ପ୍ରଶ୍ନ
ନିରବ ପ୍ରାର୍ଥନା - ଏହା ବାଇବଲ ସମ୍ମତକି?
ଉତ୍ତର
ବାଇବଲ ନିର୍ଦ୍ଧିଷ୍ଟ ଭାବେ ନିରବରେ ପ୍ରାର୍ଥନା କରିବା ବିଷୟରେ ଉଲ୍ଲେଖ କରେନାହିଁ, କିନ୍ତୁ ତାହାର ଅର୍ଥ ନୁହେଁ ଯେ ଉଚ୍ଚସ୍ବରରେ ପ୍ରାର୍ଥନା କରିବାଠାରୁ ଏହାର କମ୍ ବୈଧତା ଅଛି । ଈଶ୍ବର ଯେପରି ଆମ୍ଭମାନଙ୍କର ବାକ୍ୟ ବା ଶବ୍ଦକୁ ଅତି ସହଜରେ ସେ ଶୁଣିପାରିଥାନ୍ତି, ଠିକ୍ ସେହିପରି ସେ ଆମ୍ଭମାନଙ୍କର ଚିନ୍ତାସବୁକୁ ଶୁଣିପାରନ୍ତି (ଗୀତସଂହିତା ୧୩୯:୨୩; ଯିରିମିୟ ୧୨:୩) । ଯୀଶୁ ଫାରୁଶୀମାନଙ୍କର ମନ୍ଦ ଚିନ୍ତାସବୁ ଜାଣିପାରିଥିଲେ (ମାଥିଉ ୧୨:୨୪-୨୫; ଲୂକ ୧୧:୭) । ଆମେ କରୁଥିବା, କହୁଥିବା କିମ୍ବା ଚିନ୍ତା କରୁଥିବା କୌଣସି ବିଷୟ ଈଶ୍ବରଙ୍କଠାରୁ ଗୁପ୍ତ ନୁହେଁ, ଯିଏକି ଆମ୍ଭମାନଙ୍କର ଚିନ୍ତାସବୁକୁ ଜାଣିବା ନିମନ୍ତେ ଆମ୍ଭମାନଙ୍କର ବାକ୍ୟ ଶୁଣିବାର ଆବଶ୍ୟକ କରନ୍ତି ନାହିଁ । ତାଙ୍କ ନିକଟରେ କରାଯାଉଥିବା ସମସ୍ତ ପ୍ରାର୍ଥନା ମୁଖ ଦ୍ବାରା କୁହାଯାଉ କିମ୍ବା ନ କୁହାନଯାଉ, ସେ ସମସ୍ତ ଶୁଣନ୍ତି ।
ବାଇବଲ ଏକାନ୍ତ ବା ଗୁପ୍ତ ଭାବରେ ପ୍ରାର୍ଥନା କରିବା ବିଷୟରେ ଉଲ୍ଲେଖ କରେ (ମାଥିଉ ୬:୬) । ଆପଣ ଯଦି ଏକେଲା ଅଛନ୍ତି, ତେବେ ଆପଣ ଉଚ୍ଚସ୍ବରରେ କିମ୍ବା ନିରବରେ ପ୍ରାର୍ଥନା କରିବା ମଧ୍ୟରେ ଭିନ୍ନତା କ'ଣ? କେତେକ ପରିସ୍ଥିତି ଅଛି ଯେଉଁଠିକି କେବଳ ନିରବ ପ୍ରାର୍ଥନା ହିଁ ଉପଯୁକ୍ତ ଅଟେ, ଉଦାହରଣ ସ୍ବରୂପ, କେବଳ ଆପଣ ଓ ଈଶ୍ବରଙ୍କ ମଧ୍ୟରେ କିଛି ବିଷୟରେ ପ୍ରାର୍ଥନା କରିବା, ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ନିମନ୍ତେ ପ୍ରାର୍ଥନା କରିବା ଇତ୍ୟାଦି । ଆମେ ପ୍ରାର୍ଥନା କରିବା ଅନ୍ୟମାନଙ୍କ ଦ୍ବାରା ଦେଖାଯିବା ବୋଲି ଲଜ୍ଜାଶୀଳ କାରଣରୁ ଯଦି ନିରବରଏ ପ୍ରାର୍ଥନା କରୁନାହୁଁ ତେବେ, ନିରବରେ ପ୍ରାର୍ଥନା କଲେ କିଛି ଭୁଲ୍ ନାହିଁ ।
ମୁଖଦ୍ବାରା କୁହାଯାଉନଥିବା ପ୍ରାର୍ଥନାର ବୈଧତାକୁ ସୂଚିତ କରୁଥିବା ସର୍ବୋତ୍ତମ ପଦ ବୋଧହୁଏ ୧ଥେସଲନିକୀୟ ୫:୧୭: "ନିରନ୍ତର ପ୍ରାର୍ଥନା କର ।" ନିରନ୍ତର ପ୍ରାର୍ଥନା କରିବା ସ୍ବଷ୍ଟ ଭାବେ ବୁଝାଏ ଯେ, ଆମେ ସବୁ ସମୟରେ ମୁଖ ଫିଟାଇ ପ୍ରାର୍ଥନା କରୁନାହୁଁ । ବରଂ ଏହା ବୁଝାଏ ଯେ, ଆମେ ଈଶ୍ବର-ଚେତନାର ଏକ ନିରନ୍ତର ଅବସ୍ଥାରେ ରହିବା ଉଚିତ୍, ଯେଉଁଠିକି ଆମେ ଆମ୍ଭମାନଙ୍କର ସମସ୍ତ ଚିନ୍ତାକୁ ତାଙ୍କ ନିମନ୍ତେ ବନ୍ଦୀ କରୁ (୨କରିନ୍ଥୀୟ ୧୦:୫) ଏବଂ ପ୍ରତ୍ୟେକ ପରିସ୍ଥିତି, ଯୋଜନା, ଭୟ, କିମ୍ବା ଚିନ୍ତାସକଳ ତାହାଙ୍କ ସିଂହାସନ ସମ୍ମୁଖକୁ ଆଣୁ । ନିରନ୍ତର ପ୍ରାର୍ଥନାର କିଛି ଅଂଶ ହେଉଛି ମୁଖରେ କୁହାଯାଉଥିବା ପ୍ରାର୍ଥନା, ଗୁଣୁଗୁଣୁ କରାଯାଉଥିବା ପ୍ରାର୍ଥନା, ଉଚ୍ଚସ୍ବରରେ କରାଯାଉଥିବା ପ୍ରାର୍ଥନା, ଗାୟନ କରାଯାଉଥିବା ପ୍ରାର୍ଥନା ଏବଂ ନିରବ ପ୍ରାର୍ଥନା ଯେତେବେଳେ ଆମେ ପ୍ରଶଂସା, ନିବେଦନ, ଗୁହାରୀ ଏବଂ ଧନ୍ୟାବାଦାର୍ପଣର ଚିନ୍ତାସବୁକୁ ଈଶ୍ବରଙ୍କ ପ୍ରତି ରଖୁ ।
English
ନିରବ ପ୍ରାର୍ଥନା - ଏହା ବାଇବଲ ସମ୍ମତକି?