ପ୍ରଶ୍ନ
ଯେଉଁମାନେ ଯୀଶୁଙ୍କ ବିଷୟରେ ଶୁଣିବାର କେବେ ସୁଦ୍ଧା ସୁଯୋଗ ପାଇନାହାନ୍ତି ସେମାନଙ୍କ ପ୍ରତି କ’ଣ ହେବ?
ଉତ୍ତର
“ତାହାଙ୍କ ବିଷୟରେ ଶୁଣିଥିବା” ବା ନ ଶୁଣିଥିବା ପ୍ରତ୍ୟେକ ବ୍ୟକ୍ତି ଈଶ୍ଵରଙ୍କୁ ହିସାବ ଦେବେ । ବାଇବଲ ଆମ୍ଭମାନଙ୍କୁ କୁହେ ଯେ ଈଶ୍ଵର ପ୍ରକୃତିରେ (ରୋମୀ ୧:୨୦) ଏବଂ ଲୋକମାନଙ୍କ ହୃଦୟରେ (ଉପଦେଶକ ୩:୧୧) ନିଜକୁ ପ୍ରକାଶ କରିଅଛନ୍ତି । ସମସ୍ୟା ହେଉଛି ଯେ ମନୁଷ୍ୟଜାତି ପାପପୂର୍ଣ୍ଣ ଅଟନ୍ତି; ଆମେ ଈଶ୍ଵରଙ୍କ ଜ୍ଞାନକୁ ଅଗ୍ରାହ୍ୟ କରି ତାହାଙ୍କ ବିରୁଦ୍ଧରେ ବିଦ୍ରୋହ କରୁ (ରୋମୀୟ ୧:୨୧-୨୩) । ଯଦି ଈଶ୍ଵରଙ୍କ ଅନୁଗ୍ରହ ଆମପ୍ରତି ନ ଥାନ୍ତା, ତାହା ହେଲେ ଆମ୍ଭମାନଙ୍କ ହୃଦୟର ପାପପୂର୍ଣ୍ଣ ଅଭିଲାଷା ଅନୁସାରେ ଆମ୍ଭେମାନେ କାର୍ଯ୍ୟ କରିଥାନ୍ତୁ ଓ ଜାଣିପାରିଥାନ୍ତୁ ଯେ ଈଶ୍ଵରଙ୍କ ବିହୂନେ ଆମ୍ଭମାନଙ୍କ ଜୀବନ କିପରି ଆଶାହିନ, ଅଯୋଗ୍ୟ ଓ ଦୁଖମୟ ଅଟେ । ଯେଉଁମାନେ ତାହାଙ୍କୁ ବାରମ୍ବାର ଅଗ୍ରାହ୍ୟ କରନ୍ତି ସେମାନଙ୍କ ପ୍ରତି ସେ ଏହା କରନ୍ତି (ରୋମୀୟ ୧:୨୪-୩୨) ।
ବାସ୍ତବତା ଦୃଷ୍ଟିରୁ ଦେଖିଲେ, ଏପରି ନୁହେଁ ଯେ ଲୋକମାନେ ଈଶ୍ଵରଙ୍କ ବିଷୟରେ ଶୁଣିନାହାନ୍ତି । ବରଂ ସେମାନଙ୍କର ସମସ୍ୟା ହେଉଛି ସେମାନେ ଯାହା ଶୁଣିଅଛନ୍ତି ଓ ପ୍ରକୃତିରେ ଯାହା ଦେଖାଦେଇଛି, ତାହାକୁ ସେମାନେ ଏଡାଇ ଦେଇଛନ୍ତି । ଦ୍ଵିତୀୟବିବରଣ ୪:୨୯ କୁହେ “ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ତୁମ୍ଭ ସଦାପ୍ରଭୁ ପରମେଶ୍ଵରଙ୍କ ଅନ୍ଵେଷଣ କରିବ, ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହ ଅନ୍ଵେଷଣ କଲେ ତାହାଙ୍କର ଉଦ୍ଦେଶ୍ୟ ପାଇବ ।” ଏହି ପଦ ଏକ ଗୁରୁତ୍ତ୍ଵପୂର୍ଣ୍ଣ ନୀତି ଶିକ୍ଷା ଦିଏ – ଈଶ୍ଵରଙ୍କୁ ପ୍ରକୃତରେ ଖୋଜୁଥିବା ପ୍ରତ୍ୟେକ ବ୍ୟକ୍ତି ତାହାଙ୍କୁ ପାଇବ । ଯଦି ଜଣେ ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ ଜାଣିବା ନିମନ୍ତେ ଇଛା କରେ, ଈଶ୍ଵର ନିଜକୁ ତାହାଠାରେ ପ୍ରକାଶ କରିବେ ।
ସମସ୍ୟାଟି ହେଉଛି “ଯେ ବୁଝେ ଏପରି କେହି ନାହିଁ; ଯେ ଈଶ୍ଵରଙ୍କ ଅନ୍ବେଷଣ କରେ ଏପରି ଜଣେ ନାହିଁ ” (ରୋମୀୟ ୩:୧୧) । ଲୋକମାନେ ପ୍ରକୃତିରେ ଓ ସେମାନଙ୍କ ନିଜ ହୃଦୟରେ ଥିବା ଈଶ୍ଵରଙ୍କ ଜ୍ଞାନକୁ ଏଡାଇ ଦିଅନ୍ତି, ଏବଂ ସେମାନେ ନିଜେ ସୃଷ୍ଟି କରିଥିବା ଏକ “ଈଶ୍ଵର”ଙ୍କୁ ଉପାସନା କରିବାକୁ ନିଷ୍ପତ୍ତି ନିଅନ୍ତି । ଖ୍ରୀଷ୍ଟଙ୍କ ସୁସମାଚାର ଶୁଣିବାର ସୁଯୋଗ କେବେ ପାଇନଥିବା ଜଣେ ବ୍ୟକ୍ତିକୁ ଈଶ୍ଵର ନରକକୁ ପଠାଇବାର ନ୍ୟାୟ ବା ଅନ୍ୟାୟ ବିଷୟରେ ତର୍କ କରିବା ମୂର୍ଖତା ଅଟେ । ଈଶ୍ଵର ଲୋକମାନଙ୍କୁ ଯାହା ପ୍ରକାଶ କରିଅଛନ୍ତି ସେଥିପାଇଁ ସେମାନେ ଈଶ୍ଵରଙ୍କ ନିକଟରେ ଦାୟୀ ରୁହନ୍ତି । ବାଇବଲ କୁହେ ଯେ ଲୋକମାନେ ଏହି ଜ୍ଞାନକୁ ଏଡାଇ ଦିଅନ୍ତି, ସେଥିପାଇଁ ସେମାନଙ୍କୁ ନରକ ଦଣ୍ଡ ଦେବା ଈଶ୍ଵରଙ୍କ ପକ୍ଷରେ ନ୍ୟାୟ ଅଟେ ।
ଯେଉଁମାନେ କେବେ ଶୁଣିନାହାନ୍ତି ସେମାନଙ୍କର ଭାଗ୍ୟ ବା ଅବସ୍ଥା କ’ଣ ହେବ ସେ ବିଷୟରେ ତର୍କ ନ କରି, ଖ୍ରୀଷ୍ଟିୟାନ ଭାବରେ ସେମାନେ ଯେପରି ତାହା ଶୁଣିପାରିବେ ସେଥିପାଇଁ ଆମ୍ଭମାନଙ୍କର ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା । ସମଗ୍ର ଜାତି ନିକଟରେ ସୁସମାଚାର ପ୍ରସାର କରିବା ନିମନ୍ତେ ଆମ୍ଭମାନଙ୍କୁ କୁହାଯାଇଛି (ମାଥିଉ ୨୮:୧୯-୨୦; ପ୍ରେରିତ ୧:୮) । ଆମେ ଜାଣୁ ଯେ ପ୍ରକୃତିରେ ପ୍ରକାଶ କରାଯାଇଥିବା ଈଶ୍ଵରଙ୍କ ଜ୍ଞାନକୁ ଲୋକମାନେ ଅଗ୍ରାହ୍ୟ କରନ୍ତି, ଏବଂ ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଶୁଭ ସମ୍ବାଦ ଘୋଷଣା କରିବା ନିମନ୍ତେ ସେହି ବିଷୟ ଆମ୍ଭମାନଙ୍କୁ ପ୍ରେରଣା ଦେବା ନିହାତି ଆବଶ୍ୟକ । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ଵରଙ୍କ ଅନୁଗ୍ରହକୁ ଗ୍ରହଣ କରିବା ଦ୍ଵାରା ହିଁ ଲୋକମାନେ ସେମାନଙ୍କ ପାପରୁ ଉଦ୍ଧାର ପାଇପାରିବେ ଏବଂ ଈଶ୍ଵରଙ୍କ ବିହୂନେ ଅନନ୍ତକାଳ ଅଲଗା ହୋଇ ରହିବା ଅବସ୍ଥାରୁ ରକ୍ଷା ପାଇପାରିବେ ।
ଯଦି ଆମେ ଧରି ନେଉ ଯେ ଯେଉଁମାନେ କେବେ ସୁଦ୍ଧା ଈଶ୍ଵରଙ୍କ ବାକ୍ୟ ଶୁଣିନାହାନ୍ତି ସେମାନେ ଈଶ୍ଵରଙ୍କ ଅନୁଗ୍ରହ ପାଇବେ ବୋଲି, ତେବେ ଆମେ ଏକ ଭୟଙ୍କର ସମସ୍ୟାରେ ଅଛୁ । ସୁସମାଚାର କେବେ ଶୁଣିନଥିବା ଲୋକମାନେ ଯଦି ଉଦ୍ଧାର ପାଆନ୍ତି, ତେବେ ଲୋକମାନେ କେବେ ସୁସମାଚାର ନ ଶୁଣନ୍ତୁ ବୋଲି ଆମେ ନିଶ୍ଚିତ କରିବା ତର୍କ ଅନୁସାରେ ଠିକ୍ ହେବ । ସବୁଠାରୁ ଅଧିକ ଭୟଙ୍କର ବିଷୟ ହେଉଛି ଯଦି ଆମେ ଜଣେ ବ୍ୟକ୍ତିଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଓ ଶୁଣୁଥିବା ବ୍ୟକ୍ତି ଏହାକୁ ଅଗ୍ରାହ୍ୟ କରିବ । ଯଦି ସେପରି ହେଉଥାନ୍ତା, ତେବେ ସେ ଦୋଷୀ ହୋଇଥାନ୍ତେ ବା ଦଣ୍ଡ ପାଇଥାନ୍ତେ । ଯେଉଁମାନେ ସୁସମାଚାର ଶୁଣୁନାହାନ୍ତି, ସେମାନେ ନିହାତି ଦଣ୍ଡ ପାଇବା ଉଚିତ, ଯଦି ସେପରି ନ ହୁଏ, ତେବେ ସୁସମାଚାର କାର୍ଯ୍ୟ କରିବା ପାଇଁ ଆମ୍ଭମାନଙ୍କୁ ପ୍ରେରଣା ମିଳନ୍ତା ନାହିଁ । ଲୋକମାନେ ଯଦି ସୁସମାଚାର ନ ଶୁଣି ମଧ୍ୟ ପୂର୍ବରୁ ହିଁ ଉଦ୍ଧାର ପାନ୍ତି, ତେବେ ଆମେ କାହିଁକି ସୁସମାଚାର ପ୍ରଚାର କରିବା ଓ ସୁସମାଚାର ଏଡାଇଲେ ଯେଉଁ ଦଣ୍ଡ ରହିଛି, ସେମାନଙ୍କ ନିକଟକୁ କାହିଁକି ସେହି ସାମ୍ଭାବ୍ୟ ଦଣ୍ଡକୁ ଆଣିବା?
English
ଯେଉଁମାନେ ଯୀଶୁଙ୍କ ବିଷୟରେ ଶୁଣିବାର କେବେ ସୁଦ୍ଧା ସୁଯୋଗ ପାଇନାହାନ୍ତି ସେମାନଙ୍କ ପ୍ରତି କ’ଣ ହେବ? ଈଶ୍ଵରଙ୍କ ବିଷୟରେ କେବେ ଶୁଣିନଥିବା ଜଣେ ବ୍ୟକ୍ତିକୁ ଈଶ୍ଵର ଦଣ୍ଡ ଦେବେ କି?