settings icon
share icon
ପ୍ରଶ୍ନ

ଶୟତାନ କିଏ?

ଉତ୍ତର


ଶୟତାନ ବିଷୟରେ ଲୋକମାନଙ୍କର ବିଶ୍ବାସ ଏକ ନିର୍ବୋଧ ବ୍ୟକ୍ତିଠାରୁ ଏକ ସତ୍ତାହୀନ ବ୍ୟକ୍ତି - ଆପଣଙ୍କ ସ୍କନ୍ଧ ଉପରେ ଉପବେଶନ କରି ପାପ କରିବା ନିମନ୍ତେ ବାଧ୍ୟ କରେ ଏପରି ଏକ ଶୃଙ୍ଘ ଥିବା କ୍ଷୁଦ୍ର ନାଲି ପୁରୁଷରୁ ଯିଏ ମନ୍ଦ ବ୍ୟକ୍ତିତ୍ବକୁ ବର୍ଣ୍ଣନା କରିବା ନିମନ୍ତେ ବ୍ୟବହୃତ ଏକ ଭାବ ପ୍ରକାଶନ ହୋଇଥାଏ । ଅଥଚ ଶୟତାନ କିଏ ଏବଂ ସେ ଆମ୍ଭମାନଙ୍କର ଜୀବନକୁ କିପରି କ୍ଷତିଗ୍ରସ୍ତ କରିଥାଏ ବାଇବଲ ସେ ବିଷୟକ ଏକ ସ୍ବଷ୍ଟ ଚିତ୍ରଣ କରିଥାଏ । ସରଳରେ ଦେଖିଲେ, ଶୟତାନକୁ ବାଇବଲ ଏକ ଦୂତ ସମ୍ବନ୍ଧୀୟ ବ୍ୟକ୍ତି ଭାବେ ବର୍ଣ୍ଣନା କରେ ଯିଏ କି ପାପ କରି ସ୍ବର୍ଗରେ ଥିବା ତା' ଅବସ୍ଥିତିରୁ ପତିତ ହେଲା ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣରୂପେ ଈଶ୍ବରଙ୍କ ପ୍ରତିପକ୍ଷ ଅଟେ, ଏବଂ ଈଶ୍ବରଙ୍କ ଉଦ୍ଦେଶ୍ୟସକଳକୁ ଭଣ୍ଡୁର କରିବା ନିମନ୍ତେ ତା' ଶକ୍ତି ଅନୁଯାୟୀ ସମସ୍ତ ବିଷୟ ସାଧନ କରୁଅଛି ।

ଶୟତାନ ଏକ ପବିତ୍ର ଦୂତ ଭାବେ ସୃଷ୍ଟି ହୋଇଥିଲା । ଯିଶାଇୟ ୧୪:୧୨ ସମ୍ଭବତଃ ଶୟତାନର ପତନ-ପୂର୍ବର ନାମ ଲୁଶିଫର୍ ଭାବେ ଉଲ୍ଲେଖ କରେ । ଯିହିଜିକଲ ୨୮:୧୨-୧୪ ଶୟତାନକୁ ଏକ କିରୁବ ଭାବେ, ଦୃଶ୍ୟମାନେ ଭାବେ ସର୍ବୋଚ୍ଚ ସୃଷ୍ଟ ଦୂତ ଭାବେ ବର୍ଣ୍ଣନା କରେ । ସେ ତା' ସୌନ୍ଦର୍ଯ୍ୟ ଏବଂ ପଦ ଯୋଗୁଁ ଅହଂକାରୀ ହେଲା ଏବଂ ସେ ଈଶ୍ବରଙ୍କ ସିଂହାସନର ଊର୍ଦ୍ଧ୍ବରେ ବସିବା ନିମନ୍ତେ ଚାହିଁଲା (ଯିଶାଇୟ ୧୪:୧୩-୧୪; ଯିହିଜିକଲ ୨୮:୧୫; ୧ତିମଥି ୩:୬) । ଶୟତାନର ଗର୍ବ ତା' ପତନର କାରଣ ହେଲା । ଯିଶାଇୟ ୧୪:୧୨-୧୫ରେ ଥିବା ଅନେକ "ମୁଁ ହେବି ବା କରିବି" ବକ୍ତବ୍ୟସକଳକୁ ଲକ୍ଷ୍ୟ କରନ୍ତୁ । ତାହାର ପାପ ଯୋଗୁଁ, ଈଶ୍ବର ଶୟତାନକୁ ସ୍ବର୍ଗରୁ ବିତାଡିତ କଲେ ।

ଶୟତାନ ଏହି ଜଗତର ଅଧିପତି ଏବଂ ଆକାଶମଣ୍ଡର ରାଜକୁମାର ହେଲା (ଯୋହନ ୧୨:୩୧; ୨କରିନ୍ଥୀୟ ୪:୪; ଏଫିସୀୟ ୨:୨) । ସେ ଜଣେ ନିନ୍ଦୁକ (ପ୍ରକାଶିତ ୧୨:୧୦), ଜଣେ ପ୍ରଲୋଭକ (ମାଥିଉ ୪:୩; ୧ଥେସଲନିକୀୟ ୩:୫), ଏବଂ ଜଣେ ପ୍ରତାରକ (ଆଦି ୩; ୨କରିନ୍ଥୀୟ ୪:୪; ପ୍ରକାଶିତ ୨୦:୩) । ତାହାର ପ୍ରକୃତ ନାମ "ପ୍ରତିପକ୍ଷ" ବା "ଯିଏ ପ୍ରତିରୋଧ କରେ" ବୁଝାଏ । ତା' ଉପାଧିଗୁଡିକ ମଧ୍ୟରେ ଆଉ ଗୋଟିଏ ହେଉଛି ପାପାତ୍ମା, ଯାହା "କୁତ୍ସାରଟନାକାରୀ" ବୋଲି ବୁଝାଏ ।

ଯଦିଓ ସେ ସ୍ବର୍ଗରୁ ବିତାଡିତ ହେଲା, ସେ ଏବେ ସୁଦ୍ଧା ତା' ଆସନକୁ ଈଶ୍ବରଙ୍କଠାରୁ ଊର୍ଦ୍ଧ୍ବକୁ ନେବାକୁ ଚେଷ୍ଟା କରିଚାଲିଛି । ଈଶ୍ବର ଯେଉଁ ସମସ୍ତ କରନ୍ତି, ସେ ସେସବୁର ନକଲ କରି ଅସଲି ଭାବେ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି, ଯେପରିକି ସେ ଏହି ଜଗତର ପୂଜା ଲାଭ କରିପାରିବ ଏବଂ ଈଶ୍ବରଙ୍କ ରାଜ୍ୟ ନିମନ୍ତେ ଥିବା ବିରୋଧକୁ ଉତ୍ସାହିତ କରିପାରିବ । ଶୟତାନ ପ୍ରତ୍ୟେକ ଭ୍ରାନ୍ତ ମତାବଲମ୍ବୀ ଏବଂ ଜଗତ ବା ସାର୍ବଜନୀନ ଧର୍ମର ପଶ୍ଚାତରେ ଥିବା ଚରମ ଉତ୍ସ । ଈଶ୍ବରଙ୍କୁ ଓ ଯେଉଁମାନେ ଈଶ୍ବରଙ୍କର ଅନୁଗମନ କରୁଅଛନ୍ତି ସେମାନଙ୍କୁ ବିରୋଧ କରିବା ନିମନ୍ତେ ଶୟତାନ ଯେକୌଣସି କାର୍ଯ୍ୟ ତା' ଶକ୍ତି ଅନୁଯାୟୀ କରିପାରିବ । ଅଥଚ, ଶୟତାନର ଶେଷ ସ୍ଥାନ ମୁଦ୍ରାଙ୍କିତ କରାଯାଇଛି ଯାହା ଅଗ୍ନିମୟ ହ୍ରଦରେ ଅନନ୍ତକାଳ କ୍ଷେପଣ (ପ୍ରକାଶିତ ୨୦:୧୦) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଶୟତାନ କିଏ?
© Copyright Got Questions Ministries