settings icon
share icon
ପ୍ରଶ୍ନ

ଅନନ୍ତଜୀବନ ପାଇଛ କି?

ଉତ୍ତର


ଅନନ୍ତଜୀବନ ପାଇବା ପାଇଁ ବାଇବଲ ଏକ ସ୍ପଷ୍ଟ ପଥ ଉପସ୍ଥାପନା କରେ | ପ୍ରଥମତଃ, ଆମକୁ ସ୍ଵୀକାର କରିବାକୁ ପଡ଼ିବ ଯେ, ଆମେ ଇଶ୍ଵରଙ୍କ ବିରୁଦ୍ଧରେ ପାପ କରିଅଛୁ: “ସମସ୍ତେ ତ ପାପ କରିଅଛନ୍ତି, ପୁଣି ଇଶ୍ଵରଙ୍କ ଗୌରବରୁ ରହିତ ହୋଇଅଛନ୍ତି” (ରୋମୀୟ ୩:୨୩) | ଆମେ ସମସ୍ତେ ଇଶ୍ଵରଙ୍କ ଅସନ୍ତୋଷ ଜନକ କାର୍ଯ୍ୟ କରିଅଛୁ, ଯେଉଁଥି ପାଇଁ ଆମେ ଦଣ୍ଡ ପାଇବାର ଯୋଗ୍ୟ ଅଟୁ | ଯେହେତୁ ଆମ ସମସ୍ତଙ୍କ ପାପ, ଅନନ୍ତକାଳୀନ ଇଶ୍ଵରଙ୍କ ବିରୁଦ୍ଧରେ ଅଟେ, କେବଳ ଅନନ୍ତ କାଳୀନ ଦଣ୍ଡ ହିଁ ଏହାକୁ ପୂରଣ କରିପାରେ | “କାରଣ ପାପର ବେତନ ମୃତ୍ୟୁ” (ରୋମୀୟ ୬:୨୩) |

ଯାହା ହେଉ, ଯୀଶୁ ଖ୍ରୀଷ୍ଟ, ଯିଏ ପାପଶୂନ୍ୟ (୧ ପିତର ୨:୨୨), ଅନନ୍ତକାଳୀନ ଇଶ୍ଵରଙ୍କ ପୁତ୍ର ଅଟନ୍ତି, ଯେ ମନୁଷ୍ୟ ରୂପ ଧାରଣ କଲେ (ଯୋହନ ୧:୧,୧୪) ଏବଂ ଆମ ପାପର ମୂଲ୍ୟ ପରିଶୋଧ ପାଇଁ ମୃତ୍ୟୁଭୋଗ କଲେ | “କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଇଶ୍ଵର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି” (ରୋମୀୟ ୫:୮) | ଯୀଶୁ ଖ୍ରୀଷ୍ଟ କୃଶ ଉପରେ ମୃତ୍ୟୁ ଭୋଗ କଲେ (ଯୋହନ ୧୯:୩୧-୪୨) ଯେଉଁ ପାପର ଦଣ୍ଡ ଆମେ ପାଇବାକୁ ଯୋଗ୍ୟ ଥିଲୁ ତାହା ସେ ନିଜ ଉପରେ ନେଲେ (୨ କରିନ୍ଥୀୟ ୫:୨୧) । ପାପ ଓ ମୃତ୍ୟୁ ଉପରେ ବିଜୟ ହାସଲର ପ୍ରମାଣ ଦେଇ, ତୃତୀୟ ଦିବସରେ ଉତଥିତ ହେଲେ । ଆପଣାର ମହା ଦୟାରେ ଯୀଶୁ ଖ୍ରୀଷ୍ଟଙ୍କ ପୁରରୁତଥାନ ଦ୍ଵାରା ଜୀବନ ଦାୟକ ଭରସା ପ୍ରାପ୍ତି ନିମନ୍ତେ ସେ ଆମ୍ଭମାନଙ୍କୁ ନୂତନ ଜୀବନ ଦେଇ ଅଛନ୍ତି (୧ ପିତର ୧:୩) |

ବିଶ୍ଵାସ ଦ୍ଵାରା ଆମ ଧାରଣାକୁ ଖ୍ରୀଷ୍ଟଙ୍କ ବିଷୟରେ ଆମକୁ ପରିବର୍ତ୍ତନ କରିବା ଆବଶ୍ଵକ ଯଥା- ସେ କିଏ, ସେ କଅଣ କଲେ, ଏବଂ କାହିଁକି କଲେ - (ପ୍ରେରିତ ୩:୧୯) | ଆମ ପାପର ମୁଲ୍ୟ ପରିଶୋଧ ପାଇଁ, ତାହାଙ୍କ କୃଶୀୟ ମୃତ୍ୟୁକୁ ଭରସା କରି ଆମେ ଯଦି ତାହାଙ୍କଠାରେ ବିଶ୍ଵାସ ରଖୁ, ତେବେ ଆମେ କ୍ଷମା ପାଇବା ଓ ସ୍ଵର୍ଗୀୟ ଅନନ୍ତ ଜୀବନର ପ୍ରତିଜ୍ଞା ପ୍ରାପ୍ତ ହେବା । “କାରଣ ଇଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ” (ଯୋହନ ୩:୧୬) | “ଯେଣୁ ଯଦି ତୁମେ ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରିବା, ଆଉ ଇଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ଵାସ କରିଵ, ତେବେ ପରିତ୍ରାଣ ପ୍ରାପ୍ତ ହେବ ” (ରୋମୀୟ ୧୦:୯) | କୃଶ ଉପରେ ଖ୍ରୀଷ୍ଟ ସମାପ୍ତ କରିଥିବା କାର୍ଯ୍ୟ ଉପରେ ବିଶ୍ଵାସ କରିବା ହିଁ ଅନନ୍ତଜୀବନର ସତ୍ୟ ପଥ ଅଟେ ! “କାରଣ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଇଶ୍ଵରଙ୍କ ଦାନ” (ଏଫିସୀୟ ୨:୮,୯) |

ଯଦି ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବାକୁ ଚାହଁ, ତେବେ ନିମ୍ନରେ ପ୍ରାର୍ଥନାର ଏକ ନମୁନା ଦିଆଯାଇଅଛି | ମନେ ରଖନ୍ତୁ, ଏହି ପ୍ରାର୍ଥନା କରିବା ଦ୍ଵାରା ଅବା ଏହି ପରି ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରି ପାରିବ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ହିଁ ପାପରୁ ଉଦ୍ଧାର ପାଇପାରିବେ |

ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର, ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋ ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋହର ପାପ କ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ୍ଭଠାରେ ବିଶ୍ଵାସ କରୁଅଛି | ତୁମ ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଅନନ୍ତଜୀବନ ପାଇଛ କି?
© Copyright Got Questions Ministries