settings icon
share icon
ପ୍ରଶ୍ନ

ଆତ୍ମା ସଙ୍ଗୀ ବୋଲି କିଛି ବିଷୟ ଅଛିକି? ବିବାହ ନିମନ୍ତେ ଈଶ୍ବର କେବଳ ଜଣେ ବ୍ୟକ୍ତିଙ୍କୁ ଆପଣଙ୍କ ନିମନ୍ତେ ରଖିଅଛନ୍ତିକି?

ଉତ୍ତର


ଏକ "ଆତ୍ମା ସଙ୍ଗୀ"ର ସାଧାରଣ ଧାରଣା ହେଉଛି, ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଆଉ ଜଣେ ବ୍ୟକ୍ତି ରହିଥାନ୍ତି ଯିଏକି "ସିଦ୍ଧ ଭାବେ ଉପଯୁକ୍ତ" ଅଟନ୍ତି, ଏବଂ ଆପଣ ଏହି ଆତ୍ମା ସଙ୍ଗୀ ବ୍ୟତୀତ ଯଦି ଅନ୍ୟ କାହାକୁ ବିବାହ କରନ୍ତି, ଆପଣ କେବେ ବି ଖୁସୀରେ ରହିପାରିବେ ନାହିଁ । ଆତ୍ମା ସଙ୍ଗୀର ଏହି ଧାରଣା ବାଇବଲ ସମ୍ମତ କି? ନା, ଏହା ବାଇବଲ ସମ୍ମତ ନୁହେଁ । ଆତ୍ମା ସଙ୍ଗୀ ଧାରଣାଟି ଅନେକ ସମୟରେ ଛାଡପତ୍ରର ଏକ କୈଫିୟତ୍ ଭାବରେ ବ୍ୟବହାର କରାଯାଏ । ଯେଉଁ ଲୋକମାନେ ସେମାନଙ୍କ ବୈବାହିକ ଜୀବନରେ ଅସୁଖୀ ଅଛନ୍ତି, ସେମାନେ ଭାବନ୍ତି ଯେ, ସେମାନେ ସେମାନଙ୍କର ଆତ୍ମା ସଙ୍ଗୀଙ୍କୁ ପାଇନାହାନ୍ତି, ଅତଏବ, ସେମାନେ ଛାଡପତ୍ର ଦେଇ ସେମାନଙ୍କ ପ୍ରକୃତ ଆତ୍ମା ସଙ୍ଗୀଙ୍କୁ ଅନ୍ବେଷଣ କରି ବିବାହ କରିବା ଉଚିତ୍ ବୋଲି ଭାବନ୍ତି । ଏହା ଏକ ଦୋଷ ଛଡାଇବାର ପ୍ରକ୍ରିୟାଠାରୁ ଆଉ କିଛି ନୁହେଁ । ଏହା ବାଇବଲ ସମ୍ମତ ହେଉନଥିବା ଏକ ନିର୍ଲଜ୍ଜ ଦୋଷ ଛଡାଇବାର ପ୍ରୟାସ । ଆପଣ ଯଦି ବିବାହିତ ଅଟନ୍ତି, ଆପଣ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିଥାନ୍ତି, ସେ ଆପଣଙ୍କର ଆତ୍ମା ସଙ୍ଗୀ ଅଟନ୍ତି । ମାର୍କ ୧୦:୭-୯ ଘୋଷଣା କରେ, "ଏହି କାରଣରୁ ପୁରୁଷ ଆପଣା ପିତାମାତାଙ୍କୁ ପରିତ୍ୟାଗ କରିବ, ଆଉ ସେ ଦୁହେଁ ଏକାଙ୍ଗ ହେବେ । ଏଣୁ ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । ଅତଏବ, ଈଶ୍ବର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ ।" ଏକ ସ୍ବାମୀ ଏବଂ ସ୍ତ୍ରୀ "ମିଳିତ ହୁଅନ୍ତି", "ଏକାଙ୍ଗ ହୁଅନ୍ତି", "ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକ ଅଟନ୍ତି", ଏବଂ "ଏକାଠି ହୁଅନ୍ତି", ଅର୍ଥାତ୍ ଆତ୍ମା ସଙ୍ଗୀଗଣ ।

ଏକ ବିବାହିତ ଦମ୍ପତ୍ତି ଯେପରି ଚାହାନ୍ତି ସେହି ଅନୁଯାୟୀ ବିବାହ ଏକାକାର ଏବଂ ଆନନ୍ଦମୟ ହୋଇନପାରେ । ଏକ ସ୍ବାମୀ ଏବଂ ସ୍ତ୍ରୀ ସେମାନେ ଚାହିଁବା ଅନୁଯାୟୀ ସେମାନଙ୍କର ଶାରିରୀକ, ଭାବପ୍ରବଣଗତ ଏବଂ ଆତ୍ମିକ ଏକତା ନଥାଇପାରେ । କିନ୍ତୁ ଏପରିକି ଏହି ଘଟନାରେ, ସେହି ସ୍ବାମୀ ଏବଂ ସ୍ତ୍ରୀ ଆତ୍ମା ସଙ୍ଗୀ ଅଟନ୍ତି । ଏହି ପରିସ୍ଥିତିରେ ଦମ୍ପତ୍ତି ପ୍ରକୃତ "ଆତ୍ମା ସଙ୍ଗୀ"ର ଘନିଷ୍ଠତା ବିକାଶ କରିବା ନିମନ୍ତେ କାର୍ଯ୍ୟ କରିବା ଉଚିତ୍ । ବିବାହ ବିଷୟରେ ବାଇବଲ ଯାହା କୁହେ (ଏଫିସୀୟ ୫:୨୨-୨୩) ତାହାକୁ ପାଳନ କରିବା ଦ୍ବାରା, ସ୍ବାମୀ ସ୍ତ୍ରୀ ଘନିଷ୍ଠତା, ପ୍ରେମ ଏବଂ ଆତ୍ମା ସଙ୍ଗୀଗଣ ଯାହା ଆବଶ୍ୟକ କରନ୍ତି ସେପରି "ଏକ ଶରୀର" ହେବାର ପ୍ରତିଶୃତିବଦ୍ଧତାକୁ ବିକଶିତ କରିପାରିବେ । ଯଦି ଆପଣ ବିବାହିତ, ଆପଣ ଆପଣଙ୍କର ଆତ୍ମା ସଙ୍ଗୀଙ୍କୁ ହିଁ ବିବାହ କରିଛନ୍ତି । ବିବାହ ଯେତେ ବିଭ୍ରାଟ ହେଉ ପଛକେ, ଈଶ୍ବର ସୁସ୍ଥତା, କ୍ଷମା, ପୁନଃସ୍ଥାପନ, ଏବଂ ପ୍ରକୃତ ବୈବାହିକ ପ୍ରେମ ଏବଂ ସଂହତି ଆଣିପାରନ୍ତି ।

ଭୁଲ୍ ବ୍ୟକ୍ତିଙ୍କୁ ବିବାହ କରିବା କ'ଣ ସମ୍ଭବକି? ଯଦି ଆମେ ଈଶ୍ବରଙ୍କ ନିକଟରେ ନିଜନିଜକୁ ସମର୍ପଣ କରୁ ଏବଂ ତାଙ୍କ ଚାଳନା ଅନ୍ବେଷଣ କରୁ, ସେ ଆମ୍ଭମାନଙ୍କୁ ପଥ ପ୍ରଦର୍ଶନ କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି: "ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ବାସ କର ଓ ନିଜ ସୁବିବେଚନାରେ ଆଉଜି ପଡନାହିଁ । ଆପଣାର ସବୁ ଗତିରେ ତାହାଙ୍କୁ ସ୍ବୀକାର କର, ତହିଁରେ ସେ ତୁମ୍ଭର ମନୋବାଞ୍ଚା ପୂରଣ କରିବେ" (ହିତୋପଦେଶ ୩:୫-୬) । ହିତୋପଦେଶ ୩:୫-୬ରେ ଥିବା ନିହିତ ଅର୍ଥ ହେଉଛି ଯଦି ଆପଣ ଆପଣଙ୍କ ସର୍ବାନ୍ତଃକରଣ ସହିତ ପ୍ରଭୁଙ୍କୁ ବିଶ୍ବାସ କରୁନାହାନ୍ତି, ଏବଂ ଆପଣଙ୍କ ନିଜ ସୁବିବେଚନାରେ ଆଉଜିପଡୁଛନ୍ତି, ଆପଣ ଭୁଲ୍ ରାସ୍ତାରେ ଯାଇପାରନ୍ତି । ହଁ, ଅବାଧ୍ୟତାର ସମୟରେ ଏବଂ ଈଶ୍ବରଙ୍କ ସହ ଘନିଷ୍ଠ ସହଭାଗୀତାର ଅଭାବ ସମୟରେ ଆପଣ ଯାହାଙ୍କୁ ବିବାହ ନ କରନ୍ତୁ ବୋଲି ଈଶ୍ବର ଚାହାନ୍ତି ସେପରି ଏକ ବ୍ୟକ୍ତିଙ୍କୁ ଆପଣ ବିବାହ କରିବା ସମ୍ଭବ ହୋଇପାରିବ । ଏପରିକି, ଏହି ସମସ୍ତ ଘଟନାରେ ଈଶ୍ବର ସାର୍ବଭୌମ ଅଟନ୍ତି ଏବଂ ସେ ସମସ୍ତ ବିଷୟର ନିୟନ୍ତ୍ରଣ କରନ୍ତି ।

ଏପରିକି ଯଦି ଏକ ବିବାହ ଈଶ୍ବରଙ୍କ ଇଛା ନୁହେଁ, ଏହା ତଥାପି ତାଙ୍କ ସାର୍ବଭୌମ ଇଛା ଏବଂ ଯୋଜନା ମଧ୍ୟରେ ରହିଛି । ଈଶ୍ବର ସ୍ତ୍ରୀ ତ୍ୟାଗ ଘୃଣା କରନ୍ତି (ମଲାଖି ୨:୧୬), ଏବଂ "ଭୁଲ୍ ବ୍ୟକ୍ତିଙ୍କୁ ବିବାହ କରିବା" ଛାଡପତ୍ର ନିମନ୍ତେ ଏକ କାରଣ ହେବା ବିଷୟରେ ବାଇବଲରେ କୌଣସି କାରଣ ଉପସ୍ଥାପିତ କରାଯାଇନାହିଁ । "ମୁଁ ଏକ ଭୁଲ୍ ବ୍ୟକ୍ତିଙ୍କୁ ବିବାହ କରିଛି ଏବଂ ମୁଁ ମୋର ପ୍ରକୃତ ଆତ୍ମା ସଙ୍ଗୀଙ୍କୁ ନ ପାଇଲା ପର୍ଯ୍ୟନ୍ତ ଖୁସୀ ହୋଇପାରିବିନାହି." ଦାବୀଟି ଦୁଇଗୋଟି ବିଷୟରୁ ବାଇବଲ ସମ୍ମତ ନୁହେଁ । ପ୍ରଥମତଃ, ଆପଣଙ୍କର ଭୁଲ୍ ନିଷ୍ପତ୍ତି ଈଶ୍ବରଙ୍କ ଇଛାଠାରୁ ଶ୍ରେଷ୍ଠତା ବଜାୟ ରଖିଛି ଏବଂ ତାଙ୍କ ଯୋଜନାକୁ ଭ୍ରଷ୍ଟ କରିଛି । ଦ୍ବିତୀୟତଃ, ସଂଘର୍ଷ କରୁଥିବା ଏକ ବିବାହକୁ ଈଶ୍ବର ସୁଖୀ, ଏକତ୍ର ଏବଂ ସଫଳ କରିବା ନିମନ୍ତେ ଅକ୍ଷମ ଅଟନ୍ତି ବୋଲି ଏହା ଏକ ଦାବୀ ଅଟେ । ଆମେ କରୁଥିବା କୌଣସି ବିଷୟ ମଧ୍ୟ ଈଶ୍ବରଙ୍କ ସାର୍ବଭୌମ ଇଛାକୁ ବାଧା ଦେଇପାରିବନାହିଁ । ଈଶ୍ବର ଯେତେ ପରିମାଣର ଅସାମଞ୍ଜସ୍ୟ ଥିବା ଯେକୌଣସି ଦୁଇଜଣଙ୍କୁ ନେଇ ସେମାନଙ୍କୁ ଏପରି ଦୁଇଜଣ କରି ଗଢି ପାରିବେ ଯେ, ସେମାନେ ପରପ୍ସର ପ୍ରତି ସିଦ୍ଧ ଥିବେ ।

ଯଦି ଆମେ ଈଶ୍ବରଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରୁ, ସେ ଆମ୍ଭମାନଙ୍କୁ ଚାଳନା ଦେବେ ଏବଂ ପଥ ପ୍ରଦର୍ଶନ କରିବେ । ଯଦି ଜଣେ ବ୍ୟକ୍ତି ପ୍ରଭୁଙ୍କ ସହ ଗମନାଗମନ କରେ ଏବଂ ପ୍ରକୃତରେ ତାଙ୍କ ଇଛା ଅନ୍ବେଷଣ କରେ, ତେବେ ସେ (ଈଶ୍ବର) ଯେଉଁ ବ୍ୟକ୍ତିଙ୍କୁ ତା' ଆତ୍ମା ସଙ୍ଗୀ ନିମନ୍ତେ କରିବାକୁ ଯାଉଛନ୍ତି ସେହି ବ୍ୟକ୍ତି ନିକଟକୁ ସେହି ବ୍ୟକ୍ତିକୁ ଚାଳନା ଦେବେ । ଈଶ୍ବର ଆମକୁ ଆମର ଆତ୍ମା ସଙ୍ଗୀଙ୍କ ନିକଟକୁ ନେବେ ଯଦି ଆମେ ନିଜକୁ ତାଙ୍କଠାରେ ସମର୍ପି ଦେବା ଏବଂ ତାଙ୍କର ଅନୁଗମନ କରିବା । ଅଥଚ, ଆତ୍ମା ସଙ୍ଗୀ ହେବା ଉଭୟ ଏକ ସ୍ଥିତି ଏବଂ ଅଭ୍ୟାସ ଅଟେ । ଏକ ସ୍ବାମୀ ଏବଂ ସ୍ତ୍ରୀ ଶାରିରୀକ ଭାବେ ଏବଂ ଆତ୍ମିକ ଭାବେ "ଏକ ଶରୀର" ହୋଇଥିବାରୁ ଏବଂ ପରସ୍ପର ପ୍ରତି ଭାବପ୍ରବଣଗତ ଭାବେ ମିଳିତ ହୋଇଥିବାରୁ ଆତ୍ମା ସଙ୍ଗୀ ଅଟନ୍ତି । ଅଥଚ, ବ୍ୟବହାରିକ ଭାବରେ, ଏକ ଦମ୍ପତ୍ତି କିଏ ଏବଂ ଆତ୍ମା ସଙ୍ଗୀ କିଏ ଏବଂ ତାହା ଦିନ ପ୍ରତିଦିନ ବାସ୍ତବତାରେ କରିବାର ଏକ ପଦ୍ଧତି ରହିଛି । ବିବାହର କେବଳ ବାଇବଲ୍ ନମୁନାକୁ କାର୍ଯ୍ୟରେ ଲଗାଇବା ଦ୍ବାରା ହିଁ ଆତ୍ମା ସଙ୍ଗୀ ଏକତ୍ବତା ସମ୍ଭବ ଅଟେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆତ୍ମା ସଙ୍ଗୀ ବୋଲି କିଛି ବିଷୟ ଅଛିକି? ବିବାହ ନିମନ୍ତେ ଈଶ୍ବର କେବଳ ଜଣେ ବ୍ୟକ୍ତିଙ୍କୁ ଆପଣଙ୍କ ନିମନ୍ତେ ରଖିଅଛନ୍ତିକି?
© Copyright Got Questions Ministries