settings icon
share icon
ପ୍ରଶ୍ନ

ପ୍ରାର୍ଥନା କରିବା ନିମନ୍ତେ ଉପଯୁକ୍ତ ଉପାୟ କ'ଣ?

ଉତ୍ତର


କିପରି ଶାରିରୀକ ଭଙ୍ଗୀରେ ପ୍ରାର୍ଥନା କରିବା ସର୍ବୋତ୍ତମ ଅଟେ? - ଠିଆ ହୋଇ ପ୍ରାର୍ଥନା କରିବା, ବସି ପ୍ରାର୍ଥନା କରିବା, ଆଣ୍ଠୁପାତି ପ୍ରାର୍ଥନା କରିବା କିମ୍ବା ମୁଣ୍ଡ ନୁଆଇ ପ୍ରାର୍ଥନା କରିବା? ଆମ୍ଭମାନଙ୍କର ହସ୍ତଦ୍ବୟ ଖୋଲା ରହିବା ଉଚିତ୍, ନା ହସ୍ତଦ୍ବୟ ଯୋଡି ହୋଇ ରହିବା କଥା, ନା ହସ୍ତଦ୍ବୟ ଈଶ୍ବରଙ୍କ ପ୍ରତି ଉଠାଇ ପ୍ରାର୍ଥନା କରାଯିବା ଉଚିତ୍? ଆମ୍ଭମାନଙ୍କର ଚକ୍ଷୁଦ୍ବୟ ବନ୍ଦ କରାଯିବା ଉଚିତ୍ କି? ଉପାସନା ଗୃହ ମଧ୍ୟରେ ରହି ପ୍ରାର୍ଥନା କରିବା ନା ବାହାରେ ରହି ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାର୍ଥନା କରିବା ଅଧିକ ଉତ୍ତମ? ଆମେ ସକାଳେ ଉଠିବା ସମୟରେ ଶଜ୍ୟାରେ ରହି ପ୍ରାର୍ଥନା କରିବା ଉଚିତ୍ ନା, ରାତିରେ ଶୋଇବା ପୂର୍ବରୁ ଶଜ୍ୟାରେ ରହି ପ୍ରାର୍ଥନା କରିବା ଉଚିତ୍? ଆମେ ପ୍ରାର୍ଥନାରେ ନିର୍ଦ୍ଧିଷ୍ଟ ଶବ୍ଦ ଗୁଡିକ କହିବାର ଆବଶ୍ୟକତା ରହିଛିକି? ଆମେ କିପରି ଆମ୍ଭମାନଙ୍କର ପ୍ରାର୍ଥନା ଆରମ୍ଭ କରିବା ଉଚିତ୍? ପ୍ରାର୍ଥନା ଶେଷ କରିବା ନିମନ୍ତେ ସଠିକ୍ ପଦ୍ଧତି କ'ଣ? ଏହି ସମସ୍ତ ପ୍ରଶ୍ନ ଏବଂ ଅନ୍ୟ ପ୍ରଶ୍ନଗୁଡିକ ହେଉଛି ପ୍ରାର୍ଥନା ବିଷୟରେ ପଚରାଯାଉଥିବା ସାଧାରଣ ପ୍ରଶ୍ନଗୁଡିକ । ପ୍ରାର୍ଥନା କରିବା ନିମନ୍ତେ ସଠିକ୍ ପଦ୍ଧତି କ'ଣ? ଉପରେ ଲିଖିତ ଯେକୌଣସି ବିଷୟର ମଧ୍ୟ ମାନେ ଅଛିକି?

ଅନେକ ସମୟରେ ପ୍ରାର୍ଥନାକୁ ଏକ "ମ୍ୟାଜିକ୍ ଫର୍ମୁଲା" ଭାବରେ ଦେଖାଯାଇଥାଏ । କିଛି ଲୋକ ବିଶ୍ବାସ କରନ୍ତି ଯେ, ଯଦି ଆମେ ଠିକ୍ ବିଷୟ ସଠିକ୍ ଭାବେ ପ୍ରାର୍ଥନାରେ କହିବା ନାହିଁ, କିମ୍ବା ଠିକ୍ ଭଙ୍ଗୀରେ ରହି ପ୍ରାର୍ଥନା କରିବା ନାହିଁ, ଈଶ୍ବର ଏପରି ପ୍ରାର୍ଥନା ଶୁଣିବେ ନାହିଁ ଏବଂ ଆମ ପ୍ରାର୍ଥନା ଶୁଣିବେ ନାହିଁ । ଏହା ସମ୍ପୂର୍ଣ୍ଣରୂପେ ବାଇବଲ ସମ୍ମତ ନୁହେଁ । ଆମେ କେତେବେଳେ ପ୍ରାର୍ଥନା କରୁ, କେଉଁଠି ରହି ପ୍ରାର୍ଥନା କରୁ, ପ୍ରାର୍ଥନା କରିବା ସମୟରେ ଆମର ଶାରିରୀକ ଭଙ୍ଗୀ କିପରି ଅଛି, କିମ୍ବା ଆମ ପ୍ରାର୍ଥନାରେ ଆମେ କହୁଥିବା ଶବ୍ଦଗୁଡିକ କେଉଁ କ୍ରମରେ ବାହାରେ ତାହାକୁ ଆଧାର କରି ଈଶ୍ବର ଆମ୍ଭମାନଙ୍କୁ ପ୍ରାର୍ଥନାର ଉତ୍ତର ଦିଅନ୍ତି ନାହିଁ। ୧ଯୋହନ ୫:୧୪-୧୫ରେ ଆମକୁ କୁହାଯାଇଛି ଯେ, ଆମେ ପ୍ରାର୍ଥନାରେ ଈଶ୍ବରଙ୍କ ନିକଟକୁ ଦୃଢ ବିଶ୍ବାସ ବା ସାହସରେ ଆସିବାକୁ ପଡିବ ଯେ ଆମେ ଯେପର୍ଯ୍ୟନ୍ତ ତାଙ୍କ ଇଛାନୁଯାୟୀ ପ୍ରାର୍ଥନା କରୁ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନାସବୁ ଶୁଣନ୍ତି ଏବଂ ସେସବୁର ଉତ୍ତର ଦିଅନ୍ତି । ଠିକ୍ ସେହିପ୍ରକାରେ, ଯୋହନ ୧୪:୧୩-୧୪ ଘୋଷଣା କରେ, "ପୁଣି ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ମିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି । ଯଦି ତୁମ୍ଭେମାନେ ମୋ ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି ।" ଏହି ପଦ ଓ ଅନ୍ୟ ପଦଗୁଡିକ ଅନୁଯାୟୀ, କୌଣସି ପ୍ରାର୍ଥନା ତାଙ୍କ ଇଛାରେ ଯୀଶୁଙ୍କ ନାମରେ (ଯୀଶୁଙ୍କୁ ଗୌରବ ଦେବା ପାଇଁ) କରାଯାଇଛିକି ନାହିଁ ତହିଁର ଆଧାରରେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦିଅନ୍ତି ।

ତେବେ, ପ୍ରାର୍ଥନା କରିବା ନିମନ୍ତେ ସଠିକ୍ ପଦ୍ଧତି କ'ଣ? ଫିଲିପ୍ପୀୟ ୪:୬-୭ ଆମ୍ଭମାନଙ୍କୁ ଚିନ୍ତିତ ନ ହୋଇ ପ୍ରାର୍ଥନା କରିବା ନିମନ୍ତେ କୁହେ, ଯେକୌଣସି ବିଷୟରେ ପ୍ରାର୍ଥନା କରିବାକୁ କୁହେ ଏବଂ ଧନ୍ୟବାଦୀ ହୃଦୟ ସହ ପ୍ରାର୍ଥନା କରିବାକୁ କୁହେ । ଈଶ୍ବର ଆମ୍ଭମାନଙ୍କ ହୃଦୟରେ ତାଙ୍କ ଶାନ୍ତିର ଦାନ ପ୍ରଦାନ କରି ଏହିପରି ପ୍ରାର୍ଥନାର ଉତ୍ତର ଦିଅନ୍ତି । ପ୍ରାର୍ଥନା କରିବାର ସଠିକ୍ ପଦ୍ଧତି ହେଉଛି ସଚ୍ଚୋଟ ହୋଇ ଏବଂ ଈଶ୍ବରଙ୍କ ନିକଟରେ ମୁକ୍ତ ହୋଇ ଆମ୍ଭମାନଙ୍କ ହୃଦୟକୁ ଈଶ୍ବରଙ୍କ ସମ୍ମୁଖରେ ଢାଳିବା ଯେହେତୁ ଆମେ ଆମ ନିଜକୁ ଯେପରି ଜାଣୁ, ଈଶ୍ବର ତା'ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଭଲ ଭାବରେ ଜାଣନ୍ତି । ଆମ୍ଭମାନଙ୍କ ନିମନ୍ତେ ସର୍ବୋତ୍ତମ ବିଷୟଟି କ'ଣ ତାହା ଈଶ୍ବର ଯେ ଜାଣନ୍ତି ଏବଂ ଆମ୍ଭମାନଙ୍କ ନିମନ୍ତେ ତାଙ୍କ ଇଛା ନ ଥିବା କୌଣସି ନିବେଦନ ଯେ ଶୁଣିବେ ନାହିଁ ଏହି ବିଷୟକୁ ମନ ମଧ୍ୟରେ ରଖି ଆମ୍ଭମାନଙ୍କର ନିବେଦନକୁ ଈଶ୍ବରଙ୍କ ନିକଟରେ ଉପସ୍ଥାପିତ କରିବାକୁ ହେବ । ଆମେ ପ୍ରାର୍ଥନାରେ ଠିକ୍ ବାକ୍ୟ ବା ଶବ୍ଦ କହିବା ବିଷୟରେ ଚିନ୍ତିତ ନ ହୋଇ ଆମେ ପ୍ରାର୍ଥନାରେ ଆମର ପ୍ରେମ, କୃତଜ୍ଞାତାକୁ ପ୍ରକାଶ କରି ଈଶ୍ବରଙ୍କ ଉପାସନା କରିବାକୁ ପଡିବ । ଈଶ୍ବର ପ୍ରାର୍ଥନାରେ ଆମ ବାକ୍ୟ ବା ଶବ୍ଦର ବାଗ୍ମିତା ଅପେକ୍ଷା ଆମ ହୃଦୟ କ'ଣ ଧରି ରଖିଛି ସେଥିରେ ଅଧିକ ଆଗ୍ରହୀ ଅଟନ୍ତି ।

ବାଇବଲ ଯଦି ପ୍ରାର୍ଥନା ନିମନ୍ତେ ସବୁଠାରୁ ଅଧିକ ସରଳ ଓ ନିକଟବର୍ତ୍ତୀ "ନମୁନା" ପ୍ରଦାନ କରେ, ତେବେ ତାହା ହେଉଛି ମାଥିଉ ୬:୯-୧୩ରେ ଥିବା ପ୍ରଭୁଙ୍କ ପ୍ରାର୍ଥନା । ଦୟାକରି ଜାଣି ରଖନ୍ତୁ ଯେ, ପ୍ରଭୁଙ୍କ ପ୍ରାର୍ଥନା ଆମେ ମୁଖସ୍ତ କରି ଈଶ୍ବରଙ୍କ ନିକଟରେ ଘୋଷି ହେଉଥିବାର ଏକ ପ୍ରାର୍ଥନା ନୁହେଁ । ପ୍ରାର୍ଥନାରେ ଆମେ ଦେଖୁଥିବା ବିଷୟଗୁଡିକର ଏକ ଉଦାହରଣ ମାତ୍ର, ଯେପରିକି - ଉପାସନା, ଈଶ୍ବରଙ୍କଠାରେ ବିଶ୍ବାସ କରିବା, ଅନୁରୋଧସକଳ, ପାପସ୍ବୀକାର ଏବଂ ସମର୍ପଣ । ପ୍ରଭୁଙ୍କ ପ୍ରାର୍ଥନା ଯେଉଁ ବିଷୟଗୁଡିକ ବିଷୟରେ କୁହେ, ସେସବୁ ବିଷୟରେ ଆମ ନିଜ ଭାଷା ବ୍ୟବହାର କରି ଏବଂ ଈଶ୍ବରଙ୍କ ସହ ଆମ ଯାତ୍ରାର ଢାଞ୍ଚାନୁଯାୟୀ ଉକ୍ତ ପ୍ରାର୍ଥନାକୁ "ସେହି ରୀତିରେ" ବ୍ୟବହାର କରିବା ଉଚିତ୍ । ପ୍ରାର୍ଥନା କରିବାର ସଠିକ୍ ପଦ୍ଧତି ହେଉଛି ଆମ୍ଭମାନଙ୍କ ହୃଦୟକୁ ଈଶ୍ବରଙ୍କ ସମ୍ମୁଖରେ ପ୍ରକାଶ କରିବା । ବସି ରହି ପ୍ରାର୍ଥନା କରିବା, ଠିଆ ହୋଇ, କିମ୍ବା ଆଣ୍ଠୋଇ; ହସ୍ତଦ୍ବୟ ଖୋଲା ରଖି ବା ଯୋଡ ହସ୍ତରେ; ଚକ୍ଷୁ ବନ୍ଦ କରି ବା ଖୋଲା ରଖି; ଉପାସନା ଗୃହ ଭିତରେ ବା ଗୃହରେ ବା ବାହାରେ; ପ୍ରାତଃ ସମୟରେ କିମ୍ବା ରାତ୍ରିବେଳେ - ଏହି ସମସ୍ତ ହେଉଛି ପାର୍ଶ୍ବବର୍ତ୍ତୀ ବିଷୟଗୁଡିକ, ଏବଂ ଏହି ସମସ୍ତ ବ୍ୟକ୍ତିଗତ ପସନ୍ଦ, ହୃତବୋଧ ଏବଂ ଉପଯୁକ୍ତତା ଅଟେ । ପ୍ରାର୍ଥନା ବିଷୟରେ ଈଶ୍ବରଙ୍କର ଇଛା ହେଉଛି ଯେପରି ଏହା ତାଙ୍କ ଓ ଆମ ମଧ୍ୟରେ ଏକ ବାସ୍ତବ ଓ ବ୍ୟକ୍ତିଗତ ସମ୍ପର୍କ ହୋଇପାରିବ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପ୍ରାର୍ଥନା କରିବା ନିମନ୍ତେ ଉପଯୁକ୍ତ ଉପାୟ କ'ଣ?
© Copyright Got Questions Ministries