settings icon
share icon
ପ୍ରଶ୍ନ

ଆତ୍ମିକ ବୃଦ୍ଧି କ'ଣ?

ଉତ୍ତର


ଆତ୍ମିକ ବୃଦ୍ଧି ହେଉଛି ଅଧିକରୁ ଅଧିକ ଯୀଶୁଖ୍ରୀଷ୍ଟଙ୍କ ପରି ହେବା । ଯେତେବେଳେ ଆମେ ଯୀଶୁଙ୍କଠାରେ ଆମର ବିଶ୍ବାସ ସ୍ଥାପନ କରୁ, ସେତେବେଳେ ପବିତ୍ରଆତ୍ମା ତାଙ୍କ ପ୍ରତିମୂର୍ତ୍ତିର ସାଦୃଶ୍ୟତା କରାଇ ଆମକୁ ଅଧିକରୁ ଅଧିକ ତାଙ୍କ ପରି କରାଇବା ଆରମ୍ଭ କରନ୍ତି । ଆତ୍ମିକ ବୃଦ୍ଧି ବୋଧହୁଏ ୨ପିତର ୧:୩-୮ରେ ସବୁଠାରୁ ଅଧିକ ସ୍ବଷ୍ଟ ଭାବେ ବର୍ଣ୍ଣନା କରାଯାଇଛି, ଯାହା ଆମ୍ଭମାନଙ୍କୁ କୁହେ ଯେ, ଈଶ୍ବରଙ୍କ ଶକ୍ତିରେ ଈଶ୍ବର ପରାୟଣ ଜୀବନଯାପନ କରିବା ନିମନ୍ତେ "ଆମର ପ୍ରୟୋଜନୀୟ ପ୍ରତ୍ୟେକ ବିଷୟ" ପାଉ, ଯାହା ଆତ୍ମିକ ଅଭିବୃଦ୍ଧିର ଲକ୍ଷ୍ୟ ଅଟେ । ଲକ୍ଷ୍ୟ କରନ୍ତୁ ଯେ, ଆମେ ଯାହା ପ୍ରୟୋଜନ କରୁ "ତାଙ୍କ ବିଷୟକ ଜ୍ଞାନରୁ" ଆସିଥାଏ, ଯାହା ଆମର ଆବଶ୍ୟକୀୟ ପ୍ରତ୍ୟକ ବିଷୟ ପାଇବାର ଚାବିକାଠି ଅଟେ । ତାଙ୍କ ବିଷୟକ ଆମର ଜ୍ଞାନ ଆମର ନିଷ୍ଠା ଏବଂ ବୃଦ୍ଧି ନିମନ୍ତେ ଦତ୍ତ ତାଙ୍କ ବାକ୍ୟ ଦ୍ବାରା ଆସିଥାଏ ।

ଗାଲାତୀୟ ୫:୧୯-୨୩ରେ ଦୁଇଗୋଟି ତାଲିକା ରହିଛି । ୧୯-୨୧ ପଦ "ଶରୀରର କାର୍ଯ୍ୟଗୁଡିକ"ର ତାଲିକା ପ୍ରକାଶ କରେ । ଏହି ସମସ୍ତ ଆମେ ପରିତ୍ରାଣ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ନିକଟକୁ ଆସିବା ପୂର୍ବରୁ ଆମର ଜୀବନକୁ ଚିହ୍ନିତ କରେ । ଶରୀରର କାର୍ଯ୍ୟଗୁଡିକ ହେଉଛି ସେହି ସମସ୍ତ କାର୍ଯ୍ୟ ଯାହା ଆମେ ସ୍ବୀକାର, ଅନୁତାପ ଏବଂ ଈଶ୍ବରଙ୍କ ସାହାଯ୍ୟରେ ତା' ଉପରେ ଜୟଲାଭ କରୁ । ଆମେ ଯେତେବେଳେ ଆତ୍ମିକ ଅଭିବୃଦ୍ଧି ଅନୁଭବ କରୁଛୁ, ଆମ ଜୀବନରେ କମ୍ ରୁ କମ୍ ସଂଖ୍ୟକ "ଶରୀରର କାଯ୍ୟଗୁଡିକ" ଦୃଶ୍ୟମାନ ହେବ । ଦ୍ବିତୀୟ ତାଲିକା ହେଉଛି "ଆତ୍ମାଙ୍କ ଫଳ" (୨୨-୨୩ ପଦ) । ଏହି ସମସ୍ତ ହେଉଛି ସେହି କାର୍ଯ୍ୟ ସକଳ ଯେଉଁସବୁ ଆମେ ବର୍ତ୍ତମାନ ଆମ ଜୀବନରେ ପ୍ରଦର୍ଶନ କରିବାକୁ ପଡିବ ଯାହା ଆମେ ଯୀଶୁଖ୍ରୀଷ୍ଟଙ୍କଠାରେ ପରିତ୍ରାଣର ଅନୁଭବ କରିଅଛୁ । ଆତ୍ମିକ ଅଭିବୃଦ୍ଧି ହେଉଛି ଜଣେ ବିଶ୍ବାସୀଙ୍କ ଜୀବନରେ ଆତ୍ମାଙ୍କ ଫଳ ଅତ୍ୟଧିକ ପରିମାଣରେ ବୃଦ୍ଧିପ୍ରାପ୍ତ ହୋଇ ଦୃଶ୍ୟମାନ ହେବା ଦ୍ବାରା ଚିହ୍ନିତ ହେଉଛି ।

ଯେତେବେଳେ ପରିତ୍ରାଣରୂପକ ପରିବର୍ତ୍ତନ ଘଟିଥାଏ, ଆତ୍ମିକ ଅଭିବୃଦ୍ଧି ଘଟିଥାଏ । ପବିତ୍ରଆତ୍ମା ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି (ଯୋହନ ୧୪:୧୬-୧୭) । ଆମେ ଖ୍ରୀଷ୍ଟଙ୍କଠାରେ ନୂତନ ସୃଷ୍ଟି ହୋଇଅଛୁ (୨କରିନ୍ଥୀୟ ୫:୧୭) । ନୂତନ ସ୍ବଭାବ ପୁରାତନ ସ୍ବଭାବର ସ୍ଥାନ ନେଇଛି (ରୋମୀୟ ୬-୭) । ଆତ୍ମିକ ବୃଦ୍ଧି ହେଉଛି ଏକ ଜୀବନବ୍ୟାପୀ ଧାରା ଯାହା ଈଶ୍ବରଙ୍କ ବାକ୍ୟକୁ ଆମର ଅଧ୍ୟୟନ ଏବଂ ଏହାର ପ୍ରୟୋଗ (୨ତିମଥି ୩:୧୬-୧୭) ପୁଣି ଆତ୍ମାରେ ଆମର ଗମନ (ଗାଲାତୀୟ ୫:୧୬-୨୬) ଉପରେ ନିର୍ଭର କରେ । ଯେତେବେଳେ ଆମେ ଆତ୍ମିକ ବୃଦ୍ଧି ଅନ୍ବେଷଣ କରୁ, ଆମେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ୍ ଏବଂ ଆମେ ଯେଉଁ କ୍ଷେତ୍ରରେ ବୃଦ୍ଧି ପାଇବା ସେ ଚାହାନ୍ତି ସେହି ସମସ୍ତ କ୍ଷେତ୍ର ବିଷୟରେ ତାଙ୍କ ବୁଦ୍ଧି ମାଗିବା ଉଚିତ୍ । ଆମର ବିଶ୍ବାସକୁ ଏବଂ ତାଙ୍କ ବିଷୟକ ଜ୍ଞାନ ବୃଦ୍ଧି କରିଦେବା ନିମନ୍ତେ ଆମେ ଈଶ୍ବରଙ୍କୁ ପ୍ରାର୍ଥନା କରିପାରିବା ଏବଂ ଆମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କ ଇଛା ହେଉଛି ଯେପରି ଆମେ ଆତ୍ମିକ ଭାବେ ବୃଦ୍ଧିପ୍ରାପ୍ତ ହୋଇପାରିବା, ଏବଂ ଆତ୍ମିକ ବୃଦ୍ଧି ଅନୁଭବ କରିବା ନିମନ୍ତେ ଯେଉଁ ସମସ୍ତ ବିଷୟର ପ୍ରୟୋଜନ ସେ ଆମ୍ଭମାନଙ୍କୁ ସେହି ସମସ୍ତ ବିଷୟ ଦେଇଅଛନ୍ତି । ପବିତ୍ରଆତ୍ମାଙ୍କ ସାହାଯ୍ୟରେ, ଆମେ ପାପ ଉପରେ ଜୟଲାଭ କରିପାରିବା ଏବଂ ସ୍ଥିର ଭାବରେ ଅଧିକରୁ ଅଧିକ ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପରି ହୋଇପାରିବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆତ୍ମିକ ବୃଦ୍ଧି କ'ଣ?
© Copyright Got Questions Ministries