settings icon
share icon
ପ୍ରଶ୍ନ

ପାପର ସଂଜ୍ଞା କ'ଣ?

ଉତ୍ତର


ବାଇବଲରେ ପାପ ଈଶ୍ବରଙ୍କ ବ୍ୟବସ୍ଥା ଲଙ୍ଘନକୁ ପାପ (୧ଯୋହନ ୩:୪) ଏବଂ ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ (ଦ୍ବିତୀୟ ବିବରଣ ୯:୭; ଯିହୋଶୂୟ ୧:୧୮) ଭାବେ ବର୍ଣ୍ଣନା କରାଯାଇଛି । ଲୁଶିଫରଙ୍କଠାରୁ ପାପର ଆରମ୍ଭ ହେଲା, ଯିଏକି ଦୂତମାନଙ୍କ ମଧ୍ୟରେ ବୋଧହୁଏ ସବୁଠାରୁ ଅଧିକ ସୁନ୍ଦର ଏବଂ ଶକ୍ତିଶାଳୀ ଥିଲା । ତା' ସ୍ଥିତିରେ ସନ୍ତୁଷ୍ଟ ନ ହୋଇ, ସେ ଈଶ୍ବରଙ୍କ ଅପେକ୍ଷା ଉଚ୍ଚ ହେବାକୁ ଇଛା କଲା, ଏବଂ ତାହା ହେଉଛି ତାହାର ପତନ ଏବଂ ପାପର ଆରମ୍ଭ (ଯିଶାଇୟ ୧୪:୧୨-୧୫) । ଶୟତାନ ନାମରେ ପୁନଃନାମିତ ହୋଇ ସେ ଏଦନ ଉଦ୍ୟାନରେ ମାନବ ଜାତିଙ୍କ ଠାରେ ପାପ ପ୍ରବେଶ କରାଇଲା, ଯେଉଁଠି ସେ ଆଦମ ଓ ହବାଙ୍କୁ ଠିକ୍ ସେହି ପ୍ରଲୋଭନରେ ପ୍ରଲୋଭିତ କରି କହିଲା, "ତୁମେ ଈଶ୍ବରଙ୍କ ପରି ହେବ ।" ଆଦି ୩ ଅଧ୍ୟାୟ ଈଶ୍ବର ଓ ତାଙ୍କ ଆଦେଶ ବିରୁଦ୍ଧରେ ଆଦମ ଓ ହବାଙ୍କ ବିଦ୍ରୋହ ବର୍ଣ୍ଣନା କରେ । ସେହି ସମୟ ଠାରୁ, ମାନବ ଜାତିର ସମସ୍ତ ବଂଶକୁ ପାପ ପ୍ରବେଶ କରିଛି, ଏବଂ ଆଦମଙ୍କ ବଂଶଧର ଯେ ଆମେ, ଆମେ ତାଙ୍କଠାରୁ ପାପ ଗୁଣସୂତ୍ର ଆଧାରରେ ପାଇଛୁ । ରୋମୀୟ ୫:୧୨ ଆମ୍ଭମାନଙ୍କୁ କୁହେ ଯେ, ଆଦମଙ୍କ ଦ୍ବାରା ପାପ ଜଗତ ମଧ୍ୟରେ ପ୍ରବେଶ କଲା ଏବଂ ସେଇଥିଯୋଗୁଁ ମୃତ୍ୟୁ ସମସ୍ତ ମନୁଷ୍ୟଙ୍କ ମଧ୍ୟରେ ପ୍ରବେଶ କଲା କାରଣ "ପାପର ବେତନ ମୃତ୍ୟୁ" (ରୋମୀୟ ୬:୨୩) ।

ଆଦମଙ୍କ ଦ୍ବାରା, ପାପ କରିବାର ଅବିଚ୍ଛେଦ୍ୟ ସ୍ବାଭାବିକ ପ୍ରବୃତ୍ତି ମାନବଜାତିଠାରେ ପ୍ରବେଶ କଲା, ଏବଂ ମାନବଜାତି ପ୍ରକୃତିରେ ପାପୀ ହେଲେ । ଯେତେବେଳେ ଆଦମ ପାପ କଲେ, ତାଙ୍କ ଅନ୍ତଃସ୍ଥ ପ୍ରକୃତି ତାଙ୍କ ବିଦ୍ରୋହ କରିବାର ପାପ ଦ୍ବାରା ପରିବର୍ତ୍ତିତ ହୋଇଥିଲା, ଯାହା ତାଙ୍କୁ ଆତ୍ମିକ ମୃତ୍ୟୁ ଏବଂ ନୈତିକ ଅବନତି ଆଣିଦେଲା ଯାହା ତାଙ୍କ ପରେ ଆସିବା ସମସ୍ତଙ୍କ ପ୍ରତି ଲାଗୁ ହେବ । ଆମେ ପାପ କରୁଥିବା ଯୋଗୁଁ ଯେ ପାପୀ ସେପରି ନୁହେଁ; ବରଂ ଆମେ ପାପୀ ହୋଇଥିବାରୁ ପାପ କରୁ । ଏହି ବଂଶାନୁକ୍ରମିକ ଭାବେ ଲାଗି ରହିଥିବା ନୈତିକ ଅବନତି ଉତ୍ତରାଧିକାରର ପାପ ଭାବରେ ଜଣାଶୁଣା । ଆମେ ଯେପରି ଆମ ପିତାମାତାଙ୍କଠାରୁ ଶାରିରୀକ ବୈଶିଷ୍ଟ୍ୟସକଳ ଆଣିଥାଉ, ଠିକ୍ ସେହିପରି ଭାବରେ ଆଦମଙ୍କଠାରୁ ଆମେ ଉତ୍ତରାଧିକାର ସୂତ୍ରରେ ପାପପୂର୍ଣ୍ଣ ପ୍ରକୃତିକୁ ପ୍ରାପ୍ତ ହେଉ । ଗୀତସଂହିତା ୫୧:୫ରେ ଦାଉଦ ରାଜା ଏହି ପତିତ ମାନବ ପ୍ରକୃତିର ଅବସ୍ଥା ବିଷୟରେ ବିଳାପ କରିଥିଲେ: "ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ' ମାତା ମୋତେ ଗର୍ଭରେ ଧାରଣ କଲା ।"

ଆଉ ଏକ ପ୍ରକାର ପାପ ହେଉଛି ଅର୍ଜିତ ପାପ । ଉଭୟ ଅର୍ଥନୈତିକ ଏବଂ ଆଇନଗତ ପରିଧିରେ, "imputed" ନିମନ୍ତେ ଗ୍ରୀକ୍ ଶବ୍ଦର ଅର୍ଥ ହେଉଛି "କୌଣସି ବ୍ୟକ୍ତିଙ୍କର କିଛି ବିଷୟକୁ ନେବା ଏବଂ ଏହାକୁ ଅନ୍ୟ ଜଣଙ୍କ ଜମାରେ ରଖିବା ।" ମୋଶାଙ୍କ ବ୍ୟବସ୍ଥା ଦତ୍ତ ହେବା ପୂର୍ବରୁ, ଯଦିଓ ଗୁଣସୂତ୍ର ଆଧାର ଯୋଗୁଁ ସେହି ସମୟ ସୁଦ୍ଧା ପାପୀ ଥିଲେ, ତଥାପି ମନୁଷ୍ୟକୁ ପାପ ଆରୋପ କରାଯାଉନଥିଲା । ବ୍ୟବସ୍ଥା ଦତ୍ତ ହେବା ପରେ, ବ୍ୟବସ୍ଥା ଲଙ୍ଘନ ହେତୁ କରାଯାଉଥିବା ପାପ ସେମାନଙ୍କ ଉପରେ ଆରୋପିତ (ଅର୍ଜିତ) କରାଯାଇଥିଲା (ରୋମୀୟ ୫:୧୩) । ଏପରିକି ଆଜ୍ଞା ଲଙ୍ଘନ ମନୁଷ୍ୟଠାରେ ଆରୋପ କରାଯିବା ପୂର୍ବରୁ ପାପର ଚରମ ଦଣ୍ଡ (ମୃତ୍ୟୁ) ରାଜୁତି କରିଚାଲିଲା (ରୋମୀୟ ୫:୧୪) । ଆଦମଙ୍କଠାରୁ ମୋଶାଙ୍କ ପର୍ଯ୍ୟନ୍ତ ସମସ୍ତ ମାନବ, ମୋଶାଙ୍କ ବ୍ୟବସ୍ଥା (ଯାହା ସେମାନଙ୍କ ନିକଟରେ ନ ଥିଲା) ବିରୁଦ୍ଧରେ ସେମାନଙ୍କର ପାପପୂର୍ଣ୍ଣ କାର୍ଯ୍ୟ ହେତୁ ଯେ ମୃତ୍ୟୁର ଅଧୀନ ଥିଲେ ତାହା ନୁହେଁ କିନ୍ତୁ ସେମାନଙ୍କର ନିଜ ଗୁଣସୂତ୍ର ଆଧାରରେ ପାଇଥିବା ପାପପୂର୍ଣ୍ଣ ପ୍ରକୃତି ଯୋଗୁଁ ମୃତ୍ୟୁର ଅଧୀନ ହେଲେ । ମୋଶାଙ୍କ ପରେ, ମନୁଷ୍ୟମାନେ ଆଦମଙ୍କଠାରୁ ଗୁଣସୂତ୍ର ଆଧାରରେ ଆଣିଥିବା ପାପ ଯୋଗୁଁ ଏବଂ ଈଶ୍ବରଙ୍କ ବ୍ୟବସ୍ଥା ଲଙ୍ଘନରୁ ହୋଇଥିବା ଅର୍ଜିତ ପାପ ଯୋଗୁଁ ମୃତ୍ୟୁର ଅଧୀନ ହେଲେ ।

ଯୀଶୁଖ୍ରୀଷ୍ଟ, ଯିଏକି ଆମ୍ଭମାନଙ୍କର ପାପର ପାଉଣା - ମୃତ୍ୟୁ - କୁ କ୍ରୁଶ ଉପରେ ପରିଶୋଧ କଲେ, ଈଶ୍ବର ତାଙ୍କ ଜମାରେ ବିଶ୍ବାସୀମାନଙ୍କ ପାପକୁ ଆରୋପ କରିବା ସମୟରେ ମାନବଜାତିକୁ ଲାଭବାନ୍ କରିବା ନିମନ୍ତେ ଆରୋପଣ ନୀତି ବ୍ୟବହାର କଲେ । ଯୀଶୁଙ୍କ ଉପରେ ଆମ୍ଭମାନଙ୍କର ପାପ ଆରୋପ କରି, ଈଶ୍ବର ତାଙ୍କୁ ଏପରି ବ୍ୟବହାର କଲେ, ଯେପରିକି ସେ ଜଣେ ପାପୀ, ଯଦିଓ ସେ ପାପୀ ନ ଥିଲେ, ଏବଂ ସମଗ୍ର ଜଗତର ପାପ ନିମନ୍ତେ ତାଙ୍କୁ ମୃତ୍ୟୁଭୋଗ କରାଇଲେ (୧ଯୋହନ ୨:୨) । ପାପ ତାଙ୍କ ଉପରେ ଥୁଆଗଲା, କିନ୍ତୁ ସେ ଏହାକୁ ଆଦମଙ୍କଠାରୁ ପ୍ରାପ୍ତ ହୋଇନଥିଲେ, ଏବଂ ଏହି ବିଷୟ ବୁଝିବା ଅତି ଗୁରୁତ୍ବପୂର୍ଣ୍ଣ ଅଟେ । ସେ ପାପର ପାଉଣା ବା ଦଣ୍ଡ ଧାରଣ କଲେ, କିନ୍ତୁ ସେ କେବେ ବି ଜଣେ ପାପୀ ନ ଥିଲେ । ତାଙ୍କ ଶୁଦ୍ଧ ଏବଂ ସିଦ୍ଧ ପ୍ରକୃତିକୁ ପାପ ସ୍ବର୍ଶ୍ବ କରିପାରିନଥିଲା । ତାଙ୍କୁ ଏପରି ବ୍ୟବହାର କରାଯାଇଥିଲା ଯେପରିକି ସମଗ୍ର ମାନବ ଜାତି ଦ୍ବାରା କରାଯାଇଥିବା ସମସ୍ତ ପାପରେ ସେ ଦୋଷୀ ଥିଲେ ଯଦିଓ ସେ କୌଣସି ପାପ କରିନଥିଲେ । ଏହା ପ୍ରତିବଦଳରେ, ଈଶ୍ବର ଖ୍ରୀଷ୍ଟଙ୍କ ଧାର୍ମିକତା ବିଶ୍ବାସୀମାନଙ୍କୁ ଆରୋପ କଲେ ଏବଂ ତାଙ୍କ ଧାର୍ମିକତାରେ ଆମ୍ଭମାନଙ୍କ ପାଇଁ ଆରୋପିତ ହେଲେ, ଠିକ୍ ଯେପରି ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ପାପକୁ ଆରୋପିତ କରିଥିଲେ (୨କରିନ୍ଥୀୟ ୫:୨୧) ।

ତୃତୀୟ ପ୍ରକାର ଆଉ ଏକ ପାପ ହେଉଛି ବ୍ୟକ୍ତିଗତ ପାପ, ଯାହା ପ୍ରତ୍ୟେକ ମାନବ ଦ୍ବାରା ପ୍ରତ୍ୟେକ ଦିନ କରାଯାଇଥାଏ । ଯେହେତୁ, ଆଦମଙ୍କଠାରୁ ଆମେ ଗୁଣସୂତ୍ର ଆଧାରରେ ପାପ ପ୍ରକୃତି ପାଇଛୁ, ତେଣୁ ଆମେ ପୃଥକ୍ ଓ ବ୍ୟକ୍ତିଗତ ପାପ, ନିର୍ଦ୍ଦୋଷ ପରି ଜଣାଯାଉଥିବା ଅସତ୍ୟରୁ ନରହତ୍ୟା ପରି ପାପ କରିଚାଲିଛୁ । ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ସେମାନଙ୍କର ବିଶ୍ବାସ ସ୍ଥାପନ କରିନାହାନ୍ତି, ସେମାନେ ନିହାତି ସେମାନଙ୍କର ବ୍ୟକ୍ତିଗତ ପାପ ସହ ଗୁଣସୂତ୍ର ଆଧାରରେ ଆଣିଥିବା ପାପ ଏବଂ ଆରୋପିତ ପାପ ନିମନ୍ତେ ପାଉଣା ପରିଶୋଧ ଅର୍ଥାତ୍ ଦଣ୍ଡ ପାଇବାକୁ ପଡିବ । ଅଥଚ, ବିଶ୍ବାସୀମାନେ ପାପର ଅନନ୍ତକାଳୀନ ଦଣ୍ଡ ଯେ ନରକ ଏବଂ ଆତ୍ମିକ ମୃତ୍ୟୁ, ସେଥିରୁ ମୁକ୍ତ ହୋଇଅଛନ୍ତି - କିନ୍ତୁ ବର୍ତ୍ତମାନ ପାପ ନ କରିବା ନିମନ୍ତେ ପ୍ରତିରୋଧ କରିବା ନିମନ୍ତେ ମଧ୍ୟ ଆମ୍ଭମାନଙ୍କର ଶକ୍ତି ଅଛି । ବର୍ତ୍ତମାନ ଆମେ ବ୍ୟକ୍ତିଗତ ପାପ କରିବା କିମ୍ବା କରିବା ନାହିଁ ତାହା ମନୋନୟନ କରିପାରିବା ଯେହେତୁ ଯେଉଁ ପବିତ୍ରଆତ୍ମା ଆମ୍ଭମାନଙ୍କଠାରେ ବାସ କରନ୍ତି, ଏବଂ ଆମ୍ଭମାନଙ୍କୁ ପବିତ୍ରୀକୃତ କରୁଅଛନ୍ତି ଏବଂ ଆମ୍ଭେମାନେ ପାପ କରିବା ସମୟରେ ଆମ୍ଭମାନଙ୍କୁ ହୃତବୋଧ କରାନ୍ତି (ରୋମୀୟ ୮:୯-୧୧) ସେହି ପବିତ୍ରଆତ୍ମାଙ୍କ ଦ୍ବାରା ପାପକୁ ପ୍ରତିରୋଧ କରିବା ନିମନ୍ତେ ଆମ୍ଭମାନଙ୍କ ନିକଟରେ ଶକ୍ତି ଅଛି । ଥରେ ଆମେ ଆମ୍ଭମାନଙ୍କ ବ୍ୟକ୍ତିଗତ ପାପସକଳ ଈଶ୍ବରଙ୍କ ନିକଟରେ ସ୍ବୀକାର କରି ସେଗୁଡିକ ନିମନ୍ତେ କ୍ଷମା ମାଗିଲେ, ତାଙ୍କ ସହିତ ଆମର ସିଦ୍ଧ ସହଭାଗୀତା ଏବଂ ଘନିଷ୍ଠ ସମ୍ପର୍କ ସ୍ଥାପିତ ହୋଇଥାଏ । "ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ବୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ବସ୍ତ ଓ ନ୍ୟାୟବାନ୍ ଅଟନ୍ତି" (୧ଯୋହନ ୧:୯) ।

ଆମ୍ଭେମାନେ ଗୁଣସୂତ୍ରଜନିତ ପାପ, ଆରୋପିତ ପାପ ଏବଂ ବ୍ୟକ୍ତିଗତ ପାପ ଯୋଗୁଁ ତିନିଗୁଣ ଦୋଷାବହ ଅଟୁ । ଏହି ପାପ ନିମନ୍ତେ ଏକମାତ୍ର ଦଣ୍ଡ ହେଉଛି ମୃତ୍ୟୁ (ରୋମୀୟ ୬:୨୩), ଏହା କେବଳ ଶାରିରୀକ ମୃତ୍ୟୁ ନୁହେଁ କିନ୍ତୁ ଅନନ୍ତକାଳୀନ ମୃତ୍ୟୁ (ପ୍ରକାଶିତ ୨୦:୧୧-୧୫) । ଧନ୍ୟବାଦର ବିଷୟ ଯେ, ଗୁଣସୂତ୍ରଜନିତ ପାପ, ଆରୋପିତ ପାପ ଏବଂ ବ୍ୟକ୍ତିଗତ ପାପ ଏହି ସମସ୍ତ ଯୀଶୁଙ୍କ କ୍ରୁଶରେ କ୍ରୁଶବିଦ୍ଧ ହୋଇଅଛନ୍ତି, ଏବଂ ବର୍ତ୍ତମାନ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ଭାବରେ ବିଶ୍ବାସ କରିବା ଦ୍ବାରା "ତାହାଙ୍କ ଅନୁଗ୍ରହରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ବାରା ମୁକ୍ତି, ଅର୍ଥାତ୍ ଅପରାଧସବୁର କ୍ଷମାପ୍ରାପ୍ତ ହୋଇଅଛୁ" (ଏଫିସୀୟ ୧:୭) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପାପର ସଂଜ୍ଞା କ'ଣ?
© Copyright Got Questions Ministries