settings icon
share icon
ପ୍ରଶ୍ନ

ନୂତନ ଆକାଶମଣ୍ଡଳ ଏବଂ ନୂତନ ପୃଥିବୀ କ'ଣ?

ଉତ୍ତର


ସ୍ବର୍ଗ ପ୍ରକୃତରେ କିପରି ସେ ବିଷୟରେ ଅନେକ ଲୋକଙ୍କର ଭୁଲ୍ ଧାରଣା ରହିଛି । ପ୍ରକାଶିତ ୨୧ ରୁ ୨୨ ଅଧ୍ୟାୟ ନୂତନ ଆକାଶ ମଣ୍ଡଳ ଏବଂ ନୂତନ ପୃଥିବୀ ବିଷୟରେ ଏକ ସବିଶେଷ ବିବରଣୀ ପ୍ରଦାନ କରେ । ଶେଷ ସମୟର ଘଟନାଗୁଡିକ ପରେ, ବର୍ତ୍ତମାନର ଆକାଶମଣ୍ଡଳ ଓ ପୃଥିବୀ ଅପସରି ଯାଇ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଆସିବ । ନୂତନ ପୃଥିବୀ ବିଶ୍ବାସୀମାନଙ୍କର ଅନନ୍ତକାଳୀନ ବାସସ୍ଥାନ ହେବ । ନୂତନ ପୃଥିବୀ ହେଉଛି "ସ୍ବର୍ଗ" ଯେଉଁଠି ଆମେ ଅନନ୍ତକାଳ କଟାଇବା । ଏହି ନୂତନ ପୃଥିବୀରେ ହିଁ ସ୍ବର୍ଗୀୟ ନଗରୀ ନୂତନ ଯିରୁଶାଲମ ରହିବ । ନୂତନ ପୃଥିବୀରେ ହିଁ ମୁକ୍ତାର ଦ୍ବାରଗୁଡିକ ଏବଂ ସୁବର୍ଣ୍ଣର ସାହି ରହିବ ।

ନୂତନ ପୃଥିବୀ ବା ସ୍ବର୍ଗ ହେଉଛି ଏକ ବାସ୍ତବ ସ୍ଥାନ ଯେଉଁଠି ଆମେ ଗୌରବପ୍ରାପ୍ତ ଭୌତିକ ଶରୀର ସହ ବାସ କରିବା (୧କରିନ୍ଥୀୟ ୧୫:୩୫-୫୮) । ସ୍ବର୍ଗ ଯେ "ମେଘମାଳା" ମଧ୍ୟରେ ଅଛି ଏହି ଧାରଣାଟି ବାଇବଲ ସମ୍ମତ ନୁହେଁ । ଆଉ ଏକ ଧାରଣା - ଆମେ ସ୍ବର୍ଗରେ "ଆତ୍ମା ରୂପରେ ସ୍ବର୍ଗରେ ପହଁରି ପହଁରି ରହିବା" ମଧ୍ୟ ବାଇବଲ ସମ୍ମତ ନାହିଁ ବିଶ୍ବାସୀମାନେ ଅନୁଭବ କରିବାକୁ ଥିବା ସ୍ବର୍ଗ ହେଉଛି ଏକ ନୂତନ ଏବଂ ସିଦ୍ଧ ସ୍ଥାନ ଯେଉଁଠି ଆମେ ବାସ କରିବା । ନୂତନ ପୃଥିବୀ ପାପରୁ, ମନ୍ଦରୁ, ଅସୁସ୍ଥତାରୁ, କ୍ଲେଶରୁ ଏବଂ ମୃତ୍ୟୂରୁ ମୁକ୍ତ ହେବ । ଏହା ଆମ ବର୍ତ୍ତମାନ ପୃଥିବୀ ପରି ହେବ, କିମ୍ବା ବୋଧହୁଏ ଆମ ବର୍ତ୍ତମାନ ପୃଥିବୀର ପୁନଃସୃଷ୍ତି ଅଟେ , କିନ୍ତୁ ପାପର ଅଭିଶାପ ବିନା ହେବ ।

ନୂତନ ଆକାଶମଣ୍ଡଳ ବିଷୟରେ କେଉଁ ବିଷୟ ବୁଝୁଅଛନ୍ତି? ପ୍ରାଚୀନକାଳରେ "heavens" ଆକାଶ ଏବଂ ବାହ୍ୟ ଶୂନ୍ୟ ମଣ୍ଡଳ ଓ ଈଶ୍ବର ବାସ କରୁଥିବା ସ୍ଥାନ ଭାବରେ ବିଦିତ ଥିଲା, । ତେଣୁ, ଯେତେବେଳେ ପ୍ରକାଶିତ ୨୧:୧ ନୂତନ ଆକାଶମଣ୍ଡଳ ବିଷୟରେ ଉଲ୍ଲେଖ କରେ, ଏହା ସମ୍ଭବତଃ ଜଣାଯାଏ ଯେ, ସମଗ୍ର ବିଶ୍ବବ୍ରହ୍ମାଣ୍ଡ ସୃଷ୍ଟି ହେବ - ଏକ ନୂତନ ପୃଥିବୀ, ନୂତନ ଆକାଶ, ଏକ ନୂତନ ବାହ୍ୟ ଶୂନ୍ୟମଣ୍ଡଳ । ଜଣାଯାଏ ଯେ, ବିଶ୍ବ ବ୍ରହ୍ମାଣ୍ଡରେ ଥିବା ପ୍ରତ୍ୟେକ ବିଷୟକୁ ଏକ "ତାରା ପ୍ରାରମ୍ଭ"ର ସ୍ବାଦ ଦେବା ପାଇଁ ଈଶ୍ବରଙ୍କ ସ୍ବର୍ଗ ମଧ୍ୟ ପୁନଃସୃଷ୍ଟି ହେବ, ଏବଂ ଏହା ହୁଏତ ଭୌତିକ କିମ୍ବା ଆଧ୍ୟାତ୍ମିକ ହେବ । ଆମେ ଅନନ୍ତକାଳ ନିମନ୍ତେ ନୂତନ ସ୍ବର୍ଗ ମଧ୍ୟରେ ପ୍ରବେଶ କରିପାରିବାକି? ସମ୍ଭବତଃ, ପ୍ରବେଶ କରିପାରିବା, କିନ୍ତୁ ଏହା ପାଇବା ନିମନ୍ତେ ଆମେ ଅପେକ୍ଷା କରିବାକୁ ପଡିବ । ସ୍ବର୍ଗ ବିଷୟକ ଆମର ବୁଝାମଣାକୁ ଆକାର ଦେବା ନିମନ୍ତେ ଆମେ ଈଶ୍ବରଙ୍କ ବାକ୍ୟକୁ ଅନୁମତି ଦେବାକି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ନୂତନ ଆକାଶମଣ୍ଡଳ ଏବଂ ନୂତନ ପୃଥିବୀ କ'ଣ?
© Copyright Got Questions Ministries