ପ୍ରଶ୍ନ
ଆମେ ଗୋଟିଏ ବିଷୟକୁ ବାରମ୍ବାର ପୁନରାବୃତ୍ତି କରି ପ୍ରାର୍ଥନା କରିବା ଗ୍ରହଣଯୋଗ୍ୟ ଅଟେକି, କିମ୍ବା ଆମେ କେବଳ ଥରେ ହିଁ ପ୍ରାର୍ଥନାରେ ମାଗିବା ଉଚିତ୍?
ଉତ୍ତର
ଲୂକ ୧୮:୧-୭ରେ, ପ୍ରାର୍ଥନାରେ ଅଧ୍ୟବସାୟ ବା ଲାଗିରହିବାର ଗୁରୁତ୍ବକୁ ବ୍ୟାଖ୍ୟା କରିବା ନିମନ୍ତେ ଏକ ଦୃଷ୍ଟାନ୍ତ ବ୍ୟବହାର କରିଛନ୍ତି । ସେ ଏକ ବିଧବାର କାହାଣୀ କୁହନ୍ତି ଯେଉଁ ବିଧବାକି ତା' ପ୍ରତିବାଦୀ ବିରୁଦ୍ଧରେ ନ୍ୟାୟ ପାଇବା ନିମନ୍ତେ ଏକ ବିଚାରହୀନ ବିଚାରକର୍ତ୍ତାଙ୍କ ନିକଟକୁ ଯାଏ । ପ୍ରାର୍ଥନାରେ ତା'ର ଅଧ୍ୟବସାୟ ଯୋଗୁଁ, ବିଚାରକର୍ତ୍ତା ତା' ପ୍ରତି କୋମଳ ମନୋଭାବ ପୋଷଣ କଲେ । ଏଠାରେ ଯୀଶୁ କହିବାର କଥା ହେଉଛି ଯଦି ଜଣେ ନିର୍ଦ୍ଦୟ ବିଚାରକର୍ତ୍ତା ନ୍ୟାୟ ପାଇବା ନିମନ୍ତେ ଅଧ୍ୟବସାୟ କରିବା କରିବାରୁ ବିଚାରକର୍ତ୍ତ ଜଣକ ନ୍ୟାୟ ପ୍ରଦାନ କଲେ, ତେବେ ଆମ୍ଭମାନଙ୍କୁ ପ୍ରେମ କରୁଥିବା ଈଶ୍ବର କିପରି ଭାବେ "ତାଙ୍କ ମନୋନୀତ ଲୋକମାନେ" (୭ ପଦ) ଯେ ଆମ୍ଭେମାନେ, ଆମ୍ଭେମାନେ ପ୍ରାର୍ଥନାରେ ଲାଗି ରହିଲେ ଆମ୍ଭମାନଙ୍କର ପ୍ରାର୍ଥନାର ଉତ୍ତର ନ ଦେବେ? ଅଥଚ, ଅନେକଙ୍କ ଭୁଲ୍ ଚିନ୍ତାଧାରାନୁଯାୟୀ ଆମେ ଯେତେବେଳେ କୌଣସି ବିଷୟରେ ବାରମ୍ବାର ପ୍ରାର୍ଥନା କରୁ, ଈଶ୍ବର ଆମ୍ଭମାନଙ୍କର ମାଗିଥିବା ସେହି ବିଷୟ ଦେବା ନିମନ୍ତେ ବାଧ୍ୟ ଅଟନ୍ତି । ବରଂ, ଈଶ୍ବର ତାଙ୍କ ନିଜ ଲୋକମାନଙ୍କର ପ୍ରତିକାର କରିବା ନିମନ୍ତେ, ସେମାନଙ୍କୁ ସତ୍ୟତା ପ୍ରତିପାଦନ କରିବା ନିମନ୍ତେ, ସେମାନଙ୍କର ଭୁଲକୁ ଠିକ୍ କରିବା, ସେମାନଙ୍କୁ ନ୍ୟାୟ ଦେବା, ଏବଂ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିବା ନିମନ୍ତେ ଈଶ୍ବର ପ୍ରତିଜ୍ଞା କରନ୍ତି । ସେ ତାଙ୍କ ନ୍ୟାୟ, ପବିତ୍ରତା, ପାପ ପ୍ରତି ତାଙ୍କ ଘୃଣା ମନୋଭାବ ଯୋଗୁଁ ଏହା କରନ୍ତି; ପ୍ରାର୍ଥନାର ଉତ୍ତର ଦେବାରେ ସେ ତାଙ୍କ ପ୍ରତିଜ୍ଞା ରକ୍ଷା କରନ୍ତି ଏବଂ ତାଙ୍କ ଶକ୍ତି ପ୍ରଦର୍ଶନ କରନ୍ତି ।
ଲୂକ ୧୧:୫-୧୨ରେ ଯୀଶୁ ପ୍ରାର୍ଥନା ବିଷୟରେ ଆଉ ଏକ ବ୍ୟାଖ୍ୟା ପ୍ରଦାନ କରନ୍ତି । ବିଚାରହୀନ ବା ନିର୍ଦ୍ଦୟ ବିଚାରକର୍ତ୍ତାର ଦୃଷ୍ଟାନ୍ତ ପରି ଏହି ଶାସ୍ତ୍ରାଂଶରେ ଯୀଶୁଙ୍କ ବାର୍ତ୍ତା ହେଉଛି ଯେ, ଯଦି ଜଣେ ବ୍ୟକ୍ତି ସାହାଯ୍ୟ ପାଇବାର ଯୋଗ୍ୟ ବ୍ୟକ୍ତିଙ୍କୁ ଦେବା ନିମନ୍ତେ ନିଜେ ହୃତବୋଧ ହୋଇପାରିବ, ତେବେ ଈଶ୍ବର ଆମ୍ଭମାନଙ୍କର ଆବଶ୍ୟକତାକୁ ତା' ଅପେକ୍ଷା ଯଥେଷ୍ଟ ପରିମାଣରେ ଯୋଗାଇବେ, ଯେହେତୁ ତାଙ୍କ ନିମନ୍ତେ କୌଣସି ଅନୁରୋଧ ଅସୁବିଧାଜନକ ନୁହେଁ । ପୁନଶ୍ଚ, ଏଠାରେ, ଆମେ ଯାହା ଚାହିଁବା ତାହା ଯେ ଆମେ ମାଗିବା ସେଥିର ପ୍ରତିଜ୍ଞା ଏଠାରେ ଦିଆଯାଇନାହିଁ ଯେପରିକି ଆମେ କେବଳ ମାଗିଚାଲିଥିବା । ଈଶ୍ବରଙ୍କ ସନ୍ତାନ ସନ୍ତତିମାନଙ୍କ ନିମନ୍ତେ ତାଙ୍କ ପ୍ରତିଜ୍ଞା ହେଉଛି ଯେ, ଆମେ ଆମର ଆବଶ୍ୟକତା ଗୁଡିକୁ ନ ମାଗି ଆମର ପ୍ରୟୋଜନୀୟ ବିଷୟଗୁଡିକ ମାଗିବା । ଏବଂ ଆମେ ଆମର ପ୍ରୟୋଜନୀୟ ବିଷୟଗୁଡିକ ବିଷୟରେ ଯେତେ ପରିମାଣରେ ସଚେତନ ଅଟୁ, ସେ ଆମର ପ୍ରୟୋଜନୀୟ ବିଷୟରେ ଯଥେଷ୍ଟ ଅଧିକ ସଚେତନ ଅଟନ୍ତି । ସେହି ସମାନ ପ୍ରତିଜ୍ଞା ମାଥିଉ ୭:୭-୧୧ ଏବଂ ଲୂକ ୧୧:୧୩ରେ ପୁନରାବୃତ୍ତି କରାଯାଇଛି, ଯେଉଁଠି "ଉତ୍ତମ ବିଷୟ" ବା ଦାନକୁ ଆହୁରି ପବିତ୍ରଆତ୍ମା ଭାବରେ ବୁଝାଯାଇଛି ।
ଏହି ଉଭୟ ପଦ ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଏବଂ ପ୍ରାର୍ଥନା କରିଚାଲିବା ବିଷୟରେ ଆମ୍ଭମାନଙ୍କୁ ଉତ୍ସାହିତ କରେ । ଗୋଟିଏ ବିଷୟକୁ ବାରମ୍ବାର ମାଗିବା ଭୁଲ୍ ବିଷୟ ନୁହେଁ । ଆପଣ ଯେପର୍ଯ୍ୟନ୍ତ ଈଶ୍ବରଙ୍କ ଇଛା ମଧ୍ୟରେ ରହି ପ୍ରାର୍ଥନା କରୁଅଛନ୍ତି (୧ଯୋହନ ୫:୧୪-୧୫), ଆପଣଙ୍କର ଅନୁରୋଧକୁ ଈଶ୍ବର ମଞ୍ଜୁର କରିବା ପର୍ଯ୍ୟନ୍ତ କିମ୍ବା ଆପଣଙ୍କ ହୃଦୟରୁ ସେହି ଇଛା ନିର୍ବାପିତ କରିବା ପର୍ଯ୍ୟନ୍ତ ପ୍ରାର୍ଥନା କରିଚାଲନ୍ତୁ । ବେଳେବେଳେ ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ଅଧ୍ୟବସାୟ ଶିକ୍ଷା ଦେବା ନିମନ୍ତେ ଆମ ପ୍ରାର୍ଥନାର ଉତ୍ତର ପାଇବା ନିମନ୍ତେ ଅପେକ୍ଷା କରିବାକୁ ଈଶ୍ବର ଆମ୍ଭମାନଙ୍କୁ ବଳପ୍ରୟୋଗ କରିଥାନ୍ତ । ଅନେକ ସମୟରେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେବା ନିମନ୍ତେ ଆମ୍ଭମାନଙ୍କ ଜୀବନରେ ଈଶ୍ବରଙ୍କ ସମୟ ନ ଆସିଥିବା ସମୟରେ ସୁଦ୍ଧା ଆମେ କିଛି ବିଷୟକୁ ମାଗିବାରେ ଲାଗିଥାଉ । ବେଳେବେଳେ ଆମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କ ଇଛା ନ ଥିବା ସ୍ଥଳେ କିମ୍ବା ସେ "ନା" କହୁଥିବା ସ୍ଥଳେ ଆମେ କିଛି ବିଷୟ ମାଗିଥାଉ, । ପ୍ରାର୍ଥନା ଆମ୍ଭମାନଙ୍କର ନିବେଦନସବୁକୁ ଯେ ଈଶ୍ବରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ନିମନ୍ତେ ଉଦ୍ଧିଷ୍ଟ ତାହା ନୁହେଁ କିନ୍ତୁ ଏଥିରେ ଈଶ୍ବର ଆମ୍ଭମାନଙ୍କ ହୃଦୟରେ ତାଙ୍କ ଇଛାକୁ ଉପସ୍ଥାପିତ କରିବା ଅଟେ । ମାଗି ଚାଲନ୍ତୁ, ଦ୍ବାରରେ ମାରିଚାଲନ୍ତୁ, ଏବଂ ଈଶ୍ବର ଆପଣଙ୍କ ନିବେଦନକୁ ମଞ୍ଜୁର ନ କରିବା ପର୍ଯ୍ୟନ୍ତ କିମ୍ବା ଆପଣଙ୍କ ନିବେଦନ ଯେ ତାଙ୍କ ଇଛା ନୁହେଁ, ସେ ବିଷୟରେ ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ଅନ୍ବେଷଣ କରିଚାଲନ୍ତୁ ।
English
ଆମେ ଗୋଟିଏ ବିଷୟକୁ ବାରମ୍ବାର ପୁନରାବୃତ୍ତି କରି ପ୍ରାର୍ଥନା କରିବା ଗ୍ରହଣଯୋଗ୍ୟ ଅଟେକି, କିମ୍ବା ଆମେ କେବଳ ଥରେ ହିଁ ପ୍ରାର୍ଥନାରେ ମାଗିବା ଉଚିତ୍?