍ୟ ଶ୍ରେଣୀକୁ ଅଧିକ ପ୍ରସାରିତ କଲେ, ଏବଂ ରଥ ଓ ଅଶ୍ବାରୋହୀ ନିଯୁକ୍ତି କଲେ (୧ରାଜାବଳୀ ୧୦:୨୬) । ସେହି ପଦାଚାରୀ ସୈନ୍ୟ ଖ୍ରୀଷ୍ଟପୂର୍ବ ୫୮୬ ପର୍ଯ୍ୟନ୍ତ ଥିଲା (ଯଦିଓ ଶଲୋମନଙ୍କ ମୃତ୍ୟୁ ପରେ ରାଜ୍ୟ ସହ ସେଗୁଡିକର ମଧ୍ୟ ବିଭାଜନ ହେଲା), ଯେତେବେଳେ ଇଶ୍ରାୟେଲ (ଯିହୂଦା) ଏକ ରାଜନୈତିକ ଅସ୍ତିତ୍ବକୁ ହରାଇଲା ।
ନୂତନ ନିୟମରେ ଯେତେବେଳେ ଜଣେ ରୋମୀୟ ଶତସେନାପତି (ଏକ ଶହ ସୈନ୍ୟ ଉପରେ ଥିବା ଜଣେ ଅଫିସର୍) ଯୀଶୁଙ୍କ ନିକଟକୁ ଆସିଲେ, ସେତେବେଳେ ସେ (ଯୀଶୁ) ଆଚମ୍ବିତ ହୋଇଯାଇଥିଲେ । ଯୀଶୁଙ୍କ ପ୍ରତି ଶତସେନାପତିଙ୍କ ଉତ୍ତର ତାଙ୍କ ଅଧିକାର ଏବଂ ଯୀଶୁଙ୍କଠାରେ ତାଙ୍କ ବିଶ୍ବାସର ସ୍ବଷ୍ଟ ନିଦର୍ଶନ ଥିଲା (ମାଥିଉ ୮:୫-୧୩) । ଯୀଶୁ ତାଙ୍କ ବୃତ୍ତିକୁ ନିନ୍ଦା କରିନଥିଲେ । ନୂତନ ନିୟମରେ ଅନେକ ଶତସେନାପତିଙ୍କ ବିଷୟରେ ଉଲ୍ଲେଖ ଅଛି ଯେଉଁମାନଙ୍କୁ ଖ୍ରୀଷ୍ଟିୟାନ ଭାବରେ, ଈଶ୍ବରୀୟ ବୈଶିଷ୍ଟ୍ୟ ଏବଂ ଉତ୍ତମ ସ୍ବଭାବର ବ୍ୟକ୍ତି ଭାବରେ ପ୍ରଶଂସା କରାଯାଇଛି (ମାଥିଉ ୮:୫; ୨୭:୫୪; ମାର୍କ ୧୫:୩୯-୪୫; ଲୂକ ୭:୨; ୨୩:୪୭; ପ୍ରେରିତ ୧୦:୧; ୨୧:୩୨) ।
ସ୍ଥାନଗୁଡିକ ଓ ପଦବୀଗୁଡିକ ପରିବର୍ତ୍ତିତ ହୋଇଯାଇଥାଇପାରେ, କିନ୍ତୁ କିନ୍ତୁ ବାଇବଲରେ ଥିବା ଶତସେନାପତିମାନଙ୍କର ଯେପରି ମୂଲ୍ୟ ଅଛି ଆମ୍ଭମାନଙ୍କର ସୈନ୍ୟମାନଙ୍କର ସେପରି ମୂଲ୍ୟ ରହିବା ଉଚିତ୍ । ସୈନ୍ୟର ସ୍ଥିତି ଅତି ସମ୍ମାନସ୍ପଦ ଥିଲା । ଉଦାହରଣ ସ୍ବରୂପ, ପାଉଲ ଏପାଫ୍ରଦିତଙ୍କୁ ଜଣେ ସହ ଖ୍ରୀଷ୍ଟିୟାନ, ଏକ "ସହସେନା" ଭାବରେ ବର୍ଣ୍ଣନା କରନ୍ତି (ଫିଲିପ୍ପୀୟ ୨:୨୫) । ବାଇବଲ ଈଶ୍ବରଙ୍କର ସମସ୍ତ ସଜ୍ଜା (ଏଫିସୀୟ ୬:୧୦-୨୦) ପରିଧାନ କରି ପ୍ରଭୁଙ୍କଠାରେ ଶକ୍ତିଶାଳୀ ହେବା ନିମନ୍ତେ ମଧ୍ୟ ବର୍ଣ୍ଣନା କରିବା ସମୟରେ ସୈନ୍ୟର ଉପକରଣଗୁଡିକ - ଶିରସ୍ତ୍ରାଣ, ଢାଲ ଏବଂ ଖଡ୍ଗ ସମେତ ସାମରିକ ଶବ୍ଦ ଗୁଡିକ ବ୍ୟବହାର କରିଛି ।
ହଁ, ବାଇବଲ ପ୍ରତ୍ୟକ୍ଷ୍ୟ ଓ ପରୋକ୍ଷ ଭାବରେ ସାମରିକ କାର୍ଯ୍ୟ କରି ସେବା କରିବା ନିମନ୍ତେ କୁହେ । ଯେଉଁ ଖ୍ରୀଷ୍ଟିୟାନ୍ ପୁରୁଷ ଓ ମହିଳାମାନେ ସ୍ବଭାବ, ମର୍ଯ୍ୟାଦା, ଏବଂ ଗୌରବର ସହ ସେମାନଙ୍କ ଦେଶର ସେବା କରନ୍ତି, ସେମାନେ ନିଶ୍ଚିନ୍ତରେ ରହିପାରିବେ ଯେ, ସେମାନେ ସମ୍ପାଦନ କରୁଥିବା ନାଗରିକ କର୍ତ୍ତବ୍ୟ ଆମ୍ଭମାନଙ୍କ ସାର୍ବଭୌମ ଈଶ୍ବରଙ୍କ ଦ୍ବାରା ଦୋଷଯୁକ୍ତ ନୁହେଁ ଏବଂ ତାଙ୍କ ଦ୍ବାରା ଏହା ସମ୍ମାନସ୍ପଦ । ଯେଉଁମାନେ ସମ୍ମାନସ୍ପଦ ଭାବରେ ସାମରିକ କାର୍ଯ୍ୟ କରୁଛନ୍ତି ସେମାନେ ଆମର ସମ୍ମାନ ଏବଂ କୃତଜ୍ଞତା ପାଇବାର ଯୋଗ୍ୟ ।
English
ଜଣେ ଖ୍ରୀଷ୍ଟିୟାନ ସାମରିକ କାର୍ଯ୍ୟ କରିବା ବିଷୟରେ ବାଇବଲ କ'ଣ କୁହେ?