ଏକ ଖ୍ରୀଷ୍ଟିୟ ପିତାମାତାଙ୍କର ଯଦି ଜଣେ ଅପବ୍ୟୟୀ ପୁତ୍ର (ବା କନ୍ୟା) ଥାଏ, ତେବେ ସେମାନେ କ'ଣ କରିବା ଉଚିତ୍?


ପ୍ରଶ୍ନ: ଏକ ଖ୍ରୀଷ୍ଟିୟ ପିତାମାତାଙ୍କର ଯଦି ଜଣେ ଅପବ୍ୟୟୀ ପୁତ୍ର (ବା କନ୍ୟା) ଥାଏ, ତେବେ ସେମାନେ କ'ଣ କରିବା ଉଚିତ୍?

ଉତ୍ତର:
ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତରେ (ଲୂକ ୧୫:୧୧-୩୨) ଅନେକ ନୀତି ଅବିଚ୍ଛେଦ୍ୟ ଭାବେ ଲୁଚି ରହିଛି ଯାହାକି ପିତାମାତାଙ୍କ ପଥରେ ନ ଯାଇ ଅନ୍ୟପଥରେ ଯିବା ପିଲାମାନଙ୍କୁ ପ୍ରଣୋଦିତ କରିବା ଏବଂ ସେମାନଙ୍କ ସହ ସଂଶ୍ଲିଷ୍ଟ ହେବା ନିମନ୍ତେ ପିତାମାତାମାନେ ବ୍ୟବହାର କରିପାରିବେ | ପିତାମାତାମାନେ ସ୍ମରଣ କରିବାର ଆବଶ୍ୟକତା ରହିଛି ଯେ ଥରେ ସେମାନଙ୍କ ପିଲାମାନେ ବୟସ୍କ ସ୍ତରକୁ ଆସିଗଲା ପରେ ସେମାନେ ସେମାନଙ୍କର ପିତାମାତାଙ୍କ କର୍ତ୍ତୃକରେ ଆଉ ରୁହନ୍ତି ନାହିଁ |

ଅପବ୍ୟୟୀ ପୁତ୍ରର କାହାଣୀରେ, ସାନ ପୁଅ ତା' ସମ୍ପତ୍ତିର ଭାଗ ନେଇ ଦୂର ଦେଶକୁ ପଳାଏ ଏବଂ ଏହାକୁ କଦାଚାରରେ ଖର୍ଚ୍ଚ କରେ | ଜଣେ ପୁନଃଜନ୍ମପ୍ରାପ୍ତ ବିଶ୍ବାସୀ ହୋଇନଥିବା ଏକ ପିଲା କ୍ଷେତ୍ରରେ, ଏହା ଏପରି ହିଁ ଘଟିଥାଏ ଯାହା ପ୍ରାକୃତିକ ଭାବେ ଆସିଥାଏ | ଯିଏ ଏକ ସମୟରେ ଖ୍ରୀଷ୍ଟଙ୍କଠାରେ ତା' ବିଶ୍ବାସର ଏକ ସ୍ବଷ୍ଟ ସ୍ବୀକାର କରିଥାଏ ଏପରି ଏକ ପିଲା କ୍ଷେତ୍ରରେ, ଏହି ପିଲାକୁ "ଅପବ୍ୟୟୀ" କୁହାଯିବ | ଏହି ଶବ୍ଦର ଅର୍ଥ ହେଉଛି "ଏକ ବ୍ୟକ୍ତି ଯିଏ ତା' ସମ୍ବଳକୁ କଦାଚାରରେ ଖର୍ଚ୍ଚ କରେ", ଏହା ଏକ ପିଲା ନିମନ୍ତେ ଉତ୍ତମ ବର୍ଣ୍ଣନ, ଯିଏ ଗୃହ ପରିତ୍ୟାଗ କରି ତା' ପିତାମାତା ତା'ଠାରେ ଖଟାଇଥିବା ଆତ୍ମିକ ଅଧିକାରକୁ ନଷ୍ଟ କରେ | ପ୍ରତିପାଳନ, ଶିକ୍ଷା, ପ୍ରେମ, ଏବଂ ଯତ୍ନର ସମସ୍ତ ବର୍ଷ ଭୁଲିଯାଇଥାଏ ଯେତେବେଳେ ଏହି ପିଲା ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କରେ | ଯେହେତୁ ସମସ୍ତ ବିଦ୍ରୋହ ପ୍ରଥମେ ଈଶ୍ବରଙ୍କ ବିରୁଦ୍ଧରେ ଅଟେ, ଏବଂ ଏହି ବିଦ୍ରୋହ ତା' ପିତାମାତା ଏବଂ ତା' ଶାସନକର୍ତ୍ତାଙ୍କ ବିରୁଦ୍ଧରେ ପ୍ରତିଫଳିତ ହୋଇଥାଏ |

ଲକ୍ଷ୍ୟ କରନ୍ତୁ ଯେ, ଦୃଷ୍ଟାନ୍ତରେ ଥିବା ପିତା ତା' ସନ୍ତାନକୁ ଗୃହ ପରିତ୍ୟାଗ କରିବା ସମୟରେ ଅଟକାଉନାହାନ୍ତି | ସେ ତା ସନ୍ତାନକୁ ରକ୍ଷା କରିବା ପାଇଁ ତା ପଛେ ପଛେ ମଧ୍ୟ ଯାଉନାହାନ୍ତି | ବରଂ, ଏହି ପିତାମାତା ଗୃହରେ ବିଶ୍ବସ୍ତ ସହକାରେ ରୁହନ୍ତି ଏବଂ ପ୍ରାର୍ଥନା କରନ୍ତି, ଏବଂ ଯେତେବେଳେ ସେହି ସନ୍ତାନ "ଚେତନା ପାଇଲା" ଏବଂ ପଶ୍ଚାତାପ କରି ଗୃହକୁ ପ୍ରତ୍ୟାବର୍ତ୍ତନ କଲା, ପିତାମାତା ଅପେକ୍ଷା କରି ନିରୀକ୍ଷଣ କରନ୍ତି ଏବଂ ତାକୁ ଧାଇଁ ଯାଇ ଅଭିନନ୍ଦନ କରିବାକୁ ଯାଆନ୍ତି ଯଦିଓ ସେ "ବହୁ ଦୂର ରାସ୍ତାରେ" ଥିଲା |

ଯେତେବେଳେ ଆମର ପୁତ୍ର ଓ କନ୍ୟାଗଣ ସେମାନେ ଆଇନଗତ ଭାବରେ ଯେକୌଣସି କାର୍ଯ୍ୟ କରିବାର ବୟସରେ ପହଞ୍ଚିଯାଇଛନ୍ତି ବୋଲି ଭାବି ସେମାନଙ୍କ ନିଜ ପଥରେ ଚାଲିଯାଆନ୍ତି, ସେହି ସମୟରେ ସେମାନେ ଯିବା ପଥ ସେମାନଙ୍କୁ କଠିନ ପରିଣାମ ଭୋଗିବାକୁ ଦେବ ବୋଲି ଆମେ ଜାଣିଲେ ସୁଦ୍ଧା ସେମାନଙ୍କୁ ଗୃହ ପରିତ୍ୟାଗ କରି ଯିବାକୁ ଅନୁମତି ଦେବା ନିହାତି ଆବଶ୍ୟକ | ପିତାମାତାମାନେ ସେମାନଙ୍କର ଅନୁଗମନ କରନ୍ତି ନାହିଁ, ସେମାନେ ସେମାନଙ୍କ ପ୍ରତି ଆସିବାକୁ ଥିବା ପରିଣାମରେ ହସ୍ତକ୍ଷେପ କରନ୍ତିନାହିଁ | ବରଂ, ପିତାମାତାମାନେ ଗୃହରେ ରୁହନ୍ତି, ବିଶ୍ବସ୍ତ ଭାବେ ପ୍ରାର୍ଥନା କରି ସେମାନଙ୍କ ସନ୍ତାନର ଦିଗ ପରିବର୍ତ୍ତନ ଓ ଅନୁତାପର ଲକ୍ଷଣଗୁଡିକୁ ନିରୀକ୍ଷଣ କରି ରୁହନ୍ତି | ସେହି ସମସ୍ତ ନ ଆସିବା ଯାଏ ପିତାମାତାମାନେ ସେମାନଙ୍କ ନିଜ ପରାମର୍ଶରେ ହିଁ ଚଳନ୍ତି, ବିଦ୍ରୋହକୁ ସମର୍ଥନ କରନ୍ତି ନାହିଁ ଏବଂ ହସ୍ତକ୍ଷେପ କରନ୍ତି ନାହିଁ (୧ପିତର ୪:୧୫) |

ପିଲାମାନେ ଥରେ ଆଇନଗତ ଭାବେ ବୟସପ୍ରାପ୍ତ ହୋଇଗଲା ପରେ, ସେମାନେ କେବଳ ଈଶ୍ବରଙ୍କ ଅଧିକାର ଏବଂ ଶାସନ ବ୍ୟବସ୍ଥାର ପ୍ରତିନିଧି ଅଧିକାରୀଙ୍କ ଅଧିନରେ ରୁହନ୍ତି (ରୋମୀୟ ୧୩:୧-୭) | ପିତାମାତା ଭାବରେ, ଆମେ ଆମ ଅପବ୍ୟୟୀମାନଙ୍କୁ ପ୍ରେମ ଏବଂ ପ୍ରାର୍ଥନାରେ ସାହାଯ୍ୟ କରିବା ଉଚିତ୍ ଏବଂ ଥରେ ସେମାନେ ଈଶ୍ବରଙ୍କ ପ୍ରତି ସେମାନଙ୍କ ଗତିକୁ ପରିଚାଳିତ କଲେ ସେମାନଙ୍କ ସାଥିରେ ଥାଇ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିବାକୁ ପଡିବ | ଈଶ୍ବର ଅନେକ ସମୟରେ ଆମ୍ଭମାନଙ୍କୁ ବୁଦ୍ଧି ଦେବା ନିମନ୍ତେ ଆତ୍ମ-କ୍ଲେଶରୁ ପ୍ରାପ୍ତ ଅତ୍ୟଧିକ ଦୁଃଖ ଦେଇଥାନ୍ତି, ଏବଂ ଏହାକୁ ସଠିକ୍ ଭାବେ ଉତ୍ତର ଦେବା ନିମନ୍ତେ ପ୍ରତି ବ୍ୟକ୍ତି ବିଶେଷଙ୍କ ଉପରେ ନିର୍ଭର କରେ | ପିତାମାତା ଭାବରେ, ଆମେ ଆମ ପିଲାମାନଙ୍କୁ ଉଦ୍ଧାର କରିପାରିବା ନାହିଁ କେବଳ ଈଶ୍ବରହିଁ ତାହା କରିପାରିବେ | ସେହି ସମୟ ଆସିବା ପର୍ଯ୍ୟନ୍ତ, ଆମେ ନିହାତି ସେହି ବିଷୟକୁ ନିରୀକ୍ଷଣ କରିବା, ପ୍ରାର୍ଥନା କରିବା ଏବଂ ଈଶ୍ବରଙ୍କ ହସ୍ତରେ ସମର୍ପଣ କରିବା ଉଚିତ୍ | ଏହା ଏକ ଯନ୍ତ୍ରଣାଦାୟକ ପଦ୍ଧତି ହୋଇପାରେ, କିନ୍ତୁ ଆମେ ଯେତେବେଳେ ଏହାକୁ ବାଇବଲ ଅନୁଯାୟୀ ସମ୍ପାଦନ କରୁ, ଏହା ଆମ ମନ ଏବଂ ହୃଦୟରେ ଶାନ୍ତି ଆଣିଦେବ | ଆମେ ଆମ ପିଲାମାନଙ୍କର ବିଚାର କରିପାରିବା ନାହିଁ, କିନ୍ତୁ ତାହା କେବଳ ଈଶ୍ବର କରିବେ | ଏହା କରିବା ଦ୍ବାରା ସେଠାରେ ମହା ସୁଖ ଥାଏ: "ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ?" (ଆଦି ୧୮:୨୫ଖ) |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଏକ ଖ୍ରୀଷ୍ଟିୟ ପିତାମାତାଙ୍କର ଯଦି ଜଣେ ଅପବ୍ୟୟୀ ପୁତ୍ର (ବା କନ୍ୟା) ଥାଏ, ତେବେ ସେମାନେ କ'ଣ କରିବା ଉଚିତ୍?