settings icon
share icon
ପ୍ରଶ୍ନ

କାହିଁକି ପ୍ରାର୍ଥନା କରିବା?

ଉତ୍ତର


ଖ୍ରୀଷ୍ଟିୟାନ ନିମନ୍ତେ, ପ୍ରାର୍ଥନା କରିବା ନିଶ୍ବାସ ପ୍ରଶ୍ବାସ ନେବା ପରି ଅଟେ । ଏହା ନ କରିବା ଅପେକ୍ଷା କରିବା ଅଧିକ ସହଜ । ଆମେ ଅନେକଗୁଡିଏ କାରଣ ଯୋଗୁଁ ପ୍ରାର୍ଥନା କରୁ । ଗୋଟିଏ ବିଷୟ ନିମନ୍ତେ, ପ୍ରାର୍ଥନା ହେଉଛି ଈଶ୍ବରଙ୍କୁ ସେବା କରିବାର ଏକ ପ୍ରକାର (ଲୂକ ୨:୩୬-୩୮) ଏବଂ ତାଙ୍କର ବାଧ୍ୟ ହେବା । ଆମେ ପ୍ରାର୍ଥନା କରୁ କାରଣ ଈଶ୍ବର ଆମକୁ ପ୍ରାର୍ଥନା କରିବା ନିମନ୍ତେ ଆଦେଶ ଦେଇଅଛନ୍ତି (ଫିଲିପ୍ପୀୟ ୪:୬-୭) । ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟ ଓ ଆଦ୍ୟ ମଣ୍ଡଳୀ ପ୍ରାର୍ଥନାର ଉଦାହରଣ ଅଟନ୍ତି (ମାର୍କ ୧:୩୫; ପ୍ରେରିତ ୧:୧୪; ୨:୪୨; ୩:୧; ୪:୨୩-୩୧; ୬:୪; ୧୩:୧-୩) । ଯଦି ଯୀଶୁ ପ୍ରାର୍ଥନାର ଆବଶ୍ୟକତାକୁ ବିବେଚନା କଲେ, ତେବେ ଆମ୍ଭେମାନେ ମଧ୍ୟ ସେପରି ପ୍ରାର୍ଥନାର ଆବଶ୍ୟକତାକୁ ବିବେଚନା କରିବା ଉଚିତ୍ । ଯଦି ସେ ପିତାଙ୍କ ଇଛାନୁସାରେ ରହିବା ନିମନ୍ତେ ପ୍ରାର୍ଥନାର ଆବଶ୍ୟକତା କଲେ, ତେବେ ଆମ୍ଭେମାନେ କେତେ ଅଧିକ ପରିମାଣରେ ପ୍ରାର୍ଥନାର ଆବଶ୍ୟକ ନ କରୁ?

ପ୍ରାର୍ଥନା କରିବାର ଆଉ ଏକ କାରଣ ହେଉଛି ଯେ ଅନେକ ସଂଖ୍ୟକ ପରିସ୍ଥିତିରେ ଈଶ୍ବର ତାଙ୍କ ସମାଧାନର ଏକ ମାଧ୍ୟମ ଭାବରେ ପ୍ରାର୍ଥନାକୁ ଉଦ୍ଧିଷ୍ଟ କରିଅଛନ୍ତି । ଆମେ ମୁଖ୍ୟ ନିଷ୍ପତ୍ତି ନିମନ୍ତେ ପ୍ରସ୍ତୁତିକରଣରେ (ଲୂକ ୬:୧୨-୧୩), ଶାୟତାନିକ ପ୍ରତିବନ୍ଧକସକଳରେ ଜୟଲାଭ କରିବା ନିମନ୍ତେ (ମାଥିଉ ୧୭:୧୪-୨୧), ଆତ୍ମିକ ଶଷ୍ୟ ଅମଳ ନିମନ୍ତେ କାର୍ଯ୍ୟକାରୀମାନଙ୍କୁ ସଂଗ୍ରହ କରିବା ନିମନ୍ତେ (ଲୂକ ୧୦:୨), ପ୍ରଲୋଭନ ଉପରେ ଜୟଲାଭ କରିବାକୁ ଶକ୍ତି ପାଇବା ନିମନ୍ତେ (ମାଥିଉ ୨୬:୪୧); ଏବଂ ଆତ୍ମିକ ଭାବେ ଅନ୍ୟମାନଙ୍କୁ ଦୃଢ କରିବାର ମାଧ୍ୟମ ଲାଭ କରିବା ନିମନ୍ତେ (ଏଫିସୀୟ ୬:୧୮-୧୦) ପ୍ରାର୍ଥନା କରୁ ।

ଆମେ ଆମର ନିର୍ଦ୍ଧିଷ୍ଟ ଅନୁରୋଧଗୁଡିକ ସହିତ ଈଶ୍ବରଙ୍କ ନିକଟକୁ ଆସିଥାଉ, ଏବଂ ଆମ୍ଭମାନଙ୍କର ପ୍ରାର୍ଥନାସବୁ ବୃଥାରେ ଯିବନାହିଁ ଏପରିକି ଯଦି ଆମେ ଯାହା ମାଗୁ ତାହା ନିର୍ଦ୍ଧିଷ୍ଟ ଭାବେ ପ୍ରାପ୍ତ ନ ହେଉ ଏବଂ ଏହି ବିଷୟ ଈଶ୍ବରଙ୍କ ଦ୍ବାରା ପ୍ରତିଜ୍ଞାତ ହୋଇଛି (ମାଥିଉ ୬:୬; ରୋମୀୟ ୮:୨୬-୨୭) । ସେ ପ୍ରତିଜ୍ଞା କରିଅଛନ୍ତି ଯେ, ତାଙ୍କ ଇଛାରେ ଥିବା ଯେକୌଣସି ବିଷୟ ଆମେ ମାଗିଲେ ସେ ଦେବେ (୧ଯୋହନ ୫:୧୪-୧୫) । ବେଳେବେଳେ ତାଙ୍କ ବୁଦ୍ଧି ଅନୁଯାୟୀ ଏବଂ ଆମ୍ଭମାନଙ୍କର ଲାଭ ନିମନ୍ତେ ତାଙ୍କ ଉତ୍ତରକୁ ବିଳମ୍ବ କରନ୍ତି । ଏହି ସମସ୍ତ ପରିସ୍ଥିତିରେ, ଆମେ ପ୍ରାର୍ଥନାରେ ପରିଶ୍ରମୀ ଓ ପ୍ରାର୍ଥନାରେ ଲାଗି ରହିବା ଉଚିତ୍ (ମାଥିଉ ୭:୭; ଲୂକ ୧୮:୧-୮) । ପୃଥିବୀରେ ଆମ ଇଛାକୁ ଈଶ୍ବରଙ୍କ ଦ୍ବାରା କରାଇବାର ଏକ ମାଧ୍ୟମ ଭାବରେ ପ୍ରାର୍ଥନା ଦେଖାଯିବା ଉଚିତ୍ ନୁହେଁ, କିନ୍ତୁ ପୃଥିବୀରେ ଈଶ୍ବରଙ୍କ ଇଛା ସଫଳ କରିବାର ଏକ ମାଧ୍ୟମ ଭାବେ ଦେଖାଯିବା ଉଚିତ୍ । ଆମ ବୁଦ୍ଧିଠାରୁ ଈଶ୍ବରଙ୍କ ବୁଦ୍ଧି ଅତି ଅଧିକ ପରିମାଣରେ ବୃହତ୍ ଅଟେ ।

ଯେଉଁ ପରିସ୍ଥିତିଗୁଡିକରେ ଆମେ ନିର୍ଦ୍ଧିଷ୍ଟ ଭାବେ ଈଶ୍ବରଙ୍କ ଇଛା ଜାଣିପାରିନଥାଉ, ସେପରି କ୍ଷେତ୍ରରେ ତାକ ଇଛା ଜାଣିବା ନିମନ୍ତେ ପ୍ରାର୍ଥନା ଏକ ମାଧ୍ୟମ ଅଟେ । ଅଶୁଚି-ଆତ୍ମା ଦ୍ବାରା ଆବିଷ୍ଟ କ୍ବିରିଣୀୟ ସ୍ତ୍ରୀ ଯଦି ଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରିନଥାନ୍ତା, ତେବେ ତା' ଝିଅ ସୁସ୍ଥତା ଲାଭ କରିନଥାନ୍ତା (ମାର୍କ ୭:୨୬-୩୦) । ଯିରୀହୋ ନଗରରେ ବାହାରେ ଥିବା ଅନ୍ଧ ବ୍ୟକ୍ତିଟି ଯଦି ଖ୍ରୀଷ୍ଟଙ୍କୁ ଡାକି ନଥାନ୍ତା, ସେ ଅନ୍ଧ ହୋଇ ହିଁ ରହିଥାନ୍ତେ (ଲୂକ ୧୮:୩୫-୪୩) । ଈଶ୍ବର କହିଅଛନ୍ତି ଯେ, ଆମେ ଅନେକ ସମୟରେ ପାଇନଥାଉ କାରଣ ଆମେ ମାଗିନଥାଉ (ଯାକୁବ ୪:୨) । ଏକ ବିଚାରରେ, ପ୍ରାର୍ଥନା ହେଉଛି ଲୋକମାନଙ୍କୁ ସୁସମାଚାରର ଅଂଶୀ କରାଇବା । ଆମେ ସୁସମାଚାର ବିତରଣ ନ କରିବା ଯାଏ, ଆମେ ଜାଣିନଥାଉ ଯେ, କେଉଁମାନେ ସୁସମାଚାର ବାର୍ତ୍ତର ବାଧ୍ୟ ହେବେ । ଠିକ୍ ସେହି ଭାବରେ, ଆମେ ପ୍ରାର୍ଥନା ନ କଲେ ଆମେ ଉତ୍ତରପ୍ରାପ୍ତ ପ୍ରାର୍ଥନାର ଫଳ ଦେଖିପାରିବା ନାହିଁ ।

ପ୍ରାର୍ଥନାର ଅଭାବ ବିଶ୍ବାସର ଅଭାବ ଏବଂ ଈଶ୍ବରଙ୍କ ବାକ୍ୟରେ ଭରସାର ଅଭାବକୁ ପ୍ରଦର୍ଶନ କରେ । ଆମେ ଈଶ୍ବରଙ୍କଠାରେ ଆମ ବିଶ୍ବାସକୁ ପ୍ରଦର୍ଶିତ କରିବା ନିମନ୍ତେ ପ୍ରାର୍ଥନା କରୁ, ଯେପରିକି ତାଙ୍କ ବାକ୍ୟରେ ସେ ଯେପରି ପ୍ରତିଜ୍ଞା କରିଅଛନ୍ତି ସେହି ପ୍ରକାରେ ସେ କରିବେ ଏବଂ ଆମେ ମାଗିବା ଏବଂ ଆଶା କରିବା ଅପେକ୍ଷା ଅଧିକ ପରିମାଣରେ ଆମ୍ଭମାନଙ୍କ ଜୀବନକୁ ପ୍ରଚୁର ଭାବରେ ଆଶୀର୍ବାଦ କରିବେ (ଏଫିସୀୟ ୩:୨୦) । ପ୍ରାର୍ଥନା ଅନ୍ୟମାନଙ୍କ ଜୀବନରେ ଈଶ୍ବରଙ୍କ କାର୍ଯ୍ୟ ଦେଖିବାର ଆମ୍ଭମାନଙ୍କର ମୁଖ୍ୟ ମାଧ୍ୟମ ଅଟେ । ଯେହେତୁ ଈଶ୍ବରଙ୍କ କାର୍ଯ୍ୟରେ ଆମ୍ଭମାନଙ୍କ "ତାର ସଂଯୁକ୍ତ" କରିବାର ଏହା ଏକ ମାଧ୍ୟମ ଅଟେ, ଏହା ଶୟତାନକୁ ଓ ତାହାର ସୈନ୍ୟଗଣଙ୍କୁ ପରାସ୍ତ କରିବାର ଏକ ମାଧ୍ୟମ, ଯେଉଁମାନଙ୍କୁ ଆମେ ଆମ ନିଜ ଶକ୍ତିରେ ପରାଜୟ କରିପାରିବା ନାହିଁ । ଅତଏବ, ଈଶ୍ବର ଆମ୍ଭମାନଙ୍କୁ ଅନେକ ସମୟରେ ତାଙ୍କ ସିଂହାସନ ସମ୍ମୁଖରେ ରହିଥିବାର ଦେଖନ୍ତୁ, କାରଣ ଆମ୍ଭମାନଙ୍କର ଜଣେ ମହାଯାଜକ ଅଛନ୍ତି ଯିଏ ଆମେ ପରିକ୍ଷୀତ ହେଉଥିବା ସମସ୍ତ ବିଷୟକୁ ଚିହ୍ନିତ କରିପାରନ୍ତି (ଏବ୍ରୀ ୪:୧୫-୧୬) । ଆମେ ତାଙ୍କଠାରୁ ପ୍ରତିଜ୍ଞା ପାଇଅଛୁ ଯେ, ଧାର୍ମିକ ବ୍ୟକ୍ତିର ନିରନ୍ତର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିବ (ଯାକୁବ ୫:୧୫-୧୬) । ଆମେ ପ୍ରାର୍ଥନାରେ ଅନେକ ସମୟରେ ତାଙ୍କ ନିକଟକୁ ଆସିବାରେ ତାଙ୍କଠାରେ ଯଥେଷ୍ଟ ବିଶ୍ବାସ କଲା ସମୟରେ ଈଶ୍ବର ତାଙ୍କ ନାମକୁ ଗୌରବାନ୍ମିତ କରନ୍ତୁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କାହିଁକି ପ୍ରାର୍ଥନା କରିବା?
© Copyright Got Questions Ministries