ମହିଳା ପାଳିକାଗଣ / ପ୍ରଚାରିକାଗଣ? ସେବାକାର୍ଯ୍ୟରେ ମହିଳାମାନଙ୍କ ଭୂମିକା ବିଷୟରେ ବାଇବଲ କ'ଣ କୁହେ?



ପ୍ରଶ୍ନ: ମହିଳା ପାଳିକାଗଣ / ପ୍ରଚାରିକାଗଣ? ସେବାକାର୍ଯ୍ୟରେ ମହିଳାମାନଙ୍କ ଭୂମିକା ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର:
ମହିଳାମାନେ ପାଳିକା/ପ୍ରଚାରିକା ଭାବେ ସେବା କରିବା ବିଷୟ ଅପେକ୍ଷା ଆଜିକାଲିକା ମଣ୍ଡଳୀରେ ବୋଧହୁଏ ଅଧିକ ଉତ୍ତେଜିତ ତର୍କଗତ ବିଷୟ ନାହିଁ | ଫଳସ୍ବରୂପ, ଏହା ପୁରୁଷ ବନାମ ମହିଳା ଆଲୋଚ୍ୟ ବିଷୟ ଭାବେ ନ ଦେଖିବା ଗୁରୁତ୍ବପୂର୍ଣ୍ଣ ଅଟେ | କେତେକ ମହିଳା ଅଛନ୍ତି ଯେଉଁମାନେ ବିଶ୍ବାସ କରନ୍ତି ଯେ, ମହିଳାମାନେ ପାଳକ ଭାବେ ସେବାକାର୍ଯ୍ୟ କରିବା ଉଚିତ୍ ନୁହେଁ ଏବଂ ବାଇବଲ ମହିଳା ସେବାକାର୍ଯ୍ୟକୁ ନିଷେଧ କରେ, ଏବଂ କେତେକ ପୁରୁଷ ଅଛନ୍ତି ଯେଉଁମାନେ ବିଶ୍ବାସ କରନ୍ତି ଯେ, ମହିଳାମାନେ ପ୍ରଚାରିକାଭାବେ ସେବା କରିପାରିବେ ଏବଂ ବାଇବଲ ସେବାକାର୍ଯ୍ୟରେ ମହିଳାମାନଙ୍କୁ ନିଷେଧ କରେ ନାହିଁ | ଏହା ଅତି ପ୍ରିତୀ କିମ୍ବା ଭେଦଭାବର ଆଲୋଚ୍ୟ ବିଷୟ ନୁହେଁ | ଏହା ବାଇବଲ ସମ୍ମତ ଭାବାନୁବାଦର ଏକ ଆଲୋଚ୍ୟ ବିଷୟ ଅଟେ |

ଈଶ୍ବରଙ୍କ ବାକ୍ୟ ଘୋଷଣା କରେ, "ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ବୀକାର କରି ମୌନ ଭାବରେ ଶିକ୍ଷା ଗ୍ରହଣ କରୁ | ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉନାହିଁ, ମାତ୍ର ସେ ମୌନ ରହୁ " (୧ତିମଥି ୨:୧୧-୧୨) | ମଣ୍ଡଳୀରେ ଈଶ୍ବର ପୁରୁଷ ଓ ସ୍ତ୍ରୀକୁ ଭିନ୍ନ ଭିନ୍ନ ଭୂମିକା ତୁଲାଇବାକୁ ଦେଇଛନ୍ତି | ଏହା ମନୁଷ୍ୟ ଜାତି ନିର୍ମିତ ହେବାର ପଦ୍ଧତି ଏବଂ ପାପ ଜଗତ ମଧ୍ୟକୁ କିପରି ପ୍ରବେଶ କଲା ସେଥିର ଫଳ (୧ତିମଥି ୨:୧୩-୧୪) | ପ୍ରେରିତ ପାଉଲଙ୍କ ଦ୍ବାରା ଈଶ୍ବର ପୁରୁଷ ଉପରେ ନାରୀଙ୍କ ଶିକ୍ଷା ଦେବା କିମ୍ବା/ଏବଂ ଆତ୍ମିକ କର୍ତ୍ତୃକ କରିବା ଭୂମିକାରେ ସେବା କରିବା ନିମନ୍ତେ ନିଷେଧ କରିଛନ୍ତି | ଏହା ମହିଳାମାନେ ପାଳକ ଭାବେ ସେବା କରିବାର ନିବାରଣ କରେ, ଯାହା ନିଶ୍ଚିତ ଭାବେ ପ୍ରଚାର, ଶିକ୍ଷା ଏବଂ ପୁରୁଷ ଉପରେ ଆତ୍ମିକ କର୍ତ୍ତୃକ ରଖିବାର ଅନ୍ତର୍ଭୁକ୍ତ କରେ |

ସେବାକାର୍ଯ୍ୟରେ ମହିଳାମାନଙ୍କର ଏହି ଦୃଷ୍ଟିଭଙ୍ଗୀର ଅନେକ "ଆପତ୍ତି" ଅଛି | ସେଥିମଧ୍ୟରୁ ଗୋଟିଏ ସାଧାରଣ ହେଉଛି ପାଉଲ ମହିଳାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ନିଷେଧ କରିଥିଲେ ଯେହେତୁ ପ୍ରଥମ ଶତାବ୍ଦୀରେ ମହିଳାମାନେ ସାଧାରଣତଃ ଅଶିକ୍ଷିତା ଥିଲେ | ଅଥଚ, ୧ତିମଥି ୨:୧୧-୧୪ରେ କେଉଁଠି ବି ଶିକ୍ଷାଗତ ସ୍ଥିତି ବିଷୟରେ କୁହେନାହିଁ | ଯଦି ଶିକ୍ଷା ସେବାକାର୍ଯ୍ୟ ନିମନ୍ତେ ଏକ ଯୋଗ୍ୟତା ହୋଇଥାନ୍ତା, ତେବେ ଯୀଶୁଙ୍କ ଅଧିକାଂଶ ଶିଷ୍ୟ ସେବାକାର୍ଯ୍ୟ ନିମନ୍ତେ ଯୋଗ୍ୟ ହୋଇନଥାନ୍ତେ | ଦ୍ବିତୀୟ ସାଧାରଣ ଆପତ୍ତି ହେଉଛି ପାଉଲ କେବଳ ଏଫିସୀ ମଣ୍ଡଳୀରେ ଥିବା ସ୍ତ୍ରୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ନିଷେଧ କରିଥିଲେ (୧ତିମଥି ତିମଥିଙ୍କ ନିକଟକୁ ଲେଖାଯାଇଥିଲା ଯିଏ କି ଏଫିସୀ ମଣ୍ଡଳୀରେ ପାଳକ ଥିଲେ | ଏଫିସୀ ନଗର ଆର୍ତ୍ତେମୀ ନାମକ ଗ୍ରୀକ୍/ରୋମୀୟ ମିଥ୍ୟା ଦେବୀ ନିମନ୍ତେ ଜଣାଶୁଣା ଥିଲା | ମହିଳାମାନେ ଆର୍ତ୍ତେମୀର ପୂଜାରେ କ୍ଷମତାପ୍ରାପ୍ତ ହୋଇଥିଲେ | ଯାହା ବି ହେଉ, ୧ତିମଥିର କେଉଁଠାରେ ବି ଅର୍ତ୍ତେମୀ ବିଷୟରେ ଲେଖାଯାଏ ନାହିଁ, କିମ୍ବା ପାଉଲ ମଧ୍ୟ ୧ତିମଥି ୨:୧୧-୧୨ ରେ କରିଥିବା ନିଷେଧ ଆର୍ତ୍ତେମୀର ପୂଜାର କାରଣ ବୋଲି ଉଲ୍ଲେଖ କରନ୍ତି ନାହିଁ |

ତୃତୀୟ ସାଧାରଣ ଆପତ୍ତି ହେଉଛି ପାଉଲ ସର୍ବସାଧାରଣ ପୁରୁଷ ଓ ସ୍ତ୍ରୀଙ୍କ ବିଷୟରେ ଉଲ୍ଲେଖ ନ କରି କେବଳ ସ୍ବାମୀ ଓ ସ୍ତ୍ରୀଙ୍କୁ ହିଁ ଏଥିରେ ସୂଚାଇଛନ୍ତି | ଏଥିରେ ବ୍ୟବହୃତ ଗ୍ରୀକ୍ ଶବ୍ଦ ସ୍ବାମୀ ଓ ସ୍ତ୍ରୀଙ୍କୁ ସୂଚାଇବ; ଅଥଚ, ଶବ୍ଦଗୁଡିକର ମୌଳିକ ଅର୍ଥ ପୁରୁଷ ଓ ସ୍ତ୍ରୀମାନଙ୍କୁ ବୁଝାଉଛି | ଆହୁରି, ଠିକ୍ ସେହି ଗ୍ରୀକ୍ ଶବ୍ଦ ୮-୧୦ ପଦରେ ବ୍ୟବହୃତ ହୋଇଛି | କେବଳ କ'ଣ ସ୍ବାମୀମାନେ କ୍ରୋଧ ଓ ବିତର୍କ ବିନା ଶୁଚି ହସ୍ତ ଉତ୍ତୋଳନ କରିବାକୁ ହେବ (ପଦ ୮) ? କ'ଣ କେବଳ ସ୍ତ୍ରୀମାନେ ସୁବୁଦ୍ଧି ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି ସମସ୍ତ ଉତ୍ତମ କର୍ମରେ ଈଶ୍ବରଙ୍କୁ ଉପାସନା କରିବାକୁ ହେବ (ପଦ ୯-୧୦)? ବାସ୍ତବରେ ତାହା ନୁହେଁ | ପଦ ୮-୧୦ ସମସ୍ତ ପୁରୁଷ ଓ ସମସ୍ତ ସ୍ତ୍ରୀଙ୍କୁ ସୂଚିତ କରେ ଏବଂ କେବଳ ସ୍ବାମୀ ଓ ସ୍ତ୍ରୀଙ୍କୁ ଏହା ସୂଚାଏ ନାହିଁ | ଏହି ପ୍ରସଙ୍ଗରେ ଏପରି କିଛି ବିଷୟ ନାହିଁ ଯାହା ୧୧-୧୪ ପଦ ମଧ୍ୟରେ ଥିବା ସ୍ବାମୀ ଓ ସ୍ତ୍ରୀମାନଙ୍କୁ ବଦଳ କରିବ |

ତଥାପି ସେବାକାର୍ଯ୍ୟରେ ମହିଳା ବିଷୟକ ଭାବାର୍ଥରେ ଅନେକ ସମୟରେ ପଚରାଯାଉଥିବା ଅନ୍ୟ ଏକ ଆପତ୍ତି ହେଉଛି ବାଇବଲରେ ନେତୃତ୍ବ ନେଇଥିବା ମହିଳାମାନେ, ନିର୍ଦ୍ଧିଷ୍ଟ ଭାବେ ପୁରାତନ ନିୟମରେ ବର୍ଣ୍ଣିତ ମରିୟମ, ଦବୋରା ଏବଂ ହୁଲଦା | ଏହି ଆପତ୍ତି କିଛି ଗୁରୁତ୍ବପୂର୍ଣ୍ଣ କାରକଗୁଡିକୁ ଉଲ୍ଲେଖ କରିବାରେ ବିଫଳ ହୁଏ | ପ୍ରଥମତଃ, ୧୩ ଜଣ ପୁରୁଷ ବିଚାରକର୍ତ୍ତାଗଣଙ୍କ ମଧ୍ୟରେ ଦବୋରା ଏକମାତ୍ର ମହିଳା ବିଚାରକର୍ତ୍ତା ଥିଲେ | ବାଇବଲରେ ବର୍ଣ୍ଣିତ୧୨ ଜଣ ପୁରୁଷ ଭାବବାଦୀମାନଙ୍କ ମଧ୍ୟରୁ ହୁଲଦା ଏକମାତ୍ର ମହିଳା ଭାବବାଦୀ ଥିଲେ | ମରିୟମ ମୋଶା ଓ ହାରୋଣଙ୍କ ଭଗ୍ନି ହୋଇଥିବାରୁ ତାଙ୍କର ନେତୃତ୍ବ ସହିତ ସମ୍ପର୍କ ଥିଲା | ରାଜାମାନଙ୍କ ସମୟରେ ଅଥଲିୟା ଓ ଜେଜେବଲ୍ ଦୁଇଜଣ ମୁଖ୍ୟ ମହିଳା ଥିଲେ ଯେଉଁମାନେ କି ଈଶ୍ବରୀୟ ମହିଳା ନେତୃତ୍ବର ଉଦାହାରଣ ନ ଥିଲେ | ଏହା ଅଧିକ ସ୍ବଷ୍ଟ ଯେ, ପୁରାତନ ନିୟମରେ ଥିବା ମହିଳାମାନେ ଏଥିର ପ୍ରାସଙ୍ଗିକତା ନୁହଁନ୍ତି | ୧ତିମଥି ପୁସ୍ତକ ଏବଂ ନୂତନ ନିୟମର ଅନ୍ୟ ପାଳକୀୟ ଲେଖାଗୁଡିକ ଖ୍ରୀଷ୍ଟଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ଏକ ନୂତନ ଆଦର୍ଶ ଉପସ୍ଥାପନା କରେ ଏବଂ ଏହି ଆଦର୍ଶ ଇଶ୍ରାୟେଲ ଦେଶ କିମ୍ବା ପୁରାତନ ନିୟମର ଅନ୍ୟ କୌଣସି ବସ୍ତୁରେ ସଂପୃକ୍ତ ନ ରହି ମଣ୍ଡଳୀର କ୍ଷମତା ଢାଞ୍ଚା ସହ ଜଡିତ ଅଟେ |

ସେହି ଏକାପ୍ରକାର ଯୁକ୍ତି ନୂତନ ନିୟମରେ ପ୍ରିସ୍କିଲ୍ଲା ଓ ଫୋଇବିଙ୍କୁ ବ୍ୟବହାର କରି କରାଯାଇଥିଲା | ପ୍ରେରିତ ୧୮ ରେ, ପ୍ରିସ୍କିଲ୍ଲା ଓ ଆକ୍ବିଲାଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ବିଶ୍ବସ୍ତ ସେବକଗଣ ଭାବେ ଉପସ୍ଥାପତି କରାଯାଇଛି | ସେବାକାର୍ଯ୍ୟରେ ପ୍ରିସ୍କିଲ୍ଲାଙ୍କ ନାମ ପ୍ରଥମେ ଉଲ୍ଲେଖ କରାଯାଇଛି, ଯାହା ଦର୍ଶାଏ ଯେ, ସେ ତାଙ୍କ ସ୍ବାମୀଙ୍କଠାରୁ ଅଧିକ ଜଣାଶୁଣା ଥିଲେ | ଅଥଚ, ପ୍ରିସ୍କିଲ୍ଲା କୌଣସି ସେବାକାର୍ଯ୍ୟରେ ଯୋଗଦାନ କରିବା ବିଷୟରେ କେଉଁଠି ମଧ୍ୟ ବର୍ଣ୍ଣନା କରାଯାଇନାହିଁ ଯାହା ୧ତିମଥି ୨:୧୧-୧୪ର ବିରୋଧାଭାସ ଅଟେ | ଉଭୟ ପ୍ରିସ୍କିଲ୍ଲା ଓ ଆକ୍ବିଲା ଆପୋଲଙ୍କୁ ସେମାନଙ୍କ ପରିବାରକୁ ଆଣିଲେ ଏବଂ ସେମାନେ ଉଭୟେ ତାଙ୍କୁ ଈଶ୍ବରଙ୍କ ବାକ୍ୟ ଅଧିକ ନିର୍ଭୁଲତା ସହକାରେ ବୁଝାଇ ତାଙ୍କୁ ଶିଷ୍ୟ କଲେ (ପ୍ରେରିତ ୧୮:୨୬) |

ରୋମୀୟ ୧୬:୧ରେ, ଏପରିକି ଯଦି ଫୈବୀ "ସେବକ" ବଦଳରେ "ଦୀକନ (ମହିଳା ଦୀକନ)" ଭାବେ ବିବେଚିତ ହୁଅନ୍ତି, ତାହା ସୂଚାଏ ନାହିଁ ଯେ ଫୈବୀ ମଣ୍ଡଳୀରେ ଏକ ଶିକ୍ଷକ ଥିଲେ | "ଶିକ୍ଷା ଦେବାକୁ ସମର୍ଥ" ଦୀକନମାନଙ୍କ ନିମନ୍ତେ ନୁହେଁ କିନ୍ତୁ ପ୍ରାଚୀନମାନଙ୍କ ନିମନ୍ତେ ଏକ ଯୋଗ୍ୟତା ଭାବରେ ଦିଆଯାଇଛି (୧ତିମଥି ୩:୧-୧୩; ତିତସ ୧:୬-୯) | ପ୍ରାଚୀନଗଣ/ବିଶପଗଣ/ଦୀକନଗଣ "ଏକ ସ୍ତ୍ରୀର ସ୍ବାମୀ", "ଯାହାଙ୍କ ସନ୍ତାନସନ୍ତତି ବିଶ୍ବାସ କରନ୍ତି", ଏବଂ "ସମାଦର ପାଇବାର ଯୋଗ୍ୟ ବ୍ୟକ୍ତିଗଣ" ଭାବେ ବର୍ଣ୍ଣିତ ହୋଇଛନ୍ତି | ସ୍ବଷ୍ଟଭାବେ ଏହି ସୂଚକଟି ଏହା ଅଟେ ଯେ, ଏହି ସମସ୍ତ ଯୋଗ୍ୟତା ପୁରୁଷମାନଙ୍କୁ ସୂଚିତ କରେ | ଏତଦ୍ ବ୍ୟତୀତ, ୧ତିମଥି ୩:୧-୧୩ ଓ ତିତସ ୧:୬-୯ରେ, ପ୍ରାଚୀନଗଣ/ବିଶପଗଣ/ଦୀକନଗଣଙ୍କୁ ସୂଚିତ କରିବା ନିମନ୍ତେ ପୁଂଲିଙ୍ଗ ସର୍ବନାମ ବିଶେଷ ଭାବେ ବ୍ୟବହୃତ ହୋଇଛି |

୧ତିମଥି ୨:୧୧-୧୪ର ଢାଞ୍ଚା "କାରଣ"ଟିକୁ ସମ୍ପୂର୍ଣ୍ଣରୂପେ ସ୍ବଷ୍ଟ କରେ | ୧୩ ପଦ "କାରଣ"ରୁ ଆରମ୍ଭ ହୋଇଛି ଏବଂ ୧୧-୧୨ ପଦରେ ଥିବା ପାଉଲଙ୍କ ମନ୍ତବ୍ୟର "କାରଣ"କୁ ପ୍ରଦାନ କରେ | ନାରୀ କାହିଁକି ଶିକ୍ଷା ଦେଇପାରିବ ନାହିଁ କିମ୍ବା ପୁରୁଷ ଉପରେ କର୍ତ୍ତୃକ କରିପାରିବ ନାହିଁ? କାରଣ "ଆଦମ ପ୍ରଥମେ ନିର୍ମିତ ହୋଇଥିଲେ ଏବଂ ପରେ ଆଦମଙ୍କ "ସାହାଯ୍ୟକାରିଣୀ" ହେବା ନିମନ୍ତେ ହବାଙ୍କୁ ନିର୍ମାଣ କଲେ | ସୃଷ୍ଟିର ଏହି କ୍ରମ ପରିବାର (ଏଫିସୀୟ ୫:୨୨-୨୩) ଏବଂ ମଣ୍ଡଳୀ ନିମନ୍ତେ ସାର୍ବଜନୀନ ଭାବେ ପ୍ରଯୁଜ୍ୟ ଅଟେ ବାସ୍ତବତା ହେଉଛି, ହବାଙ୍କୁ ଭୁଲାଇଦିଆଯାଇଥିଲା, ଯେଉଁଥିପାଇଁ ପାଳକ ଭାବେ କିମ୍ବା ପୁରୁଷ ଉପରେ ଆତ୍ମିକ କର୍ତ୍ତୃକ କରିବା ନିମନ୍ତେ ନାରୀଙ୍କୁ ଅଧିକାର ଦିଆନଯିବାର ଏକ କାରଣ ଭାବେ ନିଆଯାଇଛି | ଏହା ଲୋକମାନଙ୍କୁ ବିଶ୍ବାସ କରିବାକୁ ଦିଏ ଯେ, ନାରୀମାନଙ୍କୁ ଅତି ସହଜରେ ପ୍ରତାରିତକରାଯାଇପାରିବ | ଏହି ଧାରଣାଟି ବିବାଦୀୟ ଅଟେ, କିନ୍ତୁ ଯଦି ନାରୀମାନଙ୍କୁ ଅତି ସହଜରେ ପ୍ରତାରିତ କରାଯାଇପାରେ, ତେବେ ସେମାନେ କାହିଁକି ଛୋଟ ପିଲାମାନଙ୍କୁ (ଯେଉଁମାନଙ୍କୁ ଅତି ସହଜରେ ପ୍ରତାରିତ କରାଯାଇପାରିବ) ଏବଂ ଅନ୍ୟ ନାରୀମାନଙ୍କୁ (ଯେଉଁମାନେ କି ଅତି ସହଜରେ ପ୍ରତାରିତ ହୁଅନ୍ତି) ଶିକ୍ଷା ଦେବେ? ଶାସ୍ତ୍ରାଂଶଟି ସେପରି କୁହେନାହିଁ | ନାରୀମାନେ ପୁରୁଷମାନଙ୍କୁ ଶିକ୍ଷା ଦେବା କିମ୍ବା ସେମାନଙ୍କ ଉପରେ ଆତ୍ମିକ କର୍ତ୍ତୃକ କରିବାକୁ ହେବନାହିଁ କାରଣ ହବା ପ୍ରତାରିତ ହୋଇଥିଲେ | ଫଳସ୍ବରୂପ, ଈଶ୍ବର ମଣ୍ଡଳୀରେ ପୁରୁଷମାନଙ୍କୁ ପ୍ରାଥମିକ ଶିକ୍ଷା ଦେବା ନିମନ୍ତେ ଅଧିକାର ଦେଇଛନ୍ତି |

ଅନେକ ମହିଳା ଆତିଥ୍ୟପରାୟଣ, ଦୟା, ଶିକ୍ଷା ଏବଂ ସାହାଯ୍ୟର ଦାନରେ ନିପୁଣା ଅଟନ୍ତି | ସ୍ଥାନୀୟ ମଣ୍ଡଳୀ ସେବାକାର୍ଯ୍ୟର ଅଧିକ ଭାଗ ମହିଳାମାନଙ୍କ ଉପରେ ନିର୍ଭର କରେ | ପୁରୁଷ ଉପରେ ଆତ୍ମିକ ଶିକ୍ଷା ଦେବାର ଅଧିକାର ବ୍ୟତୀତ ମଣ୍ଡଳୀରେ ଥିବା ମହିଳାମାନଙ୍କୁ ସର୍ବସାଧାରଣ ପ୍ରାର୍ଥନା ଏବଂ ଭାବବାଣୀ କହିବା ନିମନ୍ତେ ନିଷେଧ କରାଯାଇନାହିଁ (୧କରିନ୍ଥୀୟ ୧୧:୫), ବାଇବଲର କୌଣସି ସ୍ଥାନରେ ମଧ୍ୟ ନାରୀମାନଙ୍କୁ ପବିତ୍ରଆତ୍ମାଙ୍କ ଦାନ ସକଳକୁ ବ୍ୟବହାର କରିବା ନିମନ୍ତେ ନିଷେଧ କରାଯାଇନାହିଁ (୧କରିନ୍ଥୀୟ ୧୨) | ପୁରୁଷମାନଙ୍କ ପରି ମହିଳାମାନଙ୍କୁ ମଧ୍ୟ ପବିତ୍ରଆତ୍ମାଙ୍କ ଫଳ ପ୍ରକାଶନ କରିବା ନିମନ୍ତେ ଅନ୍ୟମାନଙ୍କୁ ସେବା କରିବା ନିମନ୍ତେ ଏବଂ ହଜିଯାଇଥିବା ଲୋକମାନଙ୍କ ନିକଟରେ ସୁସମାଚାର ଘୋଷଣା କରିବା (ମାଥିଉ ୨୮:୧୮-୨୦; ପ୍ରେରିତ ୧:୮; ୧ପିତର ୩:୧୫) ନିଅନ୍ତେ ଆହ୍ବାନପ୍ରାପ୍ତ ଅଟନ୍ତି (ଗାଲାତୀୟ ୫:୨୨-୨୩) |

ଈଶ୍ବର କେବଳ ପୁରୁଷମାନଙ୍କୁ ମଣ୍ଡଳୀରେ ଆତ୍ମିକ ଶିକ୍ଷା ଦେବାର ଅଧିକାରପ୍ରାପ୍ତ ଭାବେ ସେବା କରିବା ନିମନ୍ତେ ନିଯୁକ୍ତ କରିଅଛନ୍ତି | ଏହାର କାରଣ ଏହା ନୁହ ଯେ, ପୁରୁଷମାନେ ଅପେକ୍ଷାଯୁକ୍ତ ଉତ୍ତମ ଶିକ୍ଷକ ଅଟନ୍ତି, କିମ୍ବା ନାରୀମାନେ ଯେ ପୁରୁଷମାନଙ୍କଠାରୁ ନୀଚ୍ଚ କିମ୍ବା କମ୍ ବୁଦ୍ଧିମତ୍ତାବିଶିଷ୍ଟ ଅଟନ୍ତି (ବାସ୍ତବରେ ଯାହା ସେପରି ନୁହେଁ) | ସରଳଭାବେ ଈଶ୍ବର ମଣ୍ଡଳୀକୁ ଯେପରି କାର୍ଯ୍ୟ କରିବା ନିମନ୍ତେ ପରିକଳ୍ପନା କରିଛନ୍ତି ଏହା ତାହାର ଏକ ପଦ୍ଧତିମାତ୍ର | ପୁରୁଷମାନେ ସେମାନଙ୍କ ଜୀବନରେ ଓ ବାକ୍ୟରେ ଆତ୍ମିକ ନେତୃତ୍ବରେ ଉଦାହାରଣ ସୃଷ୍ଟି କରିବାକୁ ହେବ | ନାରୀମାନେ ଅପେକ୍ଷାକୃତ କମ୍ କ୍ଷମତାଯୁକ୍ତ ଭୂମିକା ନେବାକୁ ପଡିବ | ନାରୀମାନେ ଅନ୍ୟ ନାରୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରାଯାଇଛି (ତିତସ ୨:୩-୫) | ନାରୀମାନେ ସନ୍ତାନସନ୍ତତିଙ୍କୁ ଶିକ୍ଷା ଦେବା ନିମନ୍ତେ ମଧ୍ୟ ବାଇବଲ ନିଷେଧ କରେନାହିଁ | ନାରୀମାନଙ୍କୁ ନିଷେଧ କରାଯାଇଥିବା ଏକମାତ୍ର କାର୍ଯ୍ୟ ହେଉଛି ପୁରୁଷମାନଙ୍କୁ ଶିକ୍ଷା ଦେବା କିମ୍ବା ସେମାନଙ୍କ ଉପରେ ଆତ୍ମିକ ଅଧିକାର ଜାହିର କରିବା | ଏହା ତର୍କଗତ ଭାବେ ନାରୀମାନଙ୍କୁ ପାଳିକା/ପ୍ରଚାରିକା ଭାବେ ସେବା କରିବାରୁ ନିବାରଣ କରେ | ଏହା ଯେକୌଣସି ଭାବେ ମହିଳାମାନଙ୍କୁ ଅପେକ୍ଷାକୃତ କମ୍ ଗୁରୁତ୍ବ ଦିଏନାହିଁ, କିନ୍ତୁ ଈଶ୍ବରଙ୍କ ଯୋଜନା ଏବଂ ସେମାନଙ୍କ ବିଷୟରେ ତାଙ୍କ ବିଷୟରେ ଅଧିକ ସଙ୍ଗତ ଏକ ସେବାକାର୍ଯ୍ୟ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରାଏ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ମହିଳା ପାଳିକାଗଣ / ପ୍ରଚାରିକାଗଣ? ସେବାକାର୍ଯ୍ୟରେ ମହିଳାମାନଙ୍କ ଭୂମିକା ବିଷୟରେ ବାଇବଲ କ'ଣ କୁହେ?