settings icon
share icon
ପ୍ରଶ୍ନ

ଆତ୍ମହତ୍ୟା ବିଷୟରେ ଖ୍ରୀଷ୍ଟୀୟ ମତ କଅଣ? ବାଇବଲ ଆତ୍ମହତ୍ୟା ବିଷୟରେ କଅଣ କହେ?

ଉତ୍ତର


ବାଇବଲ ନିର୍ଦ୍ଧିଷ୍ଟରୂପେ ୬ଟି ଲୋକଙ୍କ ନାମ ଉଲ୍ଲେଖ କରେ ଯେଉଁମାନେ ଆତ୍ମହତ୍ୟା କରିଥିଲେ: ଅବିମେଲଖ (ବିଚାରକର୍ତ୍ତା ୯:୫୪), ଶାଉଲ (୧ ଶାମୁୟେଲ ୩୧:୪), ଶାଉଲଙ୍କ ଅସ୍ତ୍ରବାହକ (୧ ଶାମୁୟେଲ ୩୧:୪,୬), ଅହିଥୋପେଲ୍ (୨ ଶାମୁୟେଲ ୧୭:୨୩), ସିମ୍ରୀ (୧ ରାଜାବଳୀ ୧୬:୧୮) ଏବଂ ଯିହୂଦା (ମାଥିଉ ୨୭:୫) I ପାଂଚଜଣ ସେଥିମଧ୍ୟରୁ ଦୁଷ୍ଟ ଓ ପାପୀ ଥିଲେ (ଶାଉଲଙ୍କ ଅସ୍ତ୍ରବାହକକୁ ବୁଝିବା ପାଇଁ ଅଧିକ ତଥ୍ୟ ଦିଆଯାଇନାହିଁ) I କେତେକ ଏହା ବିଚାର କରନ୍ତି ଯେ ଶାମସନ୍ ସୁଧା ଆତ୍ମହତ୍ୟା କରିଥିଲେ (ବିଚାରକର୍ତ୍ତା ୧୬:୨୧-୩୧), କିନ୍ତୁ ଶାମସନଙ୍କ ଉଦ୍ଦେଶ୍ୟ ନିଜକୁ ହତ୍ୟା କରିବା ନ ଥିଲା, କିନ୍ତୁ ପଲେଷ୍ଟିୟମାନଙ୍କୁ ହତ୍ୟା କରିବା ଥିଲା I ବାଇବଲ ଆତ୍ମହତ୍ୟାକୁ ହତ୍ୟା ସହ ସମତୁଲ୍ୟ କରେ I କିନ୍ତୁ ଏହା ଆମେ ଜାଣିବା ଉଚିତ୍ ଯେ କେବଳ ଇଶ୍ଵର ନିଷ୍ପତି ନେଇ ପାରିବେ ଯେ କେବେ ଓ କିପରି ଜଣେ ବ୍ୟକ୍ତି ମୃତ୍ୟୁଭୋଗ କରିବ I

ବାଇବଲ ଅନୁସାରେ ଆତ୍ମହତ୍ୟା ନିର୍ଦ୍ଧାରଣ କରେ ନାହିଁ ଯେ ଜଣେ ବ୍ୟକ୍ତି ସ୍ଵର୍ଗରେ ପ୍ରବେଶ କରିବ ନା ନାହିଁ I ଯଦି ଜଣେ ଅବିଶ୍ଵାସୀ ଆତ୍ମହତ୍ୟା କରେ, ତେବେ ନର୍କକୁ ଯାତ୍ରା କରିବା ପାଇଁ ସେ ତାହାର ସମୟକୁ “ତ୍ୱରାନ୍ୱିତ” କରିଅଛି I ଯାହାହେଉ, ଆତ୍ମହତ୍ୟା କରିଥିବା ବ୍ୟକ୍ତି ନର୍କକୁ ଯିବ ତାହାର କାରଣ ହେଉଛି ଯେ ସେ ଖ୍ରୀଷ୍ଟଙ୍କଠାରେ ପରିତ୍ରାଣକୁ ଅସ୍ଵୀକାର କରିଅଛି, କିନ୍ତୁ ଆତ୍ମହତ୍ୟା କରିଥିବା ହେତୁ ନୁହେଁ I ତେବେ, ଯେଉଁ ବ୍ୟକ୍ତି ଆତ୍ମହତ୍ୟା କରେ ତାହା ବିଷୟରେ ବାଇବଲ କଅଣ କହେ? ବାଇବଲ ଶିକ୍ଷା ଦିଏ ଯେ ଯେଉଁ କ୍ଷଣରେ ଆମେ ଖ୍ରୀଷ୍ଟଙ୍କୁ ବିଶ୍ବାସ କରୁ, ଆମକୁ ଅନନ୍ତଜୀବନ ପ୍ରତିଜ୍ଞାତ ହୁଏ (ଯୋହନ ୩:୧୬) I ବାଇବଲ ଅନୁସାରେ, ନିସନ୍ଦେହରେ, ଖ୍ରୀଷ୍ଟିଆନମାନେ ଜାଣି ପାରିବେ ଯେ ସେମାନଙ୍କ ପାଖରେ ଅନନ୍ତଜୀବନ ରହିଅଛି (୧ ଯୋହନ ୫:୧୩) I ଜଣେ ଖ୍ରୀଷ୍ଟିଆନକୁ ଈଶ୍ଵରଙ୍କ ପ୍ରେମରୁ କୌଣସି ବିଷୟ ପୃଥକ କରିପାରିବ ନାହିଁ (ରୋମୀୟ ୮:୩୮-୩୯) I ଯଦି କୌଣସି “ସୃଷ୍ଟ ବିଷୟ” ଜଣେ ଖ୍ରୀଷ୍ଟିଆନକୁ ଈଶ୍ଵରଙ୍କ ପ୍ରେମରୁ ପୃଥକ କରିପାରିବ ନାହିଁ ଏବଂ ଜଣେ ଆତ୍ମହତ୍ୟା କରିଥିବା ଖ୍ରୀଷ୍ଟିଆନ ସୁଧା ଯିଏ କି ଗୋଟିଏ “ସୃଷ୍ଟ ବିଷୟ”, ତେବେ ଆତ୍ମହତ୍ୟା ସୁଧା ଈଶ୍ଵରଙ୍କ ପ୍ରେମରୁ ଖ୍ରୀଷ୍ଟିଆନକୁ ପୃଥକ କରି ପାରିବ ନାହିଁ I ଯୀଶୁ ଆମ ସମସ୍ତଙ୍କ ପାପ ପାଇଁ ମୃତ୍ୟୁଭୋଗ କଲେ, ଏବଂ ଯଦି ଜଣେ ସତ୍ୟ ଖ୍ରୀଷ୍ଟିଆନ, ଆଧ୍ୟାତ୍ମିକ ଆକ୍ରମଣ ଓ ଦୁର୍ବଳତା ସମୟରେ, ଆତ୍ମହତ୍ୟା କରେ, ସେହି ପାପ ସୁଧା ଖ୍ରୀଷ୍ଟଙ୍କ ରକ୍ତରେ ଆଚ୍ଛାଦିତ ହେବ I

ତଥାପି, ଆତ୍ମହତ୍ୟା ଈଶ୍ଵରଙ୍କ ବିରୁଦ୍ଧରେ ଏକ ଘୋର ପାପ ଅଟେ I ବାଇବଲ ଅନୁସାରେ, ଆତ୍ମହତ୍ୟା ହେଉଛି ହତ୍ୟା; ଏହା ସର୍ବଦା ଭୁଲ୍ ଅଟେ I ଯେଉଁ ବ୍ୟକ୍ତି ନିଜକୁ ଖ୍ରୀଷ୍ଟିଆନ୍ ବୋଲି ସ୍ବୀକାର କରି ସୁଧା ଆତ୍ମହତ୍ୟା କଲା, ତାହାର ବିଶ୍ବାସର ଯଥାର୍ଥତା ବିଷୟ ପ୍ରଶ୍ନବାଚୀ I ବିଶେଷତଃ ଖ୍ରୀଷ୍ଟିଆନ୍ ନିମନ୍ତେ, କୌଣସି ବିଷୟ ଅବା ପରିସ୍ଥିତି ନିଜ ଜୀବନକୁ ଶେଷ କରିବା ପାଇଁ ଯଥାର୍ଥ ଅବା ଠିକ୍ ବୋଲି ସାବ୍ୟସ୍ତ କରିପାରିବ ନାହିଁ I ଈଶ୍ଵରଙ୍କ ନିମନ୍ତେ ଜୀବନ କାଟିବା ପାଇଁ ଖ୍ରୀଷ୍ଟିଆନ ଆହୁତ ହୋଇଅଛି ଏବଂ ମୃତ୍ୟୁବରଣ କରିବା ବିଷୟ କେବଳ ଈଶ୍ଵରଙ୍କ ଅଧିକାର ଅଟେ I ୧ କରନ୍ଥୀୟ ୩:୧୫ ହୁଏତ ଆତ୍ମହତ୍ୟା ବିଷୟରେ ଆଲୋଚନା କରେ ନାହିଁ, କିନ୍ତୁ ଯେଉଁ ଖ୍ରୀଷ୍ଟିଆନ ଆତ୍ମହତ୍ୟା କରେ, ତାହା ପ୍ରତି କଅଣ ଘଟେ, ଏଠାରେ ସୂଚନା ଦିଆଯାଇଅଛି: “ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲା ପରି ହେବ” I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆତ୍ମହତ୍ୟା ବିଷୟରେ ଖ୍ରୀଷ୍ଟୀୟ ମତ କଅଣ? ବାଇବଲ ଆତ୍ମହତ୍ୟା ବିଷୟରେ କଅଣ କହେ?
© Copyright Got Questions Ministries