settings icon
share icon
ପ୍ରଶ୍ନ

ଜାତିଆଣ ମନୋଭାବ, ମୁଖାପେକ୍ଷା ଏବଂ ପକ୍ଷପାତିତା ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ଏହି ଆଲୋଚନାରେ ବୁଝିବା ନିମନ୍ତେ ପ୍ରଥମ ବିଷୟ ହେଉଛି କେବଳ ଗୋଟିଏ ଜାତି ହିଁ ରହିଛି ଏବଂ ତାହା ହେଉଛି ମନୁଷ୍ୟ ଜାତି । Caucasians, ଆଫ୍ରିକୀୟ, ଏସୀୟ, ଭାରତୀୟ, ଆରବୀୟ ଏବଂ ଯିହୂଦୀମାନେ ଭିନ୍ନ ଭିନ୍ନ ଜାତି ନୁହଁନ୍ତି । ବରଂ, ସେମାନେ ମାନବଜାତିରେ ଥିବା ବିଭିନ୍ନ ସଂସ୍କୃତିର ଲୋକ । ମନୁଷ୍ୟଜାତିରେ ଥିବା ସମସ୍ତଙ୍କ ଗୋଟିଏ ପ୍ରକାର ଶାରିରୀକ ବିଶେଷତ୍ବ (ଅବଶ୍ୟ ଅଳ୍ପ ଟିକିଏ ଭିନ୍ନତା ରହି) ରହିଛି । ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସମସ୍ତ ମାନବଜାତି ଈଶ୍ବରଙ୍କ ପ୍ରତିମୂର୍ତ୍ତି ଏବଂ ସାଦୃଶ୍ୟରେ ନିର୍ମିତ (ଆଦି ୧:୨୬-୨୭) । ଈଶ୍ବର ଜଗତକୁ ଏଡେ ପ୍ରେମ କଲେ ଯେ, ସେ ଆମ୍ଭମାନଙ୍କ ନିମନ୍ତେ ତାଙ୍କ ପ୍ରାଣବଳି ଦେବା ନିମନ୍ତେ ଯୀଶୁଙ୍କୁ ପ୍ରେରଣ କଲେ (ଯୋହନ ୩:୧୬) । "ଜଗତ" ଶବ୍ଦଟି ସ୍ବଷ୍ଟଭାବେ ସମସ୍ତ ସଂସ୍କୃତିର ଲୋକମାନଙ୍କୁ ବୁଝାଏ ।

ଈଶ୍ବର ପକ୍ଷପାତିତା କିମ୍ବା ଅଯାଚିତ ଅନୁଗ୍ରହ ପ୍ରଦର୍ଶନ କରନ୍ତି ନାହିଁ (ଦ୍ବିତୀୟ ବିବରଣ ୧୦:୧୭; ପ୍ରେରିତ ୧୦:୩୪; ରୋମୀୟ ୨:୧୧; ଏଫିସୀୟ ୬:୯) ଏବଂ ଆମ୍ଭେମାନେ ମଧ୍ୟ ସେହିପରି ହେବା ଉଚିତ୍ । ଯେଉଁମାନେ ପକ୍ଷପାତିତା କରନ୍ତି ସେମାନଙ୍କୁ ଯାକୁବ ୨:୪ ରେ "ମନ୍ଦ ଚିନ୍ତା ଥିବା ବିଚାରକର୍ତ୍ତା" ଭାବେ ବର୍ଣ୍ଣନା କରାଯାଏ । ଅପରପକ୍ଷରେ, ଆମେ ଆମେ ନିଜକୁ ଯେପରି ପ୍ରେମ କରୁ ସେପରି ଭାବେ ଆମ ପ୍ରତିବାସୀକୁ ପ୍ରେମ କରିବା ଉଚିତ୍ (ଯାକୁବ ୨:୮) । ପୁରାତନ ନିୟମରେ , ଈଶ୍ବର ମାନବଜାତିକୁ ଦୁଇଗୋଟି "ଜାତିଗତ" ଗୋଷ୍ଠୀରେ ବିଭକ୍ତ କଲେ: ଯିହୂଦୀମାନେ ଏବଂ ବିଜାତିମାନେ । ଯିହୂଦୀମାନଙ୍କ ପ୍ରତି ଈଶ୍ବରଙ୍କ ଉଦ୍ଦେଶ୍ୟ ଥିଲା ଯେ ସେମାନେ ଯାଜକମାନଙ୍କର ଏକ ରାଜ୍ୟ ହୋଇ ବିଜାତୀୟ ଦେଶଗୁଡିକ ମଧ୍ୟରେ ସେବାକାର୍ଯ୍ୟ କରିବେ । ଅପରପକ୍ଷରେ, ଅଧିକାଂଶ ଭାବେ, ଯିହୂଦୀମାନେ ସେମାନଙ୍କର ସ୍ଥିତି ଯୋଗୁଁ ଗର୍ବିତ ହେଲେ ଏବଂ ବିଜାତିମାନଙ୍କୁ ତୁଚ୍ଛ କଲେ । ଯୀଶୁଖ୍ରୀଷ୍ଟ ଶତ୍ରୁତାରୂପ ପ୍ରାଚୀର ଭଗ୍ନ କରି (ଏଫିସୀୟ ୨:୧୪) ଏହି ବିଷୟର ପରିସମାପ୍ତି ଘଟାଇଲେ । ସମସ୍ତ ପ୍ରକାର ଜାତିଆଣ ମନୋଭାବ, ମୁଖାପେକ୍ଷା ଏବଂ ପକ୍ଷପାତିତା କ୍ରୁଶ ଉପରେ ଯୀଶୁଙ୍କ କାର୍ଯ୍ୟର ପ୍ରକାଶ୍ୟ ଅପମାନ ।

ଯୀଶୁ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ସେପରି ଆମ୍ଭେମାନେ ମଧ୍ୟ ପରସ୍ପରକୁ ପ୍ରେମ କରିବା ନିମନ୍ତେ ସେ ଆମ୍ଭମାନଙ୍କୁ ଆଦେଶ ଦିଅନ୍ତି (ଯୋହନ ୧୩:୩୪) । ଯଦି ଈଶ୍ବର ପକ୍ଷପାତିତାଶୂନ୍ୟ ଏବଂ ବିନା ପକ୍ଷପାତିତାରେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ତେବେ ଆମ୍ଭେମାନେ ମଧ୍ୟ ସେହି ଧରଣର ଉଚ୍ଚମାନରେ ଅନ୍ୟମାନଙ୍କୁ ପ୍ରେମ କରିବା ଉଚିତ୍ । ଯୀଶୁ ମାଥିଉ ୨୫ ଶିକ୍ଷା ଦିଅନ୍ତି ଯେ, ଆମେ ଏହି କ୍ଷୁଦ୍ରତମମାନଙ୍କ ମଧ୍ୟରୁ ଜଣଙ୍କ ପ୍ରତି ଯାହା କରୁ, ତାହା ଆମେ ତାଙ୍କ ପ୍ରତି କରୁ । ଯଦି ଆମେ ଜଣେ ବ୍ୟକ୍ତିଙ୍କୁ ଅସମ୍ମାନ ଦେଇ ବ୍ୟବହାର କରୁ, ଆମେ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ଜଣେ ବ୍ୟକ୍ତିଙ୍କୁ ଖରାପ ବ୍ୟବହାର କରୁ ; ଈଶ୍ବର ଯାହାଙ୍କୁ ପ୍ରେମ କରନ୍ତି ଏବଂ ଯାହାଙ୍କ ନିମନ୍ତେ ଯୀଶୁ ମୃତ୍ୟୁଭୋଗ କରିଅଛନ୍ତି ସେହି ବ୍ୟକ୍ତିଙ୍କୁ ଆଘାତ ଦେଉଛୁ ।

ବିଭିନ୍ନ ପ୍ରକାରେ, ବିଭିନ୍ନ ମାତ୍ରରେ ହଜାର ହଜାର ବର୍ଷ ଧରି ଜାତିଆଣ ମନୋଭାବ ମାନବଜାତିଠାରେ ଏକ ମହାମାରୀ ହୋଇଆସିଆଛି । ଭାଇମାନେ ଏବଂ ଭ ଉଣୀମାନେ, ଏପରି ହେବା ଉଚିତ୍ ନୁହେଁ । ଜାତିଆଣ ମନୋଭାବ, ମୁଖାପେକ୍ଷା ଏବଂ ପକ୍ଷପାତିତାର ଶିକାର ହୋଇଥିବା ବ୍ୟକ୍ତିମାନେ କ୍ଷମା ଦେବାର ଆବଶ୍ୟକତା ରହିଛି । ଏଫିସୀୟ ୪:୩୨ ଘୋଷଣା କରେ, "ଆଉ, ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ବର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।" ଜାତିଆଣ ମନୋଭାବ ପୋଷଣ କରୁଥିବା ଲୋକମାନେ ଆପଣଙ୍କଠାରୁ କ୍ଷମା ପାଇବାର ଯୋଗ୍ୟ ହୋଇନପାରନ୍ତି, କିନ୍ତୁ ଆମେ ତାହା ଅପେକ୍ଷା ଅଧିକ ପରିମାଣରେ ଈଶ୍ବରଙ୍କର କ୍ଷମା ପାଇବାର ଅଯୋଗ୍ୟ ଅଟୁ । ଯେଉଁମାନେ ଜାତିଆଣ ମନୋଭାବ ରଖି କାର୍ଯ୍ୟ କରନ୍ତି, ମୁଖାପେକ୍ଷା କାର୍ଯ୍ୟ କରନ୍ତି ଏବଂ ପକ୍ଷପାତିତା କାର୍ଯ୍ୟ କରନ୍ତି ଅନୁତାପ କରିବାର ଆବଶ୍ୟକ ରହିଛି । "କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ବରଙ୍କ ନିକଟରେ ସମର୍ପଣ କର ।" (ରୋମୀୟ ୬:୧୩) ଗାଲାତୀୟ ୩:୨୮ ସମ୍ପୂର୍ଣ୍ଣରୂପେ ହୃଦୟଙ୍ଗମ କରାଯାଉ, "ଯିହୂଦୀ କି ଗ୍ରୀକ୍ କି ସ୍ବାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିରହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ ।"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜାତିଆଣ ମନୋଭାବ, ମୁଖାପେକ୍ଷା ଏବଂ ପକ୍ଷପାତିତା ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries