ପ୍ରଶ୍ନ
ମହିଳା ପାଳକ/ପ୍ରଚାରକ? ସେବାକାର୍ଯ୍ୟରେ ମହିଳାମାନଙ୍କ ବିଷୟରେ ବାଇବଲ କ’ଣ କୁହେ?
ଉତ୍ତର
ମହିଳାମାନେ ପାଳକ/ପ୍ରଚାରିକା ହେବା ବିଷୟରେ ଯେତିକି ଚର୍ଚ୍ଚା ହେଉଛି ଆଉ କୌଣସି ବିଷୟରେ ଆଜିର ମଣ୍ଡଳୀରେ ସେତେ ଚର୍ଚ୍ଚା ହେଉନାହିଁ । ଏହାର ଫଳ ସ୍ୱରୂପ, ଏହାକୁ ପୁରୁଷ ବନାମ ମହିଳା ଭାବେ ନେବା କଥା ନୁହେଁ । କେତେକ ମହିଳା ବିଶ୍ଵାସ କରନ୍ତି ଯେ ମହିଳାମାନେ ପାଳକ ଭାବରେ ସେବାକାର୍ଯ୍ୟ କରିପାରିବେ ନାହିଁ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ବାଇବଲ ନିଷେଧ କରେ । କେତେକ ପୁରୁଷ ଅଛନ୍ତି ଯେଉଁମାନେ ବିଶ୍ଵାସ କରନ୍ତି ଯେ ମହିଳାମାନେ ପାଳକ ଭାବରେ କାର୍ଯ୍ୟ କରିପାରିବେ । ଏହା ପ୍ରେମ କିମ୍ବା ଭେଦଭାବର ଆଲୋଚ୍ୟ ବିଷୟ ନୁହେଁ । ଏହା ବାଇବଲ ବ୍ୟାଖ୍ୟା କରିବାର ଏକ ବିଷୟ ଅଟେ ।
ଈଶ୍ଵରଙ୍କ ବାକ୍ୟ ଘୋଷଣା କରି କୁହେ “ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ଵୀକାର କରି ମୌନ ଭାବରେ ଶିକ୍ଷା ଗ୍ରହଣ କରୁ । ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉନାହିଁ, ମାତ୍ର ସେ ମୌନ ରହୁ” (୧ତିମଥି ୨:୧୧-୧୨) । ମଣ୍ଡଳୀରେ ଈଶ୍ଵର ପୁରୁଷ ଓ ମହିଳାମାନଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟ କରିବା ପାଇଁ ଦେଇଅଛନ୍ତି । ଏହା ହେଲା ମନୁଷ୍ୟକୁ ଯେପରି ଭାବରେ ସୃଷ୍ଟି କରା ଯାଇଥିଲା ପାପ ଜଗତ ମଧ୍ୟକୁ ପ୍ରବେଶ କରିବାର ଫଳାଫଳ (୧ତିମଥି ୨:୧୩-୧୪ ) । ପ୍ରେରିତ ପାଉଲଙ୍କ ଦ୍ଵାରା ଈଶ୍ଵର ମହିଳାମାନଙ୍କୁ ଶିକ୍ଷା ଦେବା ପାଇଁ ଏବଂ/କିମ୍ବା ପୁରୁଷ ଉପରେ ଆତ୍ମିକ ଭାବରେ ଅଧିକାର ଜାହିର କରିବାରୁ ନିଷେଧ କରିଅଛନ୍ତି । ଏହା ଦ୍ଵାରା ମହିଳାମାନେ ପୁରୁଷମାନଙ୍କ ଉପରେ ପାଳକୀୟ କାର୍ଯ୍ୟ କରିବାରୁ ବାଇବଲ ନିବୃତ୍ତ କରିଛି ଏବଂ ଯାହା ନିଶ୍ଚିତ ସେମାନଙ୍କ ନିକଟରେ ପ୍ରଚାର କରିବା କିମ୍ବା ସର୍ବସାଧାରଣରେ ସେମାନଙ୍କୁ ଶିକ୍ଷା ଦେବା କିମ୍ବା ସେମାନଙ୍କ ଉପରେ ଆତ୍ମିକ ଅଧିକାର ଜାହିର କରିବାରୁ ନିବୃତ୍ତ ରଖିଛି ।
ମହିଳାମାନେ ପାଳକୀୟ ସେବାକାର୍ଯ୍ୟ କରିବା ବିଷୟରେ ଅନେକ ଆପତ୍ତି ରହିଛି । ସେଥିମଧ୍ୟରୁ ଗୋଟିଏ ଜଣାଶୁଣା ବିଷୟ ହେଉଛି ଯେ ପ୍ରଥମ ଶତାବ୍ଦୀରେ ମହିଳାମାନେ ସାଧାରଣତଃ ଅଶିକ୍ଷିତା ଥିଲେ ତେଣୁ ପାଉଲ ସେମାନଙ୍କୁ ସେପରି ନ କରିବା ପାଇଁ କହୁଅଛନ୍ତି । ଅଥଚ, ୧ କରିନ୍ଥୀୟ ୨:୧୧-୧୪ର କୌଣସି ସ୍ଥାନରେ ମଧ୍ୟ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଲେଖାଯାଇନାହିଁ । ଯଦି ସେବାକାର୍ଯ୍ୟ କରିବା ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ ହୋଇଥାନ୍ତା, ତେବେ ଯୀଶୁଙ୍କର ଅଧିକାଂଶ ଶିଷ୍ୟ ସେବାକାର୍ଯ୍ୟ କରିବାର ଯୋଗ୍ୟତା ପାଇନଥାନ୍ତେ । ଦ୍ଵିତୀୟ ସାଧାରଣ ବା ଜଣାଶୁଣା ଆପତ୍ତି ହେଉଛି ଯେ ପାଉଲ କେବଳ ଏଫିସୀ ମଣ୍ଡଳୀରେ ଥିବା ମହିଳାମାନଙ୍କୁ ପୁରୁଷମାନଙ୍କୁ ଶିକ୍ଷା ନ ଦେବା ପାଇଁ କହୁଅଛନ୍ତି (୧ ତିମଥି ପୁସ୍ତକ ତିମଥିଙ୍କ ନିକଟକୁ ଲେଖାଯାଇଥିଲା ଯିଏ ଏଫିସୀ ମଣ୍ଡଳୀର ପାଳକ ଥିଲେ) । ଆର୍ତ୍ତେମୀ ମନ୍ଦିର ନିମନ୍ତେ ଏଫିସୀ ଜଣାଶୁଣା ଥିଲା, ଏବଂ ସେହି ମହିଳାମାନେ ସେଥିର କ୍ଷମତାପ୍ରାପ୍ତ ବ୍ୟକ୍ତି ଥିଲେ – ତେଣୁ, ପାଉଲ କେବଳ ମହିଳାମାନଙ୍କ ଦ୍ଵାରା ଚାଳିତ ଏଫିସୀର ଦେବପୂଜକମାନଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ରଖୁଥିଲେ, ଏବଂ ମଣ୍ଡଳୀ ଏଥିରୁ କିଛି ଭିନ୍ନ ହେବାକୁ ପଡିଥିଲା । ଅଥଚ, ୧ତିମଥି ପୁସ୍ତକର କୌଣସି ସ୍ଥାନରେ ମଧ୍ୟ ଆର୍ତ୍ତେମୀ ବିଷୟରେ ଲେଖାଯାଇନାହିଁ, କିମ୍ବା ୧ତିମଥି୨:୧୧-୧୨ରେ ପାଉଲ ଯେଉଁ ପ୍ରତିବନ୍ଧକ ଆଣିଥିଲେ ତାହା ଆର୍ତ୍ତେମୀର ଦେବପୂଜକମାନଙ୍କର ସାଧାରଣ ମାନ ବିଷୟରେ ଲେଖିନାହାନ୍ତି ।
ତୃତୀୟ ଆପତ୍ତି ହେଉଛି ଯେ ପାଉଲ କେବଳ ସ୍ଵାମୀ ଓ ସ୍ତ୍ରୀଙ୍କ ବିଷୟରେ କହୁଅଛନ୍ତି, ଓ ସେ ସାଧାରଣ ଭାବରେ ମହିଳା ସମାଜ ଓ ପୁରୁଷ ସମାଜ ବିଷୟରେ କହୁନାହାନ୍ତି । ୧ତିମଥି ୨ରେ “ମହିଳା” ଓ “ପୁରୁଷ” ନିମନ୍ତେ ବ୍ୟବହାର କରାଯାଇଥିବା ଗ୍ରୀକ୍ ଶବ୍ଦ ସ୍ଵାମୀ ଓ ସ୍ତ୍ରୀକୁ ବୁଝାଇପାରେ; ଅଥଚ, ଏଥିର ମୂଳ ଅର୍ଥ ଏହାଠାରୁ ମଧ୍ୟ ବିସ୍ତାର ଅଟେ । ଆହୁରି ମଧ୍ୟ, ସେହି ସମାନ ଗ୍ରୀକ୍ ଶବ୍ଦ ୮-୧୦ ପଦରେ ବ୍ୟବହାର କରାଯାଇଛି । କ’ଣ କେବଳ ସ୍ଵାମୀମାନେ କ୍ରୋଧ ଓ ବିତର୍କ ବିନା ପବିତ୍ର ହସ୍ତ ଉତ୍ତୋଳନ କରିବେ (୮ ପଦ)? କ’ଣ କେବଳ ସ୍ତ୍ରୀମାନେ ଉତ୍ତମ ଭାବେ ପୋଷାକ ପିନ୍ଧିବେ ଓ ଉତ୍ତମ କାର୍ଯ୍ୟ କରିବେ ଏବଂ ଈଶ୍ଵରଙ୍କ ଉପାସନା କରିବେ (୯-୧୦ ପଦ)? ବାସ୍ତବରେ ତାହା ନୁହେଁ । ୮-୧୦ ପଦ ସ୍ପଷ୍ଟ ଭାବରେ ସମସ୍ତ ପୁରୁଷ ଓ ସମସ୍ତ ମହିଳାଙ୍କ ବିଷୟରେ କୁହେ ଓ ଏହା କେବଳ ସ୍ଵାମୀ ଓ ସ୍ତ୍ରୀଙ୍କ ବିଷୟରେ କୁହେ ନାହିଁ । ୧୧-୧୪ ପଦରେ ଏହା କେବଳ ଯେ ସ୍ଵାମୀ ଓ ସ୍ତ୍ରୀଙ୍କୁ ବୁଝାଇବ ସେପରି କିଛି ବିଷୟ ନାହିଁ ।
ତଥାପି ପୁରାତନ ନିୟମରେ ମହିଳାମାନେ ବିଶେଷତଃ ମରିୟମ, ଦବୋରା ଓ ହୂଲ୍ଦା ନେତୃତ୍ଵ ନେଇଥିବାରୁ ସେ ବିଷୟରେ ମହିଳାମାନେ ପାଳକୀୟ ସେବାକାର୍ଯ୍ୟ କରିବା ବିଷୟରେ ଏହି ବ୍ୟାଖ୍ୟା ପ୍ରତି ଆପତ୍ତି ରହିଛି । ଏହା ସତ୍ୟ ଯେ ଏହି ମହିଳାମାନେ ଈଶ୍ଵରଙ୍କ ଦ୍ଵାରା ବିଶେଷ ଭାବରେ ମନୋନୀତ ହୋଇଥିଲେ ଏବଂ ସେମାନେ ଈଶ୍ଵରଙ୍କର ବିଶେଷ ସେବା କରିବା ନିମନ୍ତେ ଆହୂତ ହୋଇଥିଲେ ପୁଣି ସେମାନେ ବିଶ୍ଵାସ, ସାହସ ଓ ନେତୃତ୍ଵ ନେବାର ଉଦାହରଣ ପାଲଟିଥିଲେ । ନୂତନ ନିୟମରେ ଥିବା ପ୍ରେରିତିକ ପତ୍ର ଈଶ୍ଵରଙ୍କ ଲୋକମାନଙ୍କ ନିମନ୍ତେ ଅର୍ଥାତ୍ ମଣ୍ଡଳୀ, ଖ୍ରୀଷ୍ଟଙ୍କ ଶରୀର ନିମନ୍ତେ ଏକ ନୂତନ ନମୁନା ଛାଡ଼ିଯାଇଛନ୍ତି ଏବଂ ସେହି ନମୁନା ଇଶ୍ରାୟେଲ ଦେଶ ପାଇଁ କିମ୍ବା ପୁରାତନ ନିୟମରେ ଥିବା ଲୋକମାନଙ୍କ ସହ ଜଡିତ ନ ହୋଇ ବରଂ ମଣ୍ଡଳୀ ନିମନ୍ତେ ବିଶେଷ ଅଧିକାର ପଦ୍ଧତି ଜଡ଼ିତ ଅଟେ ।
ସେହିପରି ଯୁକ୍ତିକୁ ନୂତନ ନିୟମରେ ପ୍ରିସ୍କିଲ୍ଲା ଓ ଫୈବୀଙ୍କ କ୍ଷେତ୍ରରେ ବ୍ୟବହାର କରି କରାଯାଇଛି । ପ୍ରେରିତ ୧୮ରେ, ପ୍ରିସ୍କିଲ୍ଲା ଓ ଆକ୍ଵିଲାଙ୍କୁ ଖ୍ରୀଷ୍ଟଙ୍କର ବିଶ୍ଵସ୍ତ ସେବକ ଭାବରେ ଦେଖାଇଦିଆଯାଇଛି । ପ୍ରିସ୍କିଲ୍ଲାଙ୍କ ନାମ ପ୍ରଥମେ ବୋଧହୁଏ ଏଇଥିଯୋଗୁଁ ଲେଖାଯାଇଛି ଯେ ସେ ତାଙ୍କ ସ୍ଵାମୀଙ୍କଠାରୁ ସେବାକାର୍ଯ୍ୟରେ ଅଗ୍ରଣୀ ଥିଲେ । ପ୍ରିସ୍କିଲ୍ଲା ଓ ତାଙ୍କ ସ୍ଵାମୀ କ’ଣ ଆପୋଲ୍ଲଙ୍କୁ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଶିକ୍ଷା ଦେଲେ? ହଁ, ସେମାନଙ୍କ ଗୃହରେ ସେମାନେ “ଅଧିକ ସୂକ୍ଷ୍ମ ଭାବେ ଈଶ୍ଵରଙ୍କ ମାର୍ଗ ବିଷୟରେ ତାଙ୍କୁ ବୁଝାଇଦେଲେ” (ପ୍ରେରିତ ୧୮:୨୬) । ପ୍ରିସ୍କିଲ୍ଲା କେବେ ପାଳକୀୟ କାର୍ଯ୍ୟ କରିଥିବା କିମ୍ବା ସର୍ବସାଧାରଣଙ୍କୁ ପ୍ରଚାର କରିଥିବା କିମ୍ବା ସାଧୁମାନଙ୍କ ମଣ୍ଡଳୀରେ ଏକ ଆତ୍ମିକ ନେତ୍ରୀ ହେବା ବିଷୟରେ ବାଇବଲର କୌଣସି ସ୍ଥାନରେ ଲେଖାଯାଇଛିକି? ନା ।ଆମେ ଯାହା ଜାଣିଛୁ, ୧ତିମଥି ୨:୧୧-୧୪ ସହ ଅସହମତ ହୋଇ ବାଇବଲର ଅନ୍ୟ କୌଣସି ଅଂଶରେ ପ୍ରିସ୍କିଲ୍ଲା କୌଣସି ସେବାକାର୍ଯ୍ୟରେ ଲାଗିନଥିଲେ।
ରୋମୀୟ ୧୬:୧ ରେ, ଫୈବୀଙ୍କୁ ମଣ୍ଡଳୀର ଜଣେ “ଦୀକନ” (ବା “ସେବକ”) ବୋଲି କୁହାଯାଇଛି ଏବଂ ପାଉଲ ଅତ୍ୟଧିକ ପ୍ରଶଂସା କରିଥିଲେ । କିନ୍ତୁ ପ୍ରିସ୍କିଲ୍ଲାଙ୍କ ବିଷୟରେ ଶାସ୍ତ୍ରରେ ଫୈବୀ ପାଳକ ଥିବାର କିମ୍ବା ପୁରୁଷମାନେ ଥିବା ମଣ୍ଡଳୀରେ ଜଣେ ଶିକ୍ଷକ ଥିବାର ଏପରି କୌଣସି ବିଷୟ ଲେଖାଯାଇନାହିଁ । “ଶିକ୍ଷା ଦେବାକୁ ସକ୍ଷମ” ପ୍ରାଚୀନମାନଙ୍କର ଏକ ଯୋଗ୍ୟତା ଭାବରେ ଦିଆଯାଇଛି, କିନ୍ତୁ ଏହା ଦୀକନମାନଙ୍କ ନିମନ୍ତେ ନାହିଁ (୧ତିମଥି ୩:୧-୧୩; ତିତସ ୧:୬-୯ ) ।
୧ତିମଥି ୨:୧୧-୧୪ ରେ ଥିବା ଢାଞ୍ଚାରେ ମହିଳାମାନେ କାହିଁକି ପାଳକ ହୋଇପାରିବେ ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଅଟେ । ୧୧-୧୨ ପଦରେ ପାଉଲଙ୍କ ଉକ୍ତିର “କାରଣ” ଦେବାକୁ ଯାଇ ୧୩ ପଦରେ “କାରଣ” ଲେଖାଯାଇଛି । ମହିଳାମାନେ କାହିଁକି ପୁରୁଷମାନଙ୍କୁ ଶିକ୍ଷା ଦେଇପାରିବେ ନାହିଁ ଓ କାହିଁକି ସେମାନେ ପୁରୁଷମାନଙ୍କ ଉପରେ କର୍ତ୍ତୃତ୍ଵ କରିପାରିବେ ନାହିଁ? କାରଣ “ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା; ଆଉ ଆଦମ ପ୍ରବଞ୍ଚିତ ହୋଇନଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଘଂନ ଦୋଷରେ ଦୋଷୀ ହେଲେ; (୧୩-୧୪ ପଦ) । ଈଶ୍ଵର ପ୍ରଥମେ ଆଦମଙ୍କୁ ନିର୍ମାଣ କଲେ ଓ ତାଙ୍କର “ସାହାଯ୍ୟକାରିଣୀ” ହେବା ନିମନ୍ତେ ହବାଙ୍କୁ ନିର୍ମାଣ କଲେ । ସୃଷ୍ଟି ଯେଉଁ କ୍ରମରେ ହୋଇଛି ସେହି ଅନୁଯାୟୀ ପରିବାର (ଏଫିସୀୟ ୫:୨୨-୨୩ ) ଓ ମଣ୍ଡଳୀରେ ହେବାକୁ ପଡିବ ।
କଥାଟି ହେଉଛି ହବା ପ୍ରତାରିତ ହୋଇଥିବା ବିଷୟଟି ୧ ତିମଥି ୨:୧୪ ରେ ମଧ୍ୟ ଦିଆଯାଇଛି ଓ ଯେଉଁଥିପାଇଁ ମହିଳାମାନେ ପାଳକ ଭାବରେ ସେବାକାର୍ଯ୍ୟ କରିପାରିବେ ନାହିଁ କିମ୍ବା ପୁରୁଷମାନଙ୍କ ଉପରେ ଆତ୍ମିକ କର୍ତ୍ତୃତ୍ଵ ଜାହିର କରିପାରିବେ ନାହିଁ । ଏହାର ଅର୍ଥ ନୁହେଁ ଯେ ମହିଳାମାନେ ସର୍ବଦା ପ୍ରତାରିତ ହୋଇପାରିବେ କିମ୍ବା ସମସ୍ତେ ପୁରୁଷମାନଙ୍କ ତୁଳନାରେ ପ୍ରତାରିତ ହୋଇପାରିବେ । ଯଦି ମହିଳାମାନେ ଅଧିକ ସହଜରେ ପ୍ରତାରିତ ହୋଇପାରନ୍ତି, ପିଲାମାନଙ୍କୁ (ଯେଉଁମାନଙ୍କୁ ସହଜରେ ପ୍ରତାରଣା କରାଯାଇପାରିବ) ଓ ଅନ୍ୟ ମହିଳାମାନଙ୍କୁ (ଯେଉଁମାନେ ଅତି ସହଜରେ ପ୍ରତାରିତ ହୋଇପାରନ୍ତି) ଶିକ୍ଷା ଦେବା ନିମନ୍ତେ ସେମାନଙ୍କୁ କାହିଁକି କୁହାଯାଇଛି ? ଏହି ଶାସ୍ତ୍ରାଂଶ କେବଳ ଏତିକି କୁହେ ଯେ ହବା ପ୍ରତାରିତ ହୋଇଥିବା କାରଣରୁ ମହିଳାମାନେ ପୁରୁଷମାନଙ୍କୁ ଶିକ୍ଷା ଦେବା କିମ୍ବା ପୁରୁଷମାନଙ୍କ ଉପରେ ଆତ୍ମିକ କର୍ତ୍ତୃତ୍ବ ଜାହିର କରିବା ଉଚିତ ନୁହେଁ । ମଣ୍ଡଳୀରେ ଶିକ୍ଷା ଦେବା ନିମନ୍ତେ ଈଶ୍ଵର ପୁରୁଷମାନଙ୍କୁ ପ୍ରାଥମିକ ଅଧିକାର ଦେଇଅଛନ୍ତି ।
ଅନେକ ମହିଳା ଆତିଥ୍ୟ ପରାୟଣ, ଦୟା, ଶିକ୍ଷା, ସୁସମାଚାର ପ୍ରଚାରକାର୍ଯ୍ୟ ଓ ସାହାଯ୍ୟ କରିବାରେ ଅତି ନିପୁଣା ଅଟନ୍ତି । ସ୍ଥାନୀୟ ମଣ୍ଡଳୀର ଅଧିକାଂଶ ସେବାକାର୍ଯ୍ୟ ମହିଳାମାନଙ୍କ ଉପରେ ନିର୍ଭରଶୀଳ । ମଣ୍ଡଳୀର ମହିଳାମାନଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରାର୍ଥନା କରିବା ଓ ଭାବବାଣୀ କହିବା ନିମନ୍ତେ ନିଷେଧ କରାଯାଇନାହିଁ (୧କରିନ୍ଥୀୟ ୧୧:୫), କିନ୍ତୁ ପୁରୁଷ ଉପରେ ହିଁ ଆତ୍ମିକ କର୍ତ୍ତୃତ୍ଵ କରିବା ନିମନ୍ତେ ନିଷେଧ କରାଯାଇଛି । ବାଇବଲର କୌଣସି ସ୍ଥାନରେ ମଧ୍ୟ ମହିଳାମାନଙ୍କୁ ପବିତ୍ରଆତ୍ମାଙ୍କ ଦାନକୁ ବ୍ୟବହାର କରିବାରେ ନିଷେଧ କରାଯାଇନାହିଁ (୧କରିନ୍ଥୀୟ ୧୨) । ପୁରୁଷମାନଙ୍କ ପରି ମହିଳାମାନେ ମଧ୍ୟ ଅନ୍ୟମାନଙ୍କ ନିକଟରେ ସେବାକାର୍ଯ୍ୟ କରିବା, ପବିତ୍ରଆତ୍ମାଙ୍କ ଫଳକୁ ପ୍ରକାଶ କରିବା (ଗାଲାତୀୟ ୫:୨୨-୨୩) ଓ ବିନାଶପ୍ରାପ୍ତ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆହ୍ଵାନ ପ୍ରାପ୍ତ (ମାଥିଉ ୨୮:୧୮-୨୦; ପ୍ରେରିତ ୧:୮; ୧ପିତର ୩:୧୫ ) ।
ମଣ୍ଡଳୀରେ ଆତ୍ମିକ ଶିକ୍ଷା ଅଧିକାର ଜାହିର କରିବାକୁ ଈଶ୍ଵର କେବଳ ପୁରୁଷକୁ ଦେଇଛନ୍ତି । ଏହାର ଅର୍ଥ ନିହାତି ବୁଝାଏ ନାହିଁ ଯେ ମହିଳାମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ଉତ୍ତମ ଶିକ୍ଷକ ଅଟନ୍ତି କିମ୍ବା ସେମାନେ ମହିଳାମାନଙ୍କଠାରୁ ଅଧିକ ଜ୍ଞାନବାନ୍ କିମ୍ବା ମହିଳାମାନେ ନୀଚ୍ଚ ସ୍ତରର ଅଟନ୍ତି (ଯାହା ବାସ୍ତବ କ୍ଷେତ୍ରରେ ହୋଇନଥାଏ) । ଈଶ୍ଵର ଏହିପରି ଭାବରେ ମଣ୍ଡଳୀର କାର୍ଯ୍ୟଶୈଳୀକୁ ଗଠନ କରିଛନ୍ତି । ପୁରୁଷମାନେ ସେମାନଙ୍କ ଜୀବନରେ ଓ ସେମାନଙ୍କ ବାକ୍ୟରେ ଆତ୍ମିକ ନେତୃତ୍ଵର ଉଦାହରଣ ସୃଷ୍ଟି କରିବାକୁ ପଡ଼ିବ । ମହିଳାମାନେ ଅପେକ୍ଷାକୃତ କମ୍ ଅଧିକାରର ଭୂମିକା ତୁଲାଇବାକୁ ପଡିବ । ଅନ୍ୟ ମହିଳାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ମହିଳାମାନଙ୍କୁ ଉତ୍ସାହିତ କରାଯାଇଛି (ତିତସ ୨:୩-୫ ) । ପିଲାମାନଙ୍କୁ ମହିଳାମାନେ ଶିକ୍ଷା ଦେବା ନିମନ୍ତେ ବାଇବଲ ନିଷେଧ କରେନାହିଁ । ଏକମାତ୍ର କାର୍ଯ୍ୟ କରିବାକୁ ମହିଳାମାନଙ୍କୁ ନିଷେଧ କରାଯାଇଛି ଓ ତାହା ହେଉଛି ସେମାନେ ପୁରୁଷମାନଙ୍କୁ ଶିକ୍ଷା ଦେବେ ନାହିଁ କିମ୍ବା ସେମାନଙ୍କ ଉପରେ ଆତ୍ମିକ ଅଧିକାର ଜାହିର କରିବେ ନାହିଁ । ଏହା ମହିଳାମାନଙ୍କୁ ପୁରୁଷମାନଙ୍କର ପାଳକ ହେବାରୁ ନିବୃତ୍ତ କରେ । ଏହା ଯେକୌଣସି ଭାବେ ମହିଳାମାନଙ୍କୁ ଅପେକ୍ଷାକୃତ କମ୍ ଗୁରୁତ୍ଵ ଦିଏନାହିଁ, କିନ୍ତୁ ଈଶ୍ଵରଙ୍କ ଯୋଜନା ଏବଂ ସେମାନଙ୍କ ବିଷୟରେ ତାଙ୍କ ବିଷୟରେ ଅଧିକ ସଙ୍ଗତ ଏକ ସେବାକାର୍ଯ୍ୟ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରାଏ |
English
ମହିଳା ପାଳକ/ପ୍ରଚାରକ? ସେବାକାର୍ଯ୍ୟରେ ମହିଳାମାନଙ୍କ ବିଷୟରେ ବାଇବଲ କ’ଣ କୁହେ?