settings icon
share icon
ପ୍ରଶ୍ନ

ପ୍ରାର୍ଥନା ଓ ଉପବାସ ମଧ୍ୟରେ ସମ୍ପର୍କ କ'ଣ?

ଉତ୍ତର


ଯଦିଓ ଶାସ୍ତ୍ରରେ ପ୍ରାର୍ଥନା ଓ ଉପବାସ ମଧ୍ୟରେ ଥିବା ସମ୍ପର୍କକୁ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ, ଏହି ଦୁଇ ମଧ୍ୟରେ ଥିବା ଅବିଚ୍ଛିନ୍ନ ସମ୍ପର୍କ ବାଇବଲରେ ଲିପିବଦ୍ଧ ଥିବା ସମସ୍ତ ପ୍ରାର୍ଥନା ଏବଂ ଉପବାସର ଘଟନାଗୁଡିକ ମଧ୍ୟ ଦେଇ ଯାଇଛି । ପୁରାତନ ନିୟମରେ, ପ୍ରାର୍ଥନା ସହିତ ଉପବାସ ଆବଶ୍ୟକତା ଏବଂ ନିର୍ଭରତା, ଏବଂ/କିମ୍ବା ବାସ୍ତବ କିମ୍ବା ଆଗାମୀ ଦୁର୍ଦ୍ଦଶାରେ ଦୟନୀୟ ଆଶାହୀନତାରେ କରିବାକୁ ପଡୁଥିଲା । ପୁରାତନ ନିୟମ ସମୟରେ ଶୋକ, ଅନୁତାପ ଏବଂ/କିମ୍ବା ଗଭୀର ଆଧ୍ୟାତ୍ମିକ ଆବଶ୍ୟକତା ସମୟରେ ପ୍ରାର୍ଥନା ଏବଂ ଉପବାସକୁ ସମ୍ମିଶ୍ରିତ ଭାବେ କରାଯାଉଥିଲା ।

ନିହିମିୟା ପ୍ରଥମ ସପ୍ତାହ ନିହିମିୟାଙ୍କ ପ୍ରାର୍ଥନା ଓ ଉପବାସ ବର୍ଣ୍ଣନା କରେ, କାରଣ ଯିରୁଶାଲମର ବିଧ୍ବସ୍ତ ହେବାର ଦୁଃସମ୍ବାଦ ହେତୁ ସେ ଗଭୀର ମନସ୍ତାପରେ ଥିଲେ । ତାଙ୍କ ଲୋକମାନଙ୍କ ପକ୍ଷରୁ ତାଙ୍କ ଅନେକ ଦିନର ପ୍ରାର୍ଥନା ଅଶ୍ରୁ, ଉପବାସ, ପାପ ସ୍ବୀକାର ଏବଂ ଈଶ୍ବରଙ୍କ ଦୟା ନିମନ୍ତେ ନିବେଦନ ଭାବରେ ନିଆଯାଉଥିଲା । ଯିରୁଶାଲମ ନିମନ୍ତେ ତାଙ୍କ ଚିନ୍ତାର ପ୍ରକାଶନ ଏତେ ପ୍ରଗାଢ ଥିଲା ଯେ, ସେ ଭୋଜନ ଓ ପାନ କରିବା ନିମନ୍ତେ ଏପରି ଏକ ପ୍ରାର୍ଥନାର ମଧ୍ୟ ଭାଗରେ "ଏକ ବିରତି ନେବା" ଭାବନାର ବାହାରେ ଥିଲା । ସେହି ବିଧ୍ବସ୍ତ ଅବସ୍ଥା ଯାହା ଯିରୁଶାଲମ ଉପରେ ପଡିଥିଲା, ତାହା ସେହି ଧରଣର ଏକ ଭଙ୍ଗୀ ଗ୍ରହଣ କରିବା ନିମନ୍ତେ ଦାନିୟେଲଙ୍କୁ ପ୍ରବର୍ତ୍ତାଇଲା: "ଏଣୁ ମୁଁ ଉପବାସ, ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ବାରା ପ୍ରଭୁ ପରମେଶ୍ବରଙ୍କର ଅନ୍ବେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି" (ଦାନିୟେଲ ୯:୩) । ନିହିମିୟାଙ୍କ ପରି, ଦାନିୟେଲ ଉପବାସ କଲେ ଏବଂ ପ୍ରାର୍ଥନା କଲେ ଯେପରି ଈଶ୍ବର ତାଙ୍କ ଲୋକମାନଙ୍କ ଉପରେ ଦୟା କରନ୍ତି, ସେ ପ୍ରାର୍ଥନା କରି କୁହନ୍ତି "ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ" (୫ ପଦ) ।

ପୁରାତନ ନିୟମରେ ଉଲ୍ଲିଖିତ ଅନେକ ଘଟନାରେ, ଉପବାସ ମଧ୍ୟସ୍ଥି ପ୍ରାର୍ଥନା ସହ ସମ୍ବନ୍ଧିତ ଅଟେ । ଦାଉଦ ତାଙ୍କ ପୀଡିତ ପିଲାଙ୍କ ନିମନ୍ତେ ପ୍ରାର୍ଥନା କଲେ ଏବଂ ଉପବାସ ପ୍ରାର୍ଥନା କଲେ (୨ଶାମୁୟେଲ ୧୨:୧୬), ସେ ସଦାପ୍ରଭୁଙ୍କ ସମ୍ମୁଖରେ ବ୍ୟାକୁଳ ମଧ୍ୟସ୍ଥି ପ୍ରାର୍ଥନା କଲେ (୨୧ ରୁ ୨୨ ପଦ) ଏଷ୍ଟର ମର୍ଦ୍ଦଖୟ ଓ ଯିହୂଦୀମାନଙ୍କୁ ତାଙ୍କ ନିମନ୍ତେ ଉପବାସ କରିବା ନିମନ୍ତେ କହିଲେ ଯେହେତୁ ସେ ତାଙ୍କ ସ୍ବାମୀ ଓ ରାଜାଙ୍କୁ ଏକ ନିର୍ଦ୍ଧିଷ୍ଟ ନିବେଦନ ବିଷୟରେ ଦେଖା କରିବାକୁ ଯୋଜନା କରୁଥିଲେ (ଏଷ୍ଟର ୪:୧୬) । ସ୍ବଷ୍ଟ ଭାବେ, ଉପବାସ ଓ ନିବେଦନ ଅତି ଘନିଷ୍ଟ ଭାବେ ସମ୍ବନ୍ଧିତ ଅଟେ ।

ନୂତନ ନିୟମରେ ପ୍ରାର୍ଥନା ଓ ଉପବାସର ଘଟନାଗୁଡିକ ରହିଛି, କିନ୍ତୁ ସେଗୁଡିକ ଅନୁତାପ କିମ୍ବା ପାପ ସ୍ବୀକାର ସହ ସମ୍ବନ୍ଧିତ ନୁହେଁ । ଭାବବାଦିନୀ ହାନ୍ନା "ମନ୍ଦିର ପରିତ୍ୟାଗ ନ କରି ଉପବାସ ଓ ନିବେଦନ ସହ ଦିବାରାତ୍ର ଉପାସନା କରୁଥିଲେ" (ଲୂକ ୨:୩୭) । ୮୪ ବର୍ଷ ବୟସରେ, ଯେତେବେଳେ ସେ ଇଶ୍ରାୟେଲର ପ୍ରତିଜ୍ଞାତ ଉଦ୍ଧାରକର୍ତ୍ତାଙ୍କ ଅପେକ୍ଷାରେ ଥିଲେ ମନ୍ଦିରରେ ପ୍ରାର୍ଥନା ଓ ଉପବାସ ତାହାଙ୍କର ପ୍ରଭୁଙ୍କ ସେବାର ଅଂଶ ସ୍ବରୂପ ଥିଲା । ନୂତନ ନିୟମରେ ମଧ୍ୟ, ପ୍ରଭୁଙ୍କ ସେବା ବିଷୟରେ ଯେତେବେଳେ ପବିତ୍ରଆତ୍ମା ଶାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରେରଣ ବିଷୟରେ କହିଲେ, ସେହିବିଷୟକ ଉପାସନାରେ ଆନ୍ତିୟଖିଆ ମଣ୍ଡଳୀ ଉପବାସ କରୁଥିଲେ । ସେହି କ୍ଷଣରେ, ସେମାନେ ପ୍ରାର୍ଥନା ସହ ଉପବାସ କଲେ, ସେହି ଦୁଇ ଜଣଙ୍କ ଉପରେ ହସ୍ତ ରଖି ସେମାନଙ୍କୁ ପ୍ରେରଣ କଲେ । ତେଣୁ, ଆମେ ଦେଖୁ ପ୍ରାର୍ଥନା ଓ ଉପବାସର ଏହି ସମସ୍ତ ଉଦାହରଣ ପ୍ରଭୁଙ୍କୁ ଉପାସନା କରିବା ଏବଂ ତାଙ୍କ ଅନୁଗ୍ରହ ଅନ୍ବେଷଣ କରିବାର ଅଂଶ ଥିଲା । ଅଥଚ, କୌଣସିଠାରେ ମଧ୍ୟ ଉପବାସ ପ୍ରାର୍ଥନା ସହ କଲେ ପ୍ରଭୁ ଉତ୍ତର ଦେବାର ଅଧିକ ସମ୍ଭବନା ବୋଲି କୌଣସି ସୂଚନା ନାହିଁ । ବରଂ, ପ୍ରାର୍ଥନା ସହ ଉପବାସ କରିବା ପ୍ରାର୍ଥନା କରୁଥିବା ଲୋକର ବିଶ୍ବସ୍ତତା ସୂଚିତ କରିବା ଜଣାପଡେ ଏବଂ ସେ ପରିସ୍ଥିତିର ଭୟାବହ ପ୍ରକୃତି ମଧ୍ୟରେ ନିଜକୁ ଦେଖିପାରୁଥିବା ଜଣାପଡେ ।

ଏଥିରେ ଗୋଟିଏ ବିଷୟ ସ୍ବଷ୍ଟ: ଉପବାସର ଧର୍ମତତ୍ତ୍ବ ହେଉଛି ପ୍ରାଧାନ୍ୟତାର ଧର୍ମତତ୍ତ୍ବ ଯେଉଁଠିକି ପ୍ରଭୁଙ୍କ ପ୍ରତି ଏକ ସମ୍ପୂର୍ଣ୍ଣ ଓ ବଳିଷ୍ଠ ଉପାସନାରେ ବିଶ୍ବାସୀମାନେ ନିଜ ନିଜକୁ ପ୍ରକାଶ କରିବା ଓ ଆତ୍ମିକ ଜୀବନର ଚିନ୍ତାଗୁଡିକ ପ୍ରତି ନିଜ ନିଜକୁ ପ୍ରକାଶ କରିବାର ସୁଯୋଗ ପାଆନ୍ତି । ଏହି ଉପାସନା ସାଧାରଣ ଏବଂ ଖାଦ୍ୟ ଓ ପାନୀୟ ଭାବେ ଉତ୍ତମ ବିଷୟଗୁଡିକଠାରୁ କିଛି ସମୟ ନିମନ୍ତେ ପୃଥକ୍ ରହିବା ଦ୍ବାରା ପ୍ରକାଶ କରାଯାଇଥାଏ, ଯେପରିକି ଆମେ ଆମ୍ଭମାନଙ୍କ ପିତାଙ୍କ ସହ ଅବିଚ୍ଛିନ୍ନ ଘନିଷ୍ଠ ସମ୍ପର୍କ ରଖିପାରିବା । "ଯୀଶୁଙ୍କ ରକ୍ତ ଦ୍ବାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ" (ଏବ୍ରୀ ୧୦:୨୦) ଆମେ ଉପବାସ କରୁ ବା ଉପବାସ ନ କରୁ, ସେହି "ଅଧିକ ଉତ୍ତମ ବିଷୟ"ର ସବୁଠାରୁ ଅଧିକ ଆନନ୍ଦପୂର୍ଣ୍ଣ ଅଂଶ ମଧ୍ୟରୁ ତାହା ଗୋଟିଏ ଅଟେ, ଯାହା ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଅଟେ । ପ୍ରାର୍ଥନା ଓ ଉପବାସ ଏକ ବୋଝ ବା କର୍ତ୍ତବ୍ୟ ହେବା ଉଚିତ୍ ନୁହେଁ, କିନ୍ତୁ ଈଶ୍ବରଙ୍କ ପିଲାମାନଙ୍କ ପ୍ରତି ଏହା ତାହାଙ୍କ ଉତ୍ତମତା ଏବଂ ଦୟାର ଏକ ଉତ୍ସବ ପାଳନ ହେଉ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପ୍ରାର୍ଥନା ଓ ଉପବାସ ମଧ୍ୟରେ ସମ୍ପର୍କ କ'ଣ?
© Copyright Got Questions Ministries