ମଧ୍ୟସ୍ଥି ପ୍ରାର୍ଥନା କ'ଣ?


ପ୍ରଶ୍ନ: ମଧ୍ୟସ୍ଥି ପ୍ରାର୍ଥନା କ'ଣ?

ଉତ୍ତର:
ଅତି ସରଳ ଭାବେ, ମଧ୍ୟସ୍ଥି ପ୍ରାର୍ଥନା ହେଉଛି ଅନ୍ୟମାନଙ୍କ ପକ୍ଷରୁ ପ୍ରାର୍ଥନା କରିବାର କାର୍ଯ୍ୟ । ଅବ୍ରହାମ, ମୋଶା, ଦାଉଦ, ଶାମୁୟେଲ, ହିଜକିୟ, ଏଲୀୟ, ଯିରିମିୟ, ଯିହିଜିକଲ ଏବଂ ଦାନିୟେଲଙ୍କ ଘଟନାରେ ପୁରାତନ ନିୟମରେ ପ୍ରାର୍ଥନାର ମଧ୍ୟସ୍ଥିଙ୍କ ଭୂମିକା ମୁଖ୍ୟସ୍ଥାନ ଗ୍ରହଣ କରୁଥିଲା । ନୂତନ ନିୟମରେ ଖ୍ରୀଷ୍ଟ ସର୍ବଶେଷ ମଧ୍ୟସ୍ଥି ପ୍ରାର୍ଥନାକାରକ ଭାବେ ଚିତ୍ରିତ ହୋଇଛନ୍ତି, ଏବଂ ଏହି କାରଣ ଯୋଗୁଁ, ସମସ୍ତ ଖ୍ରୀଷ୍ଟିୟାନଙ୍କ ପ୍ରାର୍ଥନା ମଧ୍ୟସ୍ଥି ପ୍ରାର୍ଥନା ହୁଏ ଯେହେତୁ ଏହା ଯୀଶୁଙ୍କ ମାଧ୍ୟମରେ ଏବଂ ଯୀଶୁଙ୍କ ଦ୍ବାର ଈଶ୍ବରଙ୍କୁ କରାଯାଇଥାଏ । ଯୀଶୁ ଆମ ଓ ଈଶ୍ବରଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ବନ୍ଦ କରିଦେଲେ ଯେତେବେଳେ ସେ କ୍ରୁଶ ଉପରେ ମୃତ୍ୟୁଭୋଗ କଲେ । ଯୀଶୁଙ୍କ ମଧ୍ୟସ୍ଥି ଦ୍ବାରା ବର୍ତ୍ତମାନ ଆମେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ପକ୍ଷରୁ କିମ୍ବା ବିନାଶପ୍ରାପ୍ତ ମାନଙ୍କ ନିମନ୍ତେ ମଧ୍ୟସ୍ଥି ପ୍ରାର୍ଥନା କରିପାରୁ ଏବଂ ତାହାଙ୍କ ଇଛାନୁଯାୟୀ ସେମାନଙ୍କ ଅନୁରୋଧଗୁଡିକୁ ପ୍ରଦାନ କରିବା ନିମନ୍ତେ ଈଶ୍ବରଙ୍କୁ ପ୍ରାର୍ଥନାରେ କହିଥାନ୍ତି । "କାରଣ ଏକମାତ୍ର ଈଶ୍ବର ଅଛନ୍ତି, ଆଉ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ;" (୧ତିମଥି ୨:୫) । "କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି" (ରୋମୀୟ ୮:୩୪) ।

ମଧ୍ୟସ୍ଥି ପ୍ରାର୍ଥନାର ଏକ ଆଶ୍ଚର୍ଯ୍ୟକର ନମୁନା ଦାନିୟେଲ ୯ ଅଧ୍ୟାୟରେ ଦେଖିବାକୁ ମିଳେ । ବାସ୍ତବ ମଧ୍ୟସ୍ଥି ପ୍ରାର୍ଥନାର ସମସ୍ତ ଉପାଦାନ ଏଥିରେ ଦେଖିବାକୁ ମିଳେ । ଏହା ବାକ୍ୟ ବା ଶାସ୍ତ୍ରର ଉତ୍ତରରେ (୨ ପଦ); ବ୍ୟଗ୍ରତା (୩ ପଦ) ଓ ଆତ୍ମ-ଅସ୍ବୀକାର (୪ ପଦ) ଦ୍ବାରା ଚିତ୍ରଣ କରାଯାଇଛି; ଈଶ୍ବରଙ୍କ ଲୋକମାନଙ୍କ ସହିତ ସ୍ବାର୍ଥହୀନ ଭାବେ ଚିହ୍ନିତ (୫ ପଦ); ସ୍ବୀକାର ଦ୍ବାରା ଶକ୍ତିପ୍ରାପ୍ତ (୫ ରୁ ୧୫ ପଦ); ଈଶ୍ବରଙ୍କ ସ୍ବଭାବରେ ନିର୍ଭରଶୀଳ (୪, ୭, ୯, ୧୫ ପଦ); ଏବଂ ଏହାର ଲକ୍ଷ୍ୟ ଈଶ୍ବରଙ୍କ ଗୌରବ (୧୬ ରୁ ୧୯ ପଦ) । ଦାନିୟେଲଙ୍କ ପରି ଖ୍ରୀଷ୍ଟିୟାନମାନେ ଏକ ଭଗ୍ନ ହୃଦୟ ଏବଂ ଅନୁତାପକାରୀ ମନୋଭାବ ସହ ଅନ୍ୟମାନଙ୍କ ନିମନ୍ତେ ଈଶ୍ବରଙ୍କର ନିକଟବର୍ତ୍ତୀ ହେବା ଉଚିତ୍, ସେମାନେ ସେମାନଙ୍କ ନିଜ ଅଯୋଗ୍ୟତାକୁ ଚିହ୍ନିବା ଦରକାର ଓ ଏକ ଆତ୍ମ-ଅସ୍ବୀକାରର ମନୋଭାବ ସହ ଆସିବା ଉଚିତ୍ । ଦାନିୟେଲ କହିଲେ ନାହିଁ "ହେ ଈଶ୍ବର, ତୁମଠାରୁ ମୋର ଦାବୀ କରିବାର ଏକ ଅଧିକାର ଅଛି, କାରଣ ମୁଁ ତୁମର ସ୍ବତନ୍ତ୍ର ଓ ମନୋନୀତ ମଧ୍ୟସ୍ଥିଗଣଙ୍କ ମଧ୍ୟରୁ ଜଣେ ।" କିନ୍ତୁ ସେ କୁହନ୍ତି "ମୁଁ ଜଣେ ପାପୀ" ଏବଂ ଏହାର ଫଳ ସ୍ବରୂପ, "କୌଣସି ବିଷୟ ଦାବୀ କରିବା ମୋର ଅଧିକାର ନାହିଁ ।" ସତ୍ୟ ମଧ୍ୟସ୍ଥିକାରୀ କେବଳ ଯେ, ଈଶ୍ବରଙ୍କ ଇଛା ଖୋଜି ଏହା ସଫଳ ହେଉଛି କି ନା ତାହା ଦେଖେନାହିଁ, କିନ୍ତୁ ଏହା ଆମର ଲାଭଦାୟକ ହେଉଛି ନା ନାହିଁ ଏବଂ ଏହା ଦ୍ବାରା ମୂଲ୍ୟ ଦେବାକୁ ପଡୁଛି ନା ନାହିଁ ତାହା ସଫଳ ହେବାର ଦେଖେ । ପ୍ରକୃତ ମଧ୍ୟସ୍ଥି ପ୍ରାର୍ଥନା ଆମ ନିଜର ଗୌରବ ଅନ୍ବେଷଣ ନ କରି ଈଶ୍ବରଙ୍କ ଗୌରବ ଅନ୍ବେଷଣ କରିଥାଏ ।

ଯେଉଁମାନଙ୍କ ନିମନ୍ତେ ଆମେ ମଧ୍ୟସ୍ଥି ପ୍ରାର୍ଥନା କରିବା ଉଚିତ୍ ଏପରି ବ୍ୟକ୍ତି/ବ୍ୟକ୍ତିଗଣଙ୍କର ଏକ ଆଂଶିକ ତାଲିକା ନିମ୍ନରେ ଦତ୍ତ ହେଲା: ଶାସନ ଦାୟିତ୍ବରେ ଥିବା ସମସ୍ତଙ୍କ ନିମନ୍ତେ (୧ତିମଥି ୨:୨); ସେବକଗଣଙ୍କ ନିମନ୍ତେ (ଫିଲିପ୍ପୀୟ ୧:୧୯); ମଣ୍ଡଳୀ ନିମନ୍ତେ (ଗୀତ ୧୨୨:୬); ବନ୍ଧୁମାନଙ୍କ ନିମନ୍ତେ (ଆୟୁବ ୪୨:୮); ନିଜ ଦେଶର ଲୋକମାନଙ୍କ ନିମନ୍ତେ (ରୋମୀୟ ୧୦:୧); ପୀଡିତମାନଙ୍କ ନିମନ୍ତେ (ଯାକୁବ ୫:୧୪); ଶତ୍ରୁମାନଙ୍କ ନିମନ୍ତେ (ଯିରିମିୟ ୨୯:୭); ଯେଉଁମାନେ ତାଡନା କରନ୍ତି, ସେମାନଙ୍କ ନିମନ୍ତେ (ମାଥିଉ ୫:୪୪); ଯେଉଁମାନେ ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତି (୨ତିମଥି ୪:୧୬); ଏବଂ ସମସ୍ତ ମନୁଷ୍ୟଙ୍କ ନିମନ୍ତେ (୧ତିମଥି ୨:୨) ।

ଆଧୁନିକ ଖ୍ରୀଷ୍ଟିୟ ମତବାଦରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ, ଯେଉଁମାନେ ମଧ୍ୟସ୍ଥି ପ୍ରାର୍ଥନା ଉତ୍ସର୍ଗ କରିଥାନ୍ତି, ସେମାନେ "ଉତ୍କୃଷ୍ଟ-ଖ୍ରୀଷ୍ଟିୟାନ"ର ଏକ ସ୍ବତନ୍ତ୍ର ବର୍ଗର ଲୋକମାନେ ଯେଉଁମାନେ କି ମଧ୍ୟସ୍ଥି ପ୍ରାର୍ଥନାର ଏକ ନିର୍ଦ୍ଧିଷ୍ଟ ସେବାକାର୍ଯ୍ୟ ନିମନ୍ତେ ଈଶ୍ବରଙ୍କ ଦ୍ବାରା ଆହୂତ । ବାଇବଲ ସ୍ବଷ୍ଟ କରେ ଯେ, ସମସ୍ତ ଖ୍ରୀଷ୍ଟିୟାନଙ୍କୁ ମଧ୍ୟସ୍ଥି ପ୍ରାର୍ଥନାକାରକ ହେବା ନିମନ୍ତେ ଆହ୍ବାନ କରାଯାଇଛି । ସମସ୍ତ ଖ୍ରୀଷ୍ଟିୟାନଙ୍କ ହୃଦୟରେ ପବିତ୍ରଆତ୍ମା ବାସ କରନ୍ତି, ଏବଂ ସେ ଠିକ୍ ଯେପରି ଈଶ୍ବରଙ୍କ ଇଛାନୁଯାୟୀ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି (ରୋମୀୟ ୮:୨୬-୨୭), ଆମେ ସେହିପରି ପରସ୍ପର ପାଇଁ ଈଶ୍ବରଙ୍କ ନିକଟରେ ନିବେଦନ କରିବାକୁ ପଡିବ । ଏହି ସୁବିଧା କେବଳ ସୀମିତ ଉଚ୍ଚ ବର୍ଗର ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ନୁହେଁ; ଏହା ସମସ୍ତଙ୍କ ପ୍ରତି ଏକ ଆଦେଶ । ବାସ୍ତବରେ, ଅନ୍ୟମାନଙ୍କ ନିମନ୍ତେ ନିବେଦନ ବା ମଧ୍ୟସ୍ଥି ପ୍ରାର୍ଥନା ନ କରିବା ହିଁ ପାପ । "ଆହୁରି ମୁଁ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ; ମାତ୍ର ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି" (୧ଶାମୁୟେଲ ୧୨:୩୩) ।

ପିତର ଓ ପାଉଲ ଯେତେବେଳେ ସେମାନଙ୍କ ନିମନ୍ତେ ନିବେଦନ କରିବା ନିମନ୍ତେ ଅନ୍ୟମାନଙ୍କୁ କହିଲେ, ସେତେବେଳେ ନିଶ୍ଚିତ ଭାବେ ମଧ୍ୟସ୍ଥି ପ୍ରାର୍ଥନା ନିମନ୍ତେ ସ୍ବତନ୍ତ୍ର ଥିବା ଲୋକମାନଙ୍କୁ କେବଳ ସେମାନେ ଏହା ଅନୁରୋଧ କରି ଏହାକୁ ସୀମାବଦ୍ଧ କଲେ । "ଅତଏବ, ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାଙ୍କ ନିମନ୍ତେ ମଣ୍ଡଳୀ ଦ୍ବାରା ଏକାଗ୍ର ଭାବରେ ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା" (ପ୍ରେରିତ ୧୨:୫) । ଲକ୍ଷ୍ୟ କରନ୍ତୁ ଯେ, ସମସ୍ତ ମଣ୍ଡଳୀ ତାଙ୍କ ନିମନ୍ତେ ପ୍ରାର୍ଥନା କଲେ, ମଧ୍ୟସ୍ଥି ପ୍ରାର୍ଥନା କରିବାର ଦାନ ଥିବା ଲୋକେ ହିଁ ନିବେଦନ କରିନଥିଲେ । ଏଫିସୀୟ ୬:୧୬-୧୮, ପାଉଲ ଏଫିସୀରେ ଥିବା ବିଶ୍ବାସୀ ସମସ୍ତଙ୍କୁ ଖ୍ରୀଷ୍ଟିୟ ଜୀବନର ମୌଳିକ ବିଷୟଗୁଡିକ ବିଷୟରେ ଶିକ୍ଷା ଦେଇ ଉତ୍ସାହିତ କରିଥିଲେ, ଯାହାକି "ସବୁ ପରିସ୍ଥିତିରେ ସମସ୍ତ ପ୍ରକାର ଓ ନିବେଦନ" କୁ ଅନ୍ତର୍ଭୁକ୍ତ କଲେ । ସ୍ବଷ୍ଟ ଭାବେ, ମଧ୍ୟସ୍ଥି ପ୍ରାର୍ଥନା ହେଉଛି ସମସ୍ତ ବିଶ୍ବାସୀଙ୍କ ନିମନ୍ତେ ଖ୍ରୀଷ୍ଟିୟ ଜୀବନର ଏକ ଅଂଶ ଅଟେ ।

ଅଧିକନ୍ତୁ, ରୋମୀୟ ୧୫:୩୦ରେ ପାଉଲ ତାଙ୍କ ପକ୍ଷରୁ ସମସ୍ତ ରୋମୀୟ ବିଶ୍ବାସୀଗଣଙ୍କଠାରୁ ପ୍ରାର୍ଥନା ଚାହିଁଲେ । ସେ ମଧ୍ୟ କଲସୀୟ ୪:୨-୩ରେ ତାଙ୍କ ନିମନ୍ତେ ନିବେଦନ କରିବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି । ବାଇବଲର କୌଣସିଠାରେ ମଧ୍ୟ ମଧ୍ୟସ୍ଥି ପ୍ରାର୍ଥନା ନିମନ୍ତେ କୌଣସି ବାଇବଲ ସମ୍ବନ୍ଧୀୟ ଅନୁରୋଧ କେବଳ ଏକ ନିର୍ଦ୍ଧିଷ୍ଟ ଦଳର ଲୋକମାନଙ୍କ ବିଷୟରେ ଲେଖାଯାଇନାହିଁ କେବଳ ଯେଉଁମାନେ ମଧ୍ୟସ୍ଥି ପ୍ରାର୍ଥନା କରିପାରିବେ । ଅପର ପକ୍ଷରେ, ଯେଉଁମାନେ ସେମାନଙ୍କ ନିମନ୍ତେ ଅନ୍ୟମାନେ ନିବେଦନ ବା ମଧ୍ୟସ୍ଥି ପ୍ରାର୍ଥନା କରନ୍ତୁ ବୋଲି ଚାହାନ୍ତି ସେମାନେ ଯେତେ ପାରିବେ, ସେତେ ସାହାଯ୍ୟ ନେଇପାରିବେ! ନିବେଦନ ବା ମଧ୍ୟସ୍ଥି ପ୍ରାର୍ଥନା ଯେ ଏକ ବିଶେଷ ସୁବିଧା ଏବଂ ଏହା କେବଳ କେତେକ ଖ୍ରୀଷ୍ଟିୟାନମାନଙ୍କର ଆହ୍ବାନ ଅଟେ ତାହା ବାଇବଲ ପର୍ଯ୍ୟବେସିତ ବିହୁନେ ଅଟେ । ସବୁଠାରୁ ଅଧିକ କ୍ଷତିକାରକ ବିଷୟ ହେଉଛି ଏହା ଏକ ଧ୍ବଂସକାରୀ ଧାରଣା ଯାହା ଅନେକ ସମୟରେ ଗର୍ବ ଓ ଶ୍ରେଷ୍ଠତାର ଏକ ମନୋଭାବ ମଧ୍ୟକୁ କଢାଇ ନେଇଥାଏ ।

ଈଶ୍ବର ସମସ୍ତ ଖ୍ରୀଷ୍ଟିୟାନଙ୍କୁ ମଧ୍ୟସ୍ଥିପ୍ରାର୍ଥନାକାରକ ହେବା ନିମନ୍ତେ ଆହ୍ବାନ କରନ୍ତି । ପ୍ରତ୍ୟେକ ବିଶ୍ବାସୀ ଯେ ମଧ୍ୟସ୍ଥି ପ୍ରାର୍ଥନାରେ ସକ୍ରିୟ ହେବେ ଏହା ଈଶ୍ବରଙ୍କ ଇଛା । ଆମ୍ଭମାନଙ୍କ ପ୍ରାର୍ଥନାଗୁଡିକ ଏବଂ ଅନୁରୋଧଗୁଡିକ ସହ ଆମେ ସାହସର ସହ ସର୍ବଶକ୍ତିମାନ ପରମେଶ୍ବରଙ୍କର ସିଂହାସନର ନିକଟବର୍ତ୍ତୀ ହେବା କିପରି ଏକ ଆଶ୍ଚର୍ଯ୍ୟକର ଓ ପରମାନନ୍ଦିତ ସୌଭାଗ୍ୟ!



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ମଧ୍ୟସ୍ଥି ପ୍ରାର୍ଥନା କ'ଣ?