settings icon
share icon
ପ୍ରଶ୍ନ

ନିରବଛିନ୍ନ ପ୍ରାର୍ଥନା କରିବା କହିଲେ କ'ଣ ବୁଝାଯାଏ?

ଉତ୍ତର


୧କରିନ୍ଥୀୟ ୫:୧୭ରେ ଥିବା ପାଉଲଙ୍କ "ନିରନ୍ତର ପ୍ରାର୍ଥନା କର" ଆଦେଶ ଦ୍ବନ୍ଦାତ୍ମକ ହୋଇପାରେ । ଏହା ସ୍ବଷ୍ଟ ଯେ, ଆମେ ମୁଣ୍ଡ ତଳକୁ କରି, ଚକ୍ଷୁ ବନ୍ଦ କରିବା ଭଙ୍ଗୀରେ ଦିନ ସାରା ରହିବା ଏହା ବୁଝାଏନାହିଁ । ପାଉଲ ଅବିଶ୍ରାନ୍ତ କଥା କହିବା ବିଷୟରେ କହୁନାହାନ୍ତି, ବରଂ ଈଶ୍ବର-ଚେତନା ଏବଂ ଈଶ୍ବର-ସମର୍ପଣର ଏକ ମନୋଭାବ ବିଷୟରେ କୁହନ୍ତି ଯାହା ଆମ୍ଭେମାନେ ଆମ ସହିତ ସର୍ବଦା ନେଇଥାଉ । ପ୍ରତ୍ୟେକ ସଚେତନ ଅବସ୍ଥାରେ ଆମଠାରେ ଯେ ଈଶ୍ବର ଅଛନ୍ତି ଏବଂ ସେ ଯେ ଆମ୍ଭମାନଙ୍କର ଚିନ୍ତାସବୁରେ ଏବଂ କାର୍ଯ୍ୟସବୁରେ ସେ ସକ୍ରିୟ ଭାବରେ ସଂପୃକ୍ତ ଅଟନ୍ତି ସେହି ସଚେତନତାରେ ଜୀବନ କାଟିବା ।

ଯେତେବେଳେ ଆମ୍ଭମାନଙ୍କର ଚିନ୍ତାସବୁ ବ୍ୟସ୍ତତା, ଭୟ, ହତୋତ୍ସାହ ଏବଂ କ୍ରୋଧରେ ରୂପାନ୍ତରିତ ହୋଇଥାଏ, ଆମେ ଚେତନାପୂର୍ଣ୍ଣ ହୋଇ ଏବଂ ସାଙ୍ଗେ ସାଙ୍ଗେ ଆମ୍ଭମାନଙ୍କର ପ୍ରତ୍ୟେକ ଚିନ୍ତାସବୁକୁ ପ୍ରାର୍ଥନାରେ ପରିବର୍ତ୍ତିତ କରିବାକୁ ଏବଂ ପ୍ରତ୍ୟେକ ପ୍ରାର୍ଥନାକୁ ଧନ୍ୟବାଦାର୍ପଣରେ ପରିବର୍ତ୍ତିତ କରିବାକୁ ପଡିବ । ଫିଲିପ୍ପୀୟ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କ ପତ୍ରରେ ପାଉଲ ଚିନ୍ତିତ ନ ହୋଇ ବରଂ "ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ବାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ବରଙ୍କ ନିକଟରେ ଜଣାଅ" (ଫିଲିପ୍ପୀୟ ୪:୬) ବୋଲି କହିଲେ । କଲସୀରେ ଥିବା ବିଶ୍ବାସୀମାନଙ୍କୁ ସେ ନିଜନିଜକୁ "ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ, ପୁଣି, ଧନ୍ୟବାଦ ସହ ସେଥିରେ ଜାଗ୍ରତ ଥାଅ" (କଲସୀୟ ୪:୨) ବୋଲି ଲେଖିଲେ । ପାଉଲ ଏଫିସୀୟ ବିଶ୍ବାସୀମାନଙ୍କୁ ଆତ୍ମିକ ଯୁଦ୍ଧରେ ପ୍ରାର୍ଥନାକୁ ଏକ ଅସ୍ତ୍ର ଭାବରେ ଦେଖିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ (ଏଫିସୀୟ ୬:୧୮) । ଆମେ ଯେତେବେଳେ ସାରା ଦିନ କଟାଉ, ଆମ୍ଭମାନଙ୍କର ପ୍ରତ୍ୟେକ ଭୟପୂର୍ଣ୍ଣ ପରିସ୍ଥିତିରେ, ପ୍ରତ୍ୟେକ ଅଧୀର ଚିନ୍ତାରେ, ଏବଂ ଈଶ୍ବର ଆଦେଶ ଦେଇଥିବା ପ୍ରତ୍ୟେକ କଷ୍ଟକର କାର୍ଯ୍ୟ ପାଇଁ ପ୍ରାର୍ଥନା ଆମ୍ଭମାନଙ୍କ ପ୍ରତିତ୍ତ୍ୟୁର ହେବା ଉଚିତ୍ । ପ୍ରାର୍ଥନାର ଅଭାବ ଆମ୍ଭମାନଙ୍କୁ ଈଶ୍ବରଙ୍କ ଅନୁଗ୍ରହରେ ନିର୍ଭର କରିବା ଅପେକ୍ଷା ଆମ ନିଜ ନିଜ ମଧ୍ୟରେ ନିର୍ଭର କରିବାକୁ ଦେବ । ସାର ଭାବେ, ନିରନ୍ତର ପ୍ରାର୍ଥନା ହେଉଛି ପିତା ଈଶ୍ବରଙ୍କଠାରେ ନିରନ୍ତର ନିର୍ଭର ରଖିବା ଏବଂ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା ।

ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ପ୍ରାର୍ଥନା ନିଶ୍ବାସପ୍ରଶ୍ବାସ ପରି ହେବା ଉଚିତ୍ । ଆପଣ ନିଶ୍ବାସ ନେବାକୁ ଭାବିବାକୁ ପଡେନାହିଁ କାରଣ ପରିବେଶ ଆପଣଙ୍କ ଫୁସଫୁସ୍ ଉପରେ ଚାପ ପ୍ରୟୋଗ କରେ ଏବଂ ତା'ର ଫଳସ୍ବରୂପ ଆପଣଙ୍କୁ ନିଶ୍ବାସ ନେବା ନିମନ୍ତେ ବାଧ୍ୟ କରେ । ତେଣୁ ଆପଣ ନିଶ୍ବାସ ନେବାଠାରୁ ନିଶ୍ବାସ ନ ନେଇ ଅଟକାଇବା ଅଧିକ କଷ୍ଟକର କାର୍ଯ୍ୟ । ଠିକ୍ ସେହିପରି, ଆମେ ଯେତେବେଳେ ଈଶ୍ବରଙ୍କ ପରିବାରରେ ଜନ୍ମ ଗ୍ରହଣ କରୁ, ଆମେ ଏକ ଆତ୍ମିକ ପରିବେଶ ମଧ୍ୟରେ ପ୍ରବେଶ କରୁ , ସେତେବେଳେ ଈଶ୍ବରଙ୍କ ଉପସ୍ଥିତି ଏବଂ ଅନୁଗ୍ରହ ଚାପ ପକାଏ, କିମ୍ବା ଆମ୍ଭମାନଙ୍କ ଜୀବନରେ ପ୍ରଭାବ ପକାଏ । ପ୍ରାର୍ଥନା ହେଉଛି ସେହି ଚାପର ଏକ ସାଧାରଣ ପ୍ରତ୍ୟୁତ୍ତର । ବିଶ୍ବାସୀ ଭାବରେ ଆମେ ସମସ୍ତେ ପ୍ରାର୍ଥନା ରୂପକ ବାୟୁ ଗ୍ରହଣ କରିବା ନିମନ୍ତେ ସ୍ବର୍ଗୀୟ ପରିବେଶ ମଧ୍ୟରେ ପ୍ରବେଶ କରିଛୁ ।

ଦୁର୍ଭାଗ୍ୟବଶତଃ, ଅନେକ ବିଶ୍ବାସୀ ଈଶ୍ବରଙ୍କ ସହିତ ସ୍ବଳ୍ପ ସମୟ ବିତାଇବା ସେମାନଙ୍କୁ ବଞ୍ଚି ରଖିବାରେ ସାହାଯ୍ୟ କରିବ ବୋଲି ଭାବି ସେମାନଙ୍କ "ଆତ୍ମିକ ନିଶ୍ବାସ"କୁ ବହୁ ସମୟ ଧରି ଅଟକାଇ ରଖନ୍ତି । କିନ୍ତୁ ସେମାନଙ୍କ ଆତ୍ମିକ ବାୟୁ ଗ୍ରହଣର ପ୍ରତିବନ୍ଧକ ପାପପୂର୍ଣ୍ଣ ଅଭିଳାଷଗୁଡିକ ଦ୍ବାରା ଘଟିଛି । ବାସ୍ତବତା ହେଉଛି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନିମନ୍ତେ ପ୍ରତ୍ୟେକ ବିଶ୍ବାସୀ ଈଶ୍ବରଙ୍କ ଉପସ୍ଥିତିରେ ଅବିରତ ରହିବା ନିହାତି ରହିବାକୁ ପଡିବ ଏବଂ ତାହାଙ୍କ ସତ୍ୟତାରେ ଅବିରତ ନିଶ୍ବାସ ନେବାକୁ ପଡିବ ।

ଈଶ୍ବରଙ୍କ ଅନୁଗ୍ରହରେ ନିର୍ଭର ନ ରଖି ବରଂ ବୃଥା ସାହସୀ ହୋଇ ସୁରକ୍ଷିତ ଭାବିବା ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଅତି ସହଜ ଅଟେ । ଅନେକ ବିଶ୍ବାସୀ ଶାରିରୀକ ବା ପାର୍ଥିବ ଆଶୀର୍ବାଦ ପାଇ ସନ୍ତୋଷ ପାଇଥାନ୍ତି ଏବଂ ଆତ୍ମିକ ଆଶୀର୍ବାଦଗୁଡିକ ପାଇବା ନିମନ୍ତେ ଅଳ୍ପ ଇଛା ପ୍ରକଟ କରିଥାନ୍ତି । ଯେତେବେଳେ କାର୍ଯ୍ୟକ୍ରମଗୁଡିକ, ପଦ୍ଧତିଗୁଡିକ, ଏବଂ ଅର୍ଥ ପ୍ରଭାବ ପକାଇପାରୁଥିବା ଫଳ ଉତ୍ପନ୍ନ କରେ, ସେତେବେଳେ ମାନବ ସଫଳତା ସହ ସ୍ବର୍ଗୀୟ ଆଶୀର୍ବାଦ ମଧ୍ୟରେ ଦ୍ବନ୍ଦ ଉତ୍ପନ୍ନ କରିବା ନିମନ୍ତେ ଏକ ସ୍ବାଭାବିକ ପ୍ରବଣତା ଆସିଥାଏ । ଯେତେବେଳେ ତାହା ଆସିଥାଏ, ଈଶ୍ବରଙ୍କ ନିମନ୍ତେ ପ୍ରବଳ ଆବେଗ ଏବଂ ତାଙ୍କ ସାହାଯ୍ୟ ନିମନ୍ତେ ବ୍ୟାକୁଳ ହେବା ହରାଇବାକୁ ପଡିଥାଏ । ଅବିରତ, ଅଧ୍ୟବସାୟ ଏବଂ ଅଶେଷ ପ୍ରାର୍ଥନା ହେଉଛି ଖ୍ରୀଷ୍ଟିୟ ଜୀବନର ଅତ୍ୟାବଶ୍ୟକ ଅଂଶ ଏବଂ ଏହା ନମ୍ରତା ଏବଂ ଈଶ୍ବରଙ୍କ ଉପରେ ନିର୍ଭରତାରୁ ଆସିଥାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ନିରବଛିନ୍ନ ପ୍ରାର୍ଥନା କରିବା କହିଲେ କ'ଣ ବୁଝାଯାଏ?
© Copyright Got Questions Ministries