settings icon
share icon
ପ୍ରଶ୍ନ

ମୋର ଆତ୍ମିକ ଦାନ କଣ ମୁଁ କିପରି ଜାଣିପାରିବି?

ଉତ୍ତର


ଆମ୍ଭମାନଙ୍କର ଆତ୍ମିକ ଦାନ କ’ଣ ସେ ବିଷୟରେ ଜାଣିବା ନିମନ୍ତେ କୌଣସି ମ୍ୟାଜିକ୍‍ ଫର୍ମୁଲା ନାହିଁ କିମ୍ବା ଏଥିନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ପରୀକ୍ଷା ନାହିଁ ଯାହା ଆମ୍ଭମାନଙ୍କର ନିର୍ଦ୍ଧିଷ୍ଟ ଆତ୍ମିକ ଦାନ କ’ଣ ତାହା ଜଣାଇପାରିବ । ପବିତ୍ରଆତ୍ମା ଯେପରି ଭାବେ ନିର୍ଦ୍ଧାରଣ କରନ୍ତି ସେପରି ଭାବରେ ସେ ଦାନଗୁଡ଼ିକୁ ଦେଇଥାନ୍ତି (୧କରିନ୍ଥୀୟ ୧୨:୭-୧୧) । ଖ୍ରୀଷ୍ଟିୟାନମାନଙ୍କର ଏକ ସାଧାରଣ ସମସ୍ୟା ହେଲା ଆତ୍ମିକ ଦାନ ବିଷୟରେ ପ୍ରଲୋଭିତ ହେବା, ଅର୍ଥାତ୍‍ ଆମେ ଯେଉଁ ଆତ୍ମିକ ଦାନ ପାଇଛୁ ବୋଲି ଅନୁଭବ କରୁ କେବଳ ସେହି କ୍ଷେତ୍ରରେ ହିଁ ଈଶ୍ଵରଙ୍କ ସେବା କରିବାକୁ ଚାହୁଁ । ଆତ୍ମିକ ଦାନ ସେପରି ଭାବରେ କାର୍ଯ୍ୟ କରେନାହିଁ । ଈଶ୍ଵର ଆମ୍ଭମାନଙ୍କୁ ସବୁ ବିଷୟରେ ବାଧ୍ୟତାର ସହ ତାହାଙ୍କର ସେବା କରିବାକୁ ଆହ୍ଵାନ କରନ୍ତି । ଈଶ୍ଵର ଆମ୍ଭମାନଙ୍କୁ ଯେଉଁ ସେବାକାର୍ଯ୍ୟ ନିମନ୍ତେ ଡାକିଛନ୍ତି ସେହି ସେବାକାର୍ଯ୍ୟରେ ଯେଉଁ ଆତ୍ମିକ ଦାନ ବା ଆତ୍ମିକ ଦାନଗୁଡ଼ିକ ଆବଶ୍ୟକ ଅଛି ସେହି ଆତ୍ମିକ ଦାନଗୁଡ଼ିକ ଆମ୍ଭମାନଙ୍କୁ ଦେଇ ଉକ୍ତ ସେବାକାର୍ଯ୍ୟ ନିମନ୍ତେ ନିଯୁକ୍ତ କରିବେ ।

ଆମ ଆତ୍ମିକ ଦାନଗୁଡ଼ିକୁ ଅନେକ ପ୍ରକାରେ ଚିହ୍ନିଟ କରାଯାଇ ପାରେ । ଆତ୍ମିକ ଦାନର ପରୀକ୍ଷା ଓ ତାଲିକାଗୁଡ଼ିକ ଉପରେ ସମ୍ପୂର୍ଣ୍ଣରୂପେ କରାନଯାଇ, ଆମ ଆତ୍ମିକ ଦାନକୁ ବୁଝିବାରେ ସାହାଯ୍ୟ କରିପରେ । ଅନ୍ୟମାନଙ୍କଠାରୁ ଆମର ଆତ୍ମିକ ଦାନଗୁଡ଼ିକୁ ବିଷୟରେ ମଧ୍ୟ ଆମେ କିଛି ପ୍ରକାଶ ପାଇପାରୁ । ଯେଉଁ ଲୋକମାନେ ଆମକୁ ପ୍ରଭୁଙ୍କ ସେବା କରିବାରେ ଦେଖନ୍ତି ସେମାନେ ଆମର ଆତ୍ମିକକୁ ଚିହ୍ନଟ କରିଥାନ୍ତି ଯାହା ଅନେକ ସମୟରେ ଜାଣି ହୋଇ ନଥାଏ । ପ୍ରାର୍ଥନା ମଧ୍ୟ ଆତ୍ମିକ ଦାନ ଜାଣିବା ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ଅଟେ । ଆମେ କିପରି ଭାବରେ ଆତ୍ମିକ ଦାନ ପାଇଛୁ ସେ ବିଷୟରେ ଜଣେ ମାତ୍ର ବ୍ୟକ୍ତି ସଠିକ୍‍ ଭାବରେ ଯାନାନୀତ ଓ ସେ ହେଉଛନ୍ତି ନିଜେ ଦାନଦାତ୍ତା ପବିତ୍ରଆତ୍ମା । ଆମେ ଈଶ୍ଵରଙ୍କ ଗୌରବ ନିମନ୍ତେ କିପରି ଆମ୍ଭମାନଙ୍କ ଆତ୍ମିକ ଦାନଗୁଡ଼ିକୁ ଅଧିକ ଭଲ ଭାବରେ ବ୍ୟବହାର କରିପାରିବା ସେଥିପାଇଁ ଆମେ କିପରି ଭାବେ ଦାନ ପାଇଛୁ ତାହା ଜଣାଇବା ନିମନ୍ତେ ଈଶ୍ଵରଙ୍କ ଠାରେ ପ୍ରାର୍ଥନା କରିବା ।

ହଁ, ଈଶ୍ଵର କିଛି ଲୋକଙ୍କୁ ଶିକ୍ଷକ ହେବା ନିମନ୍ତେ ଡାକିଅଛନ୍ତି ଏବଂ ସେମାନଙ୍କୁ ଶିକ୍ଷାର ଦାନ ଦିଅନ୍ତି । ଈଶ୍ଵର କିଛି ଲୋକଙ୍କୁ ସେବକ ହେବା ନିମନ୍ତେ ଡାକିଅଛନ୍ତି ଏବଂ ସେମାନଙ୍କୁ ସେ ସାହାଯ୍ୟ କରିବାର ଦାନ ଦେଇ ଆଶୀର୍ବାଦ କରିଅଛନ୍ତି । ଅଥଚ, ନିର୍ଦ୍ଧିଷ୍ଟ ଭାବରେ ଆମର ଆତ୍ମିକ ଦାନ ଜାଣିବା ଦ୍ଵାରା ଏହା ଆମକୁ ଅନ୍ୟ ଯେଉଁ କ୍ଷେତ୍ରରେ ଆମେ ଦାନ ପାଇ ନାହୁଁ ସେହି କ୍ଷେତ୍ରରେ ସେବା ନକରିବାର କୌଣସି କାରଣ ଦିଏ ନାହିଁ । ଈଶ୍ଵର ଆମ୍ଭମାନଙ୍କୁ କେଉଁ ଆତ୍ମିକ ଦାନ(ଗୁଡ଼ିକ) ଦେଇଅଛନ୍ତି ତାହା ଜାଣିବା ଉପକାରୀ ଅଟେକି? ଅବଶ୍ଵ ତାହା ଅଟେ । ଆମେ ଆତ୍ମିକ ଦାନ ପାଇଥିବା କ୍ଷେତ୍ର ଉପରେ ଅଧିକ ମନୋନିବେଶ କରିବା ଭୁଲ୍‍ ଅଟେକି ଯଦ୍ୱାରା ଆମେ ଈଶ୍ଵରଙ୍କୁ ସେବା କରିବାର ଅନ୍ୟ ସୁଯୋଗ ଗୁଡ଼ିକରୁ ହାତଛଡା କରିଦେଉଥାଉ? ହଁ । ଯଦି ଆମେ ଈଶ୍ଵରଙ୍କ ଦ୍ଵାରା ବ୍ୟବହୃତ ହେଉଥିବା ବିଷୟରେ ଉତ୍ସର୍ଗୀକୃତ ଅଟୁ, ତେବେ ଆମେ ଆବଶ୍ୟକ କରୁଥିବା ଆତ୍ମିକ ଦାନଗୁଡ଼ିକରେ ସେ ଆମ୍ଭମାନଙ୍କୁ ସଜ୍ଜିତ କରି ନିଯୁକ୍ତ କରିବେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୋର ଆତ୍ମିକ ଦାନ କଣ ମୁଁ କିପରି ଜାଣିପାରିବି?
© Copyright Got Questions Ministries