ପ୍ରଶ୍ନ
ଏକ ବଳିଷ୍ଠ ପ୍ରାର୍ଥନାର ଜୀବନରେ ପ୍ରତିବନ୍ଧକସକଳ କ'ଣ?
ଉତ୍ତର
ଫଳପ୍ରଦ ପ୍ରାର୍ଥନାରେ ସବୁଠାରୁ ଅଧିକ ସ୍ବଷ୍ଟ ପ୍ରତିବନ୍ଧକ ହେଉଛି ପ୍ରାର୍ଥନା କରୁଥିବା ବ୍ୟକ୍ତି ହୃଦୟରେ ଥିବା ସ୍ବୀକାର କରାଯାଇନଥିବା ପାପ । ଯେହେତୁ ଆମ୍ଭମାନଙ୍କର ଈଶ୍ବର ପବିତ୍ର ଅଟନ୍ତି, ତେଣୁ ଆମ୍ଭମାନଙ୍କ ଜୀବନରେ ସ୍ବୀକାର କରାଯାଇନଥିବା ପାପ ସହ ଆମେ ଯେତେବେଳେ ତାଙ୍କ ନିକଟକୁ ଆସୁ, ସେତେବେଳେ ଈଶ୍ବର ଓ ଆମ ମଧ୍ୟରେ ଏକ ପ୍ରତିବନ୍ଧକ ରହିଥାଏ । "ମାତ୍ର ତୁମ୍ଭମାନଙ୍କ ଅପରାଧସବୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ବରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଥିପାଇଁ ସେ ଶୁଣିବେ ନାହିଁ" (ଯିଶାଇୟ ୫୯:୨) । ଦାଉଦ ଏଥିସହିତ ଏକମତ ହେଲେ ଓ ତାଙ୍କ ଅନୁଭୂତିରୁ ଜାଣିଲେ ଯେ, ଯେଉଁମାନେ ସେମାନଙ୍କର ପାପ ଲୁଚାଇବାକୁ ଚେଷ୍ଟା କରନ୍ତି, ଈଶ୍ବର ସେମାନଙ୍କଠାରୁ ବହୁ ଦୂରରେ ରହିଥାନ୍ତି: "ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ;" (ଗୀତସଂହିତା ୫୯:୨) ।
ବାଇବଲ ବିଭିନ୍ନ କ୍ଷେତ୍ରର ପାପ ବିଷୟରେ ଉଲ୍ଲେଖ କରେ, ଯାହା ଫଳପ୍ରଦ ପ୍ରାର୍ଥନା ନିମନ୍ତେ ପ୍ରତିବନ୍ଧକ ଅଟେ । ପ୍ରଥମ, ଯଦି ଆମେ ଆତ୍ମାଙ୍କ ଅନୁଯାୟୀ ଜୀବନଯାପନ ନ କରି ଶାରିରୀକ ଭାବାନୁଯାୟୀ ଜୀବନଯାପନ କରୁ, ତେବେ ପ୍ରାର୍ଥନା କରିବା ନିମନ୍ତେ ଆମର ଇଛା ଏବଂ ଈଶ୍ବରଙ୍କ ସହିତ ଆମେ ଫଳପ୍ରଦ ଭାବେ ସମ୍ପର୍କସ୍ଥାପନ କରିବା ପ୍ରତିବନ୍ଧିତ ହୋଇଥାଏ । ଆମେ ପୁନଃଜନ୍ମପ୍ରାପ୍ତ ହେଲେ ଯଦିଓ ଆମେ ଏକ ନୂତନ ପ୍ରକୃତି ଗ୍ରହଣ କରୁ, ସେହି ନୂତନ ପ୍ରକୃତି ଆମ୍ଭମାନଙ୍କ ପୁରାତନ ଶରୀରରେ ବାସ କରେ, ଏବଂ ସେହି ପୁରାତନ "ତମ୍ବୁ" କ୍ଷୟଶୀଳ ଏବଂ ପାପପୂର୍ଣ୍ଣ । ଶରୀର ଆମ୍ଭମାନଙ୍କ କାର୍ଯ୍ୟକଳାପ, ମନୋଭାବ ଏବଂ ଉଦ୍ଦେଶ୍ୟସକଳକୁ ନିୟନ୍ତ୍ରଣ କରେ ଯେପର୍ଯ୍ୟନ୍ତ ଆମେ "ଶରୀରର କାର୍ଯ୍ୟଗୁଡିକରେ ମରିବା" (ରୋମୀୟ ୮:୧୩) ନିମନ୍ତେ ଉଦ୍ୟମୀ ନ ହେଉ ଏବଂ ଈଶ୍ବରଙ୍କ ସହ ଏକ ସଠିକ୍ ସମ୍ପର୍କ ରଖି ଆତ୍ମାଙ୍କ ଦ୍ବାରା ଚାଳିତ ନ ହେଉ । କେବଳ ସେତେବେଳେ ହିଁ ଆମେ ତାହାଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖି ପ୍ରାର୍ଥନା କରିବାକୁ ସକ୍ଷମ ହୋଇପାରିବା ।
ଶରୀରରେ ଏକପାଖିଆ ବାସ କରିବା ବିଷୟଟି ସ୍ବାର୍ଥପରତାରେ ହିଁ ପ୍ରକାଶିତ ହୁଏ, ଯାହା ଫଳପ୍ରଦ ପ୍ରାର୍ଥନା ନିମନ୍ତେ ଆଉ ଗୋଟିଏ ପ୍ରତିବନ୍ଧକ । ଯଦି ଆମର ପ୍ରାର୍ଥନା ସ୍ବାର୍ଥପରତା ଉଦ୍ଦେଶ୍ୟପ୍ରଣୋଦିତ, ତେବେ ଯେତେବେଳେ ସେ ଆମ ନିମନ୍ତେ ଯାହା ଚାହାନ୍ତି ତାହା ପ୍ରାର୍ଥନା ନ କରି ଆମେ ଆମ ନିମନ୍ତେ ଯାହା ଚାହୁଁ ତାହା ପ୍ରାର୍ଥନାରେ ମାଗିବା, ତେବେ ଆମର ଉଦ୍ଦେଶ୍ୟଗୁଡିକ ଆମ୍ଭମାନଙ୍କ ପ୍ରାର୍ଥନାରେ ପ୍ରତିବନ୍ଧକ ସାଜେ । "ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି; ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ଭରସା ଅଛି" (୧ଯୋହନ ୫:୧୪) । ଈଶ୍ବରଙ୍କ ଇଛାନୁଯାୟୀ ମାଗିବା ହେଉଛି ଈଶ୍ବରଙ୍କ ଇଛା କ'ଣ ତାହା ଆମେ ଜାଣୁ ବା ନ ଜାଣୁ ତାଙ୍କ ଇଛା ଯାହା ସେଥିରେ ନିଜକୁ ସମର୍ପିତ କରିବା । ଯେପରି, ପ୍ରତ୍ୟେକ ବିଷୟରେ ଯୀଶୁ ପ୍ରାର୍ଥନାରେ ଆମ୍ଭମାନଙ୍କର ଉଦାହରଣ ହୋଇପାରନ୍ତି । ସେ ସର୍ବଦା ତାଙ୍କ ପିତାଙ୍କ ଇଛାନୁଯାୟୀ ପ୍ରାର୍ଥନା କରୁଥିଲେ: "ତଥାପି ମୋହର ଇଛା ନୁହେଁ, ମାତ୍ର ତୁମ୍ଭର ଇଛା ସଫଳ ହେଉ" (ଲୂକ ୨୨:୪୨) । ସ୍ବାର୍ଥପର ପ୍ରାର୍ଥନା ଗୁଡିକ ହେଉଛି ସର୍ବଦା ତାହା, ଯାହା ଆମ୍ଭମାନଙ୍କର ସ୍ବାର୍ଥପର ଇଛାଗୁଡିକୁ ସନ୍ତୁଷ୍ଟ କରିବା ନିମନ୍ତେ ଉଦ୍ଧିଷ୍ଟ ଅଟେ, ଏବଂ ଈଶ୍ବର ଏପରି ପ୍ରାର୍ଥନାଗୁଡିକର ଉତ୍ତର ଦେବାର ଆଶା କରିବା ଉଚିତ୍ ନୁହେଁ । "ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ" (ଯାକୁବ ୪:୩) ।
ସ୍ବାର୍ଥପର, ଶାରିରୀକ ଅଭିଳାଷ ଅନୁଯାୟୀ ଜୀବନଯାପନ କଲେ ଏହା ଆମ୍ଭମାନଙ୍କ ପ୍ରାର୍ଥନାରେ ପ୍ରତିବନ୍ଧକ ସୃଷ୍ଟି କରିବ କାରଣ ଏହା ଅନ୍ୟମାନଙ୍କ ପ୍ରତି ହୃଦୟର କଠିନତା ଜନ୍ମାଇବ । ଯଦି ଆମେ ଅନ୍ୟମାନଙ୍କର ଆବଶ୍ୟକତାଗୁଡିକ ପ୍ରତି ଅଣଦେଖା ମନୋଭାବ ପୋଷଣ କରୁ, ତେବେ ଈଶ୍ବର ମଧ୍ୟ ଆମ୍ଭମାନଙ୍କର ଆବଶ୍ୟକତାଗୁଡିକ ପ୍ରତି ଅଣଦେଖା ମନୋଭାବ ପୋଷଣ କରିବାର ଆଶା କରିବାକୁ ହେବ । ଯଦି ଆମେ ପ୍ରାର୍ଥନାରେ ଈଶ୍ବରଙ୍କ ନିକଟକୁ ଯାଉ, ତେବେ ତାଙ୍କ ଇଛା ଆମ ପ୍ରଥମ ଚିନ୍ତାର ବିଷୟ ହେବା ଉଚିତ୍ । ଦ୍ବିତୀୟ ଚିନ୍ତାର ବିଷୟ ଅନ୍ୟମାନଙ୍କ ଆବଶ୍ୟକତାଗୁଡିକ ହେବା ଉଚିତ୍ । ଆମେ ଯେ ନିଜ ନିଜ ଅପେକ୍ଷା ଅନ୍ୟମାନଙ୍କୁ ବଡ ବୋଲି ବିବେଚନା କରୁ ଏବଂ ଆମ୍ଭମାନଙ୍କର ସ୍ବାର୍ଥ ଅପେକ୍ଷା ସେମାନଙ୍କର ଆବଶ୍ୟକତା ପ୍ରତି ଅଧିକ ବୋଝଗ୍ରସ୍ତ ହେବାର ବୋଧରୁ (ଫିଲିପ୍ପୀୟ ୨:୩-୪) ଏହା ଉତ୍ପନ୍ନ ।
ଫଳପ୍ରଦ ପ୍ରାର୍ଥନାରେ ଏକ ମୁଖ୍ୟ ପ୍ରତିବନ୍ଧକ ହେଉଛି ଅନ୍ୟମାନଙ୍କ ପ୍ରତି କ୍ଷମାହୀନତାର ଏକ ଆତ୍ମା । ଯେତେବେଳେ ଆମେ ଅନ୍ୟମାନଙ୍କୁ କ୍ଷମା ଦେବା ନିମନ୍ତେ ମନା କରୁ, ତିକ୍ତତାର ଏକ ମୂଳ ଆମ୍ଭମାନଙ୍କ ହୃଦୟରେ ବୃଦ୍ଧିପାଇଥାଏ ଏବଂ ଏହା ଆମ୍ଭମାନଙ୍କ ପ୍ରାର୍ଥନାକୁ ଅବରୋଧ କରି ରଖିଥାଏ । ଯଦି ଆମେ ଅନ୍ୟମାନଙ୍କ ପ୍ରତି ଘୃଣା ଏବଂ ତିକ୍ତତା ମନ ମଧ୍ୟରେ ଲୁଚାଇ ରଖିବା ତେବେ ଆମ୍ଭେମାନେ ଯେ, ଅଯୋଗ୍ୟ ପାପୀମାନେ, ଆମ୍ଭମାନଙ୍କ ଉପରେ ଈଶ୍ବର ତାଙ୍କ ଆଶୀର୍ବାଦ ଢାଳିଦେବେ ବୋଲି ଆମେ କିପରି ଆଶା କରିପାରିବା? ଏହି ନୀତିଟି ମାଥିଉ ୧୮:୨୩-୩୫ରେ ଥିବା କ୍ଷମା ଦେଇନଥିବା ଦାସର ଉଦାହରଣରେ ସୁନ୍ଦର ଭାବରେ ବ୍ୟଖ୍ୟା କରାଯାଇଛି । ଏହି କାହାଣୀ ଶିକ୍ଷା ଦିଏ ଯେ ଈଶ୍ବର ଆମ୍ଭମାନଙ୍କର ଏକ ଊଣ ପରିଶୋଧ କରିଦେଇଅଛନ୍ତି, ଯାହା ଅମାପ (ଆମ୍ଭମାନଙ୍କ ପାପ) ଅଟେ, ଏବଂ ଆମ୍ଭେମାନେ ଯେପରି କ୍ଷମାପ୍ରାପ୍ତ ହୋଇଛୁ, ସେପରି ଆମ୍ଭେମାନେ ଅନ୍ୟମାନଙ୍କୁ କ୍ଷମା କରୁ ବୋଲି ଈଶ୍ବର ଚାହାନ୍ତି । ସେପରି କରିବା ନିଷେଧ କଲେ, ଆମ୍ଭମାନଙ୍କର ପ୍ରାର୍ଥନା ଅବରୋଧ ହେବ ।
ଫଳପ୍ରଦ ପ୍ରାର୍ଥନାରେ ଆଉ ଏକ ମୁଖ୍ୟ ପ୍ରତିବନ୍ଧକ ହେଉଛି ଅବିଶ୍ବାସ ଓ ସନ୍ଦେହ । କେତେକ ବ୍ୟକ୍ତି ଯେପରି କୁହନ୍ତି, ଏହା ବୁଝାଏନାହିଁ ଯେ, ଆମ୍ଭେମାନେ ଈଶ୍ବରଙ୍କ ନିକଟକୁ ଆସିଥିବାର ହୃତବୋଧ ହୋଇ ସେ ଆମ୍ଭମାନଙ୍କର ଅନୁରୋଧଗୁଡିକୁ ପ୍ରଦାନ କରିବେ ବୋଲି ଆମ୍ଭମାନଙ୍କର ହୃତବୋଧ ହେଲେ ସେ ଯେକୌଣସିମତେ ତାହା କରିବାକୁ ବାଧ୍ୟ । ସନ୍ଦେହ ବିନା ପ୍ରାର୍ଥନା କରିବା ଅର୍ଥ ହେଉଛି ସୁରକ୍ଷିତ ବିଶ୍ବାସରେ ପ୍ରାର୍ଥନା କରିବା ଏବଂ ଈଶ୍ବରଙ୍କ ସ୍ବଭାବ, ପ୍ରକୃତି ଏବଂ ଉଦ୍ଦେଶ୍ୟସକଳକୁ ବୁଝିବା । "ଆଉ ବିଶ୍ବାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ବେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ବାସ କରିବା ଆବଶ୍ୟକ" (ଏବ୍ରୀ ୧୧:୬) । ଯେତେବେଳେ ଆମେ ପ୍ରାର୍ଥନାରେ ଈଶ୍ବରଙ୍କର ନିକଟବର୍ତ୍ତୀ ହୋଇଥାଉ ଏବଂ ତାହାଙ୍କ ସ୍ବଭାବକୁ, ଉଦ୍ଦେଶ୍ୟକୁ, ଏବଂ ପ୍ରତିଜ୍ଞାଗୁଡିକୁ ସନ୍ଦେହ କରୁ, ଆମେ ତାହାଙ୍କୁ ଅତି ଭୟଙ୍କର ଭାବେ ଅପମାନିତ କରୁ । ତାଙ୍କ ଇଛାରେ ଆମେ ମାଗୁଥିବା ଯେକୌଣସି ଅନୁରୋଧ ଏବଂ ଆମ୍ଭମାନଙ୍କ ଜୀବନରେ ଥିବା ଉଦ୍ଦେଶ୍ୟଗୁଡିକ ତାହାଙ୍କ ଇଛାନୁଯାୟୀ ହୋଇଥିଲେ ତାହା କରିବା ନିମନ୍ତେ ଯେ ତାହାଙ୍କର ସକ୍ଷମତା ଅଛି ଆମ୍ଭମାନଙ୍କର ଏହି ନିଶ୍ଚିତତା ରହିବା ଉଚିତ୍ । ସେ ଆମ୍ଭମାନଙ୍କ ନିମନ୍ତେ ଯେଉଁ ଉଦ୍ଦେଶ୍ୟ ରଖିଅଛନ୍ତି ତାହା ଯେ, ସବୁଠାରୁ ଅଧିକ ସମ୍ଭାବନା ପରିସ୍ଥିତି ସେହି ବୋଧ ନେଇ ଆମେ ନିହାତି ପ୍ରାର୍ଥନା କରିବାକୁ ପଡିବ । "କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ବାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ । ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ" (ଯାକୁବ ୧:୬-୭) ।
ପରିଶେଷରେ, ପରିବାରରେ ମତାନ୍ତର ପ୍ରାର୍ଥନାରେ ନିଶ୍ଚିତ ଭାବରେ ଏକ ପ୍ରତିବନ୍ଧକ ଅଟେ । ଜଣେ ସ୍ବାମୀର ତା' ସ୍ତ୍ରୀ ପ୍ରତି ଥିବା ମନୋଭାବ ଯଦି ଈଶ୍ବରୀୟ ମନୋଭାବଠାରୁ କିଛି କମ୍ ହୋଇଥାଏ ସେପରି ଜଣେ ସ୍ବାମୀର ପ୍ରାର୍ଥନାରେ ଯେ ସେହି ବିଷୟ ଏକ ପ୍ରତିବନ୍ଧକ ଅଟେ, ତାହାକୁ ପିତର ନିର୍ଦ୍ଧିଷ୍ଟ ଭାବରେ ଉଲ୍ଲେଖ କରନ୍ତି । "ସେହି ପ୍ରକାରେ ହେ ସ୍ବାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳାପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର ପୁଣି ଜ୍ଞାନରେ ସେମାନଙ୍କର ସହବାସ କର " (୧ପିତର ୩:୭) । ପାରିବାରିକ ସମ୍ପର୍କରେ ଯଦି ଏକ ଗୁରୁତର କଳହ ରହିଛି ଏବଂ ଗୃହକର୍ତ୍ତା ଯଦି ପିତର ଉଲ୍ଲେଖ କରିଥିବାର ମନୋଭାବ ପୋଷଣ ନ କରେ, ତେବେ ଗୃହକର୍ତ୍ତା ବା ସ୍ବାମୀଙ୍କ ସହ ଈଶ୍ବରଙ୍କ ପ୍ରାର୍ଥନା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି ହୁଏ । ସେହିପରି, ସ୍ତ୍ରୀମାନଙ୍କର ପ୍ରାର୍ଥନା ପ୍ରତିବନ୍ଧିତ ନ ହେବା ନିମନ୍ତେ ସେମାନେ ସେମାନଙ୍କର ସ୍ବାମୀମାନଙ୍କର କର୍ତ୍ତୃକର ବଶବର୍ତ୍ତୀ ହେବା ନିମନ୍ତେ ବାଇବଲ ସମ୍ମତ ନୀତିଗୁଡିକୁ ଅନୁକରଣ କରିବା ଉଚିତ୍ (ଏଫିସୀୟ ୫:୨୨-୨୪) ।
ସୌଭାଗ୍ୟବଶତଃ, ଈଶ୍ବରଙ୍କ ନିକଟକୁ ପାପସ୍ବୀକାର ଏବଂ ଅନୁତାପର ପ୍ରାର୍ଥନା ସହ ଆସିଲେ ଏହି ସମସ୍ତ ପ୍ରତିବନ୍ଧକକୁ ଏକାଥରକେ ରୋକାଯାଇପାରିବ । ୧ଯୋହନ ୧:୯ରେ ଆମ୍ଭମାନଙ୍କୁ ନିଶ୍ଚିତତା ଦିଆଯାଇଛି "ଯଦି ଆମ୍ଭେମାନେ ଆପଣା ଆପଣା ପାପସ୍ବୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ବସ୍ତ ଓ ନ୍ୟାୟବାନ୍ ଅଟନ୍ତି ।" ଆମେ ଥରେ ତାହା କଲା ପରେ, ଆମେ ଈଶ୍ବରଙ୍କ ସହ ଏକ ସ୍ବଚ୍ଛ ଏବଂ ମୁକ୍ତ ସମ୍ପର୍କର ରାସ୍ତା ପାଉ, ଏବଂ ଆମ୍ଭମାନଙ୍କର ପ୍ରାର୍ଥନାସବୁ ଯେ କେବଳ ଶୁଣାଯିବ ଓ ସେଗୁଡିକର ଉତ୍ତର ଆସିବ, ତାହା ନୁହେଁ, କିନ୍ତୁ ତା' ସହିତ ଆମେ ଆନନ୍ଦର ଏକ ଗଭୀର ବୋଧରେ ପରିପୂର୍ଣ୍ଣ ହୋଇପାରିବା ।
English
ଏକ ବଳିଷ୍ଠ ପ୍ରାର୍ଥନାର ଜୀବନରେ ପ୍ରତିବନ୍ଧକସକଳ କ'ଣ?