settings icon
share icon
ପ୍ରଶ୍ନ

ଆପଣଙ୍କର ଅର୍ଥ ସମ୍ବଳକୁ ପରିଚାଳନା କରିବା ନିମନ୍ତେ ବାଇବଲ କ'ଣ କୁହେ?

ଉତ୍ତର


ଅର୍ଥ ସମ୍ବଳକୁ ପରିଚାଳନା କରିବା ବିଷୟରେ ବାଇବଲରେ କହିବାକୁ ବାଇବଲ ଅନେକ କିଛି ଅଛି । ବାଇବଲ ସାଧାରଣତଃ କରଜ କରିବା ବିରୁଦ୍ଧରେ କୁହେ । ହିତୋପଦେଶ ୬:୧-୫; ୨୦:୧୬; ୨୨:୭, ୨୬-୨୭ ("ଧନବାନ୍ ଦରିଦ୍ର ଉପରେ କର୍ତ୍ତୃକ କର ଇ , ପୁଣି ୠଣୀ ମହାଜନର ଦାସ ହୁଏ ।...ଯେଉଁମାନେ ହାତରେ ତାଳି ଦିଅନ୍ତି ଅବା ୠଣୀର ଲଗା ହୁଅନ୍ତି, ସେମାନଙ୍କ ମଧ୍ୟରେ ତୁମ୍ଭେ ଜଣେ ହୁଅନାହିଁ । ଯେବେ ପରିଶୋଧ କରିବାକୁ ତୁମ୍ଭର କିଛି ନ ଥାଏ, ତେବେ ସେ କାହିଁକି ତୁମ୍ଭ ତଳରୁ ତୁମ୍ଭ ଶଯ୍ୟା ନେଇଯିବ?") ବାଇବଲ ବାରମ୍ବାର ଧନ ସଞ୍ଚୟ କରିବା ବିରୁଦ୍ଧରେ ସତର୍କ କରାଇଦିଏ ଏବଂ ଏହା ଆମ୍ଭମାନଙ୍କୁ ତା' ବଦଳରେ ଆତ୍ମିକ ଧନ ଅନ୍ବେଷଣ କରିବା ନିମନ୍ତେ ଉତ୍ସାହିତ କରେ । ହିତୋପଦେଶ ୨୮:୨୦: " ବିଶ୍ବସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣ ହେବ, ମାତ୍ର ଯେ ଧନବାନ୍ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ ।" ହିତୋପଦେଶ ୧୦:୧୫; ୧୧:୪; ୧୮:୧୧; ୨୩:୫ ମଧ୍ୟ ଦେଖନ୍ତୁ ।

ହିତୋପଦେଶ ୬:୧-୧୧ ଅଳସୁଆମି ଏବଂ ଯାହା ଅପରିହାର୍ଯ୍ୟ ଭାବେ ଆର୍ଥିକ କ୍ଷତି କରାଏ ସେ ବିଷୟରେ ବୁଦ୍ଧି ପ୍ରଦାନ କରେ । ପରିଶ୍ରମୀ ପିମ୍ପୁଡି, ଯେ ନିଜ ପାଇଁ ଖାଦ୍ୟ ସଂଗ୍ରହ କରିବା ନିମନ୍ତେ ପରିଶ୍ରମ କରେ ତାହା ବିଷୟରେ ବିବେଚନା କରିବା ନିମନ୍ତେ ଆମ୍ଭମାନଙ୍କୁ କୁହାଯାଇଛି । ଏହି ଶାସ୍ତ୍ରାଂଶ ମଧ୍ୟ ଆମ୍ଭେମାନେ କିଛି ଲାଭଦାୟକ ବିଷୟ କରୁଥିବା ସମୟରେ ଶୋଇପଡିବା ବିରୁଦ୍ଧରେ ସତର୍କ କରାଇଦିଏ । ଜଣେ "ଅଳସୁଆ" ବ୍ୟକ୍ତି ହେଉଛି ଏକ ଅଳସପଣର ବ୍ୟକ୍ତି, ଏକ କର୍ମକୁଣ୍ଠ ଯିଏ କାର୍ଯ୍ୟ କରିବା ଅପେକ୍ଷା ବିଶ୍ରାମ ନେବାକୁ ଅଧିକ ପସନ୍ଦ କରେ । ତାହାର ଶେଷ ଦଶା ନିଶ୍ଚିତ ଜଣାଯାଇଛି ଓ ତାହା ହେଉଛି - ଦରିଦ୍ରତା ଏବଂ ଅଭାବ । ଏହି ପରିସରର ଅପର ପଟରେ ଅର୍ଥ ପ୍ରାପ୍ତି ନିମନ୍ତେ ଘାରି ହେଉଥିବା ଜଣେ ବ୍ୟକ୍ତି ରହିଥାଏ । ଉପଦେଶକ ୫:୧୦ ଅନୁଯାୟୀ ଏପରି ବ୍ୟକ୍ତି ତା' ନିଜକୁ କେବେ ସନ୍ତୁଷ୍ଟ କରିପାରେନାହିଁ ଏବଂ ସେ ଅଧିକରୁ ଅଧିକ ଧନ ଲୁଣ୍ଘନ କରିବାକୁ ଲାଗିଥିବ । ପ୍ରଥମ ତିମଥି ୬:୬-୧୧ ମଧ୍ୟ ଧନଲୋଭର ଫାନ୍ଦ ବିରୁଦ୍ଧରେ ସତର୍କ କରାଇଦିଏ ।

ଆମ ନିଜ ନିଜଠାରେ ଧନ କୁଢ କୁଢ ରଖିବାକୁ ଇଛା କରିବା ପରିବର୍ତ୍ତେ, ବାଇବଲ ସମ୍ମତ ନମୁନା ପାଇବା ନୁହେଁ, କିନ୍ତୁ ଦେବା । "କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ । ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ବର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି" (୨କରିନ୍ଥୀୟ ୯:୬-୭) । ଆମେ ମଧ୍ୟ ଈଶ୍ବର ଆମ୍ଭମାନଙ୍କୁ ଯେଉଁ ସମସ୍ତ ବିଷୟ ଦେଇଅଛନ୍ତି ସେ ସବୁର ଉତ୍ତମ ଭଣ୍ଡାରଘରିଆ ହେବା ନିମନ୍ତେ ଉତ୍ସାହିତ କରନ୍ତି । ଲୂକ ୧୬:୧-୧୩ରେ, ମନ୍ଦ ଭଣ୍ଡାରଘରିଆ ବିରୁଦ୍ଧରେ ସତର୍କ କରାଇଦେବା ନିମନ୍ତେ ଯୀଶୁ ଜଣେ ଅସାଧୁ ଭଣ୍ଡାରଘରିଆର ଦୃଷ୍ଟାନ୍ତ କହିଲେ । ଏହି କାହାଣୀର ନୈତିକ ଶିକ୍ଷା ହେଉଛି "ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ବସ୍ତ ହୋଇନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ବାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?" (୧୧ ପଦ) । ଆମେ ମଧ୍ୟ ଆମ ନିଜ ଗୃହର ଆବଶ୍ୟକତାନୁଯାୟୀ ଯୋଗାଇବାକୁ ପଡିବ, ଯେପରିକି ୧ତିମଥି ୫:୮ ଆମ୍ଭମାନଙ୍କୁ ସ୍ମରଣ କରାଇଦିଏ: "କିନ୍ତୁ ଯଦି କେହି ଆପଣା ଆତ୍ମିୟ, ବିଶେଷତଃଅ ଆପଣା ପରିବାରର ତତ୍ତ୍ବ ନ ନିଏ, ସେ ବିଶ୍ବାସମତ ଅସ୍ବୀକାର କରିଅଛି, ଆଉ ସେ ଅବିଶ୍ବାସୀଠାରୁ ଅଧମ ଅଟେ ।"

ସାରାଂଶରେ, ଅର୍ଥ ପରିଚାଳନା କରିବା ବିଷୟରେ ବାଇବଲ କ'ଣ କୁହେ? ଏହି ପ୍ରଶ୍ନର ଉତ୍ତରକୁ ଗୋଟିଏ ମାତ୍ର ଶବ୍ଦରେ ପ୍ରକାଶ କରାଯାଇପାରେ ଏବଂ ତାହା ହେଉଛି - ବୁଦ୍ଧି । ଆମେ ଆମ ଅର୍ଥ ପରିଚାଳନା କରିବାରେ ବୁଦ୍ଧିମାନ୍ ହେବାକୁ ପଡିବ । ଆମେ ଅର୍ଥ ସଞ୍ଚୟ କରିବାକୁ ପଡିବ କିନ୍ତୁ ଏହାକୁ ଠୁଳ କରିବା ନୁହେଁ । ଆମେ ଅର୍ଥ ଖର୍ଚ୍ଚ କରିବାକୁ ପଡିବ, କିନ୍ତୁ ସାବଧାନତା ସହ ଏବଂ ନିୟନ୍ତ୍ରଣରେ ଏହା କରିବାକୁ ପଡିବ । ଆମେ ପ୍ରଭୁଙ୍କୁ ଆନନ୍ଦର ସହ ଏବଂ ଆତ୍ମୋତ୍ସର୍ଗ ଭାବରେ ଦେବାକୁ ହେବ । ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଆମ ଅର୍ଥକୁ ବ୍ୟବହାର କରିବାକୁ ହେବ, କିନ୍ତୁ ଏହାକୁ ସାବଧାନତା ସହ ଏବଂ ଈଶ୍ବରଙ୍କ ଆତ୍ମାଙ୍କ ସହାୟତାରେ ଆମ ଅର୍ଥ ବ୍ୟବହାର କରି ଅନ୍ୟମାନଙ୍କୁ ଦେବାକୁ ପଡିବ । ଧନୀ ହେବା ଭୁଲ୍ ନୁହେଁ, କିନ୍ତୁ ଅର୍ଥ ଲୋଭ କରିବା ଭୁଲ୍ ଅଟେ । ଗରିବ ହେବା ଭୁଲ୍ ନୁହେଁ, କିନ୍ତୁ ଅର୍ଥକୁ ତୁଚ୍ଛା ବିଷୟଗୁଡିକଠାରେ ନଷ୍ଟ କରିବା ଭୁଲ୍ ଅଟେ । ଆପଣଙ୍କ ଅର୍ଥର ପରିଚାଳନା ବିଷୟରେ ବାଇବଲର ଅବିରତ ବାର୍ତ୍ତା ହେଉଛି ଅର୍ଥ ପରିଚାଳନା ବିଷୟରେ ବୁଦ୍ଧିମାନ୍ ହେବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆପଣଙ୍କର ଅର୍ଥ ସମ୍ବଳକୁ ପରିଚାଳନା କରିବା ନିମନ୍ତେ ବାଇବଲ କ'ଣ କୁହେ?
© Copyright Got Questions Ministries