settings icon
share icon
ପ୍ରଶ୍ନ

ମଣ୍ଡଳୀ କ’ଣ ଅଟେ?

ଉତ୍ତର


ଆଜି ଅନେକ ଲୋକ ମଣ୍ଡଳୀକୁ ଏକ ଗୀର୍ଜାଘର ଭାବରେ ବୁଝିଛନ୍ତି । ବାଇବଲ ଅନୁସାରେ ଏହା ମଣ୍ଡଳୀ ନୁହଁ । ମଣ୍ଡଳୀ ଶବ୍ଦ ଗ୍ରୀକ୍‍ ଶବ୍ଦ “ଏକ୍କ୍ଲେସିଆ” ରୁ ଆସିଛି ଯାହାକୁ “ସମବେତ ହୋଇଥିବା ଜନତା” ବା “ଆହ୍ଵାନପ୍ରାପ୍ତ ଲୋକମାନେ” ଭାବରେ ବୁଝାଯାଇଛି । “ମଣ୍ଡଳୀ”ର ମୂଳ ଅର୍ଥ ଗୀର୍ଜାଘର ନୁହେଁ, କିନ୍ତୁ ଲୋକମାନେ ଅଟନ୍ତି । ଏହା ଏକ ହାସ୍ୟାସ୍ପଦର କଥା ଯେ ଆପଣ ଯେତେବେଳେ ଲୋକମାନଙ୍କୁ ସେମାନେ କେଉଁ ମଣ୍ଡଳୀରେ ଯୋଗ ଦିଅନ୍ତି ବୋଲି ପଚାରନ୍ତି, ସେମାନେ ସାଧାରଣତଃ ଏକ ଗୀର୍ଜାଘରକୁ ଚିହ୍ନିତ କରନ୍ତି । ରୋମୀୟ ୧୬:୫ କୁହେ “...ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ ।” ପାଉଲ ସେମାନଙ୍କ ଘରେ ଥିବା ମଣ୍ଡଳୀ ବିଷୟରେ କହୁଅଛନ୍ତି – ସେ ଏକ ଗୀର୍ଜାଘର ବିଷୟରେ କହୁନାହାନ୍ତି, କିନ୍ତୁ ସମବେତ ବିଶ୍ଵାସୀମାନଙ୍କୁ କହୁଅଛନ୍ତି ।

ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର, ଯାହାର ମସ୍ତକ ସେ ଅଟନ୍ତି । ଏଫିସୀୟ ୧:୨୨-୨୩ କୁହେ “ଆଉ ସମସ୍ତ ବିଷୟ ତାହାଙ୍କ ପାଦତଳେ ବଶୀଭୂତକରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକସ୍ଵରୂପେ ମଣ୍ଡଳୀକୁ ଦାନ କଲେ; ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ଵରୂପ, ଅର୍ଥାତ୍‍ ଯେ ସମସ୍ତ ବିଷୟକୁ ସର୍ବୋତଭାବରେ ପୂର୍ଣ୍ଣ କରନ୍ତି, ତାହାଙ୍କର ପୂର୍ଣ୍ଣତା ।” ପେଣ୍ଟିକଷ୍ଟ ଦିନ (ପ୍ରେରିତ ୨ ପର୍ବ)ରୁ ଖ୍ରୀଷ୍ଟଙ୍କ ଦ୍ଵିତୀୟ ଆଗମନ ପର୍ଯ୍ୟନ୍ତ ଥିବା ସମସ୍ତ ବିଶ୍ୱାସୀମାନଙ୍କୁ ନେଇ ଖ୍ରୀଷ୍ଟଙ୍କ ଶରୀର ଗଠିତ । ଖ୍ରୀଷ୍ଟଙ୍କର ଶରୀର ଦୁଇଗୋଟି ବିଷୟକୁ ନେଇ ଗଠିତ:

(୧) ଯୀଶୁଖ୍ରୀଷ୍ଟଙ୍କ ସହ ଯେଉଁମାନଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଛି ସେ ସମସ୍ତଙ୍କୁ ନେଇ ସାର୍ବଜନୀନ ମଣ୍ଡଳୀ ଗଠିତ । “ଯେଣୁ ଆମ୍ଭେମାନେ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ଵାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ଵାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ” (୧କରିନ୍ଥୀୟ ୧୨:୧୩) । ଏହି ପଦ କୁହେ ଯେ ବିଶ୍ଵାସ କରୁଥିବା ଯେକୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ଶରୀରର ଏକ ଅଂଶ ଅଟନ୍ତି ଏବଂ ଏହାର ପ୍ରମାଣ ସ୍ଵରୂପେ ଖ୍ରୀଷ୍ଟଙ୍କର ଆତ୍ମା ପାଇଥାଏ ।, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ପରିତ୍ରାଣ ପାଇଅଛନ୍ତି ସେହିମାନେ ହିଁ ସାର୍ବଜନୀନ ମଣ୍ଡଳୀ ଅଟନ୍ତି ।

(୨) ସ୍ଥାନୀୟ ମଣ୍ଡଳୀକୁ ଗାଲାତୀୟ ୧:୧-୨ ରେ ବର୍ଣ୍ଣନା କରାଯାଇଛି: “...ପାଉଲ, ଜଣେ ପ୍ରେରିତ...ମୋହର ସାଙ୍ଗରେ ଭାଇ ସମସ୍ତେ ଗାଲାତୀୟ ମଣ୍ଡଳୀ ସମୂହକୁ ଲେଖୁଅଛୁ ।” ଏଠାରେ ଆମେ ଦେଖୁ ଯେ ଗାଲାତୀୟ ପ୍ରଦେଶରେ ଅନେକ ମଣ୍ଡଳୀ ରହିଛନ୍ତି ଯାହାକୁ ଆମେ ସ୍ଥାନୀୟ ମଣ୍ଡଳୀ କହୁ । ଏକ ବାପ୍‍‍ଟିଷ୍ଟ ମଣ୍ଡଳୀ, ଲୁଥରାନ୍‍ ମଣ୍ଡଳୀ, କ୍ୟାଥୋଲିକ ମଣ୍ଡଳୀ ଇତ୍ୟାଦି, ସାର୍ବଜନୀନ ମଣ୍ଡଳୀ ନୁହଁନ୍ତି- କିନ୍ତୁ ସେଗୁଡ଼ିକ ସମବେତ ସ୍ଥାନୀୟ ବିଶ୍ଵାସୀ ଅଟନ୍ତି । ଯେଉଁମାନେ ଖ୍ରୀଷ୍ଟଙ୍କର ଅଟନ୍ତି ଓ ଯେଉଁମାନେ ପରିତ୍ରାଣ ନିମନ୍ତେ ତାହାଙ୍କଠାରେ ଭରସା ରଖିଅଛନ୍ତି ସେମାନଙ୍କୁ ନେଇ ସାର୍ବଜନୀନ ମଣ୍ଡଳୀ ଗଠିତ । ସାର୍ବଜନୀନ ମଣ୍ଡଳୀରେ ଥିବା ଏହି ସଭ୍ୟମାନେ ସ୍ଥାନୀୟ ଏକ ମଣ୍ଡଳୀର ସହଭାଗୀତା ଓ ନିଷ୍ଠା ଚାହିଁବା ଆବଶ୍ୟକ ।

ସଂକ୍ଷେପରେ କହିବାକୁ ଗଲେ, ମଣ୍ଡଳୀ ଏକ ଘର କିମ୍ବା ଏକ ଅନୁଷ୍ଠାନ ନୁହେଁ । ବାଇବଲ ଅନୁଯାୟୀ, ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର - ପରିତ୍ରାଣ ନିମନ୍ତେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ରଖିଅଛନ୍ତି (ଯୋହନ ୩:୧୬ ୧କରିନ୍ଥୀୟ ୧୨:୧୩) । ସ୍ଥାନୀୟ ମଣ୍ଡଳୀ ହେଉଛି ତାହା, ଯେଉଁଠି ସାର୍ବଜନୀନ ମଣ୍ଡଳୀରେ ଥିବା ସଭ୍ୟମାନେ ୧କରିନ୍ଥୀୟ ୧୨ ପର୍ବରେ ଥିବା “ଶରୀର” ନୀତିକୁ ସମ୍ପୂର୍ଣ୍ଣ ଭାବରେ ପ୍ରୟୋଗ କରିବେ ଓ ସେହି ନୀତିଗୁଡ଼ିକ ହେଉଛି: ଉତ୍ସାହିତ କରିବା, ଶିକ୍ଷା ଦେବା ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ପରସ୍ପରକୁ ଗଢ଼ି ତୋଳିବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମଣ୍ଡଳୀ କ’ଣ ଅଟେ?
© Copyright Got Questions Ministries