settings icon
share icon
ପ୍ରଶ୍ନ

ବିବାହକୁ ସ୍ଥାୟୀ କରିବା - ଏହାର ମୂଳମନ୍ତ୍ର କ'ଣ?

ଉତ୍ତର


ପ୍ରେରିତ ପାଉଲ କହିଲେ ଯେ ସ୍ବାମୀ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ତ୍ରୀ ତା' ସ୍ବାମୀ ପ୍ରତି "ଆବଦ୍ଧ" ଥାଏ (ରୋମୀୟ ୭:୨) । ଏଠାରେ ଥିବା ନୀତି ହେଉଛି ବିବାହ ବନ୍ଧନ ଛିଣ୍ଡିବା ପୂର୍ବରୁ ସ୍ବାମୀ କିମ୍ବା ସ୍ତ୍ରୀ ମୃତ୍ୟୁଭୋଗ କରିବାକୁ ପଡିବ । ଏହା ଈଶ୍ବରଙ୍କ ଆଦେଶ, କିନ୍ତୁ ଆମ ଆଧୁନିକ ସମାଜର ବିବାହ ୫୧ ପ୍ରତିଶତ ଛାଡପତ୍ରରେ ଶେଷ ହୋଇଥାଏ । ଏହାର ଅର୍ଥ ହେଉଛି "ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବିଷୟ ଆମ୍ଭ ଦୁହିଁଙ୍କୁ ବିଚ୍ଛେଦ ନ କରୁ" ପ୍ରତିଜ୍ଞାକୁ ଅର୍ଦ୍ଧେକ ଦମ୍ପତ୍ତି ଭଗ୍ନ କରିଦିଅନ୍ତି ।

ବିବାହିତ ଦମ୍ପତ୍ତି ସେମାନଙ୍କ ବିବାହ ସ୍ଥାୟୀ ହେବାର ନିଶ୍ଚିତତା ପାଇବା ନିମନ୍ତେ କ'ଣ କରିବାକୁ ହେବ? ପ୍ରଥମ ଓ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଈଶ୍ବର ଏବଂ ତାଙ୍କ ବାକ୍ୟର ବାଧ୍ୟ ହେବା । ବିବାହ ପୂର୍ବରୁ ଏହି ନୀତି ହିଁ ଲାଗୁ ହେବା ଉଚିତ୍ । ଈଶ୍ବର କୁହନ୍ତି, "ଏକ ପରାମର୍ଶ ନୋହିଲେ କି ଦୁଇଜଣ ଏକତ୍ର ଗମନ କରିବେ?" (ଆମୋଷ ୩:୩) । ନୂତନ ଜନ୍ମ ବିଶ୍ବାସୀ ନିମନ୍ତେ, ଯିଏ ବିଶ୍ବାସୀ ନୁହଁନ୍ତି ଏପରି ଜଣେ ବ୍ୟକ୍ତିଙ୍କ ସହ ଘନିଷ୍ଠ ସମ୍ପର୍କ ରଖିବାର ଆରମ୍ଭ କରିବା ଉଚିତ୍ ନୁହେଁ । "ଅବିଶ୍ବାସୀମାନଙ୍କ ସହିତ ଅସମାନରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗୀତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗୀତା?" (୨କରିନ୍ଥୀୟ ୬:୧୪) । ଯଦି ଏହି ନୀତିର ଅନୁସରଣ କରାଯାଇଥାନ୍ତା, ତେବେ ବିବାହ ପୂର୍ବରୁ ଅନେକ ହୃତଘାତ ଏବଂ କ୍ଲେଶରୁ ରକ୍ଷା ମିଳନ୍ତା ।

ବିବାହର ଦୀର୍ଘସ୍ଥାୟୀତ୍ବତାକୁ ରକ୍ଷା କରୁଥିବା ଆଉ ଏକ ନୀତି ହେଉଛି ସ୍ବାମୀ ଈଶ୍ବରଙ୍କୁ ପ୍ରେମ କରିବା ଉଚିତ୍ ଏବଂ ନିଜ ଶରୀର ଭଳି ତା' ସ୍ତ୍ରୀକୁ ପ୍ରେମ, ସମାଦର ଏବଂ ସୁରକ୍ଷା ଦେବା ଉଚିତ୍ (ଏଫିସୀୟ ୫:୨୫-୩୧) । ଏହାର ସାଦୃଶ୍ୟ ନୀତି ହେଉଛି ସ୍ତ୍ରୀ ଈଶ୍ବରଙ୍କର ଆଜ୍ଞାବହ ହେବ ଏବଂ "ପ୍ରଭୁଙ୍କ ନିକଟରେ ସମର୍ପିତ" ହେଲା ପରି ନିଜ ସ୍ବାମୀ ନିକଟରେ ନିଜକୁ ସମର୍ପିତ କରିବା ଉଚିତ୍ (ଏଫିସୀୟ ୫:୨୨) । ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ ମଧ୍ୟରେ ହେବା ବିବାହ ଖ୍ରୀଷ୍ଟ ଏବଂ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କର ଏକ ଛବି ଅଟେ । ଖ୍ରୀଷ୍ଟ ଆପଣାକୁ ମଣ୍ଡଳୀ ନିମନ୍ତେ ଦେଇଦେଲେ ଏବଂ ସେ ତା'କୁ ନିଜ "କନ୍ୟା" (ପ୍ରକାଶିତ ୧୯:୭-୯) ଭାବରେ ପ୍ରେମ, ସମାଦର ଏବଂ ସୁରକ୍ଷା ପ୍ରଦାନ କରନ୍ତି ।

ଯେତେବେଳେ ଈଶ୍ବର ହବା ଏବଂ ଆଦମଙ୍କୁ ପ୍ରଥମ ବିବାହ ଦେଲେ, ସେ (ହବା) ତାଙ୍କ (ଆଦମ) "ମାଂସ ଏବଂ ଅସ୍ଥି"ରୁ ନିର୍ମିତ ହୋଇଥିଲେ (ଆଦି ୨:୨୧) ଏବଂ ସେମାନେ "ଏକ ଶରୀର" ହେଲେ (ଆଦି ୨:୨୩-୨୪) । ଏକ ଶରୀର ହେବାର ଅର୍ଥ ହେଉଛି କେବଳ ଏକ ଶାରିରୀକ ମିଳନ ଅପେକ୍ଷା ଆଉ କିଛି ଅଧିକ ବିଷୟ । ଏହା ଏକକ ବିଷୟ କରିବାକୁ ମନ ଏବଂ ଆତ୍ମା/ପ୍ରାଣର ସଂଯୋଗ ଅଟେ । ଏହି ସମ୍ପର୍କ ଇନ୍ଦ୍ରିୟ ସମ୍ଭୋଗ କିମ୍ବା ଭାବପ୍ରବଣତାର ଆକର୍ଷଣର ଊର୍ଦ୍ଧ୍ବରେ ଏବଂ ଏହା ଆତ୍ମିକ "ଏକତ୍ବତା"ର ସାମ୍ରାଜ୍ୟର ବାହାରେ ଯାଏ, ଯାହା ଉଭୟ ସାଥୀ ନିଜନିଜକୁ ଈଶ୍ବରଙ୍କଠାରେ ଏବଂ ନିଜଠାରେ ସମର୍ପିତ ହୁଅନ୍ତି, ସେତେବେଳେ ହିଁ ମିଳିଥାଏ । ଏହି ସମ୍ପର୍କଟି "ମୋତେ ଏବଂ ମୋର" ଉପରେ ଆଧାରିତ ନୁହେଁ କିନ୍ତୁ "ଆମ୍ଭମାନଙ୍କୁ ଏବଂ ଆମ୍ଭମାନଙ୍କର" କୈନ୍ଦ୍ରିକ ଅଟେ । ଏହା ସ୍ଥାୟୀ ବିବାହର ଗୁପ୍ତ ରହସ୍ୟଗୁଡିକ ମଧ୍ୟରୁ ଗୋଟିଏ ଅଟେ । ମରଣ ପର୍ଯ୍ୟନ୍ତ ବିବାହକୁ ସ୍ଥାୟୀ କରି ରଖିବା ହେଉଛି କିଛି ବିଷୟ ଯାହା ଉଭୟ ସାଥୀ ଅଗ୍ରାଧିକାର ଦେବା ଉଚିତ୍ । ଈଶ୍ବରଙ୍କ ସହ ଜଣଙ୍କ ଭୂଲମ୍ବ ସମ୍ପର୍କକୁ ଘନୀଭୂତ କରିବା ଏକ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଆନୁଭୂମିକ ସମ୍ପର୍କ ସ୍ଥାୟୀ, ଏବଂ ସେଇଥିଯୋଗୁଁ ଈଶ୍ବର ଜଣଙ୍କୁ ସମ୍ମାନିତ କରୁଛନ୍ତି ସେ ବିଷୟରେ ନିଶ୍ଚିତ ହେବା ବିଷୟରେ ଯାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବିବାହକୁ ସ୍ଥାୟୀ କରିବା - ଏହାର ମୂଳମନ୍ତ୍ର କ'ଣ?
© Copyright Got Questions Ministries