ବିବାହ ପୂର୍ବରୁ / ବିବାହ ପୂର୍ବବର୍ତ୍ତୀ ଯୌନ ସମ୍ପର୍କ ବିଷୟରେ ବାଇବଲ କ’ଣ କୁହେ?


ପ୍ରଶ୍ନ: ବିବାହ ପୂର୍ବରୁ / ବିବାହ ପୂର୍ବବର୍ତ୍ତୀ ଯୌନ ସମ୍ପର୍କ ବିଷୟରେ ବାଇବଲ କ’ଣ କୁହେ?

ଉତ୍ତର:
ବାଇବଲରେ କୌଣସି ହିବ୍ରୁ କିମ୍ବା ଗ୍ରୀକ୍‍ ଶବ୍ଦ ନାହିଁ ଯାହା ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ବିଷୟରେ ସଠିକ୍‍ ଭାବେ କିଛି କୁହେ । ବାଇବଲ ନିଃସନ୍ଦେହରେ ବ୍ୟଭିଚାର ଓ ଯୌନଗତ ଅଶୁଚିତାକୁ ନିନ୍ଦା କରେ, କିନ୍ତୁ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ କ’ଣ ଯୌନଗତ ଅଶୁଚିତା ବୋଲି ବିଚାର କରାଯିବ? 1କରିନ୍ଥୀୟ 7:2 ଅନୁଯାୟୀ ଏହାର ସ୍ବଷ୍ଟ ଉତ୍ତର ହେଉଛି “ହଁ”: “କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତୀର ନିଜର ସ୍ବାମୀ ଥାଉ ।” ଏହି ପଦରେ, ପାଉଲ ଦର୍ଶାନ୍ତି ଯେ ଯୌନଗତ ଅଶୁଚିତାକୁ “ଆରୋଗ୍ୟ” କରିବାର ଉପାୟ ହେଉଛି ବିବାହ । ପ୍ରଥମ କରିନ୍ଥୀୟ 7:2 ମୂଳତଃ କୁହେ ଯେ ଯେହେତୁ ଲୋକମାନେ ନିଜନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ଅନେକେ ବିବାହ ପରିସର ବାହାରେ ମଧ୍ୟ ଅନୈତିକ ଯୌନ ସମ୍ପର୍କ ରକ୍ଷା କରନ୍ତି, ସେଥିପାଇଁ ଲୋକମାନେ ବିବାହ କରିବା ଉଚିତ । ତେବେ ହିଁ ସେମାନେ ସେମାନଙ୍କ ଆବେଗକୁ ପୂର୍ଣ୍ଣ କରିପାରିବେ ଓ ଏକ ନୈତିକ ପଥରେ ଚାଲିପାରିବେ ।

ଯୌନଗତ ଅଶୁଚିତାର ସଂଜ୍ଞାରେ ମଧ୍ୟରେ 1କରିନ୍ଥୀୟ 7:2 ରେ ଥିବା ବିବାହ ପୂର୍ବର ଯୌନ ସମ୍ପର୍କ ମଧ୍ୟ ରହିଛି ତେଣୁ ଯେତେ ସବୁ ବାଇବଲ ପଦ ଯୌନଗତ ଅଶୁଚିତାକୁ ପାପ ବୋଲି ଦେଖିଥାଏ, ସେଗୁଡିକ ବିବାହ ପୂର୍ବର ଯୌନ ଅଶୁଚିତାକୁ ମଧ୍ୟ ପାପ ବୋଲି ଦେଖିଥାଏ । ବାଇବଲ ଅର୍ଥରେ ଯୌନଗତ ଅଶୁଚିତା ମଧ୍ୟରେ ବିବାହ ପୂର୍ବର ଯୌନ ସମ୍ପର୍କ ମଧ୍ୟ ରହିଛି । ଶାସ୍ତ୍ରରେ ବିବାହ ପୂର୍ବର ଯୌନ ସମ୍ପର୍କକୁ ପାପ ବୋଲି ଦର୍ଶାଉଥିବା ଅନେକ ପଦ ରହିଛି (ପ୍ରେରିତ 15:20; 1କରିନ୍ଥୀୟ 5:1; 6:13, 18; 10:8; 2କରିନ୍ଥୀୟ 12:21; ଗାଲାତୀୟ 5:19; ଏଫିସୀୟ 5:3; କଲସୀୟ 3:5; 1ଥେସଲନିକୀୟ 4:3; ଯିହୂଦା 7) । ବାଇବଲ ବିବାହ ପୂର୍ବରୁ ଯୌନ ସମ୍ପର୍କରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିବା ନିମନ୍ତେ କହିଛି । ଈଶ୍ବର ଅନୁମୋଦନ କରିଥିବା ଏକମାତ୍ର ଯୌନ ସମ୍ପର୍କ ହେଉଛି ଜଣେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଯୌନ ସମ୍ପର୍କ (ଏବ୍ରୀ 13:4) ।

ଅନେକ ସମୟରେ ଆମେ ଯୌନ ସମ୍ପର୍କକୁ କେବଳ “ଆମୋଦ ପ୍ରମୋଦ”ର ଏକ ବିଷୟ ଭାବେ ଗ୍ରହଣ କରୁଥିଲାବେଳେ ଏହାର ସନ୍ତାନ ଉତ୍ପନ୍ନ ଦିଗକୁ ଜାଣିନଥାଉ । ବିବାହ ମଧ୍ୟରେ ହେଉଥିବା ଯୌନ ସମ୍ପର୍କ ସୁଖ ପ୍ରଦାନକାରୀ, ଏବଂ ଈଶ୍ବର ଏହାକୁ ସେପରି ଭାବରେ ହିଁ ଯୋଜନା କରିଛନ୍ତି । ଈଶ୍ବର ଚାହାନ୍ତି ଯେ ବିବାହ କରିଥିବା ସ୍ବାମୀ ଓ ସ୍ତ୍ରୀ ଯୌନ ସମ୍ଭୋଗ କରନ୍ତୁ । ପରମଗୀତ ଓ ଅନ୍ୟାନ୍ୟ ବାଇବଲ ଅଂଶ (ଯେପରିକି ହିତୋପଦେଶ 5:19) ଯୌନ ସମ୍ପର୍କର ସୁଖକୁ ସ୍ବଷ୍ଟ ଭାବେ ବୁଝାଇଛନ୍ତି । ଅଥଚ, ସ୍ବାମୀ ସ୍ତ୍ରୀ ନିହାତି ବୁଝିବାର ଆବଶ୍ୟକତା ରହିଛି ଯେ ଯୌନ ସମ୍ପର୍କର ଉଦ୍ଦେଶ୍ୟଗୁଡିକ ମଧ୍ୟରେ ଗୋଟିଏ ହେଉଛି ସନ୍ତାନ ଉତ୍ପନ୍ନ କରିବା । ତେଣୁ ବିବାହ ନ କରି ଯୌନ ସମ୍ପର୍କ ରଖୁଥିବା ଲୋକମାନେ ଦୁଇଗୋଟି ଭୁଲ୍‍ କରନ୍ତି । ପ୍ରଥମତଃ ସେମାନେ ଏହାର ସୁଖକୁ ଅନୁଭବ କରନ୍ତି ଯାହା ସେମାନଙ୍କ ପ୍ରତି ଉଦ୍ଧିଷ୍ଟ ନୁହେଁ; ଦ୍ବିତୀୟତଃ ଈଶ୍ବର ପ୍ରତି ସନ୍ତାନଙ୍କ ନିମନ୍ତେ ଯେଉଁ ଉଦ୍ଦେଶ୍ୟ ରଖିଛନ୍ତି ସେହି ଉଦ୍ଦେଶ୍ୟକୁ ପୂରଣ ନ କରି ସେମାନେ ବିବାହ ବାହାରେ ଏକ ମାନବକୁ ଉତ୍ପନ୍ନ କରିବାର ସୁଯୋଗ ନିଅନ୍ତି ।

ଯଦିଓ ବାସ୍ତବତା ଠିକ୍‍‍ରୁ ଭୁଲ୍‍‍କୁ ନିର୍ଦ୍ଧାରଣ କରିପାରେ ନାହିଁ, ତଥାପି ଯଦି ବାଇବଲ ଶିକ୍ଷା ଦେବା ଅନୁଯାୟୀ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ରୋକି ଦିଆଯାଏ, ତେବେ ଯୌନଗତ ରୋଗ ବା ଜଣେ ସାଥିଠାରୁ ଆର ସାଥିକୁ ଡେଉଁଥିବା ରୋଗ କମ୍‍ ହୁଅନ୍ତା, କମ୍‍ ଗର୍ଭପାତ ହୋଇଥାନ୍ତା, କିଶୋରୀ ଗର୍ଭବତୀ ହୋଇନଥାନ୍ତେ, କିମ୍ବା ଅନାବଶ୍ୟକୀୟ ଗର୍ଭଧାରଣ, ଏବଂ ଅତିମାତ୍ରାରେ ସେପରି ପିଲାମାନଙ୍କର ସଂଖ୍ୟା କମିଯାଆନ୍ତା ଯେଉଁମାନଙ୍କର ନା ପିତା ଅଛନ୍ତି ନା ମାତା ଅଛନ୍ତି। ବିବାହ ପୂର୍ବରୁ ଯୌନ ସମ୍ପର୍କର କଥା ଉଠିଲେ ଏଥିରୁ ଦୂରେଇ ରହିବା ହେଉଛି ଈଶ୍ବରଙ୍କର ଏକମାତ୍ର ନୀତି । ଯୌନ ସମ୍ପର୍କରୁ ଦୂରେଇ ରହିଲେ ଏହା ଜୀବନ ବଞ୍ଚାଇଥାଏ, ଶିଶୁମାନଙ୍କୁ ସୁରକ୍ଷା ଦେଇଥାଏ, ଯୌନ ସମ୍ପର୍କକୁ ସଠିକ୍‍ ମୂଲ୍ୟ ଦେଇଥାଏ, ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହା ଈଶ୍ବରଙ୍କୁ ଗୌରବ ଦେଇଥାଏ ।



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ବିବାହ ପୂର୍ବରୁ / ବିବାହ ପୂର୍ବବର୍ତ୍ତୀ ଯୌନ ସମ୍ପର୍କ ବିଷୟରେ ବାଇବଲ କ’ଣ କୁହେ?