settings icon
share icon
ପ୍ରଶ୍ନ

ସମସ୍ତ ପାପ ଈଶ୍ବରଙ୍କ ଦୃଷ୍ଟିରେ ସମାନ ଅଟେକି?

ଉତ୍ତର


ମାଥିଉ ୫:୨୧-୨୮ରେ, ବ୍ୟଭିଚାର କରିବା ଆପଣଙ୍କ ହୃଦୟରେ କାମନା କରିବା ସହ ଏବଂ ନରହତ୍ୟା କରିବା ଆପଣଙ୍କ ହୃଦୟରେ କ୍ରୋଧ ରଖିବା ସହ ସମାନ । ଅଥଚ, ଏହା ବୁଝାଏ ନାହିଁ ଯେ, ସେହି ସମସ୍ତ ପାପ ସମାନ ଅଟନ୍ତି । ଯୀଶୁ ଫାରୁଶୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ, ପାପ ହେଉଛି ପାପ ଯଦି ଆପଣ ତାହା ସମ୍ପାଦନ ନ କରି ମଧ୍ୟ ତାହାକୁ କରିବା ନିମନ୍ତେ ମନ ମଧ୍ୟରେ ସ୍ଥିର କରୁଅଛନ୍ତି । ଯୀଶୁଙ୍କ ସମୟର ଧର୍ମଗୁରୁମାନେ ଶିକ୍ଷା ଦେଉଥିଲେ ଯେ, ଆପଣ କୌଣସି ଏକ ପାପ କରିବା ନିମନ୍ତେ ଇଛା କଲେ ସୁଦ୍ଧା ଯେପର୍ଯ୍ୟନ୍ତ ତାହାକୁ କାର୍ଯ୍ୟରେ ପରିଣତ ନ କରିଛନ୍ତି ସେପର୍ଯ୍ୟନ୍ତ ଆପଣ ପାପ କରିନାହାନ୍ତି । ଈଶ୍ବର ଜଣେ ବ୍ୟକ୍ତିର କାର୍ଯ୍ୟ ସମେତ ତା'ର ଚିନ୍ତାକୁ ମଧ୍ୟ ବିଚାର କରନ୍ତି ଏହି ବିଷୟକୁ ସେମାନେ ଯେପରି ହୃଦୟଙ୍ଗମ କରିବେ ସେଥିନିମନ୍ତେ ସେମାନଙ୍କୁ ବାଧ୍ୟ କରୁଛନ୍ତି । ଯୀଶୁ ଘୋଷଣା କଲେ ଯେ, ଆମ ହୃଦୟରେ କ'ଣ ଅଛି ତାହାର ଫଳ ହେଉଛି ଆମ୍ଭମାନଙ୍କର କାର୍ଯ୍ୟ (ମାଥିଉ ୧୨:୩୪) ।

ତେଣୁ, ଯଦିଓ ଯୀଶୁ କହିଲେ ଯେ, କାମନା ଏବଂ ବ୍ୟଭିଚାର ଉଭୟ ପାପ, ତାହାର ଅର୍ଥ ନୁହେଁ ଯେ, ସେଗୁଡିକ ସମାନ ଅଟନ୍ତି । ଜଣେ ବ୍ୟକ୍ତିଙ୍କୁ କେବଳ ଘୃଣା କରିବା ଅପେକ୍ଷା ତାହାକୁ ବାସ୍ତବରେ ହତ୍ୟା କରିବା ଅଧିକ ମନ୍ଦ ବିଷୟ ଅଟେ, ଯଦିଓ ସେ ଦୁଇଟି ବିଷୟ ଈଶ୍ବରଙ୍କ ଦୃଷ୍ଟିରେ ପାପ ଅଟେ । ପାପର ମାନ ରହିଛି । କେତେକ ପାପ ଅନ୍ୟ କେତେକ ପାପ ଅପେକ୍ଷା ଅଧିକ ଗୁରୁତର । ଠିକ୍ ସେହି ସମୟରେ, ଉଭୟ ଅନନ୍ତକାଳୀନ ପରିଣାମରେ ଅର୍ଥାତ୍ ସ୍ବର୍ଗ ଏବଂ ନରକ ବିଷୟରେ ଏବଂ ପରିତ୍ରାଣ ବିଷୟରେ, ସମସ୍ତ ପାପ ସମାନ ଅଟେ । ପ୍ରତ୍ୟେକ ପାପ ଅନନ୍ତ ଦଣ୍ଡ ପାଇବାକୁ ରାସ୍ତା କଢାଏ (ରୋମୀୟ ୬:୨୩) । କେତେ "କ୍ଷୁଦ୍ର" ହେଉ ପଛକେ, ପ୍ରତ୍ୟେକ ପାପ ଏକ ଅସୀମ ଏବଂ ଅନନ୍ତ ଈଶ୍ବରଙ୍କ ବିରୁଦ୍ଧରେ ଅଟେ, ଏବଂ ସେଇଥିଯୋଗୁଁ ଏକ ଅସୀମ ଏବଂ ଅନନ୍ତ ଦଣ୍ଡ ପାଇବାର ଯୋଗ୍ୟ । ଅଧିକନ୍ତୁ, ଏପରି ଏକ ପାପ ନାହିଁ ଯାହା ବହୁତ ବଡ ହୋଇଥିବାରୁ ଈଶ୍ବର କ୍ଷମା କରିପାରିବେନାହିଁ । ଯୀଶୁ ପାପର ପାଉଣାକୁ ଶୁଝିବା ନିମନ୍ତେ ମୃତ୍ୟୁଭୋଗ କଲେ (୧ଯୋହନ ୨:୨) । ଯୀଶୁ ଆମ୍ଭମାନଙ୍କର ପାପ ନିମନ୍ତେ ସମସ୍ତଙ୍କ ପାଇଁ ମୃତ୍ୟୁଭୋଗ କଲେ (୨କରିନ୍ଥୀୟ ୫:୨୧) । ସମସ୍ତ ପାପ ଈଶ୍ବରଙ୍କ ନିମନ୍ତେ ସମାନ କି? ହଁ ଏବଂ ନା । କଠୋରତାରେ? ନା । ପ୍ରାୟଶ୍ଚିତ ବା ଦଣ୍ଡରେ? ହଁ । କ୍ଷମାଯୋଗ୍ୟ କି? ହଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ସମସ୍ତ ପାପ ଈଶ୍ବରଙ୍କ ଦୃଷ୍ଟିରେ ସମାନ ଅଟେକି?
© Copyright Got Questions Ministries