settings icon
share icon
ପ୍ରଶ୍ନ

ବାଇବଲ ଦାସ୍ୟକର୍ମକୁ ଉପେକ୍ଷା କରେକି?

ଉତ୍ତର


ଦାସ୍ୟକର୍ମକୁ କିଛି ପୂର୍ବ ବିଷୟ ଭାବରେ ଦେଖିବାର ପ୍ରବଣତା ରହିଛି । କିନ୍ତୁ ହିସାବ କରି ଦେଖାଯାଇଛି ଯେ ଆଜି ଜଗତରେ ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ ଅଛନ୍ତି ଯେଉଁମାନେ କି ଦାସ୍ୟକର୍ମ ଅଧିନରେ ଅଛନ୍ତି ଏବଂ ସେଗୁଡିକ ହେଉଛି: ବଳପୂର୍ବକ କାର୍ଯ୍ୟ କରାଇବା, ଯୌନ ବ୍ୟବସାୟ, ଜନ୍ମଗତ ଅଧିକାର ସୂତ୍ରରେ ପାଇବା ସମ୍ପତ୍ତି ଇତ୍ୟାଦି । ଯେଉଁମାନେ ପାପର ଦାସତ୍ବରୁ ମୁକ୍ତିପ୍ରାପ୍ତ ହୋଇଛନ୍ତି, ଯୀଶୁଖ୍ରୀଷ୍ଟଙ୍କର ସେହି ଅନୁଗାମୀଗଣ ଆଜିର ଜଗତରେ ମାନବ ଦାସତ୍ବ ପ୍ରଥା ବନ୍ଦ କରିବା ନିମନ୍ତେ ଅଗ୍ରଗାମୀ ଦୂତ ହେବା ଦରକାର । ପ୍ରଶ୍ନ ଉଠେ ଯେ, ବାଇବଲ ଦାସତ୍ବ ପ୍ରଥା ବିରୁଦ୍ଧରେ କାହିଁକି ଏତେ ଦୃଢ ଭାବରେ କୁହେନାହିଁ? ବାସ୍ତବରେ, ବାଇବଲ କାହିଁକି ମାନବ ଦାସତ୍ବପ୍ରଥା ଅଭ୍ୟାସକୁ ସମର୍ଥନ କରିବା ପରି ଜଣାପଡେ?

ବାଇବଲ ନିର୍ଦ୍ଧିଷ୍ଟ ଭାବରେ ଦାସତ୍ବପ୍ରଥାକୁ ନିନ୍ଦା କରେନାହିଁ । ଦାସମାନଙ୍କୁ କିପରି ବ୍ୟବହାର କରାଯିବା ଦରକାର ସେ ବିଷୟରେ ଏହା ନିର୍ଦ୍ଦେଶ ଦିଏ (ଦ୍ବିତୀୟ ବିବରଣ ୧୫:୧୨-୧୫; ଏଫିସୀୟ ୬:୯; କଲସୀୟ ୪:୧), କିନ୍ତୁ ଦାସତ୍ବ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରେନାହିଁ । ଅନେକେ ଏହି ବିଷୟକୁ ବାଇବଲ ଯେ ସମସ୍ତ ପ୍ରକାର ଦାସତ୍ବପ୍ରଥାକୁ ନିନ୍ଦା କରେ ସେପରି ଦେଖନ୍ତି । ଅନେକେ ବୁଝିବାରେ ଅସମର୍ଥ ହେଉଥିବା ବିଷୟ ହେଉଛି ବାଇବଲ ସମୟରେ ଥିବା ଦାସତ୍ବ ପ୍ରଥା ଅଳ୍ପ କିଛି ଶହ ବର୍ଷ ପୂର୍ବରୁ ଜଗତର କିଛି ଅଂଶରେ ଦେଖାଦେଇଥିବା ଦାସତ୍ବ ପ୍ରଥା ଠାରୁ ଅତ୍ୟନ୍ତ ଭିନ୍ନ ଥିଲା । ବାଇବଲରେ ଥିବା ଦାସତ୍ବ ପ୍ରଥା କେବଳ ଜାତି ବା ବର୍ଣ୍ଣ ଉପରେ ଆଧାରିତ ନ ଥିଲା । ଲୋକମାନେ ସେମାନଙ୍କର ଜାତୀୟତା କିମ୍ବା ସେମାନଙ୍କ ଚର୍ମର ରଙ୍ଗ ଦ୍ବାରା ଦାସ୍ୟକର୍ମ କରୁନଥିଲେ । ବାଇବଲ ସମୟରେ ଦାସତ୍ବ ପ୍ରଥା ଏକ ସାମାଜିକ ସ୍ଥିତି ଅପେକ୍ଷା ଅଧିକ କିଛି ଥିଲା । ଲୋକେମାନେ ନିଜନିଜକୁ ଦାସ୍ୟକର୍ମ କରିବା ନିମନ୍ତେ ବିକ୍ରି କରିଦେଉଥିଲେ ଯେତେବେଳେ ସେମାନେ ୠଣ ଶୁଝିବାରେ ଅସମର୍ଥ ହେଉଥିଲେ କିମ୍ବା ସେମାନଙ୍କର ପରିବାରକୁ ପୋଷଣ କରିବା ନିମନ୍ତେ ଅକ୍ଷମ ହେଉଥିଲେ । ନୂତନ ନିୟମ ସମୟରେ, ବେଳେବେଳେ ଡାକ୍ତରମାନେ, ଓକିଲମାନେ, ଏବଂ ଏପରିକି ରାଜନେତାମାନେ ଅନ୍ୟ କାହା ପାଖରେ ଦାସ୍ୟକର୍ମ କରିଥିଲେ । କିଛି ଲୋକେ ସେମାନଙ୍କର ମୁନିବମାନଙ୍କ ଦ୍ବାରା ସେମାନଙ୍କର ସମସ୍ତ ଆବଶ୍ୟକତାକୁ ଯୋଗାଇବା ନିମନ୍ତେ ବାସ୍ତବରେ ଦାସ୍ୟକର୍ମ କରିବାକୁ ଚୟନ କରୁଥିଲେ ।

ପୂର୍ବ କିଛି ଶହ ବର୍ଷର ଦାସ୍ୟକର୍ମ କେବଳ ଚର୍ମର ରଙ୍ଗ ଆଧାରରେ ହେଉଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ, ଅନେକ କଳା ଲୋକ ସେମାନଙ୍କର ଜାତୀୟତା କାରଣରୁ ଦାସ ଭାବରେ ବିବେଚିତ ହେଉଥିଲେ; ଅନେକ ଦାସର ମୁନିବମାନେ କଳା ଲୋକମାନଙ୍କୁ ପ୍ରକୃତରେ ନୀଚ୍ଚ ମାନବ ଭାବରେ ବିଶ୍ବାସ କରୁଥିଲେ । ବାଇବଲ ଅତି ନିଶ୍ଚିତ ଭାବରେ ଜାତି-ଆଧାରିତ ଦାସ୍ୟକର୍ମକୁ ନିନ୍ଦା କରେ । ଏବ୍ରୀୟମାନେ ମିଶରରେ ଥିବା ସମୟରେ ଅନୁଭବ କରିଥିବା ଦାସ୍ୟକର୍ମକୁ ବିବେଚନା କରନ୍ତୁ । ଏବ୍ରୀୟମାନେ ସେମାନଙ୍କ ଚୟନରୁ କ୍ରୀତଦାସ ନ ଥିଲେ, କିନ୍ତୁ ସେମାନେ ଏବ୍ରୀୟ ହୋଇଥିବା ଯୋଗୁଁ କ୍ରୀତଦାସ ଥିଲେ (ଯାତ୍ରା ୧୩:୧୪) । ଈଶ୍ବର ମିଶର ଉପରେ ଢାଳିଥିବା ମହାମାରୀଗୁଡିକ ପ୍ରଦର୍ଶନ କରେ ଯେ, ଈଶ୍ବର ଜାତିଗତ ଦାସତ୍ବ ପ୍ରଥାକୁ କିପରି ଅନୁଭବ କରନ୍ତି (ଯାତ୍ରା ୭-୧୧) । ତେଣୁ, ହଁ, ବାଇବଲ କିଛି ପ୍ରକାରର କ୍ରୀତଦାସ ପ୍ରଥାକୁ ନିନ୍ଦା କରେ । ସେହି ସମୟରେ ମଧ୍ୟ ବାଇବଲ ଅନ୍ୟ ପ୍ରକାରର କ୍ରୀତଦାସ ପ୍ରଥାକୁ ଅନୁମତି ପ୍ରଦାନ କଲା ପରି ଜଣାଯାଏ । ମୁଖ୍ୟ ଆଲୋଚ୍ୟ ବିଷୟ ହେଉଛି ଯେ ବାଇବଲ ଯେଉଁ କ୍ରୀତଦାସ ପ୍ରଥାକୁ ଅନୁମତି ପ୍ରଦାନ କରେ, ତାହା କୌଣସି ପ୍ରକାରେ ମଧ୍ୟ ସେହି ଜାତିଆଣ କ୍ରୀତଦାସ ପ୍ରଥାର ସମାନ ନୁହେଁ ଯାହା କିଛି ଶହ ବର୍ଷ ପୂର୍ବରୁ ଆମ୍ଭମାନଙ୍କ ଜଗତକୁ କବଳିତ କରିଥିଲା ।

ଏତଦ୍ ବ୍ୟତୀତ ଉଭୟ ପୁରାତନ ଓ ନୂତନ ନିୟମ "ମନୁଷ୍ୟ-ଚୋରି" କାର୍ଯ୍ୟକୁ ନିନ୍ଦା କରେ ଯାହା ଊନବିଂଶ ଶତାବ୍ଦୀରେ ଆଫ୍ରିକାରେ ଘଟିଥିଲା । ଆଫ୍ରିକୀୟମାନେ ଦାସ-ଶିକାରୀମାନଙ୍କ ଦ୍ବାରା ପରିବେଷ୍ଟିତ ହେଉଥିଲେ, ଯେଉଁମାନେ ସେମାନଙ୍କୁ ଦାସ୍ୟ-ବ୍ୟବସାୟରେ ବିକ୍ରି କରିଦେଉଥିଲେ, ଯେଉଁମାନେ କି ନୂତନ ଜଗତକୁ ଆଣି ବୃକ୍ଷରୋପଣ ଓ କ୍ଷେତରେ କାର୍ଯ୍ୟ କରାଉଥିଲେ । ଏହି କାର୍ଯ୍ୟ ଈଶ୍ବରଙ୍କ ଦୃଷ୍ଟିରେ ଘୃଣାଯୋଗ୍ୟ ଅଟେ । ବାସ୍ତବରେ, ଏପରି ଏକ ଅପରାଧ ନିମନ୍ତେ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ମୃତ୍ୟୁ ଅଟେ : "ଆଉ କେହି ମନୁଷ୍ୟକୁ ଚୋରି କରି ଯେବେ ବିକ୍ରୟ କରେ, ଅବା ସେ ଯେବେ ତାହାର ଅଧିକାରରେ ପ୍ରାପ୍ତ ହୁଏ, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ" (ଯାତ୍ରା ୨୧:୧୬) । ସେହିପରି ନୂତନ ନିୟମରେ, ଦାସ-ବ୍ୟବସାୟୀମାନେ "ଈଶ୍ବର ବିହୀନ ଏବଂ ପାପପୂର୍ଣ୍ଣ" ତାଲିକାରେ ସ୍ଥାନ ପାଇଛନ୍ତି ଏବଂ ଏବଂ ଯେଉଁମାନେ ପିତା କିମ୍ବା ମାତାଙ୍କୁ ବଧ କରନ୍ତି, ନରଘାତକ, ବ୍ୟଭିଚାରୀମାନେ ଏବଂ ଅଶୁଚି ଓ ମିଥ୍ୟାବାଦୀ ଓ ମିଥ୍ୟାଶପଥକାରୀ ମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି (୧ତିମଥି ୧:୮-୧୦) ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବାଇବଲର ଉଦ୍ଦେଶ୍ୟ ସମାଜକୁ ସଂସ୍କାର କରିବା ନୁହେଁ କିନ୍ତୁ ପରିତ୍ରାଣର ପଥକୁ ସୂଚୀତ କରିବା । ବାଇବଲ ଅନେକ ସମୟରେ ଆଲୋଚ୍ୟ ବିଷୟଗୁଡିକ ଭିତରୁ ବାହାରକୁ ଯାଇଥାଏ । ଯଦି ଜଣେ ବ୍ୟକ୍ତି ଈଶ୍ବରଙ୍କ ପରିତ୍ରାଣ ପ୍ରାପ୍ତ ହୋଇ ପ୍ରେମ, ଦୟା ଏବଂ ତାହାଙ୍କ ଅନୁଗ୍ରହ ପାଇଥାଏ, ଈଶ୍ବର ସେହି ବ୍ୟକ୍ତିର ଭାବନା ଓ କାର୍ଯ୍ୟକୁ ପରିବର୍ତ୍ତିତ କରାଇ ତାହାର ପ୍ରାଣକୁ ସଂସ୍କାର କରିବେ । ଯେଉଁ ବ୍ୟକ୍ତି ଈଶ୍ବରଙ୍କ ପରିତ୍ରାଣର ଦାନ ଏବଂ ପାପର ଦାସତ୍ବରୁ ମୁକ୍ତିର ଅନୁଭୂତି ପାଇଛି, ଯେତେବେଳେ ଈଶ୍ବର ତା' ପ୍ରାଣକୁ ସଂସ୍କାର କରିବେ, ସେ ହୃଦୟଙ୍ଗମ କରିବ ଯେ ଅନ୍ୟ ଏକ ମନୁଷ୍ୟର ଦାସତ୍ବ ଅବସ୍ଥାରେ ରହିବା ଭୁଲ୍ ଅଟେ । ଯେଉଁ ବ୍ୟକ୍ତି ପ୍ରକୃତରେ ଈଶ୍ବରଙ୍କ ଅନୁଗ୍ରହକୁ ଅନୁଭବ କରିଛି ତା' ପ୍ରତିବଦଳରେ ଅନ୍ୟମାନଙ୍କ ପ୍ରତି ସୌହାର୍ଦ୍ଦପୂର୍ଣ୍ଣ ହେବ । ଦାସସ୍ତ୍ବ ପ୍ରଥା ଶେଷ କରିବା ନିମନ୍ତେ ତାହା ବାଇବଲ ନିର୍ଦ୍ଦେଶିତ ପ୍ରତିଷେଧକ ହେବ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବାଇବଲ ଦାସ୍ୟକର୍ମକୁ ଉପେକ୍ଷା କରେକି?
© Copyright Got Questions Ministries